ଓଡ଼ିଶୀ ସଙ୍ଗୀତ

ଉଇକିପିଡ଼ିଆ‌ରୁ
Jump to navigation Jump to search

ଓଡ଼ିଶୀ ସଙ୍ଗୀତ (ଇଂରାଜୀ: Odissi music, oṛiśī) ଓଡ଼ିଶାର ନିଜସ୍ୱ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରା ଅଟେ । ଏହା ଶ୍ରୀମନ୍ଦିରଶ୍ରୀ ଜଗନ୍ନାଥଙ୍କ ସେବାର ସଙ୍ଗୀତ। ଓଡ଼ିଶୀ ସଙ୍ଗୀତର ନିଜସ୍ୱ ସୁଦୀର୍ଘ ପରମ୍ପରା, ରାଗ ରାଗିଣୀ ଓ ଗାୟନ ପରମ୍ପରା ଇତ୍ୟାଦି ସ୍ୱତନ୍ତ୍ର ଭାବେ ପ୍ରାଚୀନ କାଳରୁ ରହିଅଛି । ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରରେ ଉଲ୍ଲିଖିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଚାରୋଟି ଶାଖା; ଆବନ୍ତୀ, ପାଞ୍ଚାଳୀ, ଉଡ୍ରମାଗଧୀ ବା ଓଡ୍ର, ଦାକ୍ଷିଣାତ୍ୟା । ଏହି ମଧ୍ୟରୁ ଓଡ଼ିଶୀ ଓଡ୍ରମାଗଧୀ ଧାରା ଅଟେ । ୧୨ଶ ଶତାବ୍ଦୀ କବିରାଜ ଜୟଦେବଙ୍କ ସମୟରୁ ଓଡ଼ିଶୀ ସଙ୍ଗୀତ ସମୁନ୍ନତ ସଙ୍ଗୀତ ପରମ୍ପରା ଭାବେ ଜାତୀୟ ସ୍ତରରେ ପରିଚିତ ହୋଇଅଛି । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶୀ ସଙ୍ଗୀତ ଓଡ଼ିଆ ଭାଷାର ବିକାଶ ହେବା ଆଗରୁ ରହିଥିଲା । ଖ୍ରୀ.ପୂ. ଦ୍ୱିତୀୟ ଶତକରେ କଳିଙ୍ଗର ଶାସକ ଖାରବେଳ ସଙ୍ଗୀତ ଓ ନୃତ୍ୟର ପୃଷ୍ଠପୋଷକତା କରୁଥିଲେ ।[୧]

ଆରମ୍ଭ ଓ ଇତିହାସ[ସମ୍ପାଦନା]

ଓଡ଼ିଶାର ସଂସ୍କୃତି ଓ ସଙ୍ଗୀତର ପ୍ରମାଣ ବିଭିନ୍ନ ପ୍ରତ୍ନତାତ୍ୱିକ ଖନନରୁ ମିଳିଛି । ଅନୁଗୋଳ ଜିଲ୍ଲାର ଶଙ୍କରଜଙ୍ଗଠାରେ ଖନନରୁ ତାମ୍ର ଓ ପ୍ରସ୍ତର ଯୁଗର ପ୍ରମାଣ ମିଳିଥିଲା । ଏଠାରୁ ମସୃଣକରାଯାଇଥିଲା ଶିଳା ଓ ହାତଗଢ଼ା ମାଟିପାତ୍ର ଖୋଳାଯାଇ ମିଳିଥିଲା । କିଛି କିଛି ଶିଳା ବିଶାଳାକାର ଥିଲା । ତେଣୁ ଏଗୁଡ଼ିକୁ ଶିଳାଖମ୍ବ ନାମିତ କରାଯାଇଥିଲା । ଶଙ୍କରଜଙ୍ଗରୁ ମିଳିଥିବା ଶିଳାଖମ୍ବ ପୁରାତନ ବାଦ୍ୟଯନ୍ତ୍ର ବୋଲି ଜଣାଯାଏ ।[୨] ୨୦୦୮ ମସିହାରେ ଓଡ଼ିଶା ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟତା ମାନ୍ୟତା ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତ ମାନ୍ୟତା ପାଇଁ ୨୦୨୦ ମସିହା ସେପ୍ଟେମ୍ବର ୨ ତାରିଖରେ ଓଡ଼ିଶା କ୍ୟାବିନେଟରେ ଏକ ପ୍ରସ୍ତାବ ଗୃହିତ ହୋଇଥିଲା ।[୩]

ଓଡ଼ିଶୀ ସଙ୍ଗୀତର କେତେକ ମୌଳିକ ଓ ନିଜସ୍ୱ ପାରମ୍ପରିକ ରାଗ ହେଲା : ଆଭୀରୀ, ଅମର, ଆନନ୍ଦ, ଆନନ୍ଦଭୈରବୀ, ଆନନ୍ଦ କାମୋଦୀ, ଆନନ୍ଦ କେଦାର, ଆରଭୀ, ଆଶାବରୀ, ବଙ୍ଗାଳ, ବରାଡ଼ି, ବସନ୍ତ, ଭୈରବୀ, ବିଚିତ୍ର ଦେଶାକ୍ଷ, ବିଚିତ୍ର ଦେଶୀ, ବିଚିତ୍ର କାମୋଦୀ, ଚକ୍ରକେଳି, ଚଳଘଣ୍ଟ କେଦାର, ଛାୟାତୋଡ଼ି, ଚିନ୍ତାଭୈରବ, ଚିନ୍ତାକାମୋଦୀ, ଦେବଗାନ୍ଧାରୀ, ଦେବକିରୀ, ଦେଶବରାଡ଼ି, ଦେଶାକ୍ଷ, ଦେଶପାଳ, ଧନାଶ୍ରୀ, ଧନ୍ନାସିକା, ଗୌଡ଼ା, ଗୌଡ଼ୀ, ଘଣ୍ଟାରବ, ଗୁଣ୍ଡକେରୀ, କାଳୀ, କଲ୍ୟାଣ, କଲ୍ୟାଣ ଆହାରୀ, କାମୋଦ, କାମୋଦୀ, କାଫି, କର୍ଣ୍ଣାଟ, କୌଶିକୀ, କେଦାର, କେଦାରଗୌଡ଼ା, କେଦାର କାମୋଦୀ, କରୁଣାଶ୍ରୀ, ଖମ୍ବାବତୀ, ଖଣ୍ଡବଙ୍ଗଳାଶ୍ରୀ, ଖଣ୍ଡକାମୋଦୀ, କୋଳାହଳ, କୃଷ୍ଣକେଦାର, କୁମ୍ଭକାମୋଦୀ, କୁସୁମ କେଦାର, ଲଳିତ, ଲଳିତ ବସନ୍ତ, ଲଳିତ କାମୋଦୀ, ଲଳିତ କେଦାର, ଲୀଳାତରଙ୍ଗ, ମଧୁମଙ୍ଗଳ, ମଧୁମଞ୍ଜରୀ, ମଧୁରା ଗୁଜ୍ଜରୀ, ମଧୁଶ୍ରୀ, ମଧୁସାରଙ୍ଗ, ମଧ୍ୟମାଦି, ମାଳଶ୍ରୀ, ମାଳଶ୍ରୀଗୌଡ଼ା, ମଙ୍ଗଳ, ମଙ୍ଗଳ ଧନାଶ୍ରୀ, ମଙ୍ଗଳ ଗୁଜ୍ଜରୀ, ମଙ୍ଗଳ କାମୋଦୀ, ମଙ୍ଗଳ କୌଶିକୀ, ମଙ୍ଗଳ କେଦାର, ମଲ୍ଲାର, ମାନିନୀ (ମାଳିନୀ), ମରୁଆ, ମେଘ, ମେଘପର୍ଣ୍ଣୀ, ମିଶ୍ରମୁଖାରୀ, ମୋହନା, ମୋହନ କେଦାର, ମୁଖାବରୀ (ମୁଖାରୀ), ନାଗବଲ୍ଲୀ, ନାଗଧ୍ୱନି, ନଳିନୀଗୌଡ଼ା, ନଟ, ନଟ କେଦାର, ନଟନାରାୟଣ, ନଟସାରଙ୍ଗ, ପଞ୍ଚମ, ପୁନ୍ନାଗ, ପୁନ୍ନାଗବରାଡ଼ି, ପାହାଡ଼ିଆ କେଦାର, ପଞ୍ଚମ ବରାଡ଼ି, ପରଜ, ରାଜହଂସୀ ଚୋଖି, ରଣବିଜେ, ରସକାମୋଦୀ, ରସମନ୍ଦାର, ରସମଞ୍ଜରୀ, ଶାବରୀ, ସାବେରୀ, ଶଙ୍କରାଭରଣ, ସିନ୍ଧୁକାମୋଦୀ, ଶୋକବରାଡ଼ି, ଶୋକକାମୋଦୀ, ସୋମ, ଶ୍ରୀ, ଶୁଦ୍ଧଦେଶୀ, ସୁରଟ, ସୁରଠ ଗୁଜ୍ଜରୀ, ତୋଡ଼ି ।[୪][୫][୬]

କଳାକାର[ସମ୍ପାଦନା]

ଉପାଧି ନାମ ଜନ୍ମ ସ୍ଥାନ
ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ କଣ୍ଠସଙ୍ଗୀତ କଟକ
ଅଷ୍ଟାବଧାନୀ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର କଣ୍ଠସଙ୍ଗୀତ, ବୀଣାକାର ବୋଇରାଣୀ, ଗଞ୍ଜାମ
ସୁରମଣି ରଘୁନାଥ ପାଣିଗ୍ରାହୀ କଣ୍ଠସଙ୍ଗୀତ ଗୁଣପୁର
ରାମହରି ଦାସ କଣ୍ଠସଙ୍ଗୀତ ବାଲେଶ୍ୱର
ବିଜୟ କୁମାର ଜେନା କଣ୍ଠସଙ୍ଗୀତ
କେଶବ ଚନ୍ଦ୍ର ରାଉତ କଣ୍ଠସଙ୍ଗୀତ
ଆଦିଗୁରୁ ଦେଶରଜା ମଉଡ଼ମଣି ସିଂହାରୀ ଶ୍ୟାମସୁନ୍ଦର କର କଣ୍ଠସଙ୍ଗୀତ ପୁରୀ
ଚନ୍ଦ୍ରମଣି ଲେଙ୍କା କଣ୍ଠସଙ୍ଗୀତ ପୁରୀ
ଭୁବନେଶ୍ୱର ମିଶ୍ର ବେହେଲା ବାଦକ ପାରଳାଖେମୁଣ୍ଡି
ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ କଣ୍ଠସଙ୍ଗୀତ
ଗୋକୁଳ ଶ୍ରୀଚନ୍ଦନ
ଗାୟକ ଶିରୋମଣି ଅପର୍ଣ୍ଣା (ଆପନ୍ନା) ପାଣିଗ୍ରାହୀ ପାରଳାଖେମୁଣ୍ଡି
ବାସୁଦେବ ମହାପାତ୍ର
ରାଜମଣି ପାତ୍ର ଖଲ୍ଲିକୋଟ, ଆଠଗଡ଼
ଗୁଣ୍ଡି ନନ୍ଦ କଣ୍ଠସଙ୍ଗୀତ, ବୀଣାକାର ଖଣ୍ଡପଡ଼ା
ଲକ୍ଷ୍ମଣ ନନ୍ଦ କଣ୍ଠସଙ୍ଗୀତ, ବୀଣାକାର ଖଣ୍ଡପଡ଼ା
ଭଜନ ସମ୍ରାଟ ଭିକାରୀ ଚରଣ ବଳ କଣ୍ଠସଙ୍ଗୀତ
କୋକିଳକଣ୍ଠୀ ଶ୍ୟାମାମଣି ଦେବୀ କଣ୍ଠସଙ୍ଗୀତ
ମିତାଳୀ ଚିନାରା କଣ୍ଠସଙ୍ଗୀତ
ଆରତୀ ମିଶ୍ର କଣ୍ଠସଙ୍ଗୀତ
କ୍ଷେତ୍ରମଣି ଦେବୀ କଣ୍ଠସଙ୍ଗୀତ ପୁରୀ
ହରପ୍ରିୟା ଦେବୀ କଣ୍ଠସଙ୍ଗୀତ
ବନମାଳୀ ମହାରଣା ମର୍ଦ୍ଦଳ ବାଦକ
ଧନେଶ୍ୱର ସ୍ୱାଇଁ ମର୍ଦ୍ଦଳ ବାଦକ
ସଚ୍ଚିଦାନନ୍ଦ ଦାଶ ମର୍ଦ୍ଦଳ ବାଦକ
ପଦ୍ମକେଶରୀ ଦାମୋଦର ହୋତା କଣ୍ଠସଙ୍ଗୀତ ପୁରୀ
ଲୋକନାଥ ପାଳ କଣ୍ଠସଙ୍ଗୀତ
ନୃସିଂହନାଥ ଖୁଣ୍ଟିଆ କଣ୍ଠସଙ୍ଗୀତ
ଲୋକନାଥ ରଥ କଣ୍ଠସଙ୍ଗୀତ
ରାମାରାଓ ପାତ୍ର ବୀଣାକାର ଗଞ୍ଜାମ
ଧୀରଜ ମହାପାତ୍ର କଣ୍ଠସଙ୍ଗୀତ
ଗୋପାଳ ଚନ୍ଦ୍ର ପଣ୍ଡା କଣ୍ଠସଙ୍ଗୀତ
ସଙ୍ଗୀତା ପଣ୍ଡା କଣ୍ଠସଙ୍ଗୀତ
ମହାପାତ୍ର ମିନତୀ ଭଞ୍ଜ କଣ୍ଠସଙ୍ଗୀତ
ଶ୍ୟାମସୁନ୍ଦର ଧୀର କଣ୍ଠସଙ୍ଗୀତ
କାଶୀନାଥ ପୂଜାପଣ୍ଡା କଣ୍ଠସଙ୍ଗୀତ
ବିଶ୍ୱନାଥ ପୂଜାପଣ୍ଡା କଣ୍ଠସଙ୍ଗୀତ ପୁରୀ
ଭୁବନେଶ୍ୱରୀ ମିଶ୍ର କଣ୍ଠସଙ୍ଗୀତ
ଘନଶ୍ୟାମ ପଣ୍ଡା କଣ୍ଠସଙ୍ଗୀତ
ବିନୋଦ ବିହାରୀ ପଣ୍ଡା କଣ୍ଠସଙ୍ଗୀତ
କବିଚନ୍ଦ୍ର ନାଟ୍ଯାଚାର୍ଯ୍ୟ କାଳୀଚରଣ ପଟ୍ଟନାୟକ କଣ୍ଠସଙ୍ଗୀତ କଟକ

ଆଧାର[ସମ୍ପାଦନା]

  1. [୧][dead link]
  2. [୨] Archived ଅକ୍ଟୋବର ୨୯, ୨୦୦୯ at the Wayback Machine
  3. "ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କସରତ ଆରମ୍ଭ". No. ସମ୍ବାଦ ୦୩/୦୯/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧, ୧୦. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. 3 September 2020. pp. ୦୧, ୧୦. Archived from the original on 3 September 2020. Retrieved 3 September 2020.
  4. ଓଡ଼ିଶୀ ରାଗ ସରଣୀ (ଭାଗ ୧ ଓ ୨), ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ।
  5. ଓଡ଼ିଶୀ ରାଗ ଦର୍ପଣ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା - ଭୁବନେଶ୍ୱର, ୨୦୧୧-୧୨ ।
  6. ଓଡ଼ିଶୀ ରାଗ ରତ୍ନାବଳୀ (ହିନ୍ଦୀ), ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା । ଭୁବନେଶ୍ୱର, ୨୦୦୪ ।