ଓଡ଼ିଆ କଥାଚିତ୍ର ଜଗତ

ଉଇକିପିଡ଼ିଆ ରୁ
Jump to navigation Jump to search

ଓଡ଼ିଆ କଥାଚିତ୍ର ଜଗତ ବା ଓଲିଉଡ଼ ଭୁବନେଶ୍ଵରକଟକରେ ଥିବା ଓଡ଼ିଆ କଥାଚିତ୍ର ଜଗତକୁ ବୁଝାଇଥାଏ ।[୧]

ଇତିହାସ[ସମ୍ପାଦନା]

ଓଡ଼ିଆ ଭାଷାରେ ଶବ୍ଦହୀନ କଥାଚିତ୍ର ତିଆରି ହୋଇ ନଥିଲା । ରାମାୟଣ ଉପରେ ଆଧାରିତ ୧୯୩୬ରେ ତିଆରି ପ୍ରଥମ ଓଡ଼ିଆ କଥାଚିତ୍ର ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ନିର୍ଦ୍ଦେଶିତ ସୀତା ବିବାହ ଥିଲା ଗୋଟିଏ କଥାକୁହା ସିନେମା । ଏହା କାମପାଳ ମିଶ୍ରଙ୍କ ରଚିତ ଏକ ନାଟକ ଉପରେ ଆଧାରିତ ଥିଲା । ମାତ୍ର ୩୦,୦୦୦ ଟଙ୍କାରେ ତିଆରି ଏହି କଥାଚିତ୍ରରେ ୧୪ଟି ଗୀତ ଥିଲା । ୧୯୩୬ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ନିର୍ମିତ ହୋଇଥିଲା। ଏହାର ନିର୍ଦ୍ଦେଶକ ଥିଲେ ମୋହନ ସୁନ୍ଦରଦେବ ଗୋସ୍ବାମୀ। ଏଥିରେ ମୁଖ୍ୟ ଭୂମିକାରେ ମାଖନଲାଲ୍‌ ବାନାର୍ଜୀ, ଆଦିତ୍ୟ ବଲ୍ଲଭ ମହାନ୍ତି, ପ୍ରଭାବତୀ ଦେବୀ ପ୍ରମୁଖ ଅଭିନୟ କରିଥିଲେ। ଏହା ୧୯୩୬ ଏପ୍ରିଲ୍‌ ୨୮ ତାରିଖରେ ମୁକ୍ତି ଲାଭ କରିଥିଲା। ପ୍ରଥମ ଓଡ଼ିଆ କଥାଚିତ୍ର ହୋଇଥିବାରୁ ଅନେକ ଭୁଲ ଭଟକା ଥିବା ସତ୍ତ୍ୱେବି ଏକ ବହୁଳ ଭାବରେ ଆଦୃତ ହୋଇଥିଲା । ଏହା ଲକ୍ଷ୍ମୀ ଟକିଜଦ୍ଵାରା ପ୍ରଦର୍ଶିତ ହୋଇଥିଲା । ଏହା ଓଡ଼ିଆ କଥାଚିତ୍ରକୁ ଆଗକୁ ଦିଗ ଦେଖାଇଥିଲା ।[୨]

୧୯୪୯ରେ ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ଲଳିତା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ଲୋକନାଥ, ଉମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ସପ୍ତଶଯ୍ୟା ମୁକ୍ତି ଲାଭ କରିଥିଲା। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ବ୍ୟୋମକେଶ ତ୍ରିପାଠି, ଅନିମା ପ୍ରମୁଖ ଅଭିନୟ କରିଥିଲେ। ୧୯୫୦ରେ ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀ ଜଗନ୍ନାଥ ମୁକ୍ତି ଲାଭ କରିଥିଲା। ଚିତ୍ତ ରଞ୍ଜନ ମିତ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମୁଖ୍ୟ ଭୂମିକାରେ ଗୋପାଳ, ଗ୍ଲୋରିୟା ମହାନ୍ତି ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ। ୧୯୫୧ରେ ପଞ୍ଚମ ଓଡ଼ିଆ ଚଳଚ୍ଚିତ୍ର ରୋଲେସ୍‌ ଟୁ ଏଇଟ୍‌ ବା ଆକା ରୋଲସ୍‌-୨୮ ମୁକ୍ତି ଲାଭ କରିଥିଲା। ଇଂଲିଶ୍‌ ନାମ ଥିବା ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ଏହାର ନିର୍ଦ୍ଦେଶକ ଥିଲେ କଲ୍ୟାଣ ଗୁପ୍ତା। ଏଥିରେ ମୁଖ୍ୟ ଭୂମିକାରେ ରତିକାନ୍ତ, କମଳା ପ୍ରମୁଖ ଅଭିନୟ କରିଥିଲେ।[୩]

ଉପନ୍ୟାସରୁ କଥାଚିତ୍ର[ସମ୍ପାଦନା]

ଅନେକ ଓଡ଼ିଆ କଥାଚିତ୍ର ଉପନ୍ୟାସର ବିଷୟବସ୍ତୁକୁ ଆଧାର କରି ନିର୍ମାଣ କରାଯାଇଛି, ସେଥିମଧ୍ୟରୁ କେତୋଟି ହେଲା:[୪] [୫]

ଶିଳ୍ପ ଭାବରେ ସ୍ବୀକୃତି[ସମ୍ପାଦନା]

୧୯୭୪ ମସିହାରେ ଓଡ଼ିଶା ସରକାର ଫିଲ୍ମ ନିର୍ମାଣ ଓ ଚଳଚ୍ଚିତ୍ର ପ୍ରଦର୍ଶନ ଭବନ ନିର୍ମାଣକୁ ଏକ ଶିଳ୍ପ ଭାବରେ ସ୍ବୀକୃତି ପ୍ରଦାନ କରିଥିଲେ ।[୧୦] ଓଡ଼ିଶା ସରକାର ଓଡ଼ିଶାରେ ଚିତ୍ର ନିର୍ମାଣ ଶିଳ୍ପର ଉନ୍ନତି ପାଇଁ କଟକଠାରେ କାର୍ଯ୍ୟାଳୟ ଥାଇ " ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ ଇଣ୍ଡଷ୍ଟ୍ରି " ସ୍ଥାପନ କରିଛନ୍ତି ।

ଟୀକା[ସମ୍ପାଦନା]

ଦ୍ରଷ୍ଟବ୍ୟ[ସମ୍ପାଦନା]

  • 'ଓଡ଼ିଆ ଚଳଚ୍ଚିତ୍ରର ଇତିହାସ', ଓଡ଼ିଶା ବୁକ ଷ୍ଟୋର, ୧୯୮୪ (୧୯୩୪-୧୯୮୪ ମଧ୍ୟରେ ତିଆରି କଥାଚିତ୍ର), ଲେଖକ: କାର୍ତ୍ତିକ କୁମାର ଘୋଷକ
  • 'ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ', ୨୦୦୮, ସଂକଳକ: ଭୀମ ସିଂ,

ଅଧିକ ତଥ୍ୟ[ସମ୍ପାଦନା]