ଅକ୍ଷୟ ମହାନ୍ତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଅକ୍ଷୟ ମହାନ୍ତି
Akshaya Mohanty (Khoka Bhai).jpg
ଜନ୍ମ ଓ ଜନ୍ମସ୍ଥାନ ୧୨ ଅକ୍ଟୋବର ୧୯୩୬(1936-10-12)
କଟକ, ଓଡ଼ିଶା
ମୃତ୍ୟୁ ୧୭ ନଭେମ୍ବର, ୨୦୦୨ (୬୬ ବର୍ଷ)
ଭୁବନେଶ୍ୱର
ଘର କଟକ
ଜାତୀୟତା ଭାରତୀୟ
ଅଲଗା ନାଆଁ ଖୋକା ଭାଇ
ଶିକ୍ଷା ସ୍ନାତକ (ଗଣିତ, ଆଇନ)[୧]
ଶିକ୍ଷାନୁଷ୍ଠାନ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ,
ରେଭେନ୍ସା ମହାବିଦ୍ୟାଳୟ,
ମଧୁସୂଦନ ଆଇନ ମହାବିଦ୍ୟାଳୟ
ପ୍ରସିଦ୍ଧି ଓଡ଼ିଆ ଗାୟକ ଓ ସଙ୍ଗୀତକାର
ଜୀବନସାଥି ପ୍ରବିଣା ମହାନ୍ତି
ସନ୍ତାନ ଚିତ୍ରଭାନୁ ମହାନ୍ତି
ବାପା ମା ବିଚିତ୍ରାନନ୍ଦ ମହାନ୍ତି
ସୁବର୍ଣ୍ଣ ମଞ୍ଜରୀ ଦେବୀ
ସମ୍ପର୍କୀୟ ହେମନ୍ତ ଦାସ (ମାମୁ ପୁଅ ଭାଇ)[୨]

ଅକ୍ଷୟ ମହାନ୍ତି (୧୨ ଅକ୍ଟୋବର ୧୯୩୭ – ୧୭ ନଭେମ୍ବର ୨୦୦୨) (ଅନ୍ୟନାମ: ଖୋକା ଭାଇ)[୩] କଟକଠାରେ ଜନ୍ମିତ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ[୪], ସଂଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।

ଜୀବନ କାଳ[ସମ୍ପାଦନା]

ଅକ୍ଷୟ ଆଗର କେନ୍ଦ୍ରାପଡ଼ା ଓ ଏବର କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ବାପା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ । ସେତେବେଳକୁ ସେ ଆକାଶବାଣୀ, କଟକର ଜଣେ ଗାୟକ ଭାବରେ କଳଗାଉଣା (ଗ୍ରାମୋଫୋନ) ଜରିଆରେ କଣ୍ଠଦାନ କରୁଥିଲେ ।[୫]

ପାରିବାରିକ ଜୀବନ[ସମ୍ପାଦନା]

ଅକ୍ଷୟ,୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ପୁଅ ଓ ଦୁଇ ଝିଅ ଅଛନ୍ତି ।

ସଙ୍ଗୀତ[ସମ୍ପାଦନା]

ବଡ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ୧୯୫୫ ମସିହାରୁ ସେ ଜଣେ ସ୍ଵୀକୃତିପ୍ରାପ୍ତ ବେତାର ଶିଳ୍ପୀ । ୧୯୫୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଯୁବଉତ୍ସବ ତାଙ୍କ ପରିଚାଳିତ ସମବେତ ସଙ୍ଗୀତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅକ୍ଷୟଙ୍କର ପ୍ରଥମ ଚଳଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି ।

୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । "ରକତ ଟଳମଳ" ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।

ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ, ନୂଆ ନୂଆ ଶବଦ ଭେଳିକି (Sound Effect) ଯାହା ସେ କାଳରେ ଆଧୁନିକ ଯନ୍ତ୍ରର ଅଭାବରେ ହୋଇପାରୁନଥିଲା । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, "କାଞ୍ଚି ଅଭିଯାନ", "ରାଣ୍ଡୀପୁଅ ଅନନ୍ତା" ଆଉ "କୋଣାର୍କ ଗାଥା" ସେ ଭିତରୁ କିଛି । ଫକୀର ମୋହନ ସେନାପତିଙ୍କ "ପେଟେଣ୍ଟ ମେଡିସିନ"କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା ।

ସାଲବେଗଙ୍କ ରଚନା 'କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ' ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । 'ସାତ ଦରିଆପାରେ'ର ଦେଶ ପାଇଁ କଥା, "ହେ ଫଗୁଣ ତୁମେ'ର ଉଦାସୀ ମନ ଆଉ 'ରାଜାଝିଅ ସାଙ୍ଗେ"ର ହାଲକା ଫୁଲକା ଭାବ; ଦୁଃଖଭରା 'ରକତ ଟଳମଳ' ଆଉ ଭାବୁକ 'ଚକୋରି ଝରାନା ଲୁହ' - ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ ।

ତିନୋଟି କଥାଚିତ୍ରରେ ସେ ଅଭିନୟ ବି କରିଛନ୍ତି ଆଉ ଗୋଟିଏ କଥାଚିତ୍ରରେ ସହନିର୍ଦେଶନା ଦେଇଛନ୍ତି । ତାଙ୍କ କଲମରୁ ଜନ୍ମ ନେଇଛି ପ୍ରାୟ ୧୮ଟିରୁ ଉର୍ଦ୍ଧ ପୁସ୍ତକ ।

କଥାଚିତ୍ର[ସମ୍ପାଦନା]

୭୫ଟି କଥାଚିତ୍ରରେ ସେ ତିଆରି କରିଛନ୍ତି ଗୀତ । ସେସବୁରୁ କିଛି ଏଇଠି-

ଜଣାଶୁଣା ଗୀତ ସବୁ[ସମ୍ପାଦନା]

ସୁଗମ/ରୋମାଣ୍ଟିକ[ସମ୍ପାଦନା]

  • ରଜାଝିଅ ସାଙ୍ଗେ
  • ଯାଯାବର
  • ଯା'ରେ ଭାସି ଭାସି ଯା
  • ଗାଇଆଳ ଭାଇ ଗାଉଛି ଗୀତ
  • ସ୍ମୃତି ତୁମେ
  • ବଯସର କୃଷ୍ଣଚୁଡ଼ା
  • ତହୁଁ କାଞ୍ଜି ଗଲା
  • ଉଡ଼ି ଉଡ଼ି ଉଡ଼ି ଯା'ରେ ଉଡ଼ି
  • ବାହା ବାହାରେ କାପିଟାଲ
  • ପୁଣ୍ୟର ନଦୀତିରେ
  • ଅବୁଝା ପ୍ରିୟତମା
  • ନଦୀର ନାମ ଅଳସକନ୍ୟା
  • ସାବି ସାବି
  • ଆଲୋ ରତନି
  • ହେ ଫଗୁଣ ତୁମେ ଗଲା ପରେ
  • ନଣ୍ଡା ମୁଣ୍ଡିଆ ଡାଇଭର
  • ସକାଳର ଗାଡ଼ି
  • ବେବି ଏକ ଗେହ୍ଲା ଝିଅ
  • ଗୋରି ଗୋରି ଗୋରି
  • ରକତ ଟଳମଳ
  • ଟିକ ଟିକ ଟିକ ଘଣ୍ଟା ଚାଲେ
  • ଏଇ ଚୁମକି
  • ଅବୁଝା ପ୍ରିୟତମା
  • ଛପି ଛପି ବାସନ୍ତୀ ରାତି
  • ରେଳଗାଡ଼ି ଯାଉଛି ଗଡ଼ି
  • ସାତ ଦରିଆ ପାରେ
  • ଚନ୍ଦ୍ରମା ଏକ ଚନ୍ଦନ ବିନ୍ଦୁ
  • ଚଦ୍ରମଲ୍ଲି ହସେ
  • ଏ ଏ ଏ ଆଲୋ ଆଲୋ ମଣି
  • ରାତି ଯେ ଖୋଜେ
  • କଳଙ୍କିତ ଏଇ ନାୟକ
  • ହସ ତୋ ଲକ୍ଷେ ଟଙ୍କା
  • ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର
  • ତୁ କି ବୁଲି ବାହାରିବୁ ସହର
  • ମାଠିଆରେ ଗୋଟେ କଣା
  • କାଲୀ ଗୋରି ଦିହେଁ ଗାଧେଇ ଗଲେ
  • ଠିକ ତୋରି ପରି ଝିଅଟିଏ
  • ଜାତକ ପଡ଼ିଛି ରାଜଜୋଟକ

ଭଜନ[ସମ୍ପାଦନା]

  • ଏକା ତୋ ଭକତ ଜୀବନ
  • କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
  • ଓଲଟ ବୃକ୍ଷେ ଖେଳୁଛି
  • ଅଧାଗଢ଼ା ଦିଅଁକର
  • ଦଶାବତାର (ଗୀତ ଗୋବିନ୍ଦ)
  • ଶ୍ରୀକୃଷ୍ଣ ବଂଶୀ ଧ୍ଵନି
  • ଜୟ ଜୟ ଜଗନ୍ନାଥ

ପୁରାଣ ଗାଉଣା[ସମ୍ପାଦନା]

  • କାଞ୍ଚି ଅଭିଯାନ
  • ରାଣ୍ଡିପୁଅ ଅନନ୍ତା
  • କୋଣାର୍କ ଗାଥା

ସାହିତ୍ୟ କୃତି[ସମ୍ପାଦନା]

  • ଅନେଶ୍ଵତ ରାଣୀ (ଗଳ୍ପଗୁଚ୍ଛ)
  • ବିଚରା (ଗଳ୍ପଗୁଚ୍ଛ)
  • ନଗ୍ନ ମୋନାଲିସା (ଗଳପଗୁଛ)
  • ବାହା ବାହାରେ ଆମେରିକା (ଭ୍ରମଣ କାହାଣୀ)
  • ଆର୍ଯଦାସର ଆତ୍ମଲିପି (ଅଧା ନିଜ ଜୀବନ କାହାଣୀ)
  • ଆର୍ଯଦାସର ଆତ୍ମଲିପି ୧ ଓ ୨ (ଆତ୍ମଜୀବନୀ ମୂଳକ ଉପନ୍ୟାସ)
  • ଆର୍ଯଦାସର ଶେଷଲିପି(ଅଧା ନିଜ ଜୀବନ କାହାଣୀ)[୬]
  • ଅଫେରା ନଦୀ (ଉପନ୍ୟାସ)
  • ଗାୟକ (ଉପନ୍ୟାସ)[୭]
  • ଜୟା ନୁହେଁ ଜାୟା (ଉପନ୍ୟାସ)[୮]
  • ଗୋଟିଏ କୁହୁ, ଅନେକ ଉହୁ (ଉପନ୍ୟାସ)

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଜୟଦେବ ପୁରସ୍କାର
  • ପ୍ରଚ୍ଛଦ ସଙ୍ଗୀତ ପାଇଁ ୭ ଗୋଟି ରାଜ୍ୟ ପୁରସ୍କାର
  • ରାଜ୍ୟ ସଙ୍ଗୀତକାର ପୁରସ୍କାର
  • ଅନେକଥର ଓଡ଼ିଶା ସିନେ କ୍ରିଟିକ ପୁରସ୍କାର
  • ମରଣୋତ୍ତର ଉତ୍କଳ ଗୌରବ ସମ୍ମାନ (କେଇସିଟି ଗ୍ରୁପଦ୍ୱାରା ଆୟୋଜିତ କଳିଙ୍ଗ ସିନେ ଆୱାର୍ଡ଼ କାର୍ଯ୍ୟକ୍ରମ - ୨୦୧୬ ଜାନୁଆରୀ ୬ରେ) [୯]

ଆଧାର[ସମ୍ପାଦନା]

  1. ଦୈନିକ ସମାଜ ୧୨/୧୦/୨୦୧୨ରେ ପ୍ରକାଶିତ ଲେଖା
  2. ଦାସ, ପ୍ରଣବ. "ସେଦିନ ସଞ୍ଜବେଳେ ସେଦିନ ସେ ନଇକୂଳେ". ନିତିଦିନ 'ନଜର୍'. Retrieved 14 May 2017. 
  3. Gopinath Mohanty; Jeeban Kumar Patnaik; Santosha Kumāra Ratha; State Level Vyasakabi Fakir Mohan Smruti Samsad (୨୦୦୩). Cultural heritage of &#୯୧;Orissa&#୯୩;. State Level Vyasakabi Fakir Mohan Smruti Samsad. ISBN ୯୭୮-୮୧-୯୦୨୭୬୧-୪-୬. Retrieved ୧୨ October ୨୦୧୨. 
  4. Balaram Mohanty (୧୯୭୯). Introducing Orissa. Konarka Prakasani. Retrieved ୧୨ October ୨୦୧୨. 
  5. L Egaire Humphrey (୨୦ March ୨୦୧୨). Akshaya Mohanty. International Book Marketing Service Limited. ISBN ୯୭୮୬୨୦୦୯୬୧୭୮୫. Retrieved ୧୨ October ୨୦୧୨. 
  6. Akshaya Mohanty (୨୦୦୩). Āryyadāsara śeshalipi. Miḍiā Oḍiśā. Retrieved ୧୨ October ୨୦୧୨. 
  7. Akshaya Mohanty (୨୦୦୪). Gāẏaka. Niu Ej Pablikeśansa. ISBN ୯୭୮-୮୧-୮୮୩୩୭-୧୩-୨. Retrieved ୧୨ October ୨୦୧୨. 
  8. Kartik Chandra Dutt (୧୯୯୯). Who's who of Indian Writers, ୧୯୯୯: A-M. Sahitya Akademi. pp. ୭୮୬–. ISBN ୯୭୮-୮୧-୨୬୦-୦୮୭୩-୫. Retrieved ୧୨ October ୨୦୧୨. 
  9. http://sarbasadharana.com/?p=15379

ଅଧିକ ତଥ୍ୟ[ସମ୍ପାଦନା]