Jump to content

ମହାଶ୍ୱେତା ରାୟ

ଉଇକିପିଡ଼ିଆ‌ରୁ
ମହାଶ୍ୱେତା ରାୟ
ଜନ୍ମ୨ ଜୁଲାଇ []
ପୁରୀ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ, ଶ୍ରୀ ଅରବିନ୍ଦ ସ୍କୁଲ ପୁରୀ
ସକ୍ରିୟ ବର୍ଷ୧୯୭୬-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ବୈବାହିକ-ସାଥୀଶିରିଶ ରାଉତରାୟ
ସନ୍ତାନଋଷିରାଜ
ପିତାମାତାରାଜକିଶୋର ରାୟ, ମନୋରମା ରାୟ
ସମ୍ପର୍କୀୟମାଳବିକା ରାୟମନସ୍ୱିନୀ ରାୟ (ଭଉଣୀ)
ପୁରସ୍କାରଜୟଦେବ ପୁରସ୍କାର

ମହାଶ୍ୱେତା ରାୟ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ । ସେ ଓଡ଼ିଆ ଓ ବଙ୍ଗଳା ସିନେମାରେ ଅଭିନୟ କରିଛନ୍ତି । ସେ ଓଡ଼ିଆ ସାହିତ୍ୟିକ ରାଜକିଶୋର ରାୟଙ୍କ ଝିଅ ଓ ଓଡ଼ିଆ ସିନେମା ମାଳବିକା ରାୟମନସ୍ୱିନୀ ରାୟଙ୍କ ସାନ ଭଉଣୀ । ରାୟ ନିଜ ଅଭିନୟ କାଳରେ ୫୦ରୁ ଓଡ଼ିଆ ତଥା ବଙ୍ଗଳାତେଲୁଗୁ ସିନେମାରେ ଅଭିନୟ କରିସାରିଛନ୍ତି ।[] ତାଙ୍କ ଅଭିନୟ ନିମନ୍ତେ ସେ ଜୟଦେବ ପୁରସ୍କାରଫିଟଫାଟ ବାଇସ୍କୋପ ପୁରସ୍କାରରେ ସମ୍ମାନୀତ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ମହାଶ୍ୱେତା ରାୟ ଓଡ଼ିଶାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ପିତା ରାଜକିଶୋର ରାୟ ଓ ମାତା ମନୋରମା ରାୟଙ୍କର ସେ ଥିଲେ କନିଷ୍ଠା କନ୍ୟା । ବଡ଼ଭଉଣୀ ମାଳବିକା ରାୟ ଓ ମନସ୍ୱିନୀ ରାୟ ଉଭୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ । ପିଲାବେଳୁ ମହାଶ୍ୱେତା 'ରଶ୍ମୀ' ନାମରେ ପରିଚିତ ଥିଲେ । ପିତା ରାଜକିଶୋର ଜଣେ ସାହିତ୍ୟିକ ଓ ଅଭିନେତା ଥିଲେ । ପିତାଙ୍କ ପ୍ରଭାବରେ ମହାଶ୍ୱେତା ନୃତ୍ୟ, ଅଭିନୟ ଆଦି କଳା ପ୍ରତି ପିଲାବେଳୁ ଆକର୍ଷିତ ଥିଲେ । କୁଚିପୁଡ଼ିଭାରତନାଟ୍ୟମ୍ ନୃତ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ମହାଶ୍ୱେତା ପୁରୀସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।[]

ବୃତ୍ତିଗତ ଜୀବନ

[ସମ୍ପାଦନା]

ମାତ୍ର ୧୭ବର୍ଷ ବୟସରେ ରୁପେଲି ପର୍ଦ୍ଦାରେ ଅଭିନୟ ଆରମ୍ଭ କରିଥିଲେ । ପିତା ରାଜକିଶୋରଙ୍କ ଛାତ୍ର 'କେଦାର ଗୁରୁ' ସିନ୍ଦୂର ବିନ୍ଦୁ ନାମକ ଚଳଚ୍ଚିତ୍ର ଆରମ୍ଭ କରୁଥିଲେ । ସେହି ସମୟରେ ମହାଶ୍ୱେତା ନୃତ୍ୟ ଶିକ୍ଷା କରୁଥିବାରୁ, କେଦାର ତାଙ୍କ ଚଳଚ୍ଚିତ୍ରରେ ମହାଶ୍ୱେତା ଜଣେ ନୃତ୍ୟଶିଳ୍ପୀ ଭାବରେ କାମ କରିବାକୁ ରାଜକିଶୋରଙ୍କୁ ଅନୁରୋଧ କରିଥିଲେ । ଅନିଚ୍ଛା ସତ୍ତ୍ୱେ ବାପାଙ୍କ ପ୍ରେରଣାରେ ମହାଶ୍ୱେତା ସେଥିରେ କାମ କରିଥିଲେ । ସେହି ଚଳଚ୍ଚିତ୍ରରେ କାମ କରିବା ସମୟରେ ରାଜନ୍ କିନ୍ନାଗୀପ୍ରଶାନ୍ତ ନନ୍ଦ ତାଙ୍କୁ ଶେଷ ଶ୍ରାବଣ ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରସ୍ତାବ ଦେଇଥିଲେ । ସେ ୧୯୭୬ ମସିହାରେ ଶେଷ ଶ୍ରାବଣରୁ ପ୍ରଥମ ସିନେମା ଅଭିନୟ ଆରମ୍ଭ କରିଥିଲେ ।[][]

ମହାଶ୍ୱେତା, ବର୍ତ୍ତମାନ ସୁଦ୍ଧା ୫୦ରୁ ଓଡ଼ିଆ ତଥା ବଙ୍ଗଳାତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି ।[] ସେ ଉଭୟ କଳାତ୍ମକ ଓ ବ୍ୟବସାୟିକ ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତିଶ୍ରୀରାମ ପଣ୍ଡାଙ୍କ ସହ ତାଙ୍କ ଯୋଡ଼ି ଲୋକପ୍ରିୟ ହୋଇଥିଲା । ୧୯୯୧ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । "ସଜନୀ ଗୋ ସଜନୀ", "ସୁଜନ ସଖୀ", ଅରନ୍ୟୋର ଅଧିକାର", "କଥା ଛିଲୋ" ଓ "ନ୍ୟାୟ ଚକ୍ର" ଆଦି ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ସେ ଓଡ଼ିଶାର ପ୍ରଥମ ଅଭିନେତ୍ରୀ ଭାବରେ ୧୯୭୮ ମସିହାରେ "ପ୍ରାଣାମ ଖରେଦୁ" ନାମକ ଏକ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ଚିରଞ୍ଜିବୀ ଅଭିନୟ କରିଥିଲେ । ସୋନି ଟିଭିର ହିନ୍ଦୀ ଧାରବାହିକ "ଚମତ୍କାର"ରେ ସେ ଅଭିନେତା ଫାରୁକ୍ ଶେଖଙ୍କ ବିପକ୍ଷରେ ଅଭିନୟ କରିଥିଲେ । []

ପରିବାର

[ସମ୍ପାଦନା]

ମହାଶ୍ୱେତା ୧୯୮୨ ମସିହାରେ ମୁମ୍ବାଇର ବ୍ୟବସାୟୀ ଓ ଡିଟେକ୍ଟିଭ ଏଜେନ୍ସିର ମାଲିକ ଶିରିଶ ରାଉତରାୟଙ୍କୁ ବିବାହ କରିଥିଲେ । [] "ଋଷିରାଜ" ନାମରେ ତାଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି । []

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ରଜାଝିଅ ସଂଗେ ହେଇଗଲା ଭାବ୨୦୧୨ସୁଧାଂଶୁ ସାହୁ
ପଞ୍ଚୁପାଣ୍ଡବ୧୯୯୮ଶିଶିର ମୋହନ ପତି
ବୋହୂ ହେବ ଏମିତି୧୯୮୮ବିଜୟ ଭାସ୍କର
ବଗୁଲା ବଗୁଲୀ୧୯୮୬ପ୍ରଶାନ୍ତ ନନ୍ଦ
ହୀରାନୀଳା୧୯୮୬ପ୍ରଶାନ୍ତ ନନ୍ଦ
ଡୋରା୧୯୮୪ପ୍ରଶାନ୍ତ ନନ୍ଦ
ଦଣ୍ଡା ବାଳୁଙ୍ଗା୧୯୮୪ଦଣ୍ଡା ବାଳୁଙ୍ଗା
ଜଗା ବଳିଆ୧୯୮୪ପ୍ରଶାନ୍ତ ନନ୍ଦ
କାବେରୀ୧୯୮୩ରବି କିନ୍ନାଗୀ
ସ୍ୱପ୍ନ ସାଗର୧୯୮୩ପ୍ରଶାନ୍ତ ନନ୍ଦ
ହିସାବ ନିକାଶ୧୯୮୨ପ୍ରଶାନ୍ତ ନନ୍ଦ
ଅକ୍ଷିତୃତୀୟା୧୯୮୧
ମା ଓ ମମତା୧୯୮୦
ସବୁ ମାୟାରେ ବାୟା୧୯୮୦ମନମୋହନ ମହାପାତ୍ର
ଝିଲିମିଲି୧୯୭୮
ଶଙ୍ଖ ମହୂରୀ୧୯୭୮
ଏ ନୁହେଁ କାହାଣୀ୧୯୭୭କେ. ଏଚ. ଡି. ରାଓ
ହୀରା ମୋତି ମାଣିକ୧୯୭୬ଅଭିଯାତ୍ରୀକ
ଶେଷ ଶ୍ରାବଣ୧୯୭୬ପ୍ରଶାନ୍ତ ନନ୍ଦ

ପୁରସ୍କାର

[ସମ୍ପାଦନା]
  • ଫିଟଫାଟ ବାଇସ୍କୋପ ପୁରସ୍କାର
  • ଜୟଦେବ ପୁରସ୍କାର (୨୦୦୯)
  1. "Mahasweta Ray | Biography, Profile, Songs, Videos, Oriya Actress Movie List". incredibleorissa.com. Archived from the original on 18 October 2014. Retrieved 5 January 2013. Date of Birth – July 2
  2. 1 2 "ଆର୍କାଇଭ୍ କପି". Archived from the original on 2015-03-18. Retrieved 2015-03-09. {{cite web}}: Cite has empty unknown parameter: |1= (help)
  3. http://www.odisha360.com/odia-personalities/mahasweta-ray/
  4. "ପୁଣି ବଡ଼ ପରଦାରେ ମହାଶ୍ୱେତା | Sambad". ସମ୍ବାଦ. sambad.in. 14 December 2021. Archived from the original on 21 December 2021. Retrieved 21 December 2021.
  5. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 68–. ISBN 978-1-136-77284-9.
  6. "ଆର୍କାଇଭ୍ କପି". Archived from the original on 2014-12-21. Retrieved 2015-03-09. {{cite web}}: Cite has empty unknown parameter: |1= (help)
  7. "ମାୟାପୁରୀର ମହମହ ପାରିଜାତ ମହାଶ୍ୱେତା". Archived from the original on 24 September 2021. Retrieved 30 November 2013.
  8. ସିନେ ସମୟ ୮ ମାର୍ଚ୍ଚ ୨୦୧୫

ଅଧିକ ତଥ୍ୟ

[ସମ୍ପାଦନା]