ମହାଶ୍ୱେତା ରାୟ

ଉଇକିପିଡ଼ିଆ‌ରୁ
ମହାଶ୍ୱେତା ରାୟ
ଜନ୍ମ୨ ଜୁଲାଇ [୧]
ପୁରୀ
ଜାତୀୟତାଭାରତୀୟ
ପୁରାତନ ଛାତ୍ରସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ, ଶ୍ରୀ ଅରବିନ୍ଦ ସ୍କୁଲ ପୁରୀ
ସକ୍ରିୟ ବର୍ଷ୧୯୭୬-ଏବେଯାଏଁ
ଜଣାଶୁଣାଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ଜୀବନସାଥୀଶିରିଶ ରାଉତରାୟ
ସନ୍ତାନଋଷିରାଜ
ପିତାମାତା(s)ରାଜକିଶୋର ରାୟ, ମନୋରମା ରାୟ
ସମ୍ପର୍କୀୟମାଳବିକା ରାୟମନସ୍ୱିନୀ ରାୟ (ଭଉଣୀ)
ପୁରସ୍କାର(ଗୁଡ଼ିକ)ଜୟଦେବ ପୁରସ୍କାର

ମହାଶ୍ୱେତା ରାୟ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ । ସେ ଓଡ଼ିଆ ଓ ବଙ୍ଗଳା ସିନେମାରେ ଅଭିନୟ କରିଛନ୍ତି । ସେ ଓଡ଼ିଆ ସାହିତ୍ୟିକ ରାଜକିଶୋର ରାୟଙ୍କ ଝିଅ ଓ ଓଡ଼ିଆ ସିନେମା ମାଳବିକା ରାୟମନସ୍ୱିନୀ ରାୟଙ୍କ ସାନ ଭଉଣୀ । ରାୟ ନିଜ ଅଭିନୟ କାଳରେ ୫୦ରୁ ଓଡ଼ିଆ ତଥା ବଙ୍ଗଳାତେଲୁଗୁ ସିନେମାରେ ଅଭିନୟ କରିସାରିଛନ୍ତି ।[୨] ତାଙ୍କ ଅଭିନୟ ନିମନ୍ତେ ସେ ଜୟଦେବ ପୁରସ୍କାରଫିଟଫାଟ ବାଇସ୍କୋପ ପୁରସ୍କାରରେ ସମ୍ମାନୀତ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମହାଶ୍ୱେତା ରାୟ ଓଡ଼ିଶାରେ ପୁରୀଠାରେ ଜନ୍ମ ଗ୍ରହଣ କରିଥିଲେ । ପିତା ରାଜକିଶୋର ରାୟ ଓ ମାତା ମନୋରମା ରାୟଙ୍କର ସେ ଥିଲେ କନିଷ୍ଠା କନ୍ୟା । ବଡ଼ଭଉଣୀ ମାଳବିକା ରାୟ ଓ ମନସ୍ୱିନୀ ରାୟ ଉଭୟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ । ପିଲାବେଳୁ ମହାଶ୍ୱେତା 'ରଶ୍ମୀ' ନାମରେ ପରିଚିତ ଥିଲେ । ପିତା ରାଜକିଶୋର ଜଣେ ସାହିତ୍ୟିକ ଓ ଅଭିନେତା ଥିଲେ । ପିତାଙ୍କ ପ୍ରଭାବରେ ମହାଶ୍ୱେତା ନୃତ୍ୟ, ଅଭିନୟ ଆଦି କଳା ପ୍ରତି ପିଲାବେଳୁ ଆକର୍ଷିତ ଥିଲେ । କୁଚିପୁଡ଼ିଭାରତନାଟ୍ୟମ୍ ନୃତ୍ୟ ପ୍ରତି ତାଙ୍କର ଦୁର୍ବଳତା ରହିଥିଲା । ମହାଶ୍ୱେତା ପୁରୀସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ଓ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।[୩]

ବୃତ୍ତିଗତ ଜୀବନ[ସମ୍ପାଦନା]

ମାତ୍ର ୧୭ବର୍ଷ ବୟସରେ ରୁପେଲି ପର୍ଦ୍ଦାରେ ଅଭିନୟ ଆରମ୍ଭ କରିଥିଲେ । ପିତା ରାଜକିଶୋରଙ୍କ ଛାତ୍ର 'କେଦାର ଗୁରୁ' ସିନ୍ଦୂର ବିନ୍ଦୁ ନାମକ ଚଳଚ୍ଚିତ୍ର ଆରମ୍ଭ କରୁଥିଲେ । ସେହି ସମୟରେ ମହାଶ୍ୱେତା ନୃତ୍ୟ ଶିକ୍ଷା କରୁଥିବାରୁ, କେଦାର ତାଙ୍କ ଚଳଚ୍ଚିତ୍ରରେ ମହାଶ୍ୱେତା ଜଣେ ନୃତ୍ୟଶିଳ୍ପୀ ଭାବରେ କାମ କରିବାକୁ ରାଜକିଶୋରଙ୍କୁ ଅନୁରୋଧ କରିଥିଲେ । ଅନିଚ୍ଛା ସତ୍ତ୍ୱେ ବାପାଙ୍କ ପ୍ରେରଣାରେ ମହାଶ୍ୱେତା ସେଥିରେ କାମ କରିଥିଲେ । ସେହି ଚଳଚ୍ଚିତ୍ରରେ କାମ କରିବା ସମୟରେ ରାଜନ୍ କିନ୍ନାଗୀପ୍ରଶାନ୍ତ ନନ୍ଦ ତାଙ୍କୁ ଶେଷ ଶ୍ରାବଣ ଚଳଚ୍ଚିତ୍ରରେ ଅଭିନୟ କରିବାର ପ୍ରସ୍ତାବ ଦେଇଥିଲେ । ସେ ୧୯୭୬ ମସିହାରେ ଶେଷ ଶ୍ରାବଣରୁ ପ୍ରଥମ ସିନେମା ଅଭିନୟ ଆରମ୍ଭ କରିଥିଲେ ।[୪][୫]

ମହାଶ୍ୱେତା, ବର୍ତ୍ତମାନ ସୁଦ୍ଧା ୫୦ରୁ ଓଡ଼ିଆ ତଥା ବଙ୍ଗଳାତେଲୁଗୁ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି ।[୨] ସେ ଉଭୟ କଳାତ୍ମକ ଓ ବ୍ୟବସାୟିକ ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତିଶ୍ରୀରାମ ପଣ୍ଡାଙ୍କ ସହ ତାଙ୍କ ଯୋଡ଼ି ଲୋକପ୍ରିୟ ହୋଇଥିଲା । ୧୯୯୧ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । "ସଜନୀ ଗୋ ସଜନୀ", "ସୁଜନ ସଖୀ", ଅରନ୍ୟୋର ଅଧିକାର", "କଥା ଛିଲୋ" ଓ "ନ୍ୟାୟ ଚକ୍ର" ଆଦି ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ସେ ଓଡ଼ିଶାର ପ୍ରଥମ ଅଭିନେତ୍ରୀ ଭାବରେ ୧୯୭୮ ମସିହାରେ "ପ୍ରାଣାମ ଖରେଦୁ" ନାମକ ଏକ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ବିପକ୍ଷରେ ଚିରଞ୍ଜିବୀ ଅଭିନୟ କରିଥିଲେ । ସୋନି ଟିଭିର ହିନ୍ଦୀ ଧାରବାହିକ "ଚମତ୍କାର"ରେ ସେ ଅଭିନେତା ଫାରୁକ୍ ଶେଖଙ୍କ ବିପକ୍ଷରେ ଅଭିନୟ କରିଥିଲେ । [୬]

ପରିବାର[ସମ୍ପାଦନା]

ମହାଶ୍ୱେତା ୧୯୮୨ ମସିହାରେ ମୁମ୍ବାଇର ବ୍ୟବସାୟୀ ଓ ଡିଟେକ୍ଟିଭ ଏଜେନ୍ସିର ମାଲିକ ଶିରିଶ ରାଉତରାୟଙ୍କୁ ବିବାହ କରିଥିଲେ । [୭] "ଋଷିରାଜ" ନାମରେ ତାଙ୍କର ଏକ ପୁତ୍ର ସନ୍ତାନ ଅଛନ୍ତି । [୮]

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ନିର୍ଦ୍ଦେଶକ
ରଜାଝିଅ ସଂଗେ ହେଇଗଲା ଭାବ ୨୦୧୨ ସୁଧାଂଶୁ ସାହୁ
ପଞ୍ଚୁପାଣ୍ଡବ ୧୯୯୮ ଶିଶିର ମୋହନ ପତି
ବୋହୂ ହେବ ଏମିତି ୧୯୮୮ ବିଜୟ ଭାସ୍କର
ବଗୁଲା ବଗୁଲୀ ୧୯୮୬ ପ୍ରଶାନ୍ତ ନନ୍ଦ
ହୀରାନୀଳା ୧୯୮୬ ପ୍ରଶାନ୍ତ ନନ୍ଦ
ଡୋରା ୧୯୮୪ ପ୍ରଶାନ୍ତ ନନ୍ଦ
ଦଣ୍ଡା ବାଳୁଙ୍ଗା ୧୯୮୪ ଦଣ୍ଡା ବାଳୁଙ୍ଗା
ଜଗା ବଳିଆ ୧୯୮୪ ପ୍ରଶାନ୍ତ ନନ୍ଦ
କାବେରୀ ୧୯୮୩ ରବି କିନ୍ନାଗୀ
ସ୍ୱପ୍ନ ସାଗର ୧୯୮୩ ପ୍ରଶାନ୍ତ ନନ୍ଦ
ହିସାବ ନିକାଶ ୧୯୮୨ ପ୍ରଶାନ୍ତ ନନ୍ଦ
ଅକ୍ଷିତୃତୀୟା ୧୯୮୧
ମା ଓ ମମତା ୧୯୮୦
ସବୁ ମାୟାରେ ବାୟା ୧୯୮୦ ମନମୋହନ ମହାପାତ୍ର
ଝିଲିମିଲି ୧୯୭୮
ଶଙ୍ଖ ମହୂରୀ ୧୯୭୮
ଏ ନୁହେଁ କାହାଣୀ ୧୯୭୭ କେ. ଏଚ. ଡି. ରାଓ
ହୀରା ମୋତି ମାଣିକ ୧୯୭୬ ଅଭିଯାତ୍ରୀକ
ଶେଷ ଶ୍ରାବଣ ୧୯୭୬ ପ୍ରଶାନ୍ତ ନନ୍ଦ

ପୁରସ୍କାର[ସମ୍ପାଦନା]

  • ଫିଟଫାଟ ବାଇସ୍କୋପ ପୁରସ୍କାର
  • ଜୟଦେବ ପୁରସ୍କାର (୨୦୦୯)

ଆଧାର[ସମ୍ପାଦନା]

  1. "Mahasweta Ray | Biography, Profile, Songs, Videos, Oriya Actress Movie List". incredibleorissa.com. Retrieved 5 January 2013. Date of Birth – July 2
  2. ୨.୦ ୨.୧ http://orissadiary.com/entertainment/profile/showprofilenews.asp?id=40
  3. http://www.odisha360.com/odia-personalities/mahasweta-ray/
  4. "ପୁଣି ବଡ଼ ପରଦାରେ ମହାଶ୍ୱେତା | Sambad". ସମ୍ବାଦ. sambad.in. 14 December 2021. Archived from the original on 21 December 2021. Retrieved 21 December 2021.
  5. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 68–. ISBN 978-1-136-77284-9.
  6. http://www.newindianexpress.com/magazine/article169450.ece
  7. "ମାୟାପୁରୀର ମହମହ ପାରିଜାତ ମହାଶ୍ୱେତା". Retrieved 30 November 2013.
  8. ସିନେ ସମୟ ୮ ମାର୍ଚ୍ଚ ୨୦୧୫

ଅଧିକ ତଥ୍ୟ[ସମ୍ପାଦନା]