Jump to content

ବ୍ୟୋମକେଶ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
ବ୍ୟୋମକେଶ ତ୍ରିପାଠୀ
ଜନ୍ମ(1929-01-19)୧୯ ଜାନୁଆରୀ ୧୯୨୯


[୧]
Died୧୦ ମଇ ୧୯୯୭(1997-05-10) (ବୟସ ୬୮)
Cause of death
ହୃଦଘାତ
Educationସ୍ନାତକ (ବିଜ୍ଞାନ)
Alma materରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ୱବିଦ୍ୟାଳୟ
ଜଣାଶୁଣାନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ
Parent(s)ଗୋବିନ୍ଦ ତ୍ରିପାଠୀ, ସତୀ ଦେବୀ
ସମ୍ପର୍କୀୟବିଶ୍ଵକେଶ ତ୍ରିପାଠୀ
ପୁରସ୍କାରଜୟଦେବ ପୁରସ୍କାର, ୧୯୯୩

ବ୍ୟୋମକେଶ ତ୍ରିପାଠୀ (୧୯ ଜାନୁଆରୀ ୧୯୨୯ - ୧୦ ମଇ ୧୯୯୭), ଜଣେ ଓଡ଼ିଆ ନାଟ୍ୟକାର[୨], ଅଭିନେତା[୩] ଓ ନିର୍ଦ୍ଦେଶକ ଥିଲେ । ସେ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶକ ଅବା ଅଭିନେତା ଭାବେ କାମ କରିଥିଲେ । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡ଼ିତ ରହିଥିଲେ । ନାଟକ ବ୍ୟତୀତ, ସେ ପ୍ରାୟ ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।[୪]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବ୍ୟୋମକେଶ, ୧୯୨୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସାହିତ୍ୟିକ ଗୋବିନ୍ଦ ତ୍ରିପାଠୀ । ମାତାଙ୍କ ନାମ ଥିଲା ସତୀ ଦେବୀ । ୧୯୫୮ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଶିକ୍ଷା ସମାପ୍ତ କରି, ନାଟକ ଶିକ୍ଷା ପାଇଁ ଏସିଆନ ଥିଏଟର ଇନଷ୍ଟିଚ୍ୟୁଟରେ ଯୋଗ ଦେଇଥିଲେ । ଏହି ଅନୁଷ୍ଠାନ ପରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ନାମରେ ନାମିତ ହୋଇଥିଲା ।

ସାହିତ୍ୟ ସର୍ଜନା

[ସମ୍ପାଦନା]

ତାଙ୍କ ସାନ ଭାଇ ବିଶ୍ଵକେଶ ତ୍ରିପାଠୀ ତାଙ୍କ ରଚିତ ନାଟକ ଏକ-ଦୁଇ-ତିନ, ରାଜ ମୁକୁଟ, କଂସାକବାଟ, ସିଂହ ଦ୍ୱାର, ଜାଗରଣ, ତୋଳା କନିଆ, ଅଖଣ୍ଡ ଜ୍ୟୋତି, ସୁନା ଫରୁଆ, ମାଟିର ସ୍ୱର୍ଗ, ହେମ ହରିଣୀ, ଗୋପନ କଥା, ସତୀ ପରୀକ୍ଷା ଓ ଶ୍ରୀକୃଷ୍ଣ ଳୀଳାକୁ ପାଞ୍ଚଟି ଗ୍ରନ୍ଥଖଣ୍ଡରେ ସଂକଳନ କରି ପ୍ରକାଶ କରିଥିଲେ । ତାଙ୍କ ଦ୍ୱାରା ଅନୁବାଦ କରାଯାଇଥିବା ତିନୋଟି ନାଟକ ରାଜା ଅଡିପସ, ଆଣ୍ଟିଗୋନି ଓ ମୁଦ୍ରା ରାକ୍ଷାସ ଏହି ସଂକଳନ ଗୁଡ଼ିକରେ ମଧ୍ୟ ସ୍ଥାନିତ ହୋଇଥିଲେ ।[୫]

ରଚିତ ନାଟକ

[ସମ୍ପାଦନା]

ସେ ୧୩ଟି ମୌଳିକ ରଚନା ସହ ୩ଟି ନାଟକର ଅନୁବାଦ କରିଥିଲେ ।[୬]

  • ଏକ-ଦୁଇ-ତିନ
  • ରାଜମୁକୁଟ
  • କଂସାକବାଟ
  • ସିଂହଦ୍ୱାର
  • ଜାଗରଣ
  • ତୋଳାକନିଆ
  • ଅଖଣ୍ଡଜ୍ୟୋତି
  • ସୁନାଫରୁଆ
  • ମାଟିର ସ୍ୱର୍ଗ
  • ହେମହରିଣୀ
  • ଗୋପନ କଥା
  • ସତୀ ପରୀକ୍ଷା
  • ଶ୍ରୀକୃଷ୍ଣଲୀଳା
  • ରାଜା ଅଡିପସ (ଅନୁବାଦ ନାଟକ)
  • ଆଣ୍ଟିଗୋନି (ଅନୁବାଦ ନାଟକ)
  • ମୁଦ୍ରା ରାକ୍ଷସ (ଅନୁବାଦ ନାଟକ)

ଅଭିନୀତ କଥାଚିତ୍ର

[ସମ୍ପାଦନା]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. ↑ Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1093–. ISBN 978-81-260-1194-0.
  2. ↑ Contemporary Indian Literature. S.L. Shastry. 1972.
  3. ↑ Natya: Theatre Arts Journal. Bharatiya Natya Sangh. 1966.
  4. ↑ http://www.financialexpress.com/old/ie/daily/19970511/13150573.html
  5. ↑ "Collected works of playwright Byomakesh Tripathy released". OdishaBytes. 22 September 2017. Archived from the original on 15 April 2026. Retrieved 15 April 2026.
  6. ↑ "Legendry Byomakesh Tripathy's sixteen plays in five volumes released". India Whispers. Retrieved 11 August 2020.
  7. ↑ "ସେଦିନ ଏଦିନ". ନିତିଦିନ ନଜର ୨୫ ଅପ୍ରେଲ ୨୦୨୧ (ନଜର ୨୫ ଅପ୍ରେଲ ୨୦୨୧). 3 May 2021. Archived from the original on 3 May 2021. Retrieved 3 May 2021.
  8. ↑ http://orissa.gov.in/e-magazine/orissaannualreference/ORA-2011/pdf/114.pdf

ଅଧିକ ତଥ୍ୟ

[ସମ୍ପାଦନା]