ନାରାୟଣ ପ୍ରସାଦ ସିଂହ

ଉଇକିପିଡ଼ିଆ‌ରୁ
ରସରାଜ

ନାରାୟଣ ପ୍ରସାଦ ସିଂହ
ଜନ୍ମ(1933-05-28)୨୮ ମଇ ୧୯୩୩
କୋଇଲ, ଅସୁରେଶ୍ୱର
ମୃତ୍ୟୁ୬ ଜୁନ ୨୦୧୮(2018-06-06) (ବୟସ ୮୫)
ପ୍ରସିଦ୍ଧିଗୀତିକାର ଓ କବି
ବୈବାହିକ-ସାଥୀପାର୍ବତୀ
ପିତାମାତା(s)ବିହାରୀ ଲାଲ ସିଂହ, ସରୋଜିନୀ ଦେବୀ

ରସରାଜ ନାରାୟଣ ପ୍ରସାଦ ସିଂହ (୨୮ ମଇ ୧୯୩୩ - ୬ ଜୁନ ୨୦୧୮)[୧] ଜଣେ ଓଡ଼ିଆ କବି ଓ ଗୀତିକାର ଥିଲେ । ସେ ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଲେଖିଥିଲେ ।[୨] ଅସୁରେଶ୍ୱର ବିଦ୍ୟାଳୟରେ ପଢ଼ିବା ବେଳେ ସାହିତ୍ୟ ଶିକ୍ଷକ ଗୋଲକ ଚନ୍ଦ୍ର ପ୍ରଧାନଙ୍କଠାରୁ ପ୍ରେରଣା ପାଇ ସେ ଅଷ୍ଟମ ପଢ଼ିବା ବେଳେ କବିତା ଲେଖା ଆରମ୍ଭ କରିଥିଲେ । ୧୯୫୦ମସିହାରେ ତାଙ୍କୁ ଆକାଶବାଣୀ କଟକରେ କବିତା ପଢ଼ିବାର ସୁଯୋଗ ମିଳିଲା । ୨-୩ ବର୍ଷ ପରେ ତାଙ୍କର ପରିଚିତି ହେଲା କାଳୀଚରଣ ପଟ୍ଟନାୟକଙ୍କ ସହ । କବିତାକୁ ଗୀତ କରିବାର ଧାରା ସେ କାଳୀଚରଣ ପଟ୍ଟନାୟକଙ୍କଠାରୁ ଶିଖିଥିଲେ । ୧୯୬୦ରେ ତାଙ୍କୁ ଆକାଶବାଣୀରେ ସ୍ୱୀକୃତିପ୍ରାପ୍ତ ଗୀତିକାରର ମାନ୍ୟତା ମିଳିଲା । ୧୯୬୨ରେ ତାଙ୍କୁ ଚଳଚ୍ଚିତ୍ରରେ ଗାଇବାର ସୁଯୋଗ ମିଳିଲା । ଚଳଚ୍ଚିତ୍ର ଥିଲା "ନୂଆ ବୋଉ" ଓ ପ୍ରଥମ ଗୀତ ଥିଲା "ରଥ ଯା ଚାଲି ଯା" ।[୩]

ରଚିତ ପୁସ୍ତକ[ସମ୍ପାଦନା]

  • ପ୍ରୀତି ପ୍ରଜାପତି (ଆଧୁନିକ ଗୀତି କବିତା)
  • ଠିଆପୁଚି ନାରଙ୍ଗ (ପଲ୍ଲୀସ୍ୱର ଗୀତି)
  • ଦୁଇ ଆଖିର କବିତା (ଆଧୁନିକ ଗୀତି କବିତା)
  • ଗୀତରେ ଗୀତରେ ଗପ (ସଙ୍ଗୀତ ରୂପକ)
  • ବନ୍ଧୁଭରା ବସୁନ୍ଧରା (ଦେଶାତ୍ମବୋଧକ ଗୀତି)
  • ଗୀତି ଚଇତାଳି (ଆଧୁନିକ ଭାବ ଗୀତି)
  • ନିବେଦନ (ଭକ୍ତିଗୀତି)
  • ମେଘଫଗୁଣ (ଋତୁ ଚିତ୍ରଗୀତି)
  • ଚିତ୍ରଗୀତି (ଓଡ଼ିଆ କଥାଚିତ୍ର ଗୀତ)
  • ରସରାଜ ଗୀତି ବିଚିତ୍ରା
  • ରସରାଜ ଗୀତ ବାହାର (ହିନ୍ଦୀ ଅନୁବାଦ)
  • ସଜଳ ସ୍ମୃତି (ଆଧୁନିକ ଗୀତି କବିତା)

ଗୀତ ଲେଖିଥିବା କଥାଚିତ୍ର[ସମ୍ପାଦନା]

ଲୋକପ୍ରିୟ କଥାଚିତ୍ର ଗୀତ[ସମ୍ପାଦନା]

  • ଜୀବନ ଯମୁନାରେ ଜୁଆର ଉଠେରେ, ଅମଡ଼ା ବାଟ
  • ପ୍ରଭୁ ପଦତଳେ ପ୍ରଣତି ଢାଳେ, ଘର ସଂସାର
  • ଘେନ ଶୁଭ କାମନା ଆଗୋ ବରବଧୂ, କାବେରୀ
  • କାଚ କାନ୍ଥର ଏପାଖେ ମୁଁ, ସୁବର୍ଣ୍ଣ ସୀତା
  • ଏକ ରାଧା ଶ୍ୟାମ ସାଥେ, ଅଲିଭା ଦାଗ
  • ଛାଡ଼ ଛାଡ଼ ମୋର ଅଞ୍ଚଳ, ମଥୁରା ବିଜୟ
  • ଛାଇ ଛବେଲି ରଙ୍ଗ ରମେଲି, ଚିହ୍ନା ଅଚିହ୍ନା
  • ସାଥୀରେ ଆମ ଗୀତିରେ, ଶଙ୍ଖ ମହୂରୀ
  • ମିଳି ମିଶି ଥିଲେ ସାରା ପରିବାର, ପରିବାର
  • ମନର ମଣିଷ ଯଦି ସପନ ଟିକିଏ, ରକ୍ତ ଗୋଲାପ
  • ଚୋରା ଚୋରା ପ୍ରୀତି ଆସ ସାଥୀ-ମନ ଆକାଶ
  • ମୋହନ ହେ ମୋହନ, ଧରିତ୍ରୀ
  • ଜୀବନେ ସପନ ଯେତେ ସବୁ ସତ, ଅଦିନ ମେଘ
  • ଉଦାସୀ ଆଖି ଚାହିଁ ରହେ, କିଏ କାହାର
  • ମରମ ତଳେ ଅତୀତ ଯେ ମରେନା, ଅଭିନେତ୍ରୀ
  • ପୀରତି ପୀରତି ଏ ଯେ ପୀରତି, ନବଜନ୍ମ
  • ରଥ ଯା’ ଚାଲିଯା ଚକ ଗଡ଼ିଯା’ରେ, ନୂଆ ବୋଉ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୩[୪]
  • ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ
  • ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ
  • ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ
  • ଓଡ଼ିଆ ସିନେକ୍ରିଟିକ ଆସୋସିଏସନ
  • ଶାରଳା ଉନ୍ନୟନ
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ
  • ଉତ୍କଳ ବିଶ୍ୱବିଦ୍ୟାଳୟ ନାଟ୍ୟ ସଂସଦ
  • ରାଜ୍ୟ ସଂସ୍କୃତି ବିଭାଗ (ଓଡ଼ିଶା ସରକାର)
  • ରାୱା ଏକାଡେମୀ ପୁରସ୍କାର
  • ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦ
  • ପ୍ରଗତି ଉତ୍କଳ ସଙ୍ଘ
  • ସାଲବେଗ ସାଂସ୍କୃତିକ ପରିଷଦ
  • ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୧[୫]

ଆଧାର[ସମ୍ପାଦନା]

  1. "ଜିଇଁଛି, ହେଲେ ନିତି ମୁଁ ଜଳେ". ସମ୍ବାଦ. No. ଭୁବନେଶ୍ୱର. 28 May 2016. Retrieved 28 May 2016.[permanent dead link]
  2. http://sambad.in/state/lyricist-narayan-prasad-sing-passes-away-154053/
  3. "ଗୀତରୁ ସାହିତ୍ୟ ହଜିଯାଇଛି". ଧରିତ୍ରୀ ୩୦/୦୬/୨୦୧୬ ପୃଷ୍ଠା ୧୮. Retrieved 30 June 2016.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 11 June 2019.
  5. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf

ଅଧିକ ତଥ୍ୟ[ସମ୍ପାଦନା]