ସଚ୍ଚି ମହାନ୍ତି

ଉଇକିପିଡ଼ିଆ‌ରୁ
ସଚ୍ଚି ମହାନ୍ତି
Born (1947-07-19) ୧୯ ଜୁଲାଇ ୧୯୪୭ (ବୟସ ୭୬)
ସାଇଲୋ ନୂଆଗାଁ ଶାସନ, ସାଇଲୋ, କଟକ
Nationalityଭାରତୀୟ
Spouseଆରତୀ ମହାନ୍ତି
Childrenଶ୍ୱାତୀ, ସ୍ମୃତି, ସ୍ତୁତି
Parentବିଚିତ୍ରାନନ୍ଦ ମହାନ୍ତି
କୁସୁମ କୁମାରୀ ଦେବୀ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୦୯

ସଚ୍ଚି ମହାନ୍ତି (ଜନ୍ମ : ୧୯ ଜୁଲାଇ ୧୯୪୭) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ନାଟ୍ୟକାର ଓ ଲେଖକ । ତାଙ୍କ କବିତା ରଚନା ନିମନ୍ତେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୧] କବିତା ସହିତ ସେ ଜଣେ ନାଟ୍ୟକାର ଓ ଗୀତିକାର ଭାବରେ ମଧ୍ୟ ଜଣାଶୁଣା । ଉଲ୍‌କାସୌଭାଗ୍ୟବତୀ ଆଦି ଓଡ଼ିଆ କଥାଚିତ୍ର ଏବଂ ୫୦୦ରୁ ଅଧିକ ଯାତ୍ରା ପାଇଁ ସେ ଗୀତ ଲେଖିଛନ୍ତି । ମଞ୍ଚନାଟକ ଓ ଦୂରଦର୍ଶନ ପାଇଁ ମଧ୍ୟ ସେ ନାଟକ ରଚନା କରିଛନ୍ତି । ଏ ଜୀବନମାନେ ନୁହେଁ ଆହା, ଅଭିମାନିନୀ ଏ ଅମାନିଆ ଢେଉ, ମା ତୁମେ ଜଗତରତୁଳସୀ ଚଉରା ମୂଳେ ଦେଲି ସଞ୍ଜବତି ଆଦି ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ତାଙ୍କଦ୍ୱାରା ରଚିତ ।

ଜୀବନୀ[ସମ୍ପାଦନା]

ସଚ୍ଚି ମହାନ୍ତି, ୧୯୪୭ ମସିହାରେ କଟକ ଜିଲ୍ଲାର ସାଇଲୋ ନୂଆଗାଁଠାରେ ଜନ୍ମଗ୍ରହଣ କରିଥିଲେ ।[୨] ବାପା ବିଚିତ୍ରାନନ୍ଦ ମହାନ୍ତି ଜଣେ ନାଟୁଆ ଥିଲେ । ମା'ଙ୍କ ନାମ ଥିଲା କୁସୁମ କୁମାରୀ ଦେବୀ । ସ୍କୁଲରେ ସାହିତ୍ୟରେ ଭଲ ନମ୍ବର ନରଖିବା ସତ୍ତ୍ୱେ, ସେ ଗୀତିକାର ହେବାର ଇଚ୍ଛା ରଖିଥିଲେ । ବାପା ତାଙ୍କୁ ପାଠ ପଢିବାପାଇଁ ଗୁରୁତ୍ୱ ଦେଉଥିଲେ ଓ ସେ ବାପାଙ୍କଠାରୁ ଲୁଚି ଗୀତ ଲେଖୁଥିଲେ । ପିଲାଦିନରୁ ସେ ରସରାଜ ନାରାୟଣ ପ୍ରସାଦ ସିଂହଗୁରୁକୃଷ୍ଣ ଗୋସ୍ୱାମୀ ଆଦିଙ୍କ ପାଖକୁ ଯାଇ ଗୀତ ଲେଖିବାର କଳା ଶିଖିଥିଲେ ।

ଗୀତିକାର ଜୀବନ[ସମ୍ପାଦନା]

କଟକ ଆସି ସେ ଏଲ ଲାପ୍ପାର ଓ ଜି ନାରାୟଣ ରାଓଙ୍କ ସଂସ୍ପର୍ଶରେ ଆସିଥିଲେ । ଜି ନାରାୟଣ ରାଓ, ତାଙ୍କ ଗୀତକୁ ସ୍ୱରଦେଇ ଆକାଶବାଣୀ କଟକର ଯୁବବାଣୀ କାର୍ଯ୍ୟକ୍ରମରେ ବଜେଇଥିଲେ । ରାଓଙ୍କଦ୍ୱାରା ଗଠିତ କୋରାଲ ଗୃପରେ ସଚ୍ଚି ଅଧିକରୁ ଅଧିକ ଗୀତ ଲେଖିବା ଆରମ୍ଭ କରିଥିଲେ । ଏହି ଗୃପରେ ତାଙ୍କର ସାଥି ଥିଲେ ମହମ୍ମଦ ହବୀବ, ଶେଖର ଘୋଷ, ଶ୍ରୀକାନ୍ତ ଦାସ ଓ ଦିଲ୍ଲୀପ ମହାନ୍ତିଙ୍କ ଭଳି କଳାକାର । ଆକାଶବାଣୀରେ ତାଙ୍କର ଅଧିକ ଗୀତ ବାଜିବା ପରେ, ସଚ୍ଚିଙ୍କୁ ଜଣେ ଗୀତିକାର ଭାବରେ ସ୍ୱୀକୃତି ମିଳିଥିଲା ।

ବିଭୁ ମହାନ୍ତିଙ୍କ, ସାହାଯ୍ୟରେ ସଚ୍ଚିଙ୍କୁ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଉଲ୍‌କା ମିଳିଥିଲା ଓ ଏହି ଚଳଚ୍ଚିତ୍ରର ସବୁ ଗୀତ ଲୋକପ୍ରିୟ ହୋଇଥିଲା । ଗୀତିକାର ଭାବରେ ସେତେବେଳେ ଜୀବିକା ନିର୍ବାହ କରିବା କଷ୍ଟ ଥିବାରୁ ସେ ଅନ୍ୟ ଛୋଟ ବଡ଼ ଚାକିରୀ ମଧ୍ୟ କରିଥିଲେ ।

ରଚନାବଳୀ[ସମ୍ପାଦନା]

ଓଡ଼ିଆ କଥାଚିତ୍ରରେ ଗୀତ ରଚନା[ସମ୍ପାଦନା]

ଓଡ଼ିଆ ଯାତ୍ରାରେ ଗୀତ ରଚନା[ସମ୍ପାଦନା]

  • ଗୋପରୁ ମଥୁରା ଯେତିକି ଦୂର
  • ଭସା ବାଦଲ
  • ନୂଆବୋହୁ କଟକ ଆସୁଛି
  • ଶାଗୁଣା ବସିଛି ଡେଣା ମେଲାଇ
  • ମିଥୁନ ରାଶିର ଝିଅ
  • ଜୀଅନ୍ତା ଶବ
  • ଲଫଙ୍ଗା ଟୋକା
  • ରହିରହି ବାଜଇ ଯୋଡ଼ିମହୁରୀ
  • ରୁପ ହୋଇଥିବ ଲାବଣ୍ୟବତୀ
  • ବାଜିଗଲେ ଦୋଷନାହିଁ

କବିତା ପୁସ୍ତକ[ସମ୍ପାଦନା]

  • ଅପରାହ୍ନର ଛାଇ[୩]
  • ଜହ୍ନର ବୋଇତ
  • ଛାଇ ଲେଉଟାଣି ବେଳ
  • ବେସୁରା ବର୍ଷା
  • ଗୀତରେ ଗୀତରେ ନଈ
  • ତମାମ ଫୁଲର ବାସ୍ନା
  • ଭାବ ତୁଳସୀ

ମଞ୍ଚ ନାଟକ[ସମ୍ପାଦନା]

  • ଯମ ଦରବାର
  • ଆବୁ
  • ପ୍ଲାଟଫର୍ମ ନମ୍ବର - ୧୧
  • ଶବଦାହ ଉପାଖ୍ୟାନ
  • ଶ୍ରୀମତି କମ ନୁହଁନ୍ତି
  • ଭାଇମ ତୁମକୁ ପଦେ କହିବା
  • ସତୀ ତୁଳସୀ
  • ସଙ୍ଗିନୀରେ ରାସ ରଙ୍ଗିନୀରେ
  • ସୂର୍ଯ୍ୟାସ୍ତର ସହର

ଦୂରଦର୍ଶନ ଧାରାବାହିକ[ସମ୍ପାଦନା]

  • ଜଙ୍ଗଲର ସାଥୀ
  • ଆତଙ୍କ
  • ବାଃ ବାଃରେ କ୍ୟାପିଟାଲ
  • ସମ୍ପର୍କ
  • ପଦାତିକ
  • ପର ଆପଣା
  • ସପନର ପଥେ ପଥେ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଗୀତି କବିତା) - ୨୦୦୯(ଅପରାହ୍ନର ଛାଇ)[୪]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ନାନ - ୨୦୧୨[୫]
  • ମୂର୍ଚ୍ଚନା ସମ୍ମାନ - ୨୦୧୮[୬]
  • ଶ୍ରେଷ୍ଟ ଗୀତିକାର(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର‌) - ଉଲ୍‌କା ଓ ସୌଭାଗ୍ୟବତୀ
  • ଅକ୍ଷୟ ମହାନ୍ତି ସ୍ମୃତି ସମ୍ମାନ
  • ମନନ ପ୍ରତିଭା ସମ୍ମାନ
  • ଶ୍ୱେତସଙ୍କେତ ସମ୍ମାନ
  • ଅଭିନନ୍ଦିକା ସମ୍ମାନ
  • ଓଡ଼ିଆ ଗୀତିକବି ସମ୍ମାନ
  • ରାଜୀବ ଗାନ୍ଧୀ ସଦଭାବନା ସମ୍ମାନ
  • ଗଣକବି ସମ୍ମାନ[୭]

ଆଧାର[ସମ୍ପାଦନା]

  1. "୨୦୦୯ ଓ ୨୦୧୦ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା". ଏପି ଆର୍ଟସ. Retrieved 11 June 2019.
  2. "ସଙ୍ଗୀତ : ପଢ଼ିଲେ କବିତା ଗାଇଲେ ଗୀତ". No. ଧରିତ୍ରୀ ଛୁଟିଦିନ ୨୭ ଜୁନ ୨୦୨୧ ପୃଷ୍ଠା ୬. ଧରିତ୍ରୀ. Retrieved 27 June 2021.
  3. "State Sahitya Akademi awards announced". The Times of India. Retrieved 11 June 2019.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 11 June 2019.
  5. "HÞèÊç Ôéÿë†ÿ œÿçsLÿ FLÿç{xÿÿëÁÿ Ô½çœÿ ©ø'ÿçœÿ Dü°ÿ" (PDF). Odisha Government. Retrieved 11 June 2019.
  6. "'ମୂର୍ଚ୍ଛନା'ର ବାର୍ଷିକ ଉତ୍ସବ ଓ ସଙ୍ଗୀତ ସଂଧ୍ୟା: ଗୀତିକାର ସଚ୍ଚି ମହାନ୍ତିଙ୍କୁ 'ମୂର୍ଚ୍ଛନା ସମ୍ମାନ'". sambad.in. ସମ୍ବାଦ. Retrieved 11 June 2019.
  7. "ବ୍ୟକ୍ତିତ୍ୱ". No. ନିତିଦିନ ୦୭ ଜୁନ ୨୦୧୯ ପୃଷ୍ଠା ୯. ନିତିଦିନ. Archived from the original on 2019-06-11. Retrieved 11 June 2019.