ସିପ୍ରା ବୋଷ
ଦେଖଣା
ସିପ୍ରା ବୋଷ | |
---|---|
ଜନ୍ମ | ୯ ନଭେମ୍ବର ୧୯୪୫ |
ମୃତ୍ୟୁ | ୨୨ ଅପ୍ରେଲ ୨୦୦୮ | (ବୟସ ୬୨)
ମୃତ୍ୟୁର କାରଣ | ହୃଦଘାତ |
ପ୍ରସିଦ୍ଧି | କଣ୍ଠଶିଳ୍ପୀ |
ବୈବାହିକ-ସାଥୀ | ଗୋବିନ୍ଦ ବୋଷ |
ସନ୍ତାନ | ୨ଟି ପୁଅ ଓ ଗୋଟିଏ ଝିଅ |
ସିପ୍ରା ବୋଷ (୯ ନଭେମ୍ବର ୧୯୪୫ - ୨୨ ଅପ୍ରେଲ ୨୦୦୮) ଜଣେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ନିପୁଣା ଗାୟିକା ଥିଲେ ।[୧][୨] ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ
[ସମ୍ପାଦନା]ସିପ୍ରା, ପ୍ରଚ୍ଛଦପଟ୍ଟ ଗାୟିକା ଭାବରେ କାର୍ଯ୍ୟ କରିଥିବା କିଛି ଓଡ଼ିଆ ଚଳଚ୍ଚିତ୍ର:
ସେ ଗାଇଥିବା କିଛି ଲୋକପ୍ରିୟ ଗୀତ:
- ଆଖି ଭୁଲା ଏ ସୁଆଗ ଆଉ କହ କାହିଁକି
- ହେମ ହରିଣୀ ମଥାର ମଣି
- ମନ ମାନେନା, ଯେତେ ନିରେଖି ଲେଖିଛି
- ପୀରତି ତୋର ଦୂରୁ ଜୁହାର
ଜୀବନୀ
[ସମ୍ପାଦନା]ସେ ୧୯୪୫ ମସିହା ନଭେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଚିନ୍ମୟ ଲାହିରୀଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ବେଗମ ଅଖତରଙ୍କଠାରୁ ଠୁମରୀ ଓ ଗଜଲ ଶିଖିଥିଲେ । ବନାରସ ଘରାନାର ନୈନା ଦେବୀ ଓ ପଣ୍ଡିତ ରବିଶଙ୍କରଙ୍କଠାରୁ ମଧ୍ୟ ସେ ବିଭିନ୍ନ ସମୟରେ ସଙ୍ଗୀତ ଶିକ୍ଷା କରିଥିଲେ ।[୫] ତାଙ୍କ ସ୍ୱାମୀ ଗୋବିନ୍ଦ ବୋଷ ଜଣେ ତବଲା ବାଦକ ଥିଲେ । ତାଙ୍କର ୨ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସିପ୍ରାଙ୍କର ୨୦୦୮ ମସିହା ଅପ୍ରେଲ ୨୨ତାରିଖରେ କଲିକତାଠାର ହୃଦଘାତରେ ପରଲୋକ ଘଟିଥିଲା ।[୬]
ଆଧାର
[ସମ୍ପାଦନା]- ↑ Evan Senior (1976). Music and Musicians. Hansom Books.
- ↑ Economic and Political Weekly. Sameeksha Trust. 1990.
- ↑ "ଓଡ଼ିଆ ଚଳଚ୍ଚିତ୍ରରେ ବର୍ଷା, ମେଘରୁ ବରଷା ଯେତିକି ଦୂର". www.kadambini.in. କାଦମ୍ବିନୀ ମିଡ଼ିଆ. Archived from the original on 3 May 2021. Retrieved 3 May 2021.
- ↑ "Lost in adaptation". www.orissapost.com. orissapost. Archived from the original on 3 May 2021. Retrieved 3 May 2021.
- ↑ "Sipra Bose biography". Rhyme records. Archived from the original on 2007-10-11.
- ↑ Samir Chatterjee (2006). A study of tabla: a comprehensive study with history, theory, and compositions accompanied by an instructional DVD. Chhandayan.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସିପ୍ରା ବୋଷ