Jump to content

ଅନୁରାଧା ପୌଡ଼ୱାଲ

ଉଇକିପିଡ଼ିଆ‌ରୁ
ଶ୍ରୀମତୀ

ଅନୁରାଧା ପୌଡ଼ୱାଲ
ଅନୁରାଧା ପୌଡ଼ୱାଲ ୨୦୧୧ ମସିହା ଫିଲ୍ମଫେୟାର ପୁରସ୍କାର ଅବସରରେ
ଅନୁରାଧା ପୌଡ଼ୱାଲ ୨୦୧୧ ମସିହା ଫିଲ୍ମଫେୟାର ପୁରସ୍କାର ଅବସରରେ
Background information
ମୂଳ ନାମ
ମରାଠୀ: अनुराधा पौड़वाल
ଇଂରାଜୀ: Anuradha Paudwal
ଜନ୍ମ ସମୟରେ ନାମଅଲ୍କା ନାଡକର୍ଣ୍ଣୀ
ମରାଠୀ: अल्का नाडकर्णी
ଇଂରାଜୀ: Alka Nadakarni
ଜନ୍ମ (1954-10-27) ୨୭ ଅକ୍ଟୋବର ୧୯୫୪ (ବୟସ ୭୧)[୧]
କାର୍ୱାର୍, ଉତ୍ତର କନ୍ନଡ଼, କର୍ଣ୍ଣାଟକ, ଭାରତ[୨]
ଶୈଳୀପ୍ରଚ୍ଚଦପଟ୍ଟ ଗାୟନ, ଭଜନ
ପେଷାସଙ୍ଗୀତକାର
ବାଦ୍ୟଯନ୍ତ୍ରକଣ୍ଠଶିଳ୍ପୀ
କାର୍ଯ୍ୟକାଳ୧୯୭୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ

ଅନୁରାଧା ପୌଡ଼ୱାଲ (ମରାଠୀ: अनुराधा पौड़वाल, ଇଂରାଜୀ: Anuradha Paudwal; ଜନ୍ମ: ୨୭ ଅକ୍ଟୋବର ୧୯୫୪) ଜଣେ ଭାରତୀୟ ପ୍ରଚ୍ଚଦପଟ୍ଟ ଗାୟିକା ।[୩][୪] ସେ ହିନ୍ଦୀ, ଓଡ଼ିଆ, ମରାଠୀ, ବଙ୍ଗଳା, ନେପାଳୀ, ତାମିଲ ଓ କନ୍ନଡ଼ ଆଦି ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରନ୍ତି ।[୫] [୬] ଚଳଚ୍ଚିତ୍ର ବ୍ୟତୀତ ସେ ଜଣେ ଭଜନ ଗାୟିକା ଭାବରେ ମଧ୍ୟ ପରିଚିତ ।[୭] ୨୦୧୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[୮] [୯] ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ୪ଥର ଫିଲ୍ମଫେୟାର ପୁରସ୍କାର ମଧ୍ୟ ଲାଭ କରିଛନ୍ତି ।

ବୃତ୍ତିଗତ ଜୀବନ

[ସମ୍ପାଦନା]

୧୯୭୩ ମସିହାର ହିନ୍ଦୀ ଚଳଚ୍ଚିତ୍ର ଅଭିମାନରୁ ଅନୁରାଧା ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ।[୧୦] ମରାଠି ଚଳଚ୍ଚିତ୍ର ଯଶୋଦାରୁ ସେ ଲୋକପ୍ରିୟତା ଲାଭ କରିଥିଲେ । ଆଶିକି, ଦିଲ ହେ କି ମାନତା ନେହିଁ, ବେଟା, ସଡ଼କ, ଦିଲ ଓ ସାଜନ ଆଦି ତାଙ୍କର ସଫଳ ଚଳଚ୍ଚିତ୍ର ।

ଓଡ଼ିଆ ଗୀତ

[ସମ୍ପାଦନା]

ଅନୁରାଧା ଓଡ଼ିଆରେ ଅନେକ ଚଳଚ୍ଚିତ୍ର ସଙ୍ଗୀତ ଓ ଭଜନ ଗାୟନ କରିଛନ୍ତି । ତୁଣ୍ଡ ବାଇଦ ଓ କଣ୍ଢେଇ ଆଖିରେ ଲୁହ ଚଳଚ୍ଚିତ୍ରରେ କଣ୍ଠଦାନ କରି ପ୍ରଚ୍ଚଦପଟ୍ଟ ଗାୟିକା ଭାବରେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।

ସେ ଗାଇଥିବା କିଛି ଲୋକପ୍ରିୟ ଭଜନ ଓ ଚଳଚ୍ଚିତ୍ର ଗୀତ :

  • ଛଅ ଖଣ୍ଡ କାଠରେ ମୋ ହେବ ସବାରୀ
  • ଆଖି ଦୁଇ ଯଦି ହେବୁରେ, କଜଳ ଗାର ମୁଁ ହେବି
  • ଯାରେ ଯା ଉଡ଼ି ଉଡ଼ି ମନ ଚଢ଼େଇ
  • କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା
  • କାଳିଆ ପାଖକୁ ଯାଇଥିଲି, କଳା ବଂଇଶୀଟେ ପାଇଥିଲି
  • କାଳିଆରେ ମନ ବୋଲି ତୋର କିଛି ନାହିଁ
  • କେରି କେରି ସୁନା ଦୁବ[୧୧]
  • ମୁଁ ଯେ ଲାଜରେ ଚାହିଁ ପାରୁନି କଳା ମୁହଁକୁ
  • ତୁ ବାଇଶୀ ପାହାଚରେ ଦେ ଟିକେ ଗଡ଼େଇଦେ
  • ତାରିବା ଶକତି ଅଛି ବୋଲି
  • ଆରେ ଆ ମୋର ସପନ ବଣିକ
  • ଆଜି ମତେ ମିଳିଗଲା ମୋ ମନ ମୟୁରୀ
  • ଆସିବ ବର ତୋର ହୋଇବ ବାହାଘର
  • ବାଟୋଇ ଭାଇ ଯାଉଛ କାହିଁ
  • ଚିଠି ମୋର ଟିକି ଚଢ଼େଇ

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଅନୁରାଧା, କର୍ଣ୍ଣାଟକର କରୱାର ସହରରେ ଜନ୍ମଗ୍ରହଣ କରିଥିଲେ ।[୧୨][୧୩] ଜନ୍ମ ସମୟରେ ତାଙ୍କ ନାମ ଥିଲା ଅଳକା ନନ୍ଦକର୍ଣ୍ଣି । ସେ ସଙ୍ଗୀତ ନିର୍ଦ୍ଦେଶକ ଅରୁଣ ପୌଡ଼ୱାଲଙ୍କୁ ବିବାହ କରିଥିଲେ । ଆଦିତ୍ୟ ଓ କବିତା ନାମରେ ତାଙ୍କର ଗୋଟିଏ ପୁଅ ଓ ଝିଅ ଥିଲେ । ଝିଅ କବିତା ମଧ୍ୟ ଜଣେ କଣ୍ଠଶିଳ୍ପୀ ।[୧୪][୧୫] ପୁଅ ଆଦିତ୍ୟଙ୍କର ୨୦୨୦ ମସିହା ସେପ୍ଟେମ୍ବର ୧୨ ତାରିଖରେ ବୃକ୍‌କ ବିଫଳତା ଯୋଗୁଁ ପରଲୋକ ଘଟିଥିଲା ।[୧୬]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
୨୦୧୭ ମସିହାରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରୁଥିବା ଅବସରରେ ଅନୁରାଧା
  • ପଦ୍ମଶ୍ରୀ - ୨୦୧୭[୧୭]
  • ଜାତୀୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ) - ୧୯୮୯
  • ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ) - ୧୯୮୭, ୧୯୯୭
  • ପ୍ରଫୁଲ୍ଲ କର ସମ୍ମାନ - ୨୦୧୬
  • ମହମ୍ମଦ ରଫୀ ସମ୍ମାନ - ୨୦୧୩ (ମହାରାଷ୍ଟ୍ର ସରକାରଙ୍କଦ୍ୱାରା ପ୍ରଦତ୍ତ)[୧୮]
  • ମଦର ଟେରେସା ସମ୍ମାନ - ୨୦୧୧[୧୯]
  • ଲତା ମଙ୍ଗେସକର ସମ୍ମାନ - ୨୦୧୦ (ମଧ୍ୟପ୍ରଦେଶ ସରକାରଙ୍କଦ୍ୱାରା ପ୍ରଦତ୍ତ)[୨୦]
  • ଗୁଜରାଟ ରାଜ୍ୟ ତାନା-ରିରି ସମ୍ମାନ ୨୦୨୦-୨୧
  • ଫିଲ୍ମଫେୟାର ପୁରସ୍କାର ( ଶ୍ରେଷ୍ଠ ପ୍ରଚ୍ଚଦପଟ୍ଟ ଗାୟିକା ) - ୧୯୮୬, ୧୯୯୧, ୧୯୯୨, ୧୯୯୩[୨୧][୨୨]
  • ଡି ଲିଟ ( ଡି ୱାଇ ପାଟିଲ ବିଶ୍ୱବିଦ୍ୟାଳୟ )[୨୧][୨୩]
  1. ↑ Puja Bajaj (27 October 2014). "अनुराधा पौडवाल Happy Birthday, जानें उनकी जिंदगी से जुड़ी कुछ बातें" (in ହିନ୍ଦୀ). Aaj Tak. Retrieved 17 March 2018.
  2. ↑ Anuradha Poudwal (in Marathi). Goa Entertainment. 6 May 2020. Event occurs at 2:43. Retrieved 11 August 2021.{{cite AV media}}: CS1 maint: unrecognized language (link)
  3. ↑ S. Ravi (29 April 2016). "'Success is ephemeral': Anuradha Paudwal". The Hindu. Retrieved 17 March 2018.
  4. ↑ PTI (1 February 2017). "Wanted to quit playback singing at my peak: Anuradha Paudwal". Hindustan Times. Retrieved 17 March 2018.
  5. ↑ "Anuradha Paudwal Odia Songs".{{cite web}}: CS1 maint: url-status (link)
  6. ↑ S. Ravi (29 April 2016). "Success is ephermel". The Hindu. Retrieved 16 June 2021.
  7. ↑ "Anuradha Paudwal birthday special: Top 10 songs from the soulful voice". The Free Press Journal. October 27, 2017. Retrieved 20 November 2019.
  8. ↑ "Padma Awards 2017 announced". Press Information Bureau. 25 January 2017. Retrieved 17 March 2018.
  9. ↑ PTI (26 January 2017). "It is prasad for my hard work: Anuradha Paudwal on Padma Shri". Mumbai: Indian Express. Retrieved 17 March 2018.
  10. ↑ Anup Pandey (4 March 2017). "I only struggled to be my best". The Hindu. Retrieved 16 June 2021.
  11. ↑ Bonding with the Lord. Bloomsbury Publishing. 18 Nov 2019. Retrieved 28 October 2021.
  12. ↑ "Happy birthday Anuradha Paudwal: All times Government recognized her". DNA. 27 October 2020. Retrieved 16 June 2021.
  13. ↑ Nishika V. (6 May 2017). "Still trailblazer". Deccan Herald. Retrieved 16 June 2021.
  14. ↑ "Singing sibling". India Today. 15 April 1995. Retrieved 17 March 2018.
  15. ↑ "My mother's guidance most important to me: Kavita Paudwal". Eenadu. 14 May 2017. Archived from the original on 28 June 2019. Retrieved 17 March 2018.
  16. ↑ न्यूज़, एबीपी (12 September 2020). "अनुराधा पौडवाल के बेटे आदित्य पौडवाल का अस्पताल में निधन, किडनी की बीमारी से थे पीड़ित". www.abplive.com (in ହିନ୍ଦୀ). Retrieved 12 September 2020.
  17. ↑ Sharma, Smrity (25 January 2017). "Padma Awards 2017: Aashiqui singer Anuradha Paudwal surprised by the unexpected honour". India.com. Retrieved 17 March 2018.
  18. ↑ "Mohd Rafi Award goes to Anuradha Paudwal". Prahaar. 25 December 2013. Archived from the original on 13 April 2019. Retrieved 17 March 2018.
  19. ↑ Rajiv Vijayakar (14 April 2011). "Mother Teresa Award for Anuradha". Mumbai: Indian Express. Retrieved 17 March 2018.
  20. ↑ PTI (6 December 2010). "Ravi, Anuradha Paudwal receive Lata Mangeshkar award". Mumbai: India Today. Retrieved 17 March 2018.
  21. 1 2 PTI (30 December 2016). "Playback singer Anuradha Paudwal to be conferred with honorary D Litt degree 2018. Rani Laxmi bhai Award". Indian Express. Retrieved 17 March 2018.
  22. ↑ Tomar, Sangeeta (12 August 2017). "इस सिंगर को दूसरी लता मंगेशकर बनाना चाहते थे गुलशन कुमार" (in ହିନ୍ଦୀ). Amar Ujala. Retrieved 17 March 2018.
  23. ↑ Mishra, Sanjay (3 January 2017). "गायिका अनुराधा पौडवाल 'डी लिट' की उपाधि से सम्मानित" (in ହିନ୍ଦୀ). Navbharat Times. Retrieved 17 March 2018.

ବାହାର ଅଧାର

[ସମ୍ପାଦନା]