ରାଖାଲ ମହାନ୍ତି

ଉଇକିପିଡ଼ିଆ‌ରୁ
ରାଖାଲ ମହାନ୍ତି
Rakhal Chandra Mohanty.jpg
ଜନ୍ମ ଓ ଜନ୍ମସ୍ଥାନ
ରାଖାଲ ଚନ୍ଦ୍ର ମହାନ୍ତି

୨୬ ଜୁନ ୧୯୩୨(1932-06-26)
ମୃତ୍ୟୁ୧୪ ଅପ୍ରେଲ ୨୦୧୯(2019-04-14) (ବୟସ ୮୬)
ଜାତୀୟତା ଭାରତୀୟ
ପ୍ରସିଦ୍ଧିସଙ୍ଗୀତ ନିର୍ଦ୍ଦେଶକ ଓ ଗୁରୁ
ଦସ୍ତଖତ
Odia autograph of Rakhal Chandra Mohanty.png

ରାଖାଲ ମହାନ୍ତି (୨୬ ଜୁନ ୧୯୩୨ - ୧୪ ଅପ୍ରେଲ ୨୦୧୯)[୧][୨] ଓଡ଼ିଶାର ଜଣେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୁରୁ ଥିଲେ । ସେ ଆକାଶବାଣୀ, ଦୂରଦର୍ଶନ, ଆଲବମ ଏବଂ ଓଡ଼ିଆ କଥାଚିତ୍ର କ୍ଷେତ୍ରରେ କାର୍ଯ୍ୟକରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଅକ୍ଷିତୃତୀୟା, ତ୍ରିନାଥ ମେଳା, ଶ୍ରୀକୃଷ୍ଣ ରାସଲୀଳା, ଅମର ପ୍ରେମ, ଘର ସଂସାର ଆଦି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ନିମନ୍ତେ ସେ ଜଣାଶୁଣା । ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ନିମନ୍ତେ ସେ ୧୯୭୭ରେ ଗୀତ ଗୋବିନ୍ଦ ସମ୍ମାନ ଓ ୨୦୦୨ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନୀତ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ରାଖାଲ ମହାନ୍ତି, ୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ତଟନାଠାରେ ଜନ୍ମଗ୍ରହଣ କରିଥିଲେ ।[୩] ପିଲାବେଳୁ ସଙ୍ଗୀତ ପ୍ରତି ଆକୃଷ୍ଟ ରାଖାଲ, ୧୯୪୮ମସିହାରେ ମାଟ୍ରିକ ପାସ କଲାପରେ, ନିଜକୁ ସଙ୍ଗୀତରେ ସମ୍ପୁର୍ଣ୍ଣ ଭାବରେ ନିମଜ୍ଜିତ କରିଥିଲେ । ୧୯୭୩ ମସିହାରେ ସେ, ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଗାୟନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ପଣ୍ଡିତ ଭୁବନେଶ୍ୱର ମିଶ୍ରବାଳକୃଷ୍ଣ ଦାସଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ ।[୪]

ବୃତ୍ତିଗତ ଜୀବନ[ସମ୍ପାଦନା]

ସଙ୍ଗୀତ ଶିକ୍ଷାଦାନକୁ ରାଖାଲ ମହାନ୍ତି ନିଜର ପ୍ରମୂଖ ବୃତ୍ତି ରୂପରେ ବାଛି ନେଇଥିଲେ । ୧୯୫୫ରୁ ୧୯୭୩ ମସିହା ପର୍ଯ୍ୟନ୍ତ, ସେ କଟକର କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ । ଲଘୁ ଓ ଶାସ୍ତ୍ରୀୟ ସଙ୍ଗୀତ[୫] ଉଭୟରେ ସେ ନିପୂଣ ଥିଲେ । ସେ ଆକାଶବାଣୀ କଟକ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଥିଲେ । ସେ ଓଡ଼ିଶା ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ସବୁ ପ୍ରମୂଖ ବ୍ୟକ୍ତିବିଶେଷଙ୍କ ସହ କାମ କରିବାର ସୁଯୋଗ ଲାଭ କରିଛନ୍ତି । ଗୁରୁ କେଳୁଚରଣ ମହାପାତ୍ରଙ୍କ ସହ ତାଙ୍କ ଯୋଡ଼ି[୬] ଖୁବ ସଫଳ ହୋଇଥିଲା । ବହୁ ଓଡ଼ିଆ କଥାଚିତ୍ରରେ, ସେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି । ଆକାଶବାଣୀ କଟକରୁ ପ୍ରସାରିତ ତାଙ୍କର କିଛି ଲୋକପ୍ରିୟ କାର୍ଯ୍ୟକ୍ରମ ମଧ୍ୟରେ ଗଣପ୍ରଧାନ ସମ୍ମାନ(୧୯୯୧), ଜୀବନର ସ୍ୱରଲିପି(୧୯୯୨), କରୁଣା କେନ୍ଦ୍ର(୧୯୯୩), ଶାନ୍ତିର ପଥେ(୧୯୯୪) ଆଦି ଅନ୍ୟତମ । ରାଖାଲ ଭାରତର ବହୁ ସ୍ଥାନ ତଥା ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଯୁକ୍ତରାଜ୍ୟ, ଫ୍ରାନ୍ସ, ଋଷିଆ, ଯୁଗୋସ୍ଲୋଭିଆବୁଲଗାରିଆ ଆଦି ଦେଶରେ ସଙ୍ଗୀତ ପରିବେଷଣ କରିସାରିଛନ୍ତି ।

ଓଡ଼ିଆ କଥାଚିତ୍ରରେ ଅବଦାନ[ସମ୍ପାଦନା]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ - ୨୦୧୭[୭]
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୧୪ [୮]
  • ତାଳବାଦ୍ୟ ସମ୍ମାନ (ମର୍ଦ୍ଦଳ ଏକାଡେମୀ) - ୨୦୧୫[୯]
  • ନିତାଇ ପାଲିତ ସମ୍ମାନ, ୨୦୧୪[୪]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୫[୧୦]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ - ୨୦୦୨
  • ଗୀତ ଗୋବିନ୍ଦ ସମ୍ମାନ (ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦଦ୍ୱାରା ପ୍ରଦତ୍ତ) - ୧୯୭୭
  • ଇଣ୍ଡିଆନ ସ୍କୁଲ ଅଫ ଡାନ୍ସ, ମ୍ୟୁଜିକ ଆଣ୍ଡ ଥିଏଟର, କାନାଡ଼ା ସମ୍ମାନ - ୧୯୭୭[୧୧]

ଆଧାର[ସମ୍ପାଦନା]

  1. "Veteran Music director Rakhal Chandra Mohanty passes away at 88". odishatv.in. Retrieved 15 April 2019.
  2. "ସଂଗୀତଜ୍ଞ ରାଖାଲ ମହାନ୍ତି ଆଉ ନାହାନ୍ତି". sambad.in. Retrieved 15 April 2019.
  3. http://orissa.gov.in/e-magazine/Orissareview/june2006/engpdf/132-136.pdf
  4. ୪.୦ ୪.୧ "Need to improve quality of Odia film music". Times of India. Retrieved 28 January 2015.
  5. http://www.thehindu.com/todays-paper/tp-features/tp-fridayreview/all-for-krishna/article1436317.ece
  6. Ileana Citaristi (2001). The Making of a Guru: Kelucharan Mohapatra, His Life and Times. Manohar. ISBN 978-81-7304-369-7.
  7. "ରାଖାଲ ମହାନ୍ତିଙ୍କୁ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ". ଧରିତ୍ରୀ ୨୬/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧.
  8. "Upendra Bhanja Award for Rakhal And Sachi". The New Indian Express. Retrieved 10 March 2016.
  9. ସମ୍ବାଦ ୨୧/୦୫/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୫
  10. "Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty". OrissaDiary. Retrieved 2 February 2015.
  11. http://www.orissadiary.com/personality/artist/rakhal.asp

ଅଧିକ ତଥ୍ୟ[ସମ୍ପାଦନା]