ଦାମୋଦର ହୋତା

ଉଇକିପିଡ଼ିଆ‌ରୁ
ପଦ୍ମକେଶରୀ

ଦାମୋଦର ହୋତା
ପଦ୍ମକେଶରୀ
Born(1935-12-25)୨୫ ଡିସେମ୍ବର ୧୯୩୫
Diedବସନ୍ତ ପଞ୍ଚମୀ, ୫ ଫେବୃଆରୀ ୨୦୨୨(2022-02-05) (ବୟସ ୮୬)
Nationality ଭାରତୀୟ
Known forଓଡ଼ିଶୀ ସଙ୍ଗୀତହିନ୍ଦୁସ୍ଥାନୀ ସଙ୍ଗୀତ ବିଶାରଦ ତଥା ଗୁରୁ
Styleଓଡ଼ିଶୀ ସଙ୍ଗୀତ
Parents
  • ଗୋପୀନାଥ ହୋତା
  • ଦଣ୍ଡିମଣି ଦେବୀ
Signature

ଦାମୋଦାର ହୋତା ([d̪amod̪ɔɾɔ hot̪a] (listen);୨୫ ଡିସେମ୍ବର ୧୯୩୫- ୫ ଫେବୃଆରୀ ୨୦୨୨) ଜଣେ ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ[୧] ଓ ହିନ୍ଦୁସ୍ତାନୀ ସଙ୍ଗୀତ ଗାୟକ ଏବଂ ଗବେଷକ ଥିଲେ ।[୨] ସେ ଆକାଶବାଣୀ କଟକ ଓ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଥିଲେ । ତାଙ୍କୁ ପଦ୍ମକେଶରୀ ଉପାଧିରେ ଭୂଷିତ କରାଯାଇଥିଲା । ସେ ଆଜୀବନ ଶିକ୍ଷାଦାନ, ଗବେଷଣା ଓ ଲେଖନୀ ଚାଳନାରେ ଲିପ୍ତ ଥିଲେ ।

ଜୀବନୀ[ସମ୍ପାଦନା]

ପଣ୍ଡିତ ହୋତା ୧୯୩୫ ମସିହା କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଯାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳବାଦକ ଥିଲେ । ମାତାଙ୍କ ନାମ ଦଣ୍ଡିମଣି ଦେବୀ ଥିଲା । ଶୈଶବ ଅବସ୍ଥାରୁ ସେ ନିଜ ପିତାଙ୍କ ସୁମଧୁର କଣ୍ଠରୁ ଯାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଶିଷ୍ୟ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କଠାରୁ ସେ ଉଡ୍ରପଦ୍ଧତି ଆଧାରିତ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ । ଗୁରୁ କାଶୀନାଥ ମୁଦୁଲିଙ୍କଠାରୁ ସେ ମର୍ଦ୍ଦଳ ଓ ତବଲାବାଦନ ଶିଖିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଠାରୁ ଆର୍ଥିକ ସହାୟତା ଲାଭକରି ସେ ପଣ୍ଡିତ ଓଁକାର ନାଥ ଠାକୁର ଓ ପଦ୍ମଶ୍ରୀ ବଳବନ୍ତ ରାୟଭଟ୍ଟଙ୍କଠାରୁ ହିନ୍ଦୁସ୍ତାନୀ ସଙ୍ଗୀତରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ମୁମ୍ବାଇସ୍ଥିତ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟଳୟରୁ ସେ ଡକ୍ଟରେଟ ମଧ୍ୟ ଲାଭ କରିଥିଲେ । ଓଡ଼ିଶା ତଥା ବାହାରେ ପଣ୍ଡିତ ହୋତା ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗବେଷକ, ବିଶେଷ କରି ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଗବେଷକ ଭାବରେ ବେଶ ଆଦୃତ । ତାଙ୍କଦ୍ୱାରା ରଚିତ ୧୭ଖଣ୍ଡ ପୁସ୍ତକ ମଧ୍ୟରୁ ଅନେକ ପୁସ୍ତକ ପାଠ୍ୟପୁସ୍ତକ ଭାବରେ ମଧ୍ୟ ଆଦୃତ ହୋଇଛି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ ।[୩]

୨୦୨୨ ମସିହା ଫେବୃଆରୀ ୫ ତାରିଖରେ ବସନ୍ତ ପଞ୍ଚମୀ ଦିନ ଭୁବନେଶ୍ୱରଠାରେ ତାଙ୍କର ପରଲୋକ ଘଟିଥିଲା ।[୪]

ଉଡ୍ର ପଦ୍ଧତୀୟ ସଙ୍ଗୀତ[ସମ୍ପାଦନା]

ପଣ୍ଡିତ ହୋତା ଅଧୁନା କଥିତ 'ଓଡ଼ିଶୀ ସଙ୍ଗୀତ' ସ୍ଥଳରେ 'ଉଡ୍ର ପଦ୍ଧତୀୟ ସଙ୍ଗୀତ' ଭାବେ ବୋଲୁଥିଲେ । ପଣ୍ଡିତ ହୋତାଙ୍କ ମତରେ ଶାସ୍ତ୍ର ଆଧାରରେ ଓ ପରମ୍ପରାକୁ ନେଇ ପରିବେଷିତ ଉନ୍ନତ ଗବେଷଣା ସମୃଦ୍ଧ ସଙ୍ଗୀତ ଧାରା 'ଉଡ୍ର ପଦ୍ଧତୀୟ ସଙ୍ଗୀତ' ଭାବରେ ଜଣା ।

ରଚନାବଳୀ[ସମ୍ପାଦନା]

  • ହିନ୍ଦୁସ୍ତାନୀ ସଂଗୀତ ଲହରୀ- ୪ ଭାଗ
  • ସଂଗୀତ ଶାସ୍ତ୍ର- ୧ମ ଭାଗ
  • ଭାରତୀୟ ସଂଗୀତର ଇତିହାସ- ୧ମ ଭାଗ
  • ଉଡ୍ରପଦ୍ଧତୀୟ ମେଳ, ରାଗ, ତାଳ ଓ ପ୍ରବନ୍ଧ ଲକ୍ଷଣ
  • ଲକ୍ଷଣା ଓ ସ୍ୱରମାଳିକା ଲହରୀ ୧ମ ଭାଗ
  • ଉଡ୍ରପଦ୍ଧତୀୟ ଶିଶୁ ସଂଗୀତ ଲହରୀ-୧ମ ଭାଗ
  • କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲହରୀ
  • ଶ୍ରୀମନ୍ଦିର ସଂଗୀତମାଳା -୨ ଭାଗ (ସହ-ଲେଖକ)
  • ପାରମ୍ପରିକ ଓଡ଼ିଶୀ ସଂଗୀତ- ୧ମ ଭାଗ
  • ଉଡ୍ରପଦ୍ଧତୀୟ ସଂଗୀତ- ୭ ଭାଗ
  • ଅଡ଼ିଓ ସିଡ଼ି (ଉଡ୍ରପଦ୍ଧତୀୟ ସଂଗୀତ) - ୧ମ ଓ ୨ୟ ଭାଗ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୧୩[୫][୬]
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ, ୧୯୯୪
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୪
  • ଶାରଳା ପୁରସ୍କାର
  • ଭାରତୀୟ ସଂଗୀତ ରତ୍ନ ସମ୍ମାନ[୭]
  • ସଙ୍ଗୀତ ଜ୍ୟୋତି ସମ୍ମାନ
  • ଜୟଦେବ ସମ୍ମାନ[୮]

ଆଧାର[ସମ୍ପାଦନା]

  1. http://www.newindianexpress.com/states/odisha/2010/nov/12/a-striking-blend-of-hindustani-carnatic-and-odi-202385.html
  2. https://www.telegraphindia.com/1110531/jsp/orissa/story_14046221.jsp#
  3. Damodar Hota (1970). Kiśora Candrānanda campūlaharī: Kishor Chandranand champu lahari.
  4. "Vocalist Pandit Damodar Hota passes away". www.thehindu.com. ହିନ୍ଦୁ ଖବର କାଗଜ. Archived from the original on 7 February 2022. Retrieved 7 February 2022.
  5. "ଦାମୋଦର ହୋତା, ମାଗୁଣି ଚରଣ କୁଅଁର ପାଇବେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ". dharitri.com. ୩୦ ନଭେମ୍ବର ୨୦୧୩. Retrieved 26 March 2021. {{cite web}}: Check date values in: |date= (help)
  6. "Upendra Bhanja Samman for Maguni Kuanr, Damodar Hota". newindianexpress.com. Retrieved 26 March 2021.
  7. "ମୌଳିକ ଉଡ୍ର ପଦ୍ଧତି ଶାସ୍ତ୍ରୀୟ ଓଡ଼ିଶୀ ସଂଗୀତର ଆଧାର ହେଉ". sakalaepaper.com. ୯ ମଇ ୨୦୨୧. p. ୮. Archived from the original on ୯ ମଇ ୨୦୨୧. Retrieved 9 May 2021. {{cite web}}: Check date values in: |date= and |archivedate= (help)
  8. "ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରବାଦ ପୁରୁଷ". ସମାଜ ୩୧/୦୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮. Retrieved 31 January 2017.

ବାହାର ଆଧାର[ସମ୍ପାଦନା]