ରାଜୁ ମିଶ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ରାଜୁ ମିଶ୍ର
Raju Mishra.jpg
ଜନ୍ମ ଓ ଜନ୍ମସ୍ଥାନ ରାଜ ଗୋପାଳ ମିଶ୍ର
ଜଟଣୀ, ଖୋର୍ଦ୍ଧା
ଜୀବିକା ଓଡ଼ିଆ ସିନେମା ନିର୍ଦ୍ଦେଶନା, ଅଭିନେତା, ଚିତ୍ରନାଟ୍ୟ-ଲେଖକ, ସଙ୍ଗୀତ ନିର୍ଦ୍ଦେଶକ
ପୁରସ୍କାର ଜୟଦେବ ପୁରସ୍କାର[୧]

ରାଜୁ ମିଶ୍ର ଜଣେ ଓଡ଼ିଆ ସିନେ ଅଭିନେତା, ନିର୍ଦ୍ଦେଶକ, ଚିତ୍ରୋତ୍ତଳକ, ସଙ୍ଗୀତ ନିର୍ଦ୍ଦେଶକ ଓ ଚିତ୍ରନାଟ୍ୟ ଲେଖକ ।[୨] ସେ ପୁନେର ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରୁ ଚିତ୍ରୋତ୍ତଳନରେ ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି । [୩]

ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

୧୯୮୧ ମସିହାରେ ମୁକ୍ତିଲାଭ କରିଥିବ ଉଲ୍‌କା କଥାଚିତ୍ରରେ ଅଭିନେତା, ଚିତ୍ରୋତ୍ତଳକ ଓ ସଙ୍ଗୀତକାର ଭାବେ ପେଷାଦାର ଜୀବନ ଆରମ୍ଭ କରିଥିବା ରାଜୁ, ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଓଡ଼ିଆହିନ୍ଦୀ କଥାଚିତ୍ର ସହ ସମ୍ପୃକ୍ତ । ୧୯୮୬ ମସିହାର ଚଳଚ୍ଚିତ୍ର ଯୋର ଯା'ର ମୂଲକ ତାର ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।[୪]

ଚଳଚ୍ଚିତ୍ରରେ ଭୂମିକା[ସମ୍ପାଦନା]

କଥାଚିତ୍ର ମୁକ୍ତିଲାଭ ବର୍ଷ ଭୂମିକା
ଜଗା ହାତରେ ପଘା ୧୯୮୬ ଚିତ୍ରୋତ୍ତଳକ
ଯୋର ଯା'ର ମୂଲକ ତାର ୧୯୮୬ ନିର୍ଦ୍ଦେଶକ, ଚିତ୍ରୋତ୍ତଳକ, କାହାଣୀ, ପଟ୍ଟଲେଖା
ସତ କେବେ ଲୁଚି ରହେନା ୧୯୮୫ ଚିତ୍ରୋତ୍ତଳକ
ଜନନୀ ୧୯୮୪ ଚିତ୍ରୋତ୍ତଳକ
ଉଲ୍‌କା ୧୯୮୧ ସଙ୍ଗୀତକାର, ଅଭିନେତା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଜୟଦେବ ପୁରସ୍କାର, ୨୦୧୨[୫]
  • ଫିଟଫାଟ ବାଇସ୍କୋପ ପୁରସ୍କାର, ୨୦୧୨[୬]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]