ହୃଦାନନ୍ଦ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ହୃଦାନନ୍ଦ ପାଣିଗ୍ରାହୀ
୨୦୨୨ ମସିହାର ଭଦ୍ରକ ପୁସ୍ତକମେଳାରେ ହୃଦାନନ୍ଦ ପାଣିଗ୍ରାହୀ ।
Born (1955-08-06) ୬ ଅଗଷ୍ଟ ୧୯୫୫ (ବୟସ ୬୮)
ଝାଡ଼ପଟା, ଭଦ୍ରକ
Nationalityଭାରତୀୟ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ହୃଦାନନ୍ଦ ପାଣିଗ୍ରାହୀ ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୫୫ ମସିହା ଅଗଷ୍ଟ ୬ ତାରିଖରେ ଭଦ୍ରକ ଜିଲ୍ଲାସ୍ଥିତ ଝାଡ଼ପଟାଠାରେ ଜନ୍ମଗ୍ରହଣ କରିଥିଲେ ।[୧][୨] ସେ ଭଦ୍ରକ ମହାବିଦ୍ୟାଳୟରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ । ୧୯୭୯ ମସିହାରୁ ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଅଧ୍ୟାପନା ଆରମ୍ଭ କରି ୨୦୧୫ ମସିହାରେ ପାଳିଆବିନ୍ଧାସ୍ଥିତ ବିରଞ୍ଚି ନାରୟଣ ମାଧବ-ଅର୍ଜ୍ଜୁନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଏବଂ ବିଭାଗୀୟ ମୁଖ୍ୟଭାବେ ଅବସର ଗ୍ରହଣ କରିଥିଲେ ।

ହୃଦାନନ୍ଦ ୨୦୦୬ ମସିହାରେ କୁରୁକ୍ଷେତ୍ରରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ଲେଖକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲ । ସେ ୨୦୨୦ ମସିହାରେ ପ୍ରସାର ଭାରତୀଦ୍ୱାରା ଅନୁଷ୍ଠିତ ରାଷ୍ଟ୍ରୀୟ କବି ସମ୍ମିଳନୀରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିଥିଲେ ।


ରଚନାବଳୀ[ସମ୍ପାଦନା]

ହୃଦାନନ୍ଦଙ୍କ ପ୍ରଥମ କବିତା ପୁସ୍ତକ ଅନଂତ ପ୍ରେମର ଗୀତ ୧୯୯୦ ମସିହାରେ ଭୁବନେଶ୍ୱରର "ମୟୂର ପବ୍ଳିକେଶନ"ଦ୍ୱାରା ପ୍ରକାଶ ପାଇଥିଲା ।[୩] ସୌରୀନ୍ଦ୍ର ବାରିକ ବହିଟିର ମୁଖବନ୍ଧ ଓ ପ୍ରକାଶକ ଭାବଗ୍ରାହୀ ମିଶ୍ର ପୃଷ୍ଠବନ୍ଧ ଲେଖିଥିଲେ । ହୃଦାନନ୍ଦ "ସ୍ୱରଲିପି", "ପ୍ରତଶ୍ରୁତି", 'ଚନ୍ଦ୍ରଭାଗା" ଏବଂ "ପ୍ରଭଞ୍ଜନ" ଇତ୍ୟାଦି ପତ୍ରିକାର ସମ୍ପାଦାନ କରିଛନ୍ତି । ତାଙ୍କର ଅନେକ କବିତା ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ ଏବଂ ଗୁଜରାଟୀ ଭାଷାରେ ଅନୂଦିତ ହୋଇଛି।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪ (ଜହ୍ନ ଝିଲିମିଲି ଗୀତିକବିତା ସଂକଳନ ପାଇଁ) [୫]
  • ଝଙ୍କାର କବିତା ପୁରସ୍କାର - ୨୦୨୦[୬]
  • ରତ୍ନମଣି ସ୍ମୃତି ସମ୍ମାନ, ୨୦୧୭ (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ କବିତା ସମ୍ମାନ)
  • କାନ୍ତକବି ସ୍ମୃତି ପୁରସ୍କାର
  • ପ୍ରଜାତନ୍ତ୍ର ବିଷୁବ କବିତା ସମ୍ମାନ
  • ଚନ୍ଦ୍ରଭାଗା କବିତା ସମ୍ମାନ
  • ଚଲାପଥ କବିତା ସମ୍ମାନ
  • ଉତ୍ତର ଓଡ଼ିଶା ଲେଖକ ସମ୍ମେଳନ ସମ୍ମାନ
  • ଧ୍ୱନୀ ପ୍ରତିଧ୍ୱନୀ କବିତା ସମ୍ମାନ

ଆଧାର[ସମ୍ପାଦନା]

  1. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ଜାରୁଆରୀ ୧୦-୨୩ ପୃଷ୍ଠା ୬. Retrieved 10 January 2018.
  2. Subas Pani; H. C. Das; Indu Bhusan Kar (1988). Glimpses of History and Culture of Balasore. Orissa State Museum.
  3. National Book Trust (1993). Books recommended for translation. National Book Trust, India.
  4. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଏପ୍ରିଲ ୩୦-ମେ ୧୩. ୨୦୧୬ ପୃଷ୍ଠା ୨. Retrieved 5 May 2016.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 11 June 2019.
  6. "ମର୍ଯ୍ୟାଦାଜନକ ବିଷୁବ ପୁରସ୍କାର ଘୋଷଣା". ପ୍ରଜାତନ୍ତ୍ର ପ୍ରଚାର ସମିତି. ୩ ଅପ୍ରେଲ ୨୦୨୧. p. ୧. Archived from the original on ୧୩ ଜୁନ ୨୦୨୧. Retrieved 13 June 2021. {{cite web}}: Check date values in: |date= and |archivedate= (help)