ଓଡ଼ିଶା
| ଓଡ଼ିଶା ରାଜ୍ୟ | |
ଓଡ଼ିଶାର ରାଜପ୍ରତୀକ ମୂଳମନ୍ତ୍ର: "ସତ୍ୟମେବ ଜୟତେ" ("କେବଳ ସତ୍ୟର ହିଁ ଜୟ ହୁଏ") ସଂଗୀତ: "ବନ୍ଦେ ଉତ୍କଳ ଜନନୀ" | |
ଭାରତର ମାନଚିତ୍ରରେ ଓଡ଼ିଶାର ଅବସ୍ଥିତି (ନାଲି ରଙ୍ଗରେ) | |
| ଦେଶ | ଭାରତ |
|---|---|
| ଅଞ୍ଚଳ | ପୂର୍ବ ଭାରତ |
| ଗଠନ | ୧ ଅପ୍ରେଲ ୧୯୩୬ (ଉତ୍କଳ ଦିବସ) |
| ରାଜଧାନୀ ଓ ବୃହତ୍ତମ ସହର | ଭୁବନେଶ୍ୱର |
| ଜିଲ୍ଲା | ୩୦ (୩ଟି ଖଣ୍ଡ) |
| ସରକାର | |
| • ରାଜ୍ୟପାଳ | ହରି ବାବୁ କମ୍ଭମପତି |
| • ମୁଖ୍ୟମନ୍ତ୍ରୀ | ମୋହନ ଚରଣ ମାଝୀ |
| • ଉପମୁଖ୍ୟମନ୍ତ୍ରୀ | କନକ ବର୍ଦ୍ଧନ ସିଂହ ଦେଓ ପ୍ରଭାତୀ ପରିଡ଼ା |
| • ବିଧାନ ମଣ୍ଡଳ | ଏକସଦନୀୟ ଓଡ଼ିଶା ବିଧାନ ସଭା (୧୪୭ ଆସନ) |
| • ଜାତୀୟ ସଂସଦ | ଭାରତୀୟ ସଂସଦ ରାଜ୍ୟ ସଭା (୧୦ ଆସନ) ଲୋକ ସଭା (୨୧ ଆସନ) |
| • ଉଚ୍ଚ ନ୍ୟାୟାଳୟ | ଓଡ଼ିଶା ଉଚ୍ଚ ନ୍ୟାୟାଳୟ |
| ଆୟତନ | |
| • ମୋଟ | ୧,୫୫,୭୦୭ କି.ମି.୨ (୮ମ) |
| • ଲମ୍ବ | ୫୦୦ କି.ମି. |
| • ଓସାର | ୧୦୩୦ କି.ମି. |
| • ସର୍ବୋଚ୍ଚ ଉଚ୍ଚତା | ୧,୬୭୨ ମି. (ଦେଓମାଳୀ) |
| • ସର୍ବନିମ୍ନ ଉଚ୍ଚତା | ୦ ମି. (ବଙ୍ଗୋପସାଗର) |
| ଜନସଂଖ୍ୟା (୨୦୧୧) | |
| • ମୋଟ | ୪,୧୯,୭୪,୨୧୮ (୧୧ଶ) |
| • ଘନତା | ୩୦୭/କି.ମି.୨ |
| • ସହରାଞ୍ଚଳ | ୧୬.୬୮% |
| • ଗ୍ରାମାଞ୍ଚଳ | ୮୩.୩୨% |
| • ସାକ୍ଷରତା | ୭୯.୦% (୨୦୨୪, ୨୫ଶ) |
| • ଲିଙ୍ଗ ଅନୁପାତ | ୯୭୯ ♀/୧୦୦୦ ♂ (୯ମ) |
| ଅର୍ଥନୀତି (୨୦୨୬-୨୭) | |
| • ମୋଟ ଘରୋଇ ଉତ୍ପାଦ | ₹୧୧.୦୭ ଲକ୍ଷ କୋଟି (୧୫ଶ) |
| • ମୁଣ୍ଡପିଛା ଆୟ | ₹୨,୧୦,୧୮୬ (୨୧ଶ) |
| ସାଧାରଣ ବିବରଣୀ | |
| • ଭାଷା | ଓଡ଼ିଆ ଏବଂ ଇଂରାଜୀ |
| • ଲିପି | ଓଡ଼ିଆ ଲିପି |
| • ଅଧିବାସୀ | ଓଡ଼ିଆ |
| • ଗାଡ଼ି ପଞ୍ଜୀକରଣ | OD |
| • ୱେବସାଇଟ୍ | odisha.gov.in |
| ରାଜ୍ୟ ପ୍ରତୀକ | |
| • ପଶୁ | ସମ୍ବର |
| • ପକ୍ଷୀ | ଭଦଭଦଳିଆ |
| • ମାଛ | ମହାନଦୀ ମହାଶିର |
| • ଫୁଲ | ଅଶୋକ |
| • ଗଛ | ଅଶ୍ୱତ୍ଥ |
ଓଡ଼ିଶା, ହେଉଛି ପୂର୍ବ ଭାରତରେ ଅବସ୍ଥିତ ଭାରତର ଏକ ରାଜ୍ୟ । ଆୟତନ ଦୃଷ୍ଟିରୁ ଏହା ଅଷ୍ଟମ ବୃହତ୍ତମ ରାଜ୍ୟ ଏବଂ ଜନସଂଖ୍ୟା ଦୃଷ୍ଟିରୁ ୪ କୋଟି ୧୦ ଲକ୍ଷରୁ ଅଧିକ ଅଧିବାସୀଙ୍କ ସହିତ ଏହା ଏକାଦଶ ବୃହତ୍ତମ ରାଜ୍ୟ । ଏହି ରାଜ୍ୟରେ ଭାରତର ତୃତୀୟ ସର୍ବାଧିକ ଅନୁସୂଚିତ ଜନଜାତି ବାସ କରନ୍ତି ।[୧] ଏହାର ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ, ପଶ୍ଚିମରେ ଛତିଶଗଡ଼ ଏବଂ ଦକ୍ଷିଣରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ବଙ୍ଗୋପସାଗର କୂଳରେ ଓଡ଼ିଶାର ୪୮୫ କି.ମି. ଦୀର୍ଘ ଉପକୂଳ ରହିଛି ।[୨] ଏହି ଅଞ୍ଚଳକୁ ଉତ୍କଳ ନାମରେ ମଧ୍ୟ ଜଣାଯାଏ ଏବଂ ଭାରତର ଜାତୀୟ ସଂଗୀତ 'ଜନ ଗଣ ମନ'ରେ ଏହି ନାମର ଉଲ୍ଲେଖ ରହିଛି ।
ପ୍ରାଚୀନ କଳିଙ୍ଗ ରାଜ୍ୟ, ଯାହା ଉପରେ ଖ୍ରୀଷ୍ଟପୂର୍ବ ୨୬୧ରେ ମୌର୍ଯ୍ୟ ସାମ୍ରାଜ୍ୟ ସମ୍ରାଟ ଅଶୋକ ଆକ୍ରମଣ କରିଥିଲେ ଏବଂ ଯାହାର ପରିଣାମ ସ୍ୱରୂପ କଳିଙ୍ଗ ଯୁଦ୍ଧ ହୋଇଥିଲା, ତାହାର ସୀମା ଆଧୁନିକ ଓଡ଼ିଶାର ସୀମା ସହିତ ସମାନ ।[୩] ଓଡ଼ିଶାର ଆଧୁନିକ ସୀମା ବ୍ରିଟିଶ ଭାରତୀୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିଲା । ବିହାର ଓ ଓଡ଼ିଶା ପ୍ରଦେଶ, ମାଡ୍ରାସ ପ୍ରେସିଡେନ୍ସି ଏବଂ କେନ୍ଦ୍ରୀୟ ପ୍ରଦେଶର ଓଡ଼ିଆ ଭାଷାଭାଷୀ ଜିଲ୍ଲାଗୁଡ଼ିକୁ ନେଇ ୧ ଅପ୍ରେଲ ୧୯୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନ କରାଯାଇଥିଲା ।[୩] ପ୍ରତିବର୍ଷ ୧ ଅପ୍ରେଲରେ ଉତ୍କଳ ଦିବସ ପାଳନ କରାଯାଏ ।[୪] ଆନୁମାନିକ ୧୧୩୫ ଖ୍ରୀଷ୍ଟାବ୍ଦରେ ଅନନ୍ତବର୍ମନ ଚୋଡ଼ଗଙ୍ଗଙ୍କ ଦ୍ୱାରା କଟକକୁ ଏହି ଅଞ୍ଚଳର ରାଜଧାନୀ କରାଯାଇଥିଲା, ଯାହା ପରେ ଅନେକ ଶାସକଙ୍କ ଦ୍ୱାରା ଏବଂ ବ୍ରିଟିଶ ଯୁଗ ଦେଇ ୧୯୪୮ ମସିହା ପର୍ଯ୍ୟନ୍ତ ରାଜଧାନୀ ଭାବରେ ବ୍ୟବହୃତ ହୋଇଥିଲା ।[୫] ଏହା ପରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ପାଲଟିଲା ।[୬]
ନାମକରଣ
[ସମ୍ପାଦନା]'ଓଡ଼ିଶା' ଏବଂ 'Orissa' ଶବ୍ଦ ପ୍ରାଚୀନ ପ୍ରାକୃତ ଶବ୍ଦ "ଓଡ୍ର ବିଷୟ" (ବା "ଉଡ୍ର ବିଭାଷା" ବା "ଓଡ୍ର ବିଭାଷା")ରୁ ଉତ୍ପନ୍ନ ହୋଇଛି, ଯାହାକି ୧୦୨୫ ମସିହାର ପ୍ରଥମ ରାଜେନ୍ଦ୍ର ଚୋଳଙ୍କ ତିରୁମଲାଇ ଶିଳାଲେଖରେ ଦେଖିବାକୁ ମିଳେ ।[୭] ୧୫ଶ ଶତାବ୍ଦୀରେ ମୂଳ ମହାଭାରତକୁ ଓଡ଼ିଆରେ ଅନୁବାଦ କରିଥିବା କବି ସାରଳା ଦାସ, ଏହି ଅଞ୍ଚଳକୁ 'ଓଡ୍ର ରାଷ୍ଟ୍ର' ଏବଂ ଓଡ଼ିଶା ଭାବରେ ଉଲ୍ଲେଖ କରିଛନ୍ତି । ପୁରୀର ମନ୍ଦିର କାନ୍ଥରେ ଥିବା ଗଜପତି ରାଜା କପିଳେନ୍ଦ୍ର ଦେବ (୧୪୩୫-୧୪୬୭)ଙ୍କ ଶିଳାଲେଖରେ ଏହି ଅଞ୍ଚଳକୁ 'ଓଡ଼ିଶା' କିମ୍ବା 'ଓଡ଼ିଶା ରାଜ୍ୟ' ବୋଲି କୁହାଯାଇଛି ।[୮]
୨୦୧୧ ମସିହାରେ ଭାରତୀୟ ସଂସଦରେ 'ଓଡ଼ିଶା (ନାମ ପରିବର୍ତ୍ତନ) ବିଧେୟକ, ୨୦୧୦' ଏବଂ 'ସମ୍ବିଧାନ (୧୧୩ତମ ସଂଶୋଧନ) ବିଧେୟକ, ୨୦୧୦' ପାରିତ ହେବା ପରେ, ଇଂରାଜୀରେ 'ଓଡ଼ିଶା' ରାଜ୍ୟର ନାମ ବନାନ "Orissa"ରୁ "Odisha" ଏବଂ ଏହାର ଭାଷାର ନାମ "Oriya"ରୁ "Odia"କୁ ପରିବର୍ତ୍ତନ କରାଯାଇଥିଲା । ହିନ୍ଦୀ ଅନୁବାଦ 'ଉଡ଼ିସା'କୁ ମଧ୍ୟ 'ଓଡ଼ିଶା'କୁ ପରିବର୍ତ୍ତନ କରାଯାଇଥିଲା । ଏକ ସଂକ୍ଷିପ୍ତ ବିତର୍କ ପରେ ସଂସଦର ନିମ୍ନ ଗୃହ ଲୋକସଭା, ୯ ନଭେମ୍ବର ୨୦୧୦ରେ ଏହି ବିଧେୟକ ଏବଂ ସଂଶୋଧନକୁ ପାରିତ କରିଥିଲା ।[୯] ୨୪ ମାର୍ଚ୍ଚ ୨୦୧୧ରେ, ସଂସଦର ଉଚ୍ଚ ଗୃହ ରାଜ୍ୟସଭା ମଧ୍ୟ ଏହି ବିଧେୟକ ଓ ସଂଶୋଧନକୁ ପାରିତ କରିଥିଲା ।[୧୦] ଇଂରାଜୀ ଏବଂ ହିନ୍ଦୀ ବନାନକୁ ମୂଳ ଓଡ଼ିଆ ଉଚ୍ଚାରଣ ସହିତ ସମାନ କରିବା ଉଦ୍ଦେଶ୍ୟରେ ଏହି ପରିବର୍ତ୍ତନ କରାଯାଇଥିଲା ।[୧୧] ତଥାପି, ସରକାରୀ ଜାତୀୟ ଲିପ୍ୟନ୍ତରଣ ମାନକ ହଣ୍ଟେରିଆନ୍ ଲିପ୍ୟନ୍ତରଣ ଅନୁଯାୟୀ ଓଡ଼ିଆ ଲେଖାକୁ ସଠିକ୍ ଭାବରେ ଲିପ୍ୟନ୍ତରଣ କରାଯାଇନଥିଲା, ଯେଉଁଥିରେ ସଠିକ୍ ଲିପ୍ୟନ୍ତରଣ ପ୍ରକୃତରେ 'Orisha' ଏବଂ 'Oria' ହୋଇଥାନ୍ତା ।
ଇତିହାସ
[ସମ୍ପାଦନା]


ନାମକରଣ
[ସମ୍ପାଦନା]ଓଡ଼ିଶା ଶବ୍ଦଟି ମୂଳ ଶବ୍ଦ ଓର/ଉର ବା ଓଡ୍ର, ଉଡ୍ର ଦେଶରୁ, ସୁମେରୀୟ, ଓଡ୍ର ବିଷୟ ଆଦି ପୁରାତନ ନାମରୁ ଆସିଅଛି । ଏହାର ପ୍ରମାଣ ଆକାରରେ ସବୁଠାରୁ ପୁରାତନ ଲେଖ 'ଉତ୍ତର ତୋଷାଳି' ଅନ୍ତର୍ଗତ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ସୋରଠାରୁ ମିଳିଥିବା ତମ୍ବାପଟାରେ ଓଡ୍ର ବିଷୟର ସୂଚନା ମିଳିଛି ।[୧୨] ପାଳି ଓ ସଂସ୍କୃତ ସାହିତ୍ୟରେ ଓଡ଼ିଆ ଲୋକଙ୍କୁ ଯଥାକ୍ରମେ 'ଓଡ଼କ' ଓ 'ଓଡ୍ର' ନାମରେ ନାମିତ କରାଯାଇଛି । ପୁରାତନ ଲେଖକ ଓ ଗବେଷକ ପ୍ଲିନି ଦି ଏଲ୍ଡର ଓ ଟଲେମି ଓଡ୍ର ଜଣଙ୍କୁ 'ଓରେଟସ' ବୋଲି ନାମିତ କରିଛନ୍ତି ।
ନାମ ବଦଳ
[ସମ୍ପାଦନା]ଇଂରାଜୀ ଓ ହିନ୍ଦୀରେ "ଓଡ଼ିଶା" ଓ "ଓଡ଼ିଆ"କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । ୨୦୦୮ ମସିହା ଜୁନ ୯ରେ ପ୍ରଥମେ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଓ ଓଡ଼ିଆକୁ ଇଂରାଜୀରେ Orissa ଓ Oriya ବଦଳରେ Odisha ଓ Odia ତଥା ହିନ୍ଦୀରେ उड़ीसा ଓ उड़ीआ ବଦଳରେ ओड़िशा ଓ ओड़ीआ ଲେଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ୨୦୦୮ ଅଗଷ୍ଟରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଆସିଥିଲା ଓ ବହୁମତରେ ଏହାକୁ ଗ୍ରହଣ କରାଯାଇଥିଲା । ପରେ ନୂଆ ଲୋକ ସଭା ଗଠନ ପରେ ଏହାକୁ ବିଧାନ ସଭାରେ ଆଉଥରେ ଆଗତ କରାଯାଇଥିଲା । ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକ ସଭାରେ ଆଗତ କରାଯାଇଥିଲା । ୨୦୧୦ ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନ (ଅକ୍ଟୋବର ୯, ୨୦୧୦)ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ଏହାକୁ ଲୋକ ସଭାରେ ଆଗତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହା ୨୦୧୧ମସିହା ୪ ନଭେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ, ୨୦୧୧ ନାମରେ କାର୍ଯ୍ୟକାରୀ ହୋଇଛି ।[୧୩][୧୪][୧୫][୧୬][୧୭][୧୮][୧୯]
ସଂକ୍ଷେପରେ
[ସମ୍ପାଦନା]- ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର ଅନୁସାରେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
- ପୌରାଣିକ ଓଡ଼ିଶା - ମହାଭାରତ ଅନୁସାରେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
- କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ଶ୍ରୀଲଙ୍କା (ସିଂହଳ), ଜାଭା(ଜବ ଦ୍ୱୀପ), ସୁମାତ୍ରା, ବାଲି, ମିଆଁମାର (ବ୍ରହ୍ମଦେଶ), ଥାଇଲାଣ୍ଡ (ସାମ), କାମ୍ବୋଡ଼ିଆ(କମ୍ବୋଜ), ଭିଏତନାମ (ଚମ୍ପା)), ଚୀନ, ଜାପାନ, କୋରିଆ (କୁକୁଟ), ମେକ୍ସିକୋ (ମକ୍କସିଖ), ଇଜିପ୍ଟ (ମିସର), ଆରବ (ସିମିଳି), ଇରାକ (ବାବିଲନ) ପ୍ରଭୃତି ସ୍ଥାନରେ କଳିଙ୍ଗ ସହ ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସ ଆଦି ସମ୍ବନ୍ଧ ଦେଖିବାକୁ ମିଳିଥାଏ । ଏଠାରେ ସମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା ।
- ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭାଗ ଅନ୍ତର୍ଭୁକ୍ତ ।
- ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ
- ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର ।
- ୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
- ୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ । ଯାଜପୁରରେ ରାଜଧାନୀ ସ୍ଥାପନ ।
- ୧୦୭୮-୧୪୩୪ ଖ୍ରୀ. - ଗଙ୍ଗ ରାଜବଂଶ । ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ ।
- ୧୦୭୮-୧୧୫୦ ଖ୍ରୀ. - ଚୋଳଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (ପ୍ରାୟ ୧୧୭୦ ଖ୍ରୀ.) ।
- ୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ।
- ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କଦ୍ୱାରା ବାରବାଟି ଦୁର୍ଗ ନିର୍ମିତ ।
- ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ-ମନ୍ଦିର ନିର୍ମିତ ।
- ୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ ।
- ୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ ।
- ୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ ।
- ୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦ ଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି 'କଳାପାହାଡ଼'ଦ୍ୱାରା ଓଡ଼ିଶା ଅଧିକୃତ ।
- ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର ।
- ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର ।
- ୧୮୦୩ ଖ୍ରୀ. - ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର(ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) ।
- ୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ ।
- ୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ।
- ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଅପ୍ରେଲ ୧୩) ।
- ୧୯୫୦ ଖ୍ରୀ. - ସ୍ୱାଧୀନ ଭାରତରେ ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ ।
୭ ମ ଶତାବ୍ଦୀ
[ସମ୍ପାଦନା]୭ ମ ଶତାବ୍ଦୀ କାଳରେ ଓଡ଼ିଶାର ନିଜର ଶାସକମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ, ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗ, କାରଗୋଡ଼ା, ଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା ।
ବୈଶ୍ୟ, ଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନା, ରୂପା, ମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନ, ଶ୍ରୀଲଙ୍କା, ଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବ, ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ ।
ଆଫଗାନ ଓ ମୋଗଲ ଶାସନ
[ସମ୍ପାଦନା]ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାର, ଲୁଣ୍ଠନ, ଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । 1817 ଖ୍ରୀ.ରେ ପାଇକମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋର୍ଦ୍ଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ ।
ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲା, ତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।
ଇଂରେଜ ଶାସନ
[ସମ୍ପାଦନା]୧୮୦୩ ବେଳକୁ ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜମାନେ ବନିକ ଥିଲେ, ତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ରେ ଭୂରାଜସ୍ୱ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ୱଂସ ସାଧନ ଲକ୍ଷ୍ୟରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।
ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ । [୨୦]
ନଅଙ୍କ ଦୁର୍ଭିକ୍ଷ
[ସମ୍ପାଦନା]୧୮୬୬ ମସିହାରେ ଓଡ଼ିଶାରେ ଦେଖାଦେଇଥିବା ନଅଙ୍କ ଦୁର୍ଭିକ୍ଷ ତତ୍କାଳୀନ ଅର୍ଥନୀତି, ସାମାଜିକ ବିଧିବ୍ୟବସ୍ଥା ଓ ଜନଜୀବନକୁ ଗଭୀର ଭାବେ ବିପର୍ଯ୍ୟସ୍ତ କରିଥିଲା । ବ୍ରିଟିଶ ପ୍ରଶାସନର ନୀତି ଏବଂ ଖାଦ୍ୟ ଶସ୍ୟ ପରିଚାଳନାରେ ଘୋର ଅବହେଳା ଯୋଗୁଁ ଏହି ସଙ୍କଟ ଆହୁରି ଗମ୍ଭୀର ରୂପ ଧାରଣ କରିଥିଲା । ଏହି ଦୁର୍ଭିକ୍ଷର ପ୍ରଭାବରେ ଓଡ଼ିଶାର ପ୍ରାୟ ଏକ-ତୃତୀୟାଂଶ (ଆନୁମାନିକ ଦଶ ଲକ୍ଷ) ଜନସଂଖ୍ୟା ଖାଦ୍ୟାଭାବ ହେତୁ ପ୍ରାଣ ହରାଇଥିଲେ ଏବଂ ବ୍ୟାପକ ସଂଖ୍ୟାରେ ଲୋକ ଜୀବିକା ହରାଇ କଲିକତା ତଥା ଅନ୍ୟାନ୍ୟ ଅଞ୍ଚଳକୁ ସ୍ଥାନାନ୍ତରିତ ବା ମାନବ ଚାଲାଣର ଶିକାର ହୋଇଥିଲେ ।[୨୧]
ଜିଲ୍ଲା
[ସମ୍ପାଦନା]ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି --- ଅନୁଗୋଳ, ବୌଦ୍ଧ, ଭଦ୍ରକ, ବଲାଙ୍ଗୀର, ବରଗଡ଼, ବାଲେଶ୍ୱର, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା , କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ନୟାଗଡ଼, ପୁରୀ, ରାୟଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ।
ପ୍ରତି ଜିଲ୍ଲାର ଶାସନମୁଖ୍ୟଙ୍କୁ ଜିଲ୍ଲାପାଳ କୁହାଯାଏ । ଜିଲ୍ଲାପାଳ, ଭାରତୀୟ ପ୍ରଶାସନିକ ସେବା ଅଥବା ଓଡ଼ିଶା ପ୍ରଶାସନିକ ସେବା ମାଧ୍ୟମରେ ନିଯୁକ୍ତି ପାଆନ୍ତି । ଶାସନକଳର ସୁବିଧା ପାଇଁ ପ୍ରତିଟି ଜିଲ୍ଲାକୁ କେତେଗୁଡ଼ିଏ ଉପଖଣ୍ଡ (ସବ-ଡିଭିଜନ)ରେ, ପୁଣି, ପ୍ରତ୍ୟେକ ଉପଖଣ୍ଡକୁ କେତେଗୁଡ଼ିଏ ବ୍ଲକରେ ଏବଂ ପ୍ରତ୍ୟେକ ବ୍ଲକକୁ କେତେଗୁଡ଼ିଏ ପଞ୍ଚାୟତରେ ବିଭକ୍ତ କରାଯାଇଛି ।
ଓଡ଼ିଶାର ସବୁଠୁ ବଡ଼ ସହର ଭୁବନେଶ୍ୱର ଏହାର ରାଜଧାନୀ । ଅନ୍ୟ ମୁଖ୍ୟ ସହରମାନେ ହେଲେ କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବାରିପଦା, ବଲାଙ୍ଗୀର ଇତ୍ୟାଦି ।
ଭୌଗୋଳିକ ସ୍ଥିତି
[ସମ୍ପାଦନା]
ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ (୧୫୫୭୦୭ ବର୍ଗ କି. ମି) । ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମରେ ଛତିଶଗଡ଼, ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଛି ।
ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ । ଓଡ଼ିଶାର ପୁରାତନ ରାଜଧାନୀ କଟକ, ଭୁବନେଶ୍ୱରରୁ ମାତ୍ର ୨୯ କି.ମି. ଦୂରରେ ଅବସ୍ଥିତ । ଏହି ଦୁଇ ସହରର କ୍ରମାଗତ ବିସ୍ତାର ଓ ଉତ୍ତମ ସଡ଼କ ଯୋଗାଯୋଗ କାରଣରୁ ଏହି ଦୁଇ ସହର ଦ୍ୱୈତ ନଗରୀ ନାମରେ ବିଖ୍ୟାତ । ପୁରୀ, ଯାହାକି ଏକ ବିଶ୍ୱବିଖ୍ୟାତ ହିନ୍ଦୁ ଧର୍ମପୀଠ, ଏଠାରୁ ପ୍ରାୟ ୬୦ କି.ମି. ଦୂରରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ । ହିନ୍ଦୁଙ୍କ ଚାରିଧାମ ମଧ୍ୟରୁ ଏହା ଅନ୍ୟତମ । ଏହା ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଲାଗି ବିଶ୍ୱବିଖ୍ୟାତ ।
ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ ।
ଓଡ଼ିଶାର ପ୍ରାୟ ୩୪% ଭୂମି ଅରଣ୍ୟ ଆଚ୍ଛାଦିତ, କିନ୍ତୁ ବିଭିନ୍ନ କାରଣମାନଙ୍କ ହେତୁ ଏହା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ଓଡ଼ିଶାରେ ଅନେକ ଅଭୟାରଣ୍ୟମାନ ରହିଛି । ଏଥିମଧ୍ୟରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପ୍ରସିଦ୍ଧ । ବ୍ୟାଘ୍ର ବ୍ୟତୀତ ଝରଣା ଓ ସବୁଜିମା ପୂର୍ଣ୍ଣ ଏହି ଜଙ୍ଗଲରେ ହାତୀ ଓ ଅନ୍ୟାନ୍ୟ ପଶୁପକ୍ଷୀ ବାସ କରନ୍ତି । ଭିତରକନିକା ଅଭୟାରଣ୍ୟ ୧୯୭୫ରୁ ଘଡ଼ିଆଳ କୁମ୍ଭୀରମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି । ଗହୀରମଥା, ଦେବୀ ନଦୀ ଏବଂ ଋଷିକୁଲ୍ୟା ନଦୀ ମୁହାଣକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡା ଦେବାପାଇଁ ଆସନ୍ତି ।
ମହାନଦୀର ଦକ୍ଷିଣ ମୁହାଣରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ହ୍ରଦ ଚିଲିକା ହେଉଛି ଏସିଆ ମହାଦେଶର ସର୍ବବୃହତ୍ ଲବଣାକ୍ତ ହ୍ରଦ । ଏହାକୁ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ଏଠାରେ ପ୍ରତିବର୍ଷ ପ୍ରାୟ ୧୬୦ ପ୍ରଜାତିର ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋଇଥାଏ । ଚିଲିକାରେ ଏକ ନୌ-ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।
ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ହେଉଛି ଦେଓମାଳୀ (୧୬୭୨ ମି.) ଯାହାକି ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏବଂ ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳାର ଅନ୍ତର୍ଗତ । ଏହା ମଧ୍ୟ ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ । ଅବସ୍ଥିତି: ୧୮°୪୦'୩"ଉ ୮୨°୫୮'୫୯"ପୂ ।
ପର୍ଯ୍ୟଟନ
[ସମ୍ପାଦନା]ଓଡ଼ିଶାରେ ମୋଟ ୩୪୭ଟି ପର୍ଯ୍ୟଟନସ୍ଥଳୀ ରହିଛି ।[୨୨] ନନ୍ଦନ କାନନ, ଚିଲିକା, ପୁରୀ, ଧଉଳି ଗିରି, ଖଣ୍ଡଗିରି, କୋଣାର୍କ, କାକଟପୁର, ଅସ୍ତରଙ୍ଗ, ରାମଚଣ୍ଡୀ, ନିମାପଡ଼ା, ବାରବାଟୀ, ଖଣ୍ଡାଧାର, ଗୁପ୍ତେଶ୍ୱର, ଦୁଡୁମା,ଘଟଗାଁ, ଶିମିଳିପାଳ, ଗହୀରମଥା, ଭିତରକନିକା, କପିଳାସ, ରତ୍ନଗିରି, ମଣିକ, ଲିଙ୍ଗରାଜ, ଗୋପାଳପୁର, ଦେଓମାଳି, ହରିଶଙ୍କର, ସମେଲସ୍ୱରୀ, ହୀରାକୁଦ, ଫୁଲ ଝରଣ, ନାରୟଣୀ, ଚାନ୍ଦିପୁର, ଭଟ୍ଟାରିକା, ଥେରୁବାଲି, ବେଦବ୍ୟାସ, ସାତକୋଶିଆ, ଟିକରପଡ଼ା, ସାତପଡ଼ା, ଅଲାରନାଥ, ତପ୍ତପାଣି, ତାରାତାରିଣୀ, ଚନ୍ଦକା, ଧବଳେଶ୍ୱର ଆଦି ଓଡ଼ିଶାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ।
ଓଡ଼ିଶା ଏହାର ମନ୍ଦିରମାନଙ୍କ ପାଇଁ ପୃଥିବୀ ପ୍ରସିଦ୍ଧ । ଓଡ଼ିଶାର ମନ୍ଦିରଗୁଡ଼ିକ ଆର୍ଯ୍ୟ ସଂପ୍ରଦାୟର ଏବଂ ଏଗୁଡିକ ସଂପ୍ରଦାୟର ଅନୁସାରେ ଦେଖିବାକୁ ଅଲଗା ଅଲଗା ପ୍ରକାରର । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଉଚ୍ଚତା ୧୮୦ ଫୁଟ ଏବଂ ପୁରୀର ଜଗନ୍ନାଥ ମନ୍ଦିରର ଉଚ୍ଚତା ୨୧୪ ଫୁଟ, ଯାହାକି ଓଡ଼ିଶାର ସବୁଠାରୁୁ ଉଚ୍ଚତମ ମନ୍ଦିର । ଠିକ ସେହିପରି କୋଣାର୍କର ସୂର୍ଯ୍ୟ ମନ୍ଦିର ପୃଥିବୀ ପ୍ରସିଦ୍ଧ । ବୌଦ୍ଧ ଏବଂ ଜୈନ ମନ୍ଦିର ମାନଙ୍କ ପାଇଁ ମଧ୍ୟ ଓଡ଼ିଶା ପ୍ରସିଦ୍ଧ । ଭୁବନେଶ୍ୱରରେ ଖଣ୍ଡଗିରି ଏବଂ ଉଦୟଗିରି ନାମକ ଦୁଇଟି ଗୁମ୍ଫା ରହିଛି । ଯାହାକି ପୁରାତନ ବୌଦ୍ଧ ଧର୍ମର ମୂକସାକ୍ଷୀ । ଠିକ ସେହି ପରି ଧଉଳିଗିରିଠାରେ ଥିବା ବିଶାଳ ବୌଦ୍ଧ ମୂର୍ତି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
ଠିକ ସେହି ପରି ଓଡ଼ିଶାର ଟିକରପଡା ଘଡ଼ିଆଳ କୁମ୍ଭୀର ପାଇଁ ପ୍ରସିଦ୍ଧ ।
ଜନଗଣନା
[ସମ୍ପାଦନା]୨୦୧୧ ମସିହା ଭାରତର ଜନଗଣନା ଅନୁଯାଇ ଓଡ଼ିଶାର ସମୁଦାୟ ଜନସଂଖ୍ୟା ୪୧,୯୪୭,୩୫୮, ସେଥିମଧ୍ୟରୁ ୨୧,୨୦୧,୬୭୮ (୫୦.୫୪%)ଜଣ ପୁରୁଷ ଓ ୨୦,୭୪୫,୬୮୦ (୪୯.୪୬) ଜଣ ମହିଳା, ଏବଂ ପ୍ରତି ୧୦୦୦ ପୁରୁଷରେ ୯୭୮ ଜଣ ମହିଳା ଅଛନ୍ତି । ୨୦୦୧ ମସିହା ଜନଗଣନା ତୁଳନାରେ ୨୦୧୧ରେ ଜନସଂଖ୍ୟା ୧୩.୯୭% ବୃଦ୍ଧି ହୋଇଛି । ସବୁଠାରୁ ଅଧିକ ଓଡ଼ିଆ ଭାଷାଭାଷୀ ଲୋକ ଏଠାରେ ବାସ କରନ୍ତି ଓ ଓଡ଼ିଆ ଭାଷା ଏହି ରାଜ୍ୟର ମୁଖ୍ୟ ଭାଷା ରୂପେ ପରିଚିତ ଏବଂ ଏହି ରାଜ୍ୟର ୮୨ ପ୍ରତିଶତ ଲୋକ ଓଡ଼ିଆ ଭାଷାକୁ ନିଜର ମାତୃଭାଷା ରୂପେ ବ୍ୟବହାର କରନ୍ତି । ଏହି ରାଜ୍ୟର କେତେକ ଆଦିବାସୀ ଜନଜାତି ମଧ୍ୟରୁ ସାନ୍ତାଳ, ବଣ୍ଡା , ମୁଣ୍ଡା, ଓରାମ ଓ ମହାଲି ପ୍ରମୁଖ । ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହି ରଜ୍ୟର ସାକ୍ଷରତା ହାର ୭୩.୪୫% ଏବଂ ୮୨.୪% ପୁରୁଷ ଓ ୬୪.୩୬ ମହିଳା ସାକ୍ଷର ଅଟନ୍ତି ।[୨୩]
ପ୍ରଶାସନ ଓ ରାଜନୀତି
[ସମ୍ପାଦନା]
ଭାରତରେ ସମସ୍ତ ରାଜ୍ଯରେ ସାର୍ବଜନୀନ ମତାଧିକାର ଆଧାରରେ ସଂସଦୀୟ ଗଣତାନ୍ତ୍ରିକ ସରକାର ସ୍ଥାପନ କରାଯାଇଛି ।[୨୪][୨୫]
ଓଡ଼ିଶାର ରାଜନୀତିରେ ସକ୍ରିୟ ରାଜନୈତିକ ଦଳଗୁଡ଼ିକ ହେଲେ, ବିଜୁ ଜନତା ଦଳ, ଭାରତୀୟ ଜାତୀୟ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି । ଓଡ଼ିଶା ରାଜ୍ଯ ସଭା ନିର୍ବାଚନ, ୨୦୧୯ ପରେ, ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଷଷ୍ଠ ଥର ପାଇଁ କ୍ରମିକ ଭାବରେ କ୍ଷମତାରେ ରହିଲା । ୨୦୦୦ ମସିହାରୁ ନବୀନ ପଟ୍ଟନାୟକ ଓଡ଼ିଶାର ୧୪ତମ ମୁଖ୍ଯମନ୍ତ୍ରୀ ହେଲେ ।[୨୬]
ବିଧାନସଭା
[ସମ୍ପାଦନା]ଓଡ଼ିଶା ରାଜ୍ୟରେ ଏକ ଏକସଦନୀୟ ବିଧାନସଭା ଅଛି।[୨୭] ଓଡ଼ିଶା ବିଧାନସଭା ୧୪୭ ଜଣ ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ,[୨୬] ଏବଂ ବିଶେଷ ପଦାଧିକାରୀମାନେ ମଧ୍ୟ ଅଛନ୍ତି, ଯେପରି ବାଚସ୍ପତି ଓ ଉପବାଚସ୍ପତି , ଯାହାଙ୍କୁ ସଦସ୍ୟମାନଙ୍କ ଦ୍ୱାରା ନିର୍ବାଚିତ କରାଯାଇଥାଏ । ବିଧାନସଭା ବୈଠକ ବାଚସ୍ପତିଙ୍କ ଦ୍ୱାରା କିମ୍ବା ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପବାଚସ୍ପତିଙ୍କ ଦ୍ୱାରା ଅଧ୍ୟକ୍ଷତା କରାଯାଏ ।[୨୮]କାର୍ଯ୍ୟପାଳିକା କର୍ତ୍ତୃପକ୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମନ୍ତ୍ରୀ ପରିଷଦ ଉପରେ ନ୍ୟସ୍ତ , ଯଦିଓ ସରକାରର ମୁଖ୍ୟ ହେଉଛନ୍ତି ଓଡ଼ିଶାର ରାଜ୍ୟପାଳ । ରାଜ୍ୟପାଳଙ୍କୁ ଭାରତର ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ବିଧାନସଭାରେ ସଂଖ୍ୟାଗରିଷ୍ଠତା ଥିବା ଦଳ କିମ୍ବା ମେଣ୍ଟର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରନ୍ତି, ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ମନ୍ତ୍ରୀ ପରିଷଦକୁ ନିଯୁକ୍ତ କରନ୍ତି । ମନ୍ତ୍ରୀ ପରିଷଦ ବିଧାନସଭାକୁ ରିପୋର୍ଟ କରନ୍ତି ।[୨୯] ୧୪୭ ଜଣ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାନସଭାର ସଦସ୍ୟ ବା ବିଧାୟକ କୁହାଯାଏ । ରାଜ୍ୟପାଳଙ୍କ ଦ୍ୱାରା ଆଙ୍ଗ୍ଲୋ-ଇଣ୍ଡିଆନ ସମ୍ପ୍ରଦାୟରୁ ଜଣେ ବିଧାୟକଙ୍କୁ ମନୋନୀତ କରାଯାଇପାରେ ।[୩୦] କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବିଧାନସଭା ଭାଙ୍ଗି ନଗଲେ, ଏହି ପଦର କାର୍ଯ୍ୟକାଳ ପାଞ୍ଚ ବର୍ଷ ପାଇଁ ।[୨୮]
ନ୍ୟାୟପାଳିକା କଟକରେ ଅବସ୍ଥିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ନିମ୍ନ ଅଦାଲତଗୁଡ଼ିକର ଏକ ବ୍ୟବସ୍ଥାକୁ ନେଇ ଗଠିତ ।
ଅର୍ଥନୀତି
[ସମ୍ପାଦନା]ସମଷ୍ଟି-ଅର୍ଥନୈତିକ ଧାରା
[ସମ୍ପାଦନା]ଓଡ଼ିଶା ନିରନ୍ତର ଆର୍ଥିକ ଅଭିବୃଦ୍ଧିର ସମ୍ମୁଖୀନ ହେଉଛି । ରାଜ୍ୟର ମୋଟ ଘରୋଇ ଉତ୍ପାଦରେ ପ୍ରଭାବଶାଳୀ ଅଭିବୃଦ୍ଧି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ରିପୋର୍ଟ କରିଛନ୍ତି । ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରାହାରିରୁ ଅଧିକ । କେନ୍ଦ୍ର ସରକାରଙ୍କ ସହରୀ ବିକାଶ ମନ୍ତ୍ରଣାଳୟ ନିକଟରେ ସ୍ମାର୍ଟ ସିଟି ଭାବେ ବିକଶିତ ହେବାକୁ ଚୟନ ହୋଇଥିବା ୨୦ଟି ସହରର ନାମ ଘୋଷଣା କରିଛନ୍ତି । ରାଜ୍ୟ ରାଜଧାନୀ ଭୁବନେଶ୍ୱର ଜାନୁଆରୀ ୨୦୧୬ରେ ଜାରି ଥିବା ସ୍ମାର୍ଟ ସିଟି ତାଲିକାରେ ପ୍ରଥମ ସହର, ଯାହା ଭାରତ ସରକାରଙ୍କ ଏକ ଗୃହପାଳିତ ପଶୁ ପ୍ରକଳ୍ପ । ଏହି ଘୋଷଣାରେ ବିକାଶ ପାଇଁ ପାଞ୍ଚ ବର୍ଷ ମଧ୍ୟରେ ୫୦୮.୦୨ ବିଲିୟନ ଟଙ୍କା ମଞ୍ଜୁରି ଥିଲା ।
ଶିଳ୍ପ ବିକାଶ
[ସମ୍ପାଦନା]ଓଡ଼ିଶାରେ ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଏକ ବୃହତ ଉପକୂଳ ଅଛି | ପୁଞ୍ଜି ବିନିଯୋଗ ପ୍ରସ୍ତାବ ସହିତ ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ପାଇଁ ଓଡ଼ିଶା ସର୍ବାଧିକ ପସନ୍ଦଯୋଗ୍ୟ ସ୍ଥାନ ଭାବରେ ଉଭା ହୋଇଛି। ଏଥିରେ ଭାରତର ଏକ କୋଇଲାର ଏକ ପଞ୍ଚମାଂଶ, ଏହାର ଏକ ଚତୁର୍ଥାଂଶ ଲୁହାପଥର, ବକ୍ସାଇଟ୍ ଭଣ୍ଡାରର ଏକ ତୃତୀୟାଂଶ ଏବଂ କ୍ରୋମାଇଟ୍ ରହିଛି |
ଜର୍ମାନୀର ସହଯୋଗରେ ନିର୍ମିତ ଭାରତର ପବ୍ଲିକ୍ ସେକ୍ଟରରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଥିଲା |
ଆର୍ସେଲର-ମିତ୍ତଲ ୧୦ ବିଲିୟନ ଡଲାରର ଅନ୍ୟ ଏକ ମେଗା ଇସ୍ପାତ ପ୍ରକଳ୍ପରେ ବିନିଯୋଗ କରିବାକୁ ଯୋଜନା ଘୋଷଣା କରିଛନ୍ତି। Russian ଷର ପ୍ରମୁଖ ମ୍ୟାଗ୍ନିଟୋଗୋରସ୍କ୍ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ (MMK) ମଧ୍ୟ ଓଡ଼ିଶାରେ ୧୦ଟି MT ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରିଛି। ବୃନ୍ଦାବଲ ଓଡ଼ିଶାର ଖୋଲା କାଷ୍ଟ କୋଇଲା ଖଣିର ଏକ ପ୍ରମୁଖ କ୍ଷେତ୍ର | ଆଲୁମିନିୟମ, କୋଇଲା ଭିତ୍ତିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, ପେଟ୍ରୋକେମିକାଲ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାରେ ରାଜ୍ୟ ଅଦୃଶ୍ୟ ପରିମାଣର ପୁଞ୍ଜି ବିନିଯୋଗ କରୁଛି। ବିଦ୍ୟୁତ୍ ଉତ୍ପାଦନରେ ରିଲାଏନ୍ସ ପାୱାର୍ (ଅନିଲ ଅମ୍ବାନୀ ଗ୍ରୁପ୍) ଝାରସୁଗୁଡା ଜିଲ୍ଲାର ହିରମାଠାରେ ୧୩ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜି ବିନିଯୋଗ ସହିତ ବିଶ୍ୱର ସର୍ବବୃହତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରୁଛି।
୨୦୦୯ ମସିହାରେ ଓଡ଼ିଶା କର୍ପୋରେଟ ନିବେଶ ଉପରେ ଆସୋକମ୍ (ASSOCHAM) ଇନଭେଷ୍ଟମେଣ୍ଟ ମିଟର (AIM) ଅଧ୍ୟୟନର ବିଶ୍ଳେଷଣ ଅନୁଯାୟୀ ଗୁଜରାଟ ସହିତ ପ୍ରଥମ ଏବଂ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ଥିଲା | ଦେଶରେ ମୋଟ ବିନିଯୋଗରେ ଓଡ଼ିଶାର ଅଂଶ ୧୨.୬ ପ୍ରତିଶତ ଥିଲା। ଏହା ମୂଲ୍ୟର ନିବେଶ ପ୍ରସ୍ତାବ ଗ୍ରହଣ କଲା | ଗତ ବର୍ଷରେ ୨,୦୦,୮୪୬ କୋଟି | ଇସ୍ପାତ ଏବଂ ଶକ୍ତି ସେହି କ୍ଷେତ୍ରଗୁଡିକ ମଧ୍ୟରେ ଥିଲା ଯାହା ରାଜ୍ୟରେ ସର୍ବାଧିକ ପୁଞ୍ଜି ବିନିଯୋଗ କରିଥିଲା।
ସଂସ୍କୃତି
[ସମ୍ପାଦନା]ଓଡ଼ିଶାର ପର୍ବପର୍ବାଣି
[ସମ୍ପାଦନା]ଓଡ଼ିଶାର ବିଭିନ୍ନ ଧର୍ମାବଲମ୍ବୀମାନେଦ୍ୱାରା ବିଭିନ୍ନ ପର୍ବପର୍ବାଣି ପାଳନ କରିଥାନ୍ତି । ଓଡ଼ିଶାରେ "ବାର ମାସରେ ତେର ପର୍ବ" ପାଳନ ହୁଏ ବୋଲି ପ୍ରବାଦ ରହିଛି ।[୩୧] ପ୍ରମୁଖ ହିନ୍ଦୁ ପର୍ବ ମଧ୍ୟରେ ରଥଯାତ୍ରା, ରଜ, ପଣା ସଂକ୍ରାନ୍ତି,ମକର ସଂକ୍ରାନ୍ତି,ନୂଆଖାଇ ଓ ଅନେକ ଓଷା-ବ୍ରତ ସମେତ ଅନ୍ୟାନ୍ୟ ପର୍ବପର୍ବାଣି, ଇସଲାମ ପର୍ବପର୍ବାଣି ମଧ୍ୟରେ ଇଦ ଉଲ-ଫିତର ଓ ମହରମ, ଖୀଷ୍ଟିଆନ ପର୍ବପର୍ବାଣି ମଧ୍ୟରେ ବଡ଼ ଦିନ, ଇଷ୍ଟର ଓ ନବବର୍ଷ, ବୌଦ୍ଧ ପର୍ବପର୍ବାଣି ମଧ୍ୟରେ ବୁଦ୍ଧ ପୂର୍ଣ୍ଣିମା ଆଦି ଅନ୍ୟତମ । ଓଡ଼ିଶାର ବିଭିନ୍ନ ଆଦିବାସୀ ଜନଜାତି ଭିତରେ ସାନ୍ତାଳୀ ଜନଜାତିର ସୋହରାଇ, ମାଘେ ପରବ (ହୋ ଜନଜାତିଦ୍ୱାରା ମଧ୍ୟ ପାଳିତ), ବାହା ପରବ (ବା ହୋ ଜନଜାତିର ବା' ପରବ) ଆଦି ଅନ୍ୟତମ |
କ୍ରୀଡ଼ା
[ସମ୍ପାଦନା]
ଓଡ଼ିଶା ରାଜ୍ୟ ୨୦୧୮ ପୁରୁଷ ହକି ବିଶ୍ୱକପ୍ ( 2018 Men's Hockey World Cup ), ୨୦୨୨ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ (2022 FIFA U-17 Women's World Cup) ଏବଂ ୨୦୨୩ ପୁରୁଷ ହକି ବିଶ୍ୱକପ୍ (2023 Men's Hockey World Cup) ସମେତ ଅନେକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ଆୟୋଜନ କରିଛି।
ଓଡ଼ିଶାରେ ଥିବା କ୍ରୀଡ଼ା ଷ୍ଟାଡ଼ିୟମଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ :
- କଳିଙ୍ଗ ଷ୍ଟାଡ଼ିଅମ ( Kalinga Stadium )
- ବାରବାଟି ଷ୍ଟାଡ଼ିଅମ ( Barabati Stadium )
- ଜବାହରଲାଲ ନେହେରୁ ଇନଡୋର୍ ଷ୍ଟାଡ଼ିୟମ ( Jawaharlal Nehru Indoor Stadium )
- ଇଷ୍ଟ କୋଷ୍ଟ ରେଲୱେ ଷ୍ଟାଡ଼ିୟମ ( East Coast Railway Stadium )
- ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ ( Biju Patnaik Hockey Stadium )
- କିଟ୍ ଷ୍ଟାଡ଼ିୟମ ( KIIT Stadium )
- ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମ ( Veer Surendra Sai Stadium )
- ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ ( Birsa Munda International Hockey Stadium )[୩୨]
ରାଜ୍ୟରେ କିଛି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ମଧ୍ୟ ରହିଛି, ଯାହାକି ଓଡ଼ିଶାରେ ବିଭିନ୍ନ ଖେଳର ଉନ୍ନତି ପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ସ୍ଥାପିତ କରାଯାଇଛି । କିଛି ଉଚ୍ଚ ପ୍ରଦର୍ଶନ କେନ୍ଦ୍ରଗୁଡ଼ିକ ହେଉଛି :
- ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପ୍ରଦର୍ଶନ ( Abhinav Bindra Targeting Performance (ABTP) )
- ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ୍ ଏକାଡ଼େମୀ ( Dalmia Bharat Gopichand Badminton Academy )
- ଜେ.ଏସ୍.ଡବ୍ଲ୍ୟୁ. ସନ୍ତରଣ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ( JSW Swimming HPC )
- ଖେଲୋ ଇଣ୍ଡିଆ ଆଥଲେଟିକ୍ସ୍, ହକି ଏବଂ ଭାରୋତ୍ତୋଳନ ପାଇଁ ରାଜ୍ୟ ଉତ୍କର୍ଷ କେନ୍ଦ୍ର ( Khelo India State Centre of Excellence (KISCE) for Athletics, Hockey, and Weightlifting )
- ଭାରୋତ୍ତୋଳନ ପାଇଁ କେଜେଏସ ଆହଲୁୱାଲିଆ ଏବଂ ଟେନଭିକ୍ ସ୍ପୋର୍ଟସ୍ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ( KJS Ahluwalia and Tenvic Sports HPC for Weightlifting )
- ଓଡ଼ିଶା ନୌସେନା ଟାଟା ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ( Odisha Naval Tata Hockey High Performance Centre (ONTHHPC) )[୩୩]
- ଓଡ଼ିଶା ଆଦିତ୍ୟ ବିକ୍ରମ ବିର୍ଲା ଏବଂ ଗଗନ ନାରଙ୍ଗ ସୁଟିଂ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ( Odisha Aditya Birla and Gagan Narang Shooting HPC )
- ରିଲାଏନ୍ସ୍ ଫାଉଣ୍ଡେସନ୍ ଓଡ଼ିଶା ଆଥଲେଟିକ୍ସ୍ ଉଚ୍ଚ ପ୍ରଦର୍ଶନ କେନ୍ଦ୍ର
( Reliance Foundation Odisha Athletics HPC )
- ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଆଞ୍ଚଳିକ ବ୍ୟାଡ଼ମିଣ୍ଟନ୍ ଏକାଡ଼େମୀ
( Sports Authority of India Regional Badminton Academy )[୩୪]
ପର୍ଯ୍ୟଟନ
[ସମ୍ପାଦନା]ବାଲୁକା କଳା
[ସମ୍ପାଦନା]ଓଡ଼ିଶାର ପୁରୀରୁ ଆରମ୍ଭ ହୋଇ ରାଜ୍ୟର ଅନ୍ୟାନ୍ୟ ତଟବର୍ତ୍ତୀ ସ୍ଥାନରେ ବିକଶିତ ବାଲିରେ ମୂର୍ତ୍ତି ତିଆରି କଳା ଓଡ଼ିଶାର ଏକ ଆଧୁନିକ କଳା ମଧ୍ୟରୁ ଅନ୍ୟତମ ।
ହସ୍ତଶିଳ୍ପ
[ସମ୍ପାଦନା]ଓଡ଼ିଶାର ହସ୍ତଶିଳ୍ପ ମଧ୍ୟରେ ପିତ୍ତଳ, ସୁନା-ରୂପାର ତାରକସି କାମ, ଟେରାକୋଟା କଳା ଏବଂ ଚାନ୍ଦୁଆ ଆଦି ଅନ୍ୟତମ ।
ପିତ୍ତଳ ଏବଂ ବେଲ ଧାତୁ ସାମଗ୍ରୀ
[ସମ୍ପାଦନା]ପିତ୍ତଳ ଏବଂ ବେଲମେଟାଲ୍ ବାସନ, ପିତ୍ତଳ ଚାନ୍ଦ ଏବଂ ହାଣ୍ଡି ଉପରେ ସୂକ୍ଷ୍ମ ଖୋଦନ ଓଡ଼ିଶା କଳାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ | ଧାତୁରେ ନିର୍ମିତ କଳାକୃତି ମଧ୍ୟରେ ପିତ୍ତଳ କାର୍ଯ ଦେବତାମାନଙ୍କର ପୂଜା ସମୟରେ ଦୀପ ଏବଂ ଦୀପଦାନୀରେ ଦେଖିବାକୁ ମିଳିଥାଏ | ପିତ୍ତଳରୁ ନିର୍ମିତ ଚାଉଳ ମାପିବା ପାତ୍ରଗୁଡିକ ଅନେକ ଘରେ ବ୍ୟବହୃତ ହେବା ବ୍ୟତୀତ ପିତ୍ତଳ ହାତୀ-ଘୋଡ଼ା ଆଦି ମଧ୍ୟ ଜଣାଶୁଣା । ବେଟେଲ-ଚେୟାର ପାଇଁ ପିତ୍ତଳର ପାତ୍ରଗୁଡ଼ିକ ଉଭୟ ଉପଯୋଗୀ ଏବଂ ଅଳଙ୍କାର ପାଇଁ ଡିଜାଇନ୍ ହୋଇଛି | ପିତ୍ତଳ ଏବଂ ଘଣ୍ଟି ଧାତୁରେ ନିର୍ମିତ ଘରୋଇ ସାମଗ୍ରୀ ଏବଂ ବାସନଗୁଡିକ ଅଛି ଏବଂ ସେଗୁଡ଼ିକ ବିଭିନ୍ନ ଆକୃତି ଏବଂ ଆକାରର | ଓଡ଼ିଶାର ପିତ୍ତଳ ସାମଗ୍ରୀ କାରିଗରମାନଙ୍କର ଉଚ୍ଚ କାରୁକାର୍ଯ୍ୟ ଏବଂ ନୂତନତ୍ୱ ପାଇଁ ସେମାନଙ୍କର ଚମତ୍କାରତାକୁ ପ୍ରକାଶ କରିଥାଏ |
ସିଲଭର ୱେୟାର ଏବଂ ଫିଲିଗ୍ରି କାମ
[ସମ୍ପାଦନା]ଓଡ଼ିଶାର ସିଲଭରୱେର୍ ବହୁତ ଜଣାଶୁଣା | ତାଙ୍କର ଫିଲିଗ୍ରି କାର୍ଯ୍ୟଗୁଡ଼ିକ ଭାରତର ଅନ୍ୟ କୌଣସି ସ୍ଥାନରେ କ୍ୱଚିତ୍ ଦେଖାଯାଉଥିବା କଳାତ୍ମକ ଉତ୍କର୍ଷର ଅନନ୍ୟ ଉଦାହରଣ | ରୂପା ତାରଗୁଡ଼ିକ, ଅତ୍ୟନ୍ତ ସୂକ୍ଷ୍ମ, ଜଟିଳ ଡିଜାଇନ୍ରେ ଆକୃତିର | ପଶୁ ଏବଂ ପକ୍ଷୀମାନଙ୍କର ଫର୍ମ, ଭର୍ମିଲିୟନ୍ ରିସେପ୍ଟେକଲ୍ ପରି ଦୈନିକ ବ୍ୟବହାରର ପ୍ରବନ୍ଧଗୁଡ଼ିକ ମଧ୍ୟ ରୂପା ତାରରେ ନିର୍ମିତ - ଫିଲିଗ୍ରି ଅଳଙ୍କାର, ବିଶେଷତ ବ୍ରୋଚ୍ ଏବଂ କାନଫୁଲ ଭାରତୀୟ ମହିଳାମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ | ସିଲିଗ୍ରି କାମ ପାଇଁ କଟକ ବିଶ୍ୱ ପ୍ରସିଦ୍ଧ | ମହାଭାରତର ଦୃଶ୍ୟଗୁଡ଼ିକ ବେଳେବେଳେ ରୂପାରେ ଚିତ୍ରିତ ହୋଇଥାଏ ବିଶେଷ ଆଗ୍ରହରେ ରୂପାଦ୍ୱାରା ନିର୍ମିତ ଭଗବାନ କୃଷ୍ଣଙ୍କଦ୍ୱାରା ପରିଚାଳିତ ଅର୍ଜୁନ ରଥ | ଜଣେ ଆଶ୍ଚର୍ଯ୍ୟ ଲାଗେ ଯେ ରଥ ଚକଗୁଡିକର ମିନିଟ୍ ସବିଶେଷ କାର୍ଯ୍ୟ ସହିତ କଶଳ ଦେଖ | ରଥର ସୌନ୍ଦର୍ଯ୍ୟ, ଘୋଡ଼ାମାନଙ୍କର ଗର୍ବିତ ଆଭିମୁଖ୍ୟ ଏବଂ ସତ୍ୟ-ହାଇ-ଆକୃତି, ସମସ୍ତେ ରୂପା କଳା ପ୍ରଭାବର ଅତ୍ୟଧିକ ମହିମା ପାଇଁ ସହଯୋଗ କରନ୍ତି |
ଟେରାକୋଟା ଏବଂ କୁମ୍ଭାର
[ସମ୍ପାଦନା]ଓଡ଼ିଶାର କୁମ୍ଭକାରମାନେ ବିଭିନ୍ନ ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ବ୍ୟବହୃତ ହେବାକୁ ମାଟିପାତ୍ର ତିଆରି କରନ୍ତି | ସେଗୁଡିକ ବିଭିନ୍ନ ଆକୃତି ଏବଂ ଆକାରରେ ନିର୍ମିତ ଏବଂ ମାଛ ଏବଂ ଫୁଲର ମୋଟିଫ୍ ଏବଂ ଜ୍ୟାମିତିକ ଡିଜାଇନ୍ ସହିତ ସୁସଜ୍ଜିତ | ଧାର୍ମିକ ସମୟରେ ସ୍ଥାନୀୟ ଚାହିଦା ପୂରଣ କରିବା ପାଇଁ ଟେରାକୋଟାରେ ଘୋଡ଼ା ଏବଂ ହାତୀ ତିଆରି କରାଯାଏ | ରୋଗ ଏବଂ ବିପଦରୁ ରକ୍ଷା ପାଇବା ପାଇଁ ଏମାନଙ୍କୁ ଗ୍ରାମ-ଦେବୀ (ଗ୍ରାମ-ଦେବତା)କୁ ଦିଆଯାଏ | ଆକାରରେ ସେମାନେ ଛଅ ଇଞ୍ଚରୁ ତିନି ଫୁଟ ପର୍ଯ୍ୟନ୍ତ | କୁମ୍ଭାର ମାଟି ଖେଳନା ଏବଂ ମଣିଷର ସରଳ ଏବଂ ଆକର୍ଷଣୀୟ ଚିତ୍ର ମଧ୍ୟ ତିଆରି କରେ | ସେମାନେ ବାସ୍ତବ ଜୀବନ ଜୀବମାନଙ୍କର ଅତ୍ୟାବଶ୍ୟକ ବିଶିଷ୍ଟ୍ୟଗୁଡିକ ଧରିଥାନ୍ତି | ଓଡ଼ିଶାର ପ୍ରତ୍ୟେକ ପ୍ୟାନରେ ଟେରାକୋଟା ଖେଳନା ତିଆରି କରାଯାଏ | ଖେଳନାଗୁଡିକ ଡିଜାଇନ୍ରେ ସରଳ ଏବଂ ସେମାନେ ଉତ୍ପାଦିତ ସ୍ଥାନର ଗୁଣ ବହନ କରନ୍ତି |
ସୁବର୍ଣ୍ଣ ଘାସ ଏବଂ କେନ୍ କାମ କରେ
[ସମ୍ପାଦନା]ଟୋକେଇ, ହାତ ପ୍ରଶଂସକ ଏବଂ ଟେବୁଲ୍ ମ୍ୟାଟ୍ ମହିଳା ଲୋକମାନଙ୍କଦ୍ୱାରା ସୁବର୍ଣ୍ଣ ଘାସରୁ ବୁଣା ହୋଇଛି | ଫ୍ଲୋର-ମ୍ୟାଟ୍ଗୁଡ଼ିକ ମଧ୍ୟ ସୁବର୍ଣ୍ଣ ଘାସରୁ ବୁଣାଯାଏ ଯାହା ଏକ ସ୍ଥାନୀୟ ଉତ୍ପାଦ , ଆଜି ଏହି ସାମଗ୍ରୀର ଚାହିଦା ବଢିଛି ଏବଂ ଏହା ସେମାନଙ୍କର ସୌନ୍ଦର୍ଯ୍ୟ, ଉପଯୋଗିତା ଏବଂ ସ୍ଥାୟୀ ଗୁଣର ପ୍ରମାଣ କରେ | ଟୋକେଇ ଏବଂ ଅନେକ ଆସବାବପତ୍ର ବୁଣିବା ପାଇଁ କେନ୍ ବ୍ୟବହୃତ ହୁଏ |
ପ୍ରୟୋଗ କାର୍ଯ୍ୟ
[ସମ୍ପାଦନା]ପିପଲିରେ ଟେଲର୍ମାନେ ଆପ୍ଲିକ୍ କାର୍ଯ୍ୟଗୁଡିକ ଏକଜେକ୍ୟୁଟ୍ କରନ୍ତି, ଯାହା ବହୁତ ଚାହିଦା | ପର୍ବପର୍ବାଣିରେ ବ୍ୟବହାର ପାଇଁ ଆପ୍ଲିକ୍ କାର୍ଯ୍ୟର ବିଶାଳ ଆକାରର ଛତା ଉତ୍ପାଦିତ ହୁଏ | ବିସ୍ତାରିତ ଲନରେ ବଗିଚା ଛତା ଭାବରେ ମଧ୍ୟ ବ୍ୟବହୃତ ହୁଏ, ସେମାନେ ଯେ କୌଣସି ସମାବେଶକୁ ଅନୁଗ୍ରହ ଏବଂ ରଙ୍ଗ ଋଣ ଦିଅନ୍ତି | ହୃଦୟ ଆକୃତିର ପ୍ରଶଂସକ, ବଡ଼ ଏବଂ ସ୍ମା କ୍ୟୋପି ଏବଂ କାନ୍ଥ ଝୁଲିବା ମଧ୍ୟ ଆପ୍ଲିକ୍ କାମରୁ ପ୍ରସ୍ତୁତ | ଟେଲର୍ମାନେ ପ୍ରାଣୀ, ପକ୍ଷୀ, ଫୁଲର ଚିତ୍ର ଏବଂ ଜ୍ୟାମିତିକ ଆକୃତିର ସମୃଦ୍ଧ ରଙ୍ଗର କପଡ଼ାରୁ କାଟି ଦିଅନ୍ତି ଏବଂ ଏଗୁଡିକ ଅନ୍ୟ ଏକ କପଡ଼ା ଉପରେ ସମାନ୍ତରାଳ ଭାବରେ ସଜାଯାଇ ଏକ ଆଖିଦୃଶିଆ ଡିଜାଇନ୍ ପ୍ରସ୍ତୁତ କରିବା ପାଇଁ ସିଲେଇ କରାଯାଏ | ହଳଦିଆ, ଧଳା, ସବୁଜ, ନୀଳ, ନାଲି ଏବଂ କଳା ରଙ୍ଗର ସମୃଦ୍ଧ ସ୍ପ୍ଲାସ୍ ଦର୍ଶକଙ୍କ ଆଖିକୁ ଚମକାଇଥାଏ ଏବଂ ଉତ୍ସବର ମନୋବଳ ସ୍ଥିର କରିଥାଏ | ବିଭିନ୍ନ ଆକୃତି ଏବଂ ଆକାରର ବ୍ୟାଗଗୁଡ଼ିକ ମଧ୍ୟ ଆପ୍ଲିକ୍ ମୋଟିଫ୍ ସହିତ ତିଆରି | ଧାର୍ମିକ ଶୋଭାଯାତ୍ରାରେ ରଙ୍ଗ ଦେବା ପାଇଁ ଆପଲିକ୍ ଚାରିସ୍ (ଛତା) ଏବଂ “ତରସା” (ହୃଦୟ ଆକୃତିର କାଠ ଗଠନଗୁଡ଼ିକ ଆପ୍ଲିକ୍ କାର୍ଯ୍ୟରେ ଆଚ୍ଛାଦିତ ଏବଂ ପିକ୍ ଉପରେ ସମର୍ଥିତ) ବ୍ୟବହୃତ ହୁଏ | ବଡ଼ ଆପ୍ଲିକ୍ କାନୋପି ବିବାହ ଉତ୍ସବର ଏକ ଅବିଚ୍ଛେଦ୍ୟ ଅଙ୍ଗ | ମନ୍ଦିରଗୁଡିକରେ, କାଦୁଅଗୁଡିକ ଦେବତାମାନଙ୍କ ଉପରେ ଝୁଲାଯାଇଥାଏ ଯାହା ସେମାନଙ୍କୁ ମଇଳା ପଡ଼ିବାଠାରୁ ରକ୍ଷା କରିଥାଏ |
ଶୃଙ୍ଗ କାର୍ଯ୍ୟ
[ସମ୍ପାଦନା]ଓଡ଼ିଶାରେ ଏପରି କାରିଗର ଅଛନ୍ତି ଯେଉଁମାନେ ଗୋରୁର ଶିଙ୍ଗରୁ କମ୍ବି, ଫୁଲ ଭେଜ୍ ଏବଂ କଲମ ଷ୍ଟାଣ୍ଡ ପରି ଦୈନିକ ବ୍ୟବହାରର ପ୍ରବନ୍ଧ ଯୋଗାଇବାରେ ଚତୁର ଅଟନ୍ତି | ଶିଙ୍ଗଟି ସୁଗମ ହୋଇ ପଲିସ୍ ହୋଇଛି, ଏବଂ ତା’ପରେ ବିଭିନ୍ନ କରମ୍ସରେ ଆକୃତିର | ଶୃଙ୍ଗରେ ନିର୍ମିତ କ୍ରେନ୍, ଲବଷ୍ଟର, ବିଛା ଏବଂ ପକ୍ଷୀମାନେ ଏକ ସୁନ୍ଦରତାରେ ସମାପ୍ତ | ସେମାନଙ୍କର ଭୂପୃଷ୍ଠ ଏକ ଗାଢା ସୋବର ଫିଙ୍ଗିଦିଏ ଏବଂ ସମସ୍ତ କଳା ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରେ |
ଶାଢ଼ୀ ଏବଂ ଅନ୍ୟାନ୍ୟ କପଡ଼ା
[ସମ୍ପାଦନା]ବୋଧହୁଏ ଓଡ଼ିଶାର ହସ୍ତତନ୍ତର ସବୁଠାରୁ ଲୋକପ୍ରିୟ ଆଇଟମ୍ ହ୍ୟାଣ୍ଡଲୁମ୍ ସାରୀ ପ୍ରଦାନ କରେ | ସାସ୍କେସ୍ ପ୍ରତ୍ୟେକ ସ୍ୱାଦ ଏବଂ ପକେଟକୁ ଅନୁକୂଳ କରିବା ପାଇଁ ବିଭିନ୍ନ ଡିଜାଇନ୍ ଏବଂ ରଙ୍ଗରେ ଆସିଥାଏ | ସାଧାରଣତ ସମ୍ବଲପୁର ଜିଲ୍ଲାର ଗ୍ରାମବାସୀମାନେ ଘରୋଇ କିମ୍ବା କର୍ପୋରେଟ୍ ସେକ୍ଟରରେ ଲୁମ୍ ଉପରେ ସାରି ବୁଣନ୍ତି | ସମ୍ବଲପୁରୀ ସୂତା ସାରିର ଏକ ସୁଗମ ସମାପ୍ତି ଏବଂ ଏକ ସ୍ୱତନ୍ତ୍ର ମୂଳ ସୀମା ଏବଂ ପାଲୁ ଅଛି | ମାଛ, ଶଙ୍ଖ ସେଲ ଏବଂ ଫୁଲର ମୋଟିଫ୍ କପଡ଼ାରେ ବୁଣା ହୋଇଛି | ବେଳେବେଳେ ସୀମା ଏବଂ ପାଲୁକୁ ସଜାଇବା ପାଇଁ ପଶୁ ମୋଟିଫ୍ ମଧ୍ୟ ବ୍ୟବହୃତ ହୁଏ | ସ୍ଥାନୀୟ କଞ୍ଚାମାଲରୁ ଗ୍ରାମ କାରିଗରମାନେ ରେଶମ ସାନ୍ସ ମଧ୍ୟ ପ୍ରସ୍ତୁତ କରନ୍ତି | ଖଣ୍ଡୁଆ ପାଟା ସାରିଗୁଡିକର ବିସ୍ତୃତ ଡିଜାଇନ୍ ଏବଂ ଏକ ଚମକ ଅଛି ଯାହା ଆକର୍ଷଣୀୟ | ବାପ୍ଟା ସାରିରେ ସୂତା ଏବଂ ରେଶମ ସୂତା ଅଛି | ବର୍ହମ୍ପୋରି ପାଟା ସାରିକୁ ଓଡ଼ିଆ ଏବଂ ଆଧୁନିକ ମହିଳାମାନେ ପିନ୍ଧନ୍ତି | ସାରିଗୁଡିକ ଯେଉଁଠାରେ ଉତ୍ପାଦିତ ହୁଏ, ବ୍ୟବହୃତ କଙ୍କାଳର ଗୁଣ ଏବଂ ସେଥିରେ ବୁଣା ହୋଇଥିବା ଡିଜାଇନ୍ଗୁଡ଼ିକର ପ୍ରକୃତି ନାମରେ ନାମିତ | ହାତ ବୁଣା ବେଡସିଟ୍, ବେଡ୍ କଭର, ଟେବୁଲ୍ କପଡ଼ା, ପରଦା ଏବଂ ଓଡ଼ିଶାର ପୋଷାକ ସାମଗ୍ରୀ ସମଗ୍ର ଦେଶରେ ସମାନ |
ପଥର ଏବଂ କାଠ ଖୋଦନ
[ସମ୍ପାଦନା]ପଥର ଖୋଦନ ହେଉଛି ଓଡ଼ିଶାର ଏକ ପୁରୁଣା ଶିଳ୍ପ। କାରିଗରମାନଙ୍କ ବଂଶଧର ଯେଉଁମାନେ ଏକଦା ମନ୍ଦିର ଭବନରେ ଉତ୍କର୍ଷର ଚମତ୍କାର ଉଚ୍ଚତାକୁ ମାପଚୁପ କରିଥିଲେ, ସେମାନେ ପଥର ଖୋଦନ କରିବାର ବଂଶାନୁକ୍ରମିକ ଶିଳ୍ପ ମାଧ୍ୟମରେ ମୂର୍ତ୍ତି ପରମ୍ପରାକୁ ଜୀବନ୍ତ ରଖିଛନ୍ତି | ଖୋଦିତ ଦ୍ରବ୍ୟରେ ମନ୍ଦିରର ପ୍ରତିକୃତି, ଦେବତା ଏବଂ ଦେବୀଙ୍କ ପ୍ରତିମୂର୍ତ୍ତି, କୋଣାର୍କ ଚକ ଏବଂ ଘୋଡ଼ା, ଏବଂ ଅଳସ କନ୍ୟା (ସାଧୁ ଝିଅ) ସାଲାଭଞ୍ଜିକା (ସାଲ ଶାଖା ଉପରେ ଝୁଲୁଥିବା ମହିଳା), ସୁରସୁଣ୍ଡାରୀ (ସ୍ୱର୍ଗୀୟ ସୌନ୍ଦର୍ଯ୍ୟ), ଲେଖିକା ( ଲେଡି ଏକ ଚିଠି ଲେଖିବା), ଇତ୍ୟାଦି ଯାହା ଘର ସାଜସଜ୍ଜାର ଲୋକପ୍ରିୟ ଆଇଟମ୍ | ଓଡ଼ିଶାର କାଠ ଖୋଦନ ପ୍ରାୟ ସମାନ ଭାବରେ ଲୋକପ୍ରିୟ | ସେମାନେ ଅନ୍ୟ ରାଜ୍ୟଗୁଡିକର କଳାକୃତିଠାରୁ ଭିନ୍ନ ଅଟନ୍ତି ଯେପର୍ଯ୍ୟନ୍ତ ସେମାନେ ସାଧା ଏବଂ ଚମତ୍କାର ପଲିସ୍ ସହିତ ଉଜ୍ଜ୍ୱଳ ଅଟନ୍ତି ଏବଂ ସେମାନଙ୍କ ଉପରେ କୌଣସି ରଙ୍ଗ କିମ୍ବା ଆବରଣ ବିନା ଲେକ୍ କାମ କରନ୍ତି | ପାର୍ଟ ଓଡ଼ିଶାରେ ଅନେକ ହସ୍ତତନ୍ତ ସାମଗ୍ରୀ ଅଛି ଯେପରିକି କାଗଜ ମାଞ୍ଚ, ସୋଲା ପିଥ୍ କାମ, ଲଙ୍କ | କାର୍ଯ୍ୟ, ଜାରୀ କାମ, ଗ୍ଲାସ୍ ବିଡି, କପଡ଼ା ଗାର୍ଲେଣ୍ଡ୍, କ୍ୟାମ୍ପୋର ଗାର୍ଲେଣ୍ଡ, ଜଟ କାର୍ପେଟ, ରଶ୍ ସାଥୀ, ଏବଂ ସର୍ବୋପରି, ପୁରୀ ଏବଂ ଗୋପାଳପୁରରେ ସମୁଦ୍ର ସେଲ କାର୍ଯ୍ୟ |
ଆଧାର
[ସମ୍ପାଦନା]- ↑ "ST & SC Development, Minorities & Backward Classes Welfare Department:: Government of Odisha". stscodisha.gov.in. Archived from the original on 1 September 2018. Retrieved 10 December 2018.
- ↑ "Coastal security". Odisha Police. Archived from the original on 6 February 2015. Retrieved 1 February 2015.
- 1 2 "Detail History of Orissa". Government of Odisha. Archived from the original on 12 November 2006.
- ↑ "Utkala Dibasa hails colours, flavours of Odisha". The Times of India. 2 April 2014. Archived from the original on 8 July 2015. Retrieved 1 February 2015.
- ↑ Rabindra Nath Chakraborty (1985). National Integration in Historical Perspective: A Cultural Regeneration in Eastern India. Mittal Publications. pp. 17–. GGKEY:CNFHULBK119. Archived from the original on 15 May 2013. Retrieved 30 November 2012.
- ↑ Ravi Kalia (1994). Bhubaneswar: From a Temple Town to a Capital City. SIU Press. p. 23. ISBN 978-0-8093-1876-6. Archived from the original on 5 January 2016. Retrieved 2 February 2015.
- ↑ Patel, C.B (April 2010). Origin and Evolution of the Name ODISA (PDF). Bhubaneswar: I&PR Department, Government of Odisha. pp. 28, 29, 30. Archived from the original (PDF) on 19 June 2015. Retrieved 19 June 2015.
- ↑ Pritish Acharya (11 March 2008). National Movement and Politics in Orissa, 1920–1929. SAGE Publications. p. 19. ISBN 978-81-321-0001-0. Archived from the original on 5 January 2016. Retrieved 3 February 2015.
- ↑ "Amid clash, House passes Bills to rename Orissa, its language". The Hindu. 9 November 2010. Archived from the original on 17 October 2015. Retrieved 2 February 2015.
- ↑ "Parliament passes bill to change Orissa's name". NDTV. 24 March 2011. Archived from the original on 3 February 2015. Retrieved 2 February 2015.
- ↑ "Orissa wants to change its name to Odisha". Rediff.com. 10 June 2008. Archived from the original on 25 November 2020. Retrieved 23 June 2020.
- ↑ Orissareview 2010 April
- ↑ "Orissa becomes 'Odisha', Oriya is 'Odia' - Economic Times". Articles.economictimes.indiatimes.com. 2011-09-06. Archived from the original on 2014-12-18. Retrieved 2011-10-29.
- ↑ It's now Odisha. ଦି ହିନ୍ଦୁ. ଭୁବନେଶ୍ୱର. ୦୫ ନଭେମ୍ବର ୨୦୧୧
- ↑ Akshaya Kumar Sahoo. Centre notification on Orissa name change Archived 2012-01-04 at the Wayback Machine..Nov 05, 2011
- ↑ No more Orissa-Oriya; Its Odisha-Odia officially : CM declares state holiday Archived 2014-11-13 at the Wayback Machine..November 05, 2011
- ↑ Orissa changes to Odisha with state holiday Archived 2012-05-17 at the Wayback Machine..The Hill Post November 4, 2011
- ↑ ଅରିସା ହେଲା ଓଡ଼ିଶା, ରାଷ୍ଟ୍ରପତିଙ୍କ ମୋହର ବାଜିଲା Archived 2014-11-13 at the Wayback Machine.। ସମ୍ବାଦ (ଖବରକାଗଜ).୦୫ ନଭେମ୍ବର ୨୦୧୧
- ↑ ओडिशा को मिली संसद की मंजूरी (ହିନ୍ଦୀରେ)
- ↑ ଗୋବିନ୍ଦ ପ୍ରସାଦ ଭଟ୍ଟାଚାର୍ଯ୍ୟ. ଅଝାଲ ସିଲାଇ ନିମକ ମହାଲ. ଉନ୍ନୟନୀ (ବାଲେଶ୍ୱର). ୨୦୦୬ ପୃ. ୮୧-୮୨
- ↑ ସୁବ୍ରତ କୁମାର ପୃଷ୍ଟି. ଓଡ଼ିଆ ଭାଷା ସାହିତ୍ୟ ପରିଚୟ. ଏ.କେ. ମିଶ୍ର ପବ୍ଲିକେଶନ୍ (କଟକ). ୨୦୧୧ ପୃ.୨୧୬
- ↑ "ସଂଖ୍ୟା ବଢୁଛି, ବିକାଶ ହେଉନି". ଧରିତ୍ରୀ. Retrieved 29 February 2016.
- ↑ "Archive for the '2011' Category". Retrieved 2025-12-17.
- ↑ Chandan Sengupta; Stuart Corbridge (28 October 2013). Democracy, Development and Decentralisation in India: Continuing Debates. Routledge. p. 8. ISBN 978-1-136-19848-9. Archived from the original on 5 January 2016. Retrieved 15 February 2015.
- ↑ "Our Parliament" (PDF). Lok Sabha. Government of India. Archived from the original (PDF) on 3 February 2015. Retrieved 2 February 2015.
- 1 2 "BJD's landslide victory in Odisha, wins 20 of 21 Lok Sabha seats". CNN-IBN. 17 May 2014. Archived from the original on 8 September 2014. Retrieved 18 March 2015.
{{cite news}}: line feed character in|title=at position 59 (help) - ↑ Ada W. Finifter (1978). Political Science. FK Publications. p. 94. ISBN 978-81-89597-13-9. Archived from the original on 5 January 2016. Retrieved 15 February 2015.
- 1 2 Rajesh Kumar (17 January 2024). Universal's Guide to the Constitution of India. Universal Law Publishing. pp. 107–110. ISBN 978-93-5035-011-9. Archived from the original on 5 January 2016. Retrieved 18 March 2015.
- ↑ Ramesh Kumar Arora; Rajni Goyal (1995). Indian Public Administration: Institutions and Issues. New Age International. pp. 205–207. ISBN 978-81-7328-068-9. Archived from the original on 5 January 2016. Retrieved 18 March 2015.
- ↑ Subhash Shukla (2008). Issues in Indian Polity. Anamika Pub. & distributors. p. 99. ISBN 978-81-7975-217-3. Archived from the original on 5 January 2016. Retrieved 18 March 2015.
- ↑ Mohanty, P.P. (2018). "Towards frameworking a strategic approach for festival tourism destination marketing and management: Case study of Odisha (India)". Turizam (in ଇଂରାଜୀ). 22 (4): 145–157. doi:10.5937/turizam22-17398. ISSN 1450-6661.
- ↑ Suffian, Mohammad (16 February 2021). "Odisha CM Lays Foundation of India's Largest Hockey Stadium named after 'Birsa Munda' In Rourkela". India Today. Archived from the original on 3 June 2021. Retrieved 3 June 2021.
- ↑ "Naval Tata Hockey Academy Inaugurated In Odisha Capital". Kalinga TV. 13 August 2019. Archived from the original on 21 September 2022. Retrieved 13 August 2019.
- ↑ Minati Singha (15 May 2017). "Odisha-SAI Regional Badminton Academy inaugurated in Bhubaneswar". The Times of India (in ଇଂରାଜୀ). Archived from the original on 2 June 2021. Retrieved 30 May 2021.
- ↑ "Udaan Badminton Academy-HOME". www.theudaan.net. Archived from the original on 26 February 2021. Retrieved 30 May 2021.
- ↑ "High Performance Centre deal a big boost for Odisha and AIFF | Goal.com". www.goal.com. Archived from the original on 7 June 2021. Retrieved 7 June 2021.
Adhara crad
