ଅଲେଖଚନ୍ଦ୍ର ପଢ଼ିଆରୀ
ଅଲେଖଚନ୍ଦ୍ର ପଢ଼ିଆରୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଅଲେଖଚନ୍ଦ୍ର ପଡ଼ିଆରୀ |
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଗୀତି ବର୍ଣ୍ଣାଳୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭[୧] |
ଅଲେଖଚନ୍ଦ୍ର ପଢ଼ିଆରୀ ଜଣେ ଓଡ଼ିଆ ଗୀତିକବି । ୨୦୦୭ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ଗୀତି ବର୍ଣ୍ଣାଳୀ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତାଙ୍କ ଗୀତ ସବୁକୁ ନେଇ ୩ଟି ସଂଗୀତ ଆଲବମ୍ ପ୍ରସ୍ତୁତ କରାଯାଇଥିଲା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଅଲେଖ ଚନ୍ଦ୍ର ତା୧୦ ଜୁନ ୧୯୫୩ରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରାରେ ଜନ୍ମଗ୍ରହଣ କରିଥିଲେ । ଭୁବନେଶ୍ୱର ବାଣୀବିହାରରେ ସ୍ନାତକୋତ୍ତର ଛାତ୍ର ଥିବା ସମୟରେ ସେ ଲିଟେରାରୀ ଚାମ୍ପିୟନ ହୋଇଥିଲେ । ସେ ସମୟରେ ଛାତ୍ରାବାସର ମୁଖପତ୍ର 'ବାଣୀ ବଳୟ' ତାଙ୍କ ସଂପାଦନାରେ ପ୍ରକାଶ ପାଇଥିଲା । କେନ୍ଦୁଝର ସରକାରୀ ମହାବିଦ୍ୟାଳୟରେ ସେ କିଛିଦିନ ରାଜନୀତି ଅଧ୍ୟାପକ ଭାବେ କାର୍ଯ୍ୟ କଲାପରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଲେ । ଗୀତି କବିତା, ପ୍ରବନ୍ଧ ଓ ସମାଲୋଚନାରେ ଆଗ୍ରହୀ ଅଲେଖ ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟକ ବହୁ ଗବେଷଣାତ୍ମକ ଆଲୋଚନାର ସ୍ରଷ୍ଟା । ସେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଡିଲିଟ୍ ହାସଲ କରିବା ସହ ଜଗନ୍ନାଥ ସଂସ୍କୃତି ଉପରେ ଉଚ୍ଚତର ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ଲାଭ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]ଗୀତିକବିତା
[ସମ୍ପାଦନା]- ଗୀତିଗଙ୍ଗା (୧୯୯୯)
- ଗୀତି ବର୍ଣ୍ଣାଳୀ (୨୦୦୪)
- ଗୀତି ତରଙ୍ଗ (୨୦୧୨)
- ଗୀତିମୂର୍ଚ୍ଛନା (୨୦୨୦)
ଗଳ୍ପ
[ସମ୍ପାଦନା]- ବିପନ୍ନ ବସୁଧା ( (୨୦୦୪)
- ମୁଖା ତଳର ମୁହଁ (୨୦୦୮)
- ବଡ଼ଦାଣ୍ଡର ଛୋଟମଣିଷ ( (୨୦୨୦)
ପ୍ରବନ୍ଧ ଓ ସମାଲୋଚନା
[ସମ୍ପାଦନା]- ଗ୍ରାମାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ (୧୯୯୭)
- ଜଗନ୍ନାଥ ସଂସ୍କୃତିରେ ସଂହତି ଓ ସମନ୍ୱୟ (୨୦୨୦)
- ଶ୍ରୀମନ୍ଦିର ଶବ୍ଦ ବିଭବ (୨୦୨୦)
- ଓଡ଼ିଆ ଶବ୍ଦ ସୃଜନ ପ୍ରକ୍ରିୟା (୨୦୨୦)
- ଓଡ଼ିଆ ଭାଷାର ଶାସ୍ତ୍ରୀୟ ଉତ୍କର୍ଷ (୨୦୨୦)
- କ୍ରମ ବିକଶିତ ଓଡ଼ିଆ ଭାଷା (୨୦୨୧)
- ଜଗନ୍ନାଥ ସଂସ୍କୃତି ଏକ କାଳଜୟୀ ଚେତନା (୨୦୨୪)
- ଜଗନ୍ନାଥ ସଂସ୍କୃତିରେ ସମନ୍ୱୟ ଓ ସହାବସ୍ଥାନ
- ଓଡ଼ିଆ ଭାଷାର ଶାସ୍ତ୍ରୀୟ ମହତ୍ତ୍ୱ
- ଚର୍ଯ୍ୟାପଦ ଭାଷାବଲୋକନ
- ଓଡ଼ିଆ କ୍ରିୟାପଦ ପ୍ରକରଣ
- ଲୀଳାବିଧୌତ ଜଗନ୍ନାଥ
ସଂଗୀତ ଆଲବମ
[ସମ୍ପାଦନା]- ମୂର୍ଚ୍ଛନା
- ଆରତି
- ଏ ଯେ ସପନପୁରୀ ମୋ ଦେଶ
ଇଂରାଜୀ
[ସମ୍ପାଦନା]- Contribution of Jagannath Culture to Odia Nationalism and Integration
ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୭[୨]
- ଶାରଳା ଦାସ ସମ୍ମାନ
- ବର୍ତ୍ତିକା ସମ୍ମାନ
- ଦୀନକୃଷ୍ଣ ସମ୍ମାନ
- ଜୟଦେବ ସମ୍ମାନ
- ବାଙ୍ଗାଲୋର ଓଡ଼ିଆ ସମାଜ ସମ୍ମାନ
- ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ ୨୦୦୯ (ସୁଧାଂଶୁ ମୋହନ ସ୍ମୃତି ପୁରସ୍କାର 'ଗୀତି ବର୍ଣ୍ଣାଳୀ' ପାଇଁ)[୩]
- ଆମ ଭୁବନେଶ୍ୱର ସମ୍ମାନ
- ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ 'ଶୁନ୍ୟବ୍ରହ୍ମ' ସମ୍ମାନ ୨୦୨୪[୪]
ଆଧାର
[ସମ୍ପାଦନା]- ↑ "୨୦୦୪, ୨୦୦୫, ୨୦୦୬ ମସିହାରେ ପ୍ରକାଶିତ ୨୦୦୭ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 June 2021. Retrieved 15 July 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର". The Reader Wiki, Reader View of Wikipedia. Retrieved 2022-07-31.
- ↑ "ଆର୍କାଇଭ୍ କପି". Archived from the original on 2022-07-07. Retrieved 2024-09-13.
{{cite web}}
: Cite has empty unknown parameter:|1=
(help) - ↑ https://sambadepaper.com/imageview_47981_187564_4_71_01-12-2024_11_i_1_sf.html