ଧୀର ବିଶ୍ୱାଳ
ଧୀରେନ୍ଦ୍ରନାଥ ବିଶ୍ୱାଳ | |
---|---|
ଜନ୍ମ | |
ମୃତ୍ୟୁ | ୪ ଡିସେମ୍ବର ୧୯୯୫ | (ବୟସ ୬୬)
ଶିକ୍ଷା | ସ୍ନାତକ(ଆଇନ) |
ଶିକ୍ଷାନୁଷ୍ଠାନ | ମଧୁସୁଦନ ଆଇନ ମହାବିଦ୍ୟାଳୟ,ରେଭେନ୍ସା ମହାବିଦ୍ୟାଳୟ |
ବୃତ୍ତି(ସମୂହ) | ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ |
ଧୀର ବିଶ୍ୱାଳ(ଜନ୍ମ : ୨୦/୦୬/୧୯୨୯) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ ।[୧] ୧୯୮୦ ମସିହାରେ ସେ ଓଡ଼ିଆ କଥାଚିତ୍ରରେ ଅବଦାନ ପାଇଁ ଜୟଦେବ ପୁରସ୍କାର ଲାଭ କରିଥିଲେ ।
ଜୀବନୀ
[ସମ୍ପାଦନା]ଧୀର, ୧୯୨୯ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢିଲାବେଳୁ ତାଙ୍କ ଅଭିନୟ ଦକ୍ଷତା ଲୋକଲୋଚନକୁ ଆସିଥିଲା । କଂସ ଭୁମିକାରେ ଅଭିନୟ କରି ଏତେ ଲୋକପ୍ରିୟ ହୋଇଥିଲେ ଯେ, ସାଙ୍ଗସାଥୀମାନେ ତାଙ୍କୁ କଂସ ବୋଲି ଡାକୁଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ଓ ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ସେ ନାଟ୍ୟ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ସଚିବାଳୟରେ ଜଣେ କର୍ମଚାରୀ ଭାବରେ ସେ ନିଜର କର୍ମଜୀବନ ଆରମ୍ଭ କରିଥିଲେ । କିଛିଦିନ ପରେ ଚାକିରି ଛାଡି, ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ପାଠ ପଢ଼ିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟର ଏଲଏଲବି ଡିଗ୍ରୀ ହାସଲ କରିବାପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ । ଅଭିନୟପ୍ରତି ଆକର୍ଷଣ ଯୋଗୁ, ସେ ବେଶୀ ସମୟ ସେଥିପ୍ରତି ଓ କମ ସମୟ ଓକିଲାତିରେ ଦେଇଥିଲେ ।
ଓଡ଼ିଆ କଥାଚିତ୍ରରେ ଅବଦାନ
[ସମ୍ପାଦନା]କେଦାର ଗୌରୀ ଧୀର ବିଶ୍ୱାଳଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା । ଏଥିରେ ଖଳନାୟକ 'ରାହୁ' ଭୂମିକାରେ ସେ ଅଭିନୟ କରିଥିଲେ । ୧୯୬୨ମସିହାରେ ସେ ନିଜର ପ୍ରଯୋଜନା ସଂସ୍ଥା ପଞ୍ଚସଖା ପିକଚର୍ସ ଆରମ୍ଭ କରିଥିଲେ । ପଞ୍ଚସଖା ପିକଚର୍ସର ପ୍ରଥମ ଚଳଚ୍ଚିତ୍ର ଥିଲା ନୂଆ ବୋଉ । ସେ ପ୍ରାୟ ୫୦ଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ସହିତ ଜଡ଼ିତ ରହିଥିଲେ ।[୨]
ଅଭିନୀତ ଚଳଚ୍ଚିତ୍ର
[ସମ୍ପାଦନା]- କେଦାର ଗୌରୀ
- ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା
- ଦସ୍ୟୁ ରତ୍ନାକର
- ପରିଣାମ
- କିଏ କାହାର
- ଧରିତ୍ରୀ
- ନବଜନ୍ମ
- ରାମାୟଣ (୧୯୮୦)
ପ୍ରଯୋଜୀତ ଚଳଚ୍ଚିତ୍ର
[ସମ୍ପାଦନା]ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଜୟଦେବ ପୁରସ୍କାର - ୧୯୮୦
- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର(ଧରିତ୍ରୀ ଓ ଅଗ୍ନିବୀଣା ଚଳଚ୍ଚିତ୍ର)
- ଶ୍ରେଷ୍ଠ ନିର୍ଦ୍ଦେଶକ(ଗୌରୀ ଚଳଚ୍ଚିତ୍ର)[୫]
ଆଧାର
[ସମ୍ପାଦନା]- ↑ Data India. Press Institute of India. 1995.
- ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
- ↑ Ileana Citaristi (1 January 2001). The Making of a Guru: Kelucharan Mohapatra, His Life and Times. Manohar. ISBN 978-81-7304-369-7.
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 850–. ISBN 978-1-136-77291-7.
- ↑ "ଆଜି ଜନ୍ମଦିନ". ସମ୍ବାଦ ୨୦/୦୬/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 25 June 2017. Retrieved 20 June 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଧୀର ବିଶ୍ୱାଳ