ଗୁରୁକୃଷ୍ଣ ଗୋସ୍ୱାମୀ
ଗୁରୁକୃଷ୍ଣ ଗୋସ୍ୱାମୀ | |
---|---|
ଜନ୍ମ | ନୂଆଗାଁ, ମୟୂରଭଞ୍ଜ ଜିଲ୍ଲା | ୭ ନଭେମ୍ବର ୧୯୩୪
ମୃତ୍ୟୁ | ୬ ମଇ ୨୦୧୮ ଶିବାଜୀ ନଗର, କଟକ | (ବୟସ ୮୩)
ମୃତ୍ୟୁର କାରଣ | ବୃଦ୍ଧାବସ୍ଥା |
ବୃତ୍ତି(ସମୂହ) | ଗୀତିକାର, କବି, ସଂଳାପ ଲେଖକ |
ସକ୍ରିୟ ବର୍ଷ | ୧୯୫୯-୧୯୮୦ |
ବୈବାହିକ-ସାଥୀ | ଆରତୀ ଗୋସ୍ୱାମୀ |
ସନ୍ତାନ | ଭୂମିତ୍ର, ସୁମିତ୍ର[୧] |
ପିତାମାତା(s) | ଗୋକୁଳ ଚନ୍ଦ୍ର ଗୋସ୍ୱାମୀ, ଶ୍ରଦ୍ଧାବତୀ ଗୋସ୍ୱାମୀ |
ଗୁରୁକୃଷ୍ଣ ଗୋସ୍ୱାମୀ (ଜନ୍ମ ୭ ନଭେମ୍ବର ୧୯୩୪ - ୬ ମଇ ୨୦୧୮) ଓଡ଼ିଆ କଥାଚିତ୍ର ଜଗତର ଜଣେ ସଂଳାପ ଲେଖକ, କବି ଓ ଗୀତିକାର ଥିଲେ ।[୨] ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ ସମୟଧରି, ସେ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ଆଲବମ ପାଇଁ ପ୍ରାୟ ୨,୦୦୦ ଗୀତରଚନା କରିଥିଲେ । ଓଡ଼ିଆ ଗାୟିକା ଆରତୀ ଗୋସ୍ୱାମୀ ଥିଲେ ତାଙ୍କ ଜୀବନସାଥୀ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଗୁରୁକୃଷ୍ଣ ୭ ନଭେମ୍ବର ୧୯୩୪ ମସିହାରେ ମୟୂରଭଞ୍ଜ ଜିଲ୍ଲାର ନୂଆଗାଁଠାରେ ଜନ୍ମ ନେଇଥିଲେ ।[୩] ମାମୁଁଘରେ ସେ ବଢିଥିଲେ । ଅଜାଙ୍କର ସଙ୍ଗୀତ ପ୍ରତି ଭଲପାଇବା ଥିଲା । ନାତି ଗୁରୁକୃଷ୍ଣଙ୍କୁ ସେ ସଙ୍ଗୀତ ଶିଖାଇଥିଲେ । ସେ ବାଞ୍ଛାନିଧୀ ପଣ୍ଡା ଓ କ୍ଷୀତିଶ ଚନ୍ଦ୍ର ମୈତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ । ଗୁରୁକୃଷ୍ଣ ପ୍ରଥମେ ଜଣେ ଗାୟକ ହେବାକୁ ଇଚ୍ଛା କରିଥିଲେ । କିନ୍ତୁ ୧୯୫୨ ମସିହାରେ କଲେଜରେ ପଢୁଥିବା ସମୟରେ ଶାନ୍ତନୁ ମହାପାତ୍ରଙ୍କ ପ୍ରୋତ୍ସାହାନରେ ଗୀତରଚନା ଆରମ୍ଭ କରିଥିଲେ ଓ ୧୯୫୬ରୁ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ମାନ୍ୟତା ହାସଲ କରିଥିଲେ ।[୪] ୧୯୮୬ ମସିହାରୁ ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ତଥା ୧୯୯୩ ମସିହାରୁ ଜଣେ ସ୍ୱୀକୃତିପ୍ରାପ୍ତ ହିନ୍ଦୀ ଗୀତିକାର ହୋଇଥିଲେ । ସେ ସର୍ବମୋଟ ୩୦ଟି ଓଡ଼ିଆ କଥାଚିତ୍ରରେ ଅବଦାନ କରିଥିଲେ । ୨୦୧୮ ମସିହା ମଇ ମାସ ୬ ତାରିଖରେ ବୃଦ୍ଧାବସ୍ଥା ଜନିତ ଅସୁସ୍ଥତା ହେତୁ ତାଙ୍କର ଦେହାନ୍ତ ହୋଇଥିଲା ।[୫] ତାଙ୍କ ପତ୍ନୀ ଆରତୀ ଗୋସ୍ୱାମୀ ମଧ୍ୟ ଜଣେ କଣ୍ଠଶିଳ୍ପୀ ।[୬]
ଗୀତି କବିତା ସଙ୍କଳନ
[ସମ୍ପାଦନା]ଗୁରୁକୃଷ୍ଣଙ୍କ ପ୍ରକାଶିତ ଗୀତି କବିତା ସଙ୍କଳନଗୁଡ଼ିକ ହେଲା:[୭]
- ଏ ମନ ଚୋରାପଥେ (ଆଧୁନିକ)
- ସମୁଦୁଣୀ ମୋର ଜୁହାର ଜାଣିବ (ପଲ୍ଲୀଗୀତ)
- ଅବନୀ ଗନ୍ଧା (ଆଧୁନିକ)
- ଜଗଦିହୁଡ଼ି (ଭକ୍ତିଗୀତ)
- ନମାମି ଜନ୍ମଭୂମି (ଦେଶଭକ୍ତି)
- ଚମ୍ପକ ବରଣୀ ଗୋ (ଆଧୁନିକ)
କଥାଚିତ୍ର ଜୀବନ
[ସମ୍ପାଦନା]୧୯୫୯ ମସିହାରେ ଓଡ଼ିଆ କଥାଚିତ୍ର ମା'ରେ ଗୀତ ଲେଖି ଗୀତିକାର ଜୀବନ ଆରମ୍ଭ କରିଥିଲେ । [୮] "ଅରୁନ୍ଧତୀ" ଚଳଚ୍ଚିତ୍ରର ଗୀତ ଓ ସଂଳାପ ରଚନା କରି,ସେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ ।[୯] ଗୁରୁକୃଷ୍ଣ, ୩୦ରୁ ଅଧିକ ଓଡ଼ିଆ କଥାଚିତ୍ରରେ ଗୀତିକାର ଓ ସଂଳାପ ଲେଖକ ଭାବେ ଅବଦାନ କରିଥିଲେ । ସଙ୍ଗୀତକାର ଶାନ୍ତନୁ ମହାପାତ୍ରଙ୍କ ସହ ମିଶି, ସେ ଓଡ଼ିଆ ସିନେମାର ବହୁ ଲୋକପ୍ରିୟ ଗୀତ ପ୍ରସ୍ତୁତ କରିପାରିଥିଲେ । [୧୦] ଲତା ମଙ୍ଗେସକରଙ୍କ ପ୍ରୋତ୍ସାହନରେ ସେ ହିନ୍ଦୀ ଶିଖିଥିଲେ ଓ ଗୀତ ଲେଖିବା ଆରମ୍ଭ କରିଥିଲେ । ଓଡ଼ିଆରେ ସେ ୫ଟି ଗୀତିକବିତା ପୁସ୍ତକ ଓ ହିନ୍ଦୀରେ "ହେ ଜଗନ୍ନାଥ ତୁଝେ ପ୍ରଣାମ୍" ନାମରେ ଏକ ଗୀତିକବିତା ପୁସ୍ତକ ରଚନା କରିଥିଲେ ।
ଓଡ଼ିଆ କଥାଚିତ୍ରରେ ଅବଦାନ
[ସମ୍ପାଦନା]କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ | ଭୂମିକା |
---|---|---|---|
ଅଗ୍ନିପରୀକ୍ଷା | ୧୯୮୦ | ଗୀତିକାର | |
ମେଘମୁକ୍ତି | ୧୯୮୦ | ବିଶ୍ୱଜିତ ଦାସ | ଗୀତିକାର |
ପ୍ରିୟତମା | ୧୯୭୮ | ବିଶ୍ୱଜିତ ଦାସ | ଗୀତିକାର |
ଗପ ହେଲେବି ସତ | ୧୯୭୬ | ନଗେନ ରାୟ | ଗୀତିକାର |
ସମୟ | ୧୯୭୫ | ଗଣେଶ ମହାପାତ୍ର | ଗୀତିକାର |
କିଏ କାହାର | ୧୯୬୮ | ନିତାଇ ପାଲିତ | ଗୀତିକାର |
ଅରୁନ୍ଧତୀ | ୧୯୬୭ | ପ୍ରଫୁଲ୍ଲ ସେନଗୁପ୍ତା | ଗୀତିକାର, କାହାଣୀ |
ଜୀବନସାଥୀ | ୧୯୬୩ | ପ୍ରଭାତ ମୂଖାର୍ଜୀ | ଗୀତିକାର[୧୧] |
ସୂର୍ଯ୍ୟମୁଖି | ୧୯୬୩ | ପ୍ରଫୁଲ୍ଲ ସେନଗୁପ୍ତା | ଗୀତିକାର, ସଂଳାପ |
ନୂଆ ବୋଉ | ୧୯୬୨ | ପ୍ରଭାତ ମୂଖାର୍ଜୀ | ଗୀତିକାର |
ମା | ୧୯୫୯ | ନିତାଇ ପାଲିତ | ଗୀତିକାର |
ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଲିଖିତ କିଛି ଗୀତ | ||||
---|---|---|---|---|
କ୍ରମ | ଗୀତ | ସଙ୍ଗୀତ | କଣ୍ଠଶିଳ୍ପୀ | ସମୟ |
1. | "ବେଦନା ସାଗରତୀରେ" (ମା, ୧୯୫୯) | ଭୁବନେଶ୍ୱର ମିଶ୍ର | ପ୍ରଣବ ପଟ୍ଟନାୟକ | |
2. | "ସେଇ ଚୁନା ଚୁନା ତାରା ଫୁଲେ" (ସୂର୍ଯ୍ୟମୁଖୀ, ୧୯୬୩) | ଶାନ୍ତନୁ ମହାପାତ୍ର | ଲତା ମଙ୍ଗେସକର | |
3. | "ତୁମକୁ ପାରୁନି ତ ଭୁଲି" (ଅରୁନ୍ଧତୀ, ୧୯୬୭) | ଶାନ୍ତନୁ ମହାପାତ୍ର | ମହମ୍ମଦ ରଫି | |
4. | "ଫୁଲେଇ ରାଣୀ ସଜ ଫୁଲ" (କିଏ କାହାର, ୧୯୬୮) | ଅକ୍ଷୟ ମହାନ୍ତି | ଅକ୍ଷୟ ମହାନ୍ତି, ସିପ୍ରା ବୋଷ | |
5. | "ଏ ବନର ଛାଇ" (ଗପ ହେଲେବି ସତ, ୧୯୭୬) | ଭୁବନେଶ୍ୱର ମିଶ୍ର, ହରିପ୍ରସାଦ ଚୌରାଶିଆ | ଅମିତ କୁମାର- କଲ୍ୟାଣ ସୁମନପୁର | |
6. | "ଅଭିମାନୀ ବନ୍ଧୁରେ" (ଅଗ୍ନିପରୀକ୍ଷା, ୧୯୮୦) | ଶାନ୍ତନୁ ମହାପାତ୍ର | ଦେବାଶିଷ ମହାପାତ୍ର |
ମାନ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୪, ଚମ୍ପକ ବରଣୀ ଗୋ)[୧୨]
- ଭକ୍ତକବି ସାଲବେଗ ପୁରସ୍କାର (୨୦୦୦)
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୨୦୦୦)
- ଶ୍ରେଷ୍ଠ ଗୀତିକାର ପୁରସ୍କାର (୧୯୯୬)
- ଉତ୍କଳ ସାହିତ୍ୟ କଳା ପରିଷଦ ସମ୍ମାନ
- ଓଡ଼ିଶା ଗୀତିକବି ସମାଜ ସମ୍ମାନ
- ଗୀତି ସରସ୍ୱତୀ ସମ୍ମାନ (ବାଳକୃଷ୍ଣ ଦାସ ଫାଉଣ୍ଡେସନ)
ଆଧାର
[ସମ୍ପାଦନା]- ↑ "ପରଲୋକରେ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ". ସମାଜ ୦୭/୦୫/୨୦୧୮ କଲିକତା ସଂସ୍କରଣ ପୃଷ୍ଠା ୧. Retrieved 7 May 2018.
- ↑ Pitambara Padhi (1994). Reference Sources in Modern Indian Languages: A Study on Oriya Language. Gayatridevi Publications.
- ↑ "ବ୍ୟକ୍ତିତ୍ୱ". ନିତିଦିନ ୧୪/୦୪/୨୦୧୮ ପୃଷ୍ଠା ୯. Retrieved 18 April 2018.[permanent dead link]
- ↑ ଛୁଟିଦିନ, ଧରିତ୍ରୀ
- ↑ "Lyricist Gurukrushna Goswami passes away". Odisha TV. 6 May 2018. Retrieved 6 May 2018.
- ↑ "ଆଜି ଜନ୍ମଦିନ". No. ସମ୍ବାଦ ୦୭/୧୧/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. p. ୧୫. Archived from the original on 7 November 2020. Retrieved 7 November 2020.
- ↑ "ଆରପାରିରେ ଗୀତିକାର ଗୁରୁକୃଷ୍ଣ". ଧରିତ୍ରୀ. Retrieved 7 May 2018.
- ↑ ollywood.wikidot.com: Guru Krushna Goswami: Where the lyre and the lyric meet
- ↑ Ashish Rajadhyaksha; Paul Willemen; Professor of Critical Studies Paul Willemen (10 July 2014). Encyclopedia of Indian Cinema. Routledge. pp. 51–. ISBN 978-1-135-94318-9.
- ↑ ସିନେ ସମ୍ବାଦ ଜାନୁଆରୀ ୧୫-୨୧ପୃଷ୍ଠା ୧୦
- ↑ http://www.thehindu.com/todays-paper/tp-national/tp-otherstates/jeeva-sathi-screened/article3392475.ece
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 7 May 2018.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୁରୁକୃଷ୍ଣ ଗୋସ୍ୱାମୀ