ବୈଦେହୀଶ ବିଳାସ

ଉଇକିପିଡ଼ିଆ‌ରୁ

ବୈଦେହୀଶ ବିଳାସ ଉପେନ୍ଦ୍ର ଭଞ୍ଜଙ୍କ ବିରଚିତ ଏକ ଛାନ୍ଦକାବ୍ୟ | ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ କାବ୍ୟ ମଧ୍ୟରେ ଏହା ଅନ୍ୟତମ | କାବ୍ୟଟି ରାମାୟଣ କଥାବସ୍ତୁ ଆଧାରିତ | ବାବନ ଗୋଟି ଛାନ୍ଦ ବିଶିଷ୍ଟ ଏହି କାବ୍ୟର ପ୍ରତ୍ୟେକ ପାଦ ବ-ଅକ୍ଷରରେ ଆରମ୍ଭ |

ପ୍ରଚଳିତ ଛାନ୍ଦ[ସମ୍ପାଦନା]

ଏହି ଗ୍ରନ୍ଥରୁ କେତୋଟି ଛାନ୍ଦ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି ।

"ବିତଳକୁ ଆଲିଙ୍ଗନ" ଛାନ୍ଦରେ ରାମ ଓ ଲକ୍ଷ୍ମଣଙ୍କ ବିଶ୍ୱାମିତ୍ରଙ୍କ ସଙ୍ଗେ ଗଙ୍ଗା ପାରି ହେବାର ଦୃଶ୍ୟ ଅତି ନିଖୁଣ ଭାବରେ ଚିତ୍ରିତ ହୋଇଛି ।

ସଙ୍ଗୀତ[ସମ୍ପାଦନା]

ବୈଦେହୀଶ ବିଳାସରେ ଭଞ୍ଜ ଅନେକ ବୃତ୍ତଗୁଡ଼ିକର ପ୍ରୟୋଗ କରି ସଙ୍ଗୀତରେ ନିଜ ପାରଦର୍ଶିତା ଦେଖାଇପାରିଛନ୍ତି । କଥାବସ୍ତୁ ଆଧାରିତ ସ୍ୱର ଥିବାରୁ କାବ୍ୟଟି ଆହୁରି ଆଦୃତ ଅଟେ ।

ବୈଦେହୀଶ ବିଳାସର ଚିତ୍ରପୋଥି

ଏଥିରେ ବ୍ୟବହୃତ ବୃତ୍ତମାନଙ୍କୁ ଭିତରୁ କେତେକ ତଳେ ଦିଆଯାଇଛି-

  • ପାହାଡ଼ିଆ କେଦାର
  • ମଙ୍ଗଳଗୁଜ୍ଜରୀ
  • ଚକ୍ରକେଳି
  • ଭୈରବ
  • କନଡ଼ା
  • ଚୋଖି
  • ରସକୁଲ୍ୟା
  • ବସନ୍ତ
  • ପଞ୍ଚମ ବରାଡ଼ି
  • ଆଷାଢ଼ଶୁକ୍ଳ
  • ଚିନ୍ତାଭୈରବ
  • କଉଶିକ