ଧନେଶ୍ୱର ସ୍ୱାଇଁ

ଉଇକିପିଡ଼ିଆ‌ରୁ
ବାଦ୍ୟଶ୍ରୀ ଗୁରୁ

ଧନେଶ୍ୱର ସ୍ୱାଇଁ
Born (1953-05-18) ୧୮ ମଇ ୧୯୫୩ (ବୟସ ୭୦)
ନହନ୍ତର, ପୁରୀ
Occupation(s)ଓଡ଼ିଶୀ ମର୍ଦ୍ଦଳ ଶିଳ୍ପୀ, ଗୁରୁ, ବାଦ୍ୟ ସଂଯୋଜକ, ଗବେଷକ
Styleଓଡ଼ିଶୀ ସଙ୍ଗୀତ
Awardsକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ବାଦ୍ୟଶ୍ରୀ ଧନେଶ୍ୱର ସ୍ୱାଇଁ (ଜନ୍ମ : ୧୮ ମଇ ୧୯୫୩) ଜଣେ ମର୍ଦ୍ଦଳ ବାଦକ ଓ ଗୁରୁ ଅଟନ୍ତି ।[୧] ମର୍ଦ୍ଦଳ ବାଦନ ପାଇଁ ସେ କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ଲାଭ କରିଛନ୍ତି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମର୍ଦ୍ଦଳ ଗୁରୁ ଭାବରେ କାର୍ଯ୍ୟଛନ୍ତି ।[୨]

ଜୀବନୀ[ସମ୍ପାଦନା]

ଧନେଶ୍ୱର, ୧୯୫୩ ମସିହାରେ ପୁରୀ ଜିଲ୍ଲାର ନହନ୍ତରଠାରେ ଜନ୍ମଗ୍ରହଣ କରିଥିଲେ । ନିଜ ଗାଁରେ ଥିବା ଭାଗବତ ଟୁଙ୍ଗୀରେ ସଂକୀର୍ତ୍ତନ ଆଦି ଶୁଣି ସେ ମର୍ଦ୍ଦଳ ପ୍ରତି ଆକୃଷ୍ଟ ହୋଇଥିଲେ । ସିଂହାରୀ ଶ୍ୟାମସୁନ୍ଦର କର ଓ ଗୁରୁ ବନମାଳି ମହାରଣାଙ୍କଠାରୁ ସେ ବିଧିବଦ୍ଧ ମର୍ଦ୍ଦଳ ବାଦନ ଶିଖିଛନ୍ତି । ୧୯୭୯ ମସିହାରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମର୍ଦ୍ଦଲ ବିଭାଗରେ ଯୋଗଦେଇଥିଲେ । ୧୯୮୦ ମସିହାରୁ ସେ ବିଭିନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କ ସହିତ ମର୍ଦ୍ଦଳ ବଜେଇ ଆସୁଛନ୍ତି । ଏକକ ମର୍ଦ୍ଦଳ ବାଦକ ଭାବରେ ମଧ୍ୟ ସେ ବହୁବାର ମଞ୍ଚରେ ପରିବେଷଣ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ସ୍ପେନ, ବେଲଜିଅମ, ଡେନମାର୍କ, ନରୱେ, ଫିନଲ୍ୟାଣ୍ଡ, ଚୀନ, ସିଙ୍ଗାପୁର, ମାଲେସିଆ, ଦକ୍ଷିଣ କୋରିଆ, ଜୋର୍ଡାନ, ଇସ୍ରାଏଲ ଆଦି ଦେଶରେ ସେ ମର୍ଦ୍ଦଳ ବାଦନ ପରିବେଷଣ କରିସାରିଛନ୍ତି ।

ସେ ଓଡ଼ିଶୀ ନୃତ୍ୟରେ ସଙ୍ଗୀତ ସଂଯୋଜନା ମଧ୍ୟ କରନ୍ତି ।[୩] ତାଙ୍କର କିଛି ଲୋକପ୍ରିୟ ସଂଯୋଜନା ମଧ୍ୟରେ 'ପଞ୍ଚଦେବ ସ୍ତୁତି', 'ଦଶ ମହାବିଦ୍ୟା', 'ଯୁଗେ ଯୁଗେ ଜଗନ୍ନାଥ', 'ସୃଷ୍ଟି ଓ ପ୍ରଳୟ' ଆଦି ଅନ୍ୟତମ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୩
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୮
  • ବାଦ୍ୟଶ୍ରୀ - ୧୯୯୯ (ଉତ୍କଳ ସାହିତ୍ୟ କଳା ପରିଷଦଦ୍ୱାରା ପ୍ରଦତ୍ତ)[୪]

ଆଧାର[ସମ୍ପାଦନା]

  1. Sruti. P.N. Sundaresan. 1998.
  2. "His own beat". www.thehindu.com. the hindu. Archived from the original on 22 June 2020. Retrieved 22 June 2020.
  3. Kala Vikash Kendra, Cuttack (2003). Journal.
  4. "Dhaneshwar Swain". sangeetnatak.gov.in. sangeet natak academy. Retrieved 22 June 2020.