ଦୁଃଖୀରାମ ସ୍ୱାଇଁ
ଦୁଃଖୀରାମ ସ୍ୱାଇଁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
ମୃତ୍ୟୁ | ୧୮ ଜାନୁଆରୀ ୧୯୯୫ କଟକ |
ଜାତୀୟତା | ![]() |
ଜୀବିକା | କଥାଚିତ୍ର ଅଭିନେତା |
କାର୍ଯ୍ୟକାଳ | ୧୯୬୦-୧୯୯୪ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତା |
ଜୀବନସାଥି | ହେମଲତା ସ୍ୱାଇଁ |
ଦୁଃଖୀରାମ ସ୍ୱାଇଁ (- - ୧୮ ଜାନୁଆରୀ ୧୯୯୫)[୧] ଜୟଦେବ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ ।[୨]
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ସ୍କୁଲରେ ପଢିବା ଦିନରୁ ଦୁଃଖୀରାମ ଅଭିନୟ ନିଶାରେ ପଡି ଯାଇଥିଲେ । ଘରେ ମାଡ ଗାଳି ଖାଉଥିବା ସତ୍ତ୍ୱେ ସେ ରାତି ଅନିଦ୍ରା ହୋଇ ଯାତ୍ରା ଦେଖୁଥିଲେ । ଅଭିନୟ ପାଇଁ ଘର ଛାଡ଼ି, କଟକ ଚାଲି ଆସି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟରସରେ ଯୋଗ ଦେଇଥିଲେ । କବିଚନ୍ଦ୍ରଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢା ମଧ୍ୟ ଜାରି ରଖିଥିଲେ । ପେଟ ପୋଷିବା ପାଇଁ ଯୋଗାଣ ବିଭାଗରେ ସରକାରୀ ଚାକିରି କରିଥିଲେ, କିନ୍ତୁ ଆତ୍ମସନ୍ତୋଷ ନମିଳିବାରୁ ଚାକିରି ଛାଡ଼ିଥିଲେ । ଚାକିରି ଛାଡି ସମ୍ପୂର୍ଣ୍ଣ ଭାବରେ ନିଜକୁ ଅଭିନୟରେ ନିମ୍ମୋଜିତ କରିଥିଲେ ।[୩] "ସଦାନନ୍ଦ ନାଟ୍ୟ ନିକେତନ" ଓ "ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ" ସହ ସଂଳିଷ୍ଟ ରହି ଅଭିନୟ ଜାରି ରଖିଥିଲେ ।[୪] ୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ଦୁଃଖୀରାମଙ୍କର ମୃତ୍ୟୁ ଘଟିଥିଲା ।
କଥାଚିତ୍ର ଜୀବନ[ସମ୍ପାଦନା]
୧୯୬୦ ମସିହାରେ ଶ୍ରୀ ଲୋକନାଥ କଥାଚିତ୍ରରୁ ଓଡ଼ିଆ ସିନେମା ଜଗତରେ ପ୍ରବେଶ କରିଥିବା ଦୁଃଖୀରାମ, ୪୬ଟି ଓଡ଼ିଆ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]
- ଲକ୍ଷେ ଶିବ ପୂଜି ପାଇଛି ପୁଅ, ୧୯୯୭
- ପୁଅ ମୋର କଳାଠାକୁର, ୧୯୮୮
- ସ୍କୁଲ ମାଷ୍ଟର, ୧୯୮୫
- ଯାଯାବର, ୧୯୭୫
- ଅଦିନ ମେଘ, ୧୯୭୦
- ମାଟିର ମଣିଷ, ୧୯୬୬[୫]
- ଶ୍ରୀ ଲୋକନାଥ, ୧୯୬୦
ପୁରସ୍କାର[ସମ୍ପାଦନା]
- ଜୟଦେବ ପୁରସ୍କାର - ୧୯୯୪[୬]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ଆଧାର[ସମ୍ପାଦନା]
- ↑ "ସ୍ମୃତିରେ ଦୁଃଖିରାମ ସ୍ୱାଇଁ". ପ୍ରମେୟ. Retrieved 19 January 2017.
- ↑ http://timesofindia.indiatimes.com/city/bhubaneswar/Bronze-age-of-Odia-cinema/articleshow/12771459.cms
- ↑ Candraśekhara Nanda (2001). Anubhūti darpaṇare Oḍiā nāṭaka. Oḍiśā Saṅgīta Nāṭaka Ekāḍemī.
- ↑ http://www.telegraphindia.com/1131222/jsp/frontpage/story_17707168.jsp#.Vpy2v08wDSg
- ↑ Link: Indian Newsmagazine. 1967.
- ↑ "ଦୁଃଖୀରାମ ସ୍ୱାଇଁ". ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 18 January 2016.
ଅଧିକ ତଥ୍ୟ[ସମ୍ପାଦନା]
- odiamoviedatabase.wordpress.com
- ଦୁଃଖୀରାମ ସ୍ୱାଇଁ (ଇଣ୍ଟରନେଟ ମୁଭି ଡାଟାବେସରେ)