ପୁରୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହି ଲେଖାଟି 'ପୁରୀ ସହର' ବାବଦରେ । ବାକିସବୁ ପାଇଁ, ପୁରୀ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
ପୁରୀ
ସହର
Puri Montage1.png
ପୁରୀ ଓଡ଼ିଶାରେ ଅବସ୍ଥିତ ।
ପୁରୀ
ପୁରୀ
Coordinates: 19°48′38″N 85°49′53″E / 19.81056°N 85.83139°E / 19.81056; 85.83139Coordinates: 19°48′38″N 85°49′53″E / 19.81056°N 85.83139°E / 19.81056; 85.83139
ଦେଶ  ଭାରତ
ରାଜ୍ୟ ଓଡ଼ିଶା
ଜିଲ୍ଲା ପୁରୀ
ସରକାର
 • ପରିଚାଳନା ପୁରୀ ପୌରପାଳିକା
କ୍ଷେତ୍ରଫଳ
 • ମୋଟ ୧୬.୩୨୬୮ km (୬.୩୦୩୮ sq mi)
ଉଚ୍ଚତା 0 m ( ft)
ଜନସଂଖ୍ୟା (2011)
 • ମୋଟ ୨,୦୧,୦୨୬
 • ଘନତା /km (୩୨,୦୦୦/sq mi)
ଭାଷା
 • ସରକାରୀ ଓଡ଼ିଆ
ସମୟ ମଣ୍ଡଳ ଭାରତୀୟ ମାନକ ସମୟ (UTC+୫:୩୦)
ପିନ ନମ୍ବର ୭୫୨ ୦୦x
ଟେଲିଫୋନ କୋଡ଼ ୦୬୭୫୨
ଗାଡି ପଞ୍ଜୀକରଣ OD-13

ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା ଅଟେ । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ଵର ଠାରୁ ୬୦ କି.ମି. (୩୭ ମାଇଲି) ଦୂରରେ ଅବସ୍ଥିତ । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ।

ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟନାମ ବଡଦେଉଳ ଅଟେ ।  ମନ୍ଦିରରୁ ମୂଲ୍ୟବାନ ସଂପତି ଲୁଣ୍ଠନ ଆସାରେ ଚତୃର୍ଥ ଖ୍ରୀଷ୍ଟାବ୍ଦରୁ ଉନବିଂଶ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅନେକ ହିନ୍ଦୁ ଓ ମୁସଲମାନ ଶାସକ ପୁରୀ ଓ ଜଗନ୍ନାଥ ମନ୍ଦିର ୧୮ ଥର ଆକ୍ରମଣ କରିଥିଲେ । ୧୮୦୩ ମସିହା ପରଠାରୁ ଭାରତର ସ୍ଵାଧିନତା ପର୍ଯ୍ୟନ୍ତ ପୁରୀ ମନ୍ଦିର ଇଂରେଜ ଶାସନ ଅଧିନରେ ଥିଲା । ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କ ଦ୍ଵାର ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି ।

ଭାରତ ସରକାରଙ୍କାର ହ୍ରିଦୟ (HRIDAY) ଯୋଜନାରେ ଚିହ୍ନିତ ହୋଇଥିବା ବାରଗୋଟି ସହର ମଧ୍ୟରେ ପୁରୀ ଅନ୍ୟତମ ।

ଭୂଗୋଳ[ସମ୍ପାଦନା]

ପୁରୀ ଭାରତର ପୁର୍ବ ଉପକୁଳରେ ବଙ୍ଗୋପସାଗର ନିକଟରେ ଅବସ୍ଥିତ । ଏହା ବଙ୍ଗୋପସାଗର ଉପକୂଳରେ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରୁ ୬୦ କିଲୋମିଟର ଦୂରତାରେ ଅବସ୍ଥିତ ।[୧] ଏହାର ଦକ୍ଷିଣରେ ବଙ୍ଗୋପସାଗର, ପଶ୍ଚିମରେ ସିପସରୁବାଲି ମୌଜା, ପୂର୍ବରେ ବାଲୁଖଣ୍ଡ ମୌଜା, ଉତ୍ତରରେ ଗୋପୀନାଥପୁର ମୌଜା ଅଛି ।

ଇତିହାସ[ସମ୍ପାଦନା]

ପ୍ରାୟ ଦୁଇଶହ ବର୍ଷ ପୂର୍ବେ ବଡ଼ଦେଉଳ ଓ ଗୁଣ୍ଡିଚା ବାଡ଼ି ମଧ୍ୟରେ ବାଙ୍କୀ ମୁହାଣ ନଦୀ ପ୍ରବାହିତ ହେଉଥିଲା । ବର୍ତ୍ତମାନ ଯାହାକୁ ଶରଧା ବାଲି କୁହାଯାଉଛି ତାହା ପୂର୍ବେ ନଦୀର ଗର୍ଭ ଥିଲା । ରଥଯାତ୍ରାରେ ଦୁଇସାରି ରଥ ତିଆରି ହେଉଥିଲା ଏବଂ ନଦୀର ପ୍ରତ୍ୟେକ ତୀରରେ ସାରିଏ ରଥ ରହୁଥିଲା । ଏହି ବାଙ୍କୀ ମୁହାଣ ନଦୀ ବର୍ତ୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି। ବାଙ୍କୀ ମୁହାଣ ନଦୀ, ମିଟିଆଣି ନଦୀ ଓ ମଙ୍ଗଳା ନଦୀ, ଏହି ତିନୋଟି ନଦୀ ପୁରୀ ନଗରୀକୁ ପୂର୍ବେ ତିନି ଆଡୁ ବେଢ଼ି ରହିଥିଲା ଏବଂ ଅନ୍ୟ ଦିଗରୁ ସାଗର ବେଢ଼ି ରହିଥିଲା। ତେଣୁ କ୍ଷେତ୍ରଟି ଦ୍ଵୀପପରି ଦେଖାଯାଉଥିଲା।

ପୌରାଣିକ[ସମ୍ପାଦନା]

ପରମ ତୀର୍ଥକ୍ଷେତ୍ର ପୁରୀ ପୁରୁଷୋତ୍ତମ କ୍ଷେତ୍ର ନାମରେ ପ୍ରସିଦ୍ଧ। ଏହାର ଅନ୍ୟନାମ ଶଙ୍ଖକ୍ଷେତ୍ର। ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡ ଅନୁଯାୟୀ ଏହି କ୍ଷେତ୍ରର ଆକାର ଶଙ୍ଖ ସଦୃଶ ଥିବାରୁ ଏହାକୁ ଶଙ୍ଖକ୍ଷେତ୍ର କୁହାଯାଏ। ଏହି କ୍ଷେତ୍ରର ଆୟତନ ପଞ୍ଚକୋଶ ଏବଂ ଆକାର ତ୍ରିକୋଣ। ପାଞ୍ଚକୋଶ ଆୟତନରୁ ପ୍ରାୟ ଅର୍ଦ୍ଧଭାଗ ସମୁଦ୍ର ଜଳରେ ନିମଗ୍ନ ଏବଂ ଉପରିଭାଗର ଆକୃତି ଶଙ୍ଖ ସଦୃଶ ।

ଏହି ଶଙ୍ଖାକାର କ୍ଷେତ୍ରର ମୂର୍ଦ୍ଧନୀ ହେଉଛି ପଶ୍ଚିମ ସୀମା। ନୀଳକଣ୍ଠ (ଇନ୍ଦ୍ରଦ୍ୟୁମ୍ନ ସରୋବର କୂଳରେ) ଏହି ଶଙ୍ଖର ଅଗ୍ରଭାଗରେ ଅବସ୍ଥାନ କରୁଛନ୍ତି। ଶଙ୍ଖର ନାଭିଦେଶରେ ରୋହିଣୀ କୁଣ୍ଡ, ଅକ୍ଷୟ ବଟ ଓ ଜଗନ୍ନାଥଙ୍କ ଆସ୍ଥାନ। ଅର୍ଦ୍ଧାଶିନୀ ଶଙ୍ଖର ମଧ୍ୟଭାଗରେ ଅବସ୍ଥାନ କରୁଛନ୍ତି । ନୀଳଗିରି ଏହି କ୍ଷେତ୍ରରେ ଶୋଭାପାଉଛି। ଏହି ନୀଳଗିରି ପୁରୁଷୋତ୍ତମ ଜଗନ୍ନାଥଙ୍କ ନିବାସ ସ୍ଥଳ।


ଦର୍ଶନୀୟ ସ୍ଥାନ[ସମ୍ପାଦନା]

ଦେଉଳମୁଁଡ(ଦୋଳମଣ୍ଡପ) ସାହିରୁ ଜଗନ୍ନାଥ ମନ୍ଦିରର ଦୃଶ୍ୟ

ଅଠରନଳା ହେଉଛି ଅଷ୍ଟାଦଶ ପୁରାଣର ପ୍ରତୀକ। ଅଷ୍ଟାଦଶ ପୁରାଣ ପାଠ ଓ ନାନାଦି ବ୍ରତ ଉପବାସ କରିଲା ପରେ ଯେମିତି ଧର୍ମ ଦିଗକୁ ମନବଳେ, ସେମିତି ଅଠରନଳା ଅତିକ୍ରମ କଲା ପରେ ଜଗନ୍ନାଥ ମନ୍ଦିର ବା ଶ୍ରୀମନ୍ଦିର ଦେଖାଯାଏ । ବସ୍ ଯୋଗେ ପୁରୀକୁ ଯିବାବେଳେ ବାଟରେ ଅଠରନଳା ପଡ଼ିଥାଏ।ଏହି ଅଠରନଳା ବନ୍ଧର ଦୈର୍ଘ୍ୟ ୨୯୦ ଫୁଟ।ଏଥିରେ ଥିବା ଖିଲଣଗୁଡ଼ିକ ୧୬ ଫୁଟରୁ ୨୭ ଫୁଟ ପର୍ଯ୍ୟନ୍ତ। ଏହାର ମଝି ଖିଲଣଟି ବଡ଼ ଓ ଅନ୍ୟ ଖିଲଣଗୁଡ଼ିକ ଦୁଇପାଖକୁ କ୍ରମାନ୍ୱୟରେ ଛୋଟ ହୋଇଯାଇଛି। କନ୍ଦା ଓ ବାଲିଆ ପଥର ବ୍ୟବହାର କରି ଅଠର ନଳା ତିଆରି କରାଯାଇଛି ।

ଜଗନ୍ନାଥ ମନ୍ଦିର (ବଡ଼ଦେଉଳ ବା ବଡମନ୍ଦିର ଓ ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ଦେଉଳ । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।

  • ପଞ୍ଚତୀର୍ଥ: ବ୍ରହ୍ମ ପୁରାଣ ଅନୁସାରେ ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ, ଜଗନ୍ନାଥବଳରାମଙ୍କୁ ରତ୍ନବେଦୀରେ ଦର୍ଶନ, ସମୁଦ୍ରରେ ସ୍ନାନ ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ । ଏହାକୁ ପଞ୍ଚତୀର୍ଥ କୁହାଯାଏ। ହଳଧରକୃତ ସ୍ମୃତି ଦର୍ପଣ ଅନୁସାରେ ମାର୍କଣ୍ଡେୟ, ଶ୍ଵେତଗଙ୍ଗା, ରୋହିଣୀକୁଣ୍ଡ, ସମୁଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ହେଉଛି ପଞ୍ଚତୀର୍ଥ।କେହି କେହି ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ, ମାର୍କଣ୍ଡେଶ୍ୱର ଶିବଙ୍କର ଦର୍ଶନ, ଅକ୍ଷୟବଟ ଓ ବଟମୂଳରେ ଥିବା ବଟେଶ୍ୱରଙ୍କୁ ଦର୍ଶନ, ମନ୍ଦିର ଭିତରେ ଗରୁଡ଼ ଓ ଠାକୁରଙ୍କୁ ଦର୍ଶନ, ଉଗ୍ରସେନଙ୍କୁ ଦର୍ଶନ କରି ସାଗର ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ ଓ ତଦୁପରାନ୍ତ ନୃସିଂହଙ୍କୁ ଦର୍ଶନ କରିବାକୁ ପଞ୍ଚତୀର୍ଥ କହିଥାନ୍ତି। ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷ ଦଶମୀ ଠାରୁ ପଞ୍ଚତୀର୍ଥ ବ୍ରତର ସଂକଳ୍ପ କରି ଏହାକୁ ସ୍ନାନ ପୂର୍ଣ୍ଣମୀଦିନ ଉଦ୍​ଯାପନ କରାଯାଏ। କେହି କେହି କାର୍ତ୍ତିକ ମାସର ଶୁକ୍ଳପକ୍ଷ ଦଶମୀ ଠାରୁ ଏହି ବ୍ରତର ସଂକଳ୍ପ କରି ପୂର୍ଣ୍ଣମୀ ଦିନ ଉଦ୍​ଯାପନ କରିଥାନ୍ତି। ପଞ୍ଚତୀର୍ଥରେ ପିଣ୍ଡଦାନ ବିଧି ଶାସ୍ତ୍ର ସମ୍ମତ ଅଟେ। ପଞ୍ଚତୀର୍ଥର ଘାଟ ନିଲାମ ହୋଇ ମିଳୁଥିବା ଆୟ ଶ୍ରୀମନ୍ଦିରକୁ ଯାଏ।
    • ମାର୍କଣ୍ଡେୟ ପୁଷ୍କରଣୀ : ଏହି ପୁଷ୍କରିଣୀର ଉତ୍ତର ୩୫୦ ଫୁଟ, ପୂର୍ବ ୫୦୫ ଫୁଟ, ଦକ୍ଷିଣ ୩୮୫ ଫୁଟ ଓ ପଶ୍ଚିମ ୫୪୨ ଫୁଟ ଲମ୍ବ ଅଟେ। ମାର୍କଣ୍ଡେୟ ମୁନି ତପସ୍ୟାକରି ଶିବଙ୍କୁ ସନ୍ତୁଷ୍ଟ କରି ମୃତ୍ୟୁଞ୍ଜୟ ହୋଇଥିବାରୁ ତାଙ୍କରି ନାମାନୁସାରେ ଏହି ପୁଷ୍କରିଣୀଟି ନାମିତ ବୋଲି କିମ୍ବଦନ୍ତୀ ରହିଛି। ଏହି ପୁଷ୍କରିଣୀ ତୀରରେ ମାର୍କଣ୍ଡେଶ୍ୱର ମନ୍ଦିର, ମୃତ୍ୟୁଞ୍ଜୟ ଲିଙ୍ଗ, ପଞ୍ଚପାଣ୍ଡବ ଓ କାଳୀୟଦଳନ ମୂର୍ତ୍ତୀ ରହିଛି। ମାଦଳା ପାଞ୍ଜି ଅନୁସାରେ କୋଶଳକେଶରୀ ରାଜା ମାର୍କଣ୍ଡେଶ୍ୱର ମନ୍ଦିର ଓ ପୁଷ୍କରିଣୀର ପଶ୍ଚିମ ପାର୍ଶ୍ୱସ୍ଥ ପଥର ପାଚେରୀ ନିର୍ମାଣ କରାଇଥିଲେ।

ଏହା ଗୁଣ୍ଡିଚା ମନ୍ଦିର ପାଖରେ ଅବସ୍ଥିତ । ଇତିହାସରୁ ଜଣାଯାଏ ରାଜା ଇନ୍ଦ୍ରଦ୍ୟୁମ୍ନ ଅଶ୍ଵମେଧ ଯଜ୍ଞ ଏବଂ ଜଗନ୍ନାଥସଂସ୍କୃତିର ଜଗନ୍ନାଥଙ୍କ ସମେତ ଚାରି ବିଗ୍ରହ ସ୍ଥାପନ କରିଥିଲେ । [୪] ଏହି ପୁଷ୍କରିଣୀ କିପରି ପବିତ୍ର ତାହା ଏହାର ସ୍ଥାପନାରୁ ଜଣାଯାଏ । ରାଜା ଇନ୍ଦ୍ରଦ୍ୟୁମ୍ନ ହଜାରେ ଗାଈ ବ୍ରାହ୍ମଣଙ୍କୁ ଦାନ ଦେଇ ଏହି ଜମିକୁ କିଣିଥିଲେ । ସେହି ଦିନଠୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପବିତ୍ର ତୀର୍ଥ ନାମରେ ପରିଗଣିତ ହେଲା ।

ବେଳାଭୁଇଁରେ ବେଳବୁଡ଼

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "JAGANNATH TEMPLE PURI". RATH YATRA.ORG. Retrieved 17 January 2016. 60 km far from the state capital Bhubaneswar 

ଅଧିକ ତଥ୍ୟ[ସମ୍ପାଦନା]