ନୃସିଂହନାଥ ଖୁଣ୍ଟିଆ

ଉଇକିପିଡ଼ିଆ‌ରୁ
ସଂଗୀତ ଶିରୋମଣି

ନୃସିଂହନାଥ ଖୁଣ୍ଟିଆ
Bornଏପ୍ରିଲ ୭ ୧୯୧୧
ଖୁଣ୍ଟିଆ ସାହି, ପୁରୀ
Occupationଓଡ଼ିଶୀ ସଙ୍ଗୀତଜ୍ଞ[୧]
Notable workଶ୍ରୀମନ୍ଦିର ସଙ୍ଗୀତମାଳା
Styleଓଡ଼ିଶୀ ସଙ୍ଗୀତ

ସ୍ୱର୍ଗତ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆ ଓଡ଼ିଶୀ ସଙ୍ଗୀତର ଜଣେ ପ୍ରମୁଖ ଗୁରୁ, ଗାୟକ, ଗବେଷକ ଏବଂ ବିଦ୍ୱାନ ଥିଲେ ।[୨]

ଜୀବନୀ[ସମ୍ପାଦନା]

ନୃସିଂହନାଥ ଖୁଣ୍ଟିଆ ୧୯୧୧ ମସିହା ଏପ୍ରିଲ ୭ ତାରିଖରେ ପୁରୀର ଖୁଣ୍ଟିଆ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋବିନ୍ଦ ଚନ୍ଦ୍ର ଖୁଣ୍ଟିଆ ଓ ମାତାଙ୍କ ନାମ ପଦ୍ମାବତୀ ଦେବୀ । ମାତ୍ର ୬ ବର୍ଷ ବୟସରେ ତାଙ୍କର ମାତୃବିୟୋଗ ଘଟିଥିଲା । ଏହାପରେ ନୃସିଂହ ଆଈଙ୍କ କୋଳରେ ପାଳିତ ହେଲେ । ମାତ୍ର ୧୬ ବର୍ଷ ହୋଇଥବାବେଳେ ତାଙ୍କ ପିତାଙ୍କର ତିରୋଧାନ ହୋଇଥିଲା ।

ସଙ୍ଗୀତ ଶିକ୍ଷା[ସମ୍ପାଦନା]

ନୃସିଂହନାଥଙ୍କ ବଂଶର ସଂଗୀତ ପରମ୍ପରା ତାଙ୍କୁ ସଂଗୀତ ପ୍ରତି ଆକୃଷ୍ଟ କଲା । ତାଙ୍କ ଅଜା ଲୋକନାଥ ପ୍ରତିହାରୀ ଜଣେ ମର୍ଦ୍ଦଳ ବାଦକ ଏବଂ ମାମୁଁ ଫକୀର ପ୍ରତିହାରୀ ବାଦ୍ୟଯନ୍ତ୍ରରେ ନିପୁଣ ଥିଲେ । ଅଜା ଓ ମାମୁଁଙ୍କଦ୍ୱାରା ପ୍ରଭାବିତ ହୋଇ ନୃସିଂହନାଥ ସଂଗୀତ ଶିକ୍ଷା ପ୍ରତି ଆଗ୍ରହ କରିଥଲେ ।

ସେ ବାଲ୍ୟକାଳରୁ ପୁରୀର ଯାଗା ଆଖଡ଼ାରେ ବରିଷ୍ଠ ସଙ୍ଗୀତଜ୍ଞମାନଙ୍କଠାରୁ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥଲେ । ନୃସିଂହନାଥ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ପର୍ଯ୍ୟାୟ ଯଥା ଚଉପଦୀ, ଚମ୍ପୂ, ଛାନ୍ଦ, ଚଉତିଶା, ଭଜନ, ଜଣାଣ, ସରିମାନ, ମାଳଶ୍ରୀ, କୁଡ଼ୁକ, ଆଦି ବିଭାଗରେ କୃତିତ୍ୱ ଅର୍ଜନ କରିଥଲେ । ନୃସିଂହନାଥ ବିଧିବଦ୍ଧ ଭାବେ ସଂଗୀତ ଶିକ୍ଷା ଆରମ୍ଭ କରି ବିଶ୍ୱରୂପ ଗୋସ୍ୱାମୀଙ୍କ ନିକଟରୁ କୀର୍ତ୍ତନ ଏବଂ ଗୋପାଳ ଗୋସ୍ୱାମୀଙ୍କଠାରୁ କ୍ଲାରିଓନେଟ ଶିକ୍ଷା କଲେ । କଲିକତାର ପ୍ରସିଦ୍ଧ ସଂଗୀତଜ୍ଞ ବୈଷ୍ଣବ ଘାଟା ଓ ବିଭୂତି ଭୂଷଣ ମୁଖାର୍ଜୀଙ୍କ ନିକଟରୁ ସୀତାରବାଦନ ତଥା ଧୂପଦ-ଧମାର ଆଦି ଗାୟନରେ ଶିକ୍ଷା ଗ୍ରହଣ କଲେ । ସେ ମଧ୍ୟ ପରବର୍ତ୍ତୀ ସମୟରେ ହିନ୍ଦୁସ୍ତାନୀ ସଂଗୀତର ଧୂପଦ, ଧମାର, ଖେୟାଲ, ଗଜଲ ଶିକ୍ଷା କରିଥିଲେ । ତତ୍କାଳୀନ ସଂଗୀତଜ୍ଞ ଓ ଶିକ୍ଷକ ଗୋକୁଳ ଶ୍ରୀଚନ୍ଦନ, ନନ୍ଦନିଧି ଧଳ, ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ଶ୍ୟାମସୁନ୍ଦର ଧୀର ଇତ୍ୟାଦିଙ୍କଦ୍ୱାରା ନୃସିଂହନାଥ ବହୁ ପ୍ରଶଂସିତ ହୋଇଥିଲେ ।[୩]

ଆଧାର[ସମ୍ପାଦନା]

  1. http://www.thehindu.com/todays-paper/tp-features/tp-fridayreview/Dissenting-note/article15938003.ece
  2. "ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରବାଦ ପୁରୁଷ". ସମାଜ ୩୧/୦୧/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮. Retrieved 31 January 2017.
  3. ଦାସ, ଡଃ ରାମହରି. ସଙ୍ଗୀତ ସଂଜ୍ଞା, ଦ୍ୱିତୀୟ ସଂସ୍କରଣ - ୧ ଜାନୁୟାରୀ ୧୯୯୬. କୈଶିକୀ ପ୍ରକାଶନୀ.