ଗୋବିନ୍ଦ ତେଜ

ଉଇକିପିଡ଼ିଆ‌ରୁ
ଗୋବିନ୍ଦ ତେଜ
Born(1928-05-26)୨୬ ମଇ ୧୯୨୮
ଅମଲାପଡ଼ା, ଅନୁଗୋଳ
Died୧୮ ଅଗଷ୍ଟ ୨୦୧୬(2016-08-18) (ବୟସ ୮୮)
ଭୁବନେଶ୍ୱର
Occupation(s)ଅଭିନେତା, ନିର୍ଦ୍ଦେଶକ
Years active୧୯୭୬ - ୨୦୦୨
Spouseସୁଷମା
Childrenଦେବାଶିଷ, ବିସ୍ମିତା, ଆନନ୍ଦମୟୀ

ଗୋବିନ୍ଦ ତେଜ (୨୬ ମଇ ୧୯୨୮- ୧୮ ଅଗଷ୍ଟ ୨୦୧୬)[୧] ଜଣେ ଓଡ଼ିଆ ଅଭିନେତା, କାହାଣୀକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ । [୨] ସେ ୧୯୨୮ ମସିହା ମଇ ୨୬ ତାରିଖରେ ଅନୁଗୋଳର ଅମଲାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[୩] ଅନୁଗୋଳରେ ନିଜ ସ୍କୁଲ ଶିକ୍ଷା ସମାପ୍ତ କରି, ସେ କଟକ ଇଞ୍ଜିନିୟରିଂ କଲେଜରେ ଇଞ୍ଜିନିୟରିଂ ପଢ଼ିଥିଲେ । ଶିକ୍ଷାସମାପ୍ତ କରିବା ପରେ, ସେ ଜଣେ ସିଭିଲ ଇଞ୍ଜିନିୟର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ କିଛିଦିନ ଶିକ୍ଷାଦାନ ମଧ୍ୟ କରିଥିଲେ । ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଚାକିରି ଛାଡ଼ିଥିଲେ । ପରବର୍ତ୍ତୀ ସମୟରେ ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ତିରୁପତି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଲାଭ କରିଥିଲେ । କଟକର ସଂଗୀତାନୁଷ୍ଠାନ ନ୍ୟାସନାଲ ମ୍ୟୁଜିକ ଆସୋସିଏସନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ । ନାଟ୍ୟକାର ମନୋରଞ୍ଜନ ଦାସ, ଧୀରେନ ଦାସ ଓ ଅନନ୍ତ ମହାପାତ୍ରଙ୍କ ସହ ମିଶି 'ସୃଜନୀ' ନାମରେ ଏକ ସୌଖିନ ନାଟ୍ୟାନୁଷ୍ଠାନ ଗଢିଥିଲେ । ୧୯୮୨ ମସିହାରେ ଏସିଆନ ଗେମ୍ସ ଉତ୍ସବ ଅବସରରେ ଓଡ଼ିଶାର ଲୋକନୃତ୍ୟ ଘୁମୁରା ପରିବେଷଣ କରିବାରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ।[୪]

କାଥାଚିତ୍ରରେ ଭୂମିକା[ସମ୍ପାଦନା]

୧୯୫୪ ମସିହାରେ କେଦାର ଗୌରୀ ଚଳଚ୍ଚିତ୍ରରୁ ଗୋବିନ୍ଦ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । [୫] ଗୋବିନ୍ଦ ନିଜ ପ୍ରଯୋଜନା ସଂସ୍ଥା "ନିୟୁ ଲାଇଫ ପ୍ରଡକସନ" ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜନା ଆରମ୍ଭ କରିଥିଲେ । "କୃଷ୍ଣ ସୁଦାମା" ଥିଲା ତାଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ।[୬]

ଅଭିନେତା ଭାବରେ[ସମ୍ପାଦନା]

ନିର୍ଦ୍ଦେଶକ ଭାବରେ[ସମ୍ପାଦନା]

ପ୍ରଯୋଜକ ଭାବରେ[ସମ୍ପାଦନା]

  • କୃଷ୍ଣ ସୁଦାମା, ୧୯୭୬

କାହାଣିକାର ଭାବରେ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜୟଦେବ ପୁରସ୍କାର, ୧୯୮୬
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ୪ ଥର[୮]
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୧୯୮୭ (ତୁଣ୍ଡ ବାଇଦ)
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୧୯୮୫ (ସ୍କୁଲ ମାଷ୍ଟର)
    • ଶ୍ରେଷ୍ଠ ନିର୍ଦ୍ଦେଶକ, ୧୯୮୪ (କାବେରୀ)
    • ଶ୍ରେଷ୍ଠ ଅଭିନେତା, ୧୯୭୭ (ବନ୍ଧୁ ମହାନ୍ତି)
  • ଇଟିଭି ଓଡ଼ିଆ ସମ୍ମାନ (ଜୀବନ ବ୍ୟାପି ଅବଦାନ ପାଇଁ), ୨୦୧୨ [୯]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୬[୧୦]
  • ଉପେନ୍ଦ୍ର ଭଞ୍ଜ ସମ୍ମାନ
  • ଭୂମିପୁତ୍ର ସମ୍ମାନ
  • ଚିନ୍ତା ଓ ଚେତନା ସମ୍ମାନ
  • ବାଣୀଚିତ୍ର ସମ୍ମାନ

ଆଧାର[ସମ୍ପାଦନା]

  1. "Odia filmmaker, actor Govind Tej passes away". The New Indian Express. Archived from the original on 19 August 2016. Retrieved 18 August 2016.
  2. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 67–. ISBN 978-1-136-77284-9.
  3. "ଆରପାରିରେ ଗୋବିନ୍ଦ ତେଜ". ସମ୍ବାଦ ୧୯/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Archived from the original on 23 September 2016. Retrieved 19 August 2016.
  4. "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Archived from the original on 2020-10-14. Retrieved 22 August 2016. {{cite news}}: |first= missing |last= (help)
  5. http://sambad.in/news/state/gobind-tej/1412.html[permanent dead link]
  6. http://www.odishastory.com/2016/08/18/gobind-tej-passed-away/[permanent dead link]
  7. Kala Vikash Kendra, Cuttack (1982). Journal.
  8. "ଗୋବିନ୍ଦଙ୍କୁ ଝୁରିବ ଓଡ଼ିଆ ରଙ୍ଗମଞ୍ଚ". ଧରିତ୍ରୀ. Retrieved 22 August 2016.
  9. "ଆର୍କାଇଭ୍ କପି". Archived from the original on 2015-04-08. Retrieved 2016-08-18. {{cite web}}: Cite has empty unknown parameter: |1= (help)
  10. Dance Annual of India. The Foundation. 2006.

ଅଧିକ ତଥ୍ୟ[ସମ୍ପାଦନା]