ମଥୁରା ବିଜୟ
ମଥୁରା ବିଜୟ | |
---|---|
ନିର୍ଦ୍ଦେଶକ | ଏ ସଞ୍ଜିବୀ |
ପ୍ରଯୋଜକ | ବାବୁଲାଲ ଦୋଶୀ |
କଳାକାର | ଶ୍ରୀକାନ୍ତ ଗୌତମ ରୂପଲେଖା ଶରତ ପୂଜାରୀ ପବନ କୁମାର ଅନିତା ଦାସ |
ସଙ୍ଗୀତ | ବାଳକୃଷ୍ଣ ଦାଶ |
ଚିତ୍ରଗ୍ରହଣ | କେ.ଏସ୍ ପ୍ରସାଦ ବାବୁ ରାଓ |
ସମ୍ପାଦକ | ଏ. ସଞ୍ଜିବୀ |
ମୁକ୍ତିଲାଭ ତାରିଖ | ୧୯୭୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୧୮ ଲକ୍ଷ ୨୫ ହଜାର |
ମଥୁରା ବିଜୟ ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏ ସଞ୍ଜିବୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବାଳକୃଷ୍ଣ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିରେ କୃଷ୍ଣ ଭୂମିକାରେ ଶ୍ରୀକାନ୍ତ ଗୌତମ, ରାଧା ଭୂମିକାରେ ରୂପଲେଖା, କଂସ ଭୂମିକାରେ ଶରତ ପୂଜାରୀ, ନନ୍ଦ ଭୂମିକାରେ ପବନ କୁମାର ଓ ଯଶୋଦା ଭୂମିକାରେ ଅନିତା ଦାସ ଅଭିନୟ କରିଥିଲେ । ମିହିର ଦାସ, ଜୟା ସ୍ୱାମୀ, ଗୀତା ରାଓ, ଦୀପା ସାହୁ, ଜୟୀରାମ ସାମଲ, ମାମିନା, ରୁକମଣୀ, ତାପସ ଦାସଗୁପ୍ତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଶ୍ରୀକାନ୍ତ ଗୌତମ[୧]
- ରୂପଲେଖା
- ଶରତ ପୂଜାରୀ
- ପବନ କୁମାର
- ଅନିତା ଦାସ
- ମିହିର ଦାସ[୨]
- ଜୟା ସ୍ୱାମୀ
- ଗୀତା ରାଓ (ଗୀତା ରାଣୀ ଦତ୍ତ)
- ଦୀପା ସାହୁ
- ଜୟୀରାମ ସାମଲ
- ମାମିନା
- ରୁକମଣୀ
- ତାପସ ଦାସଗୁପ୍ତା
- ଶ୍ୟାମସୁନ୍ଦର ମହାପାତ୍ର
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଏ ବାଳକୃଷ୍ଣ ଦାଶ । ନାରାୟଣ ପ୍ରସାଦ ସିଂହ,[୩] ଗୌର ପଟ୍ଟନାୟକ, ବୈକୁଣ୍ଠନାଥ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଭିକାରୀ ବଳ,[୪][୫] ଶେଖର ଘୋଷ, ବାଣୀ ଜୟରାମ, ଗୀତା ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ Sahoo, Biswajit (7 July 2023). "ଓଡ଼ିଶାଲାଇଭ୍ରେ ଦେଖନ୍ତୁ ଶ୍ରୀକାନ୍ତ ଗୌତମଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର". OdishaLIVE (in ଆମେରିକୀୟ ଇଂରାଜୀ). Archived from the original on 29 August 2023. Retrieved 29 August 2023.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ ତ୍ରିପାଠୀ, ସିନ୍ଧୁଜ୍ୟୋତି (9 June 2020). "ଆଜି ବି ମନେ ପଡ଼ନ୍ତି ଗୀତିକବି ରସରାଜ: ନାରାୟଣ ପ୍ରସାଦ ସିଂହ". ଶୁଭପଲ୍ଲବ (in ଆମେରିକୀୟ ଇଂରାଜୀ). Retrieved 29 August 2023.
- ↑ "ଆଜି ଜୟନ୍ତୀ: ମନେପଡ଼ନ୍ତି ଭଜନ ସମ୍ରାଟ ଭିକାରୀ ବଳ, ମହାପ୍ରଭୁଙ୍କ ଚାମର ସେବକ ଥିଲେ". Sambad. 25 May 2023. Archived from the original on 29 August 2023. Retrieved 29 August 2023.
- ↑ "ବରିଷ୍ଠ ଆଇଏଏସ୍ ମନୋଜ ମିଶ୍ର ଓ ସଂଜୟ ସିଂଙ୍କୁ ଭଲ ଲାଗେ ଭିକାରୀ ବଳଙ୍କ ଭଜନ". News18 Odia. 26 May 2022. Archived from the original on 1 July 2022. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମଥୁରା ବିଜୟ