ମିଶ୍ର ସତ୍ୟନାରାୟଣ
ମିଶ୍ର ସତ୍ୟନାରାୟଣ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସତ୍ୟ ନାରାୟଣ ମିଶ୍ର |
ବୃତ୍ତି | (ଓଡ଼ିଆ)କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ମିଶ୍ରରାଗ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬[୧] |
ମିଶ୍ର ସତ୍ୟନାରାୟଣ ଜଣେ ଓଡ଼ିଆ ଗୀତିକବି, ଅଧ୍ୟାପକ, ଶିଶୁ ସାହିତ୍ୟିକ ଓ ଗୀତିକାର । ସେ ଆକାଶବାଣୀ ଓ ଦୂରଦର୍ଶନ ସମେତ ଅନେକ ଆଲବମ୍ କ୍ୟାସେଟ୍, ୟୁଟ୍ୟୁବ୍ ଚେନାଲ୍ ପାଇଁ ଏକ ହଜରାରୁ ଉଦ୍ଦ୍ୱ ଗୀତ ରଚନା କରିଛନ୍ତି ।[୨] ସେ ଓଡ଼ିଆ ଭାଷାରେ ଅନେକ ଗୀତିକବିତା ପୁସ୍ତକ ରଚନା କରିଛନ୍ତି ।[୩] ୨୦୧୬ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ମିଶ୍ରରାଗ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୪][୫]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସେ କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମୂଳ ଘର ହେଉଛି ପୁରୀ ଜିଲ୍ଲାରେ, ମାତ୍ର ତାଙ୍କ ବାପାଙ୍କ ଚାକିରୀ ହେତୁ ତାଙ୍କ ପିଲାଦିନ ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାରେ କଟିଥିଲା ।
ସାହିତ୍ୟିକ ଜୀବନ
[ସମ୍ପାଦନା]୧୯୮୫ ମସିହାରୁ ଆକାଶବାଣୀ କଟକର ଯୁବବାଣୀ ଓ ଶିଶୁ ସଂସାର କାର୍ଯ୍ୟକ୍ରମ ପାଇଁ ସେ ଗୀତ ରଚନା କରୁଛନ୍ତି । ୧୯୯୩ ମସିହାରେ ସେ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଗୀତିକାର ଭାବରେ ସୀକୃତି ପାଇଥିଲେ । ଜୟପୁର କେନ୍ଦ୍ର ପାଇଁ ଗୀତ ଲେଖିବାବେଳେ ସେ ତାଙ୍କ ନାମ ସତ୍ୟ ନାରାୟଣ ମିଶ୍ରରୁ ମିଶ୍ର ସତ୍ୟନାରାୟଣକୁ ପରିବର୍ତ୍ତନ କରିଥିଲେ ।[୬]
ତାଙ୍କ ପ୍ରଥମ ବହି ଥିଲା ମିଶ୍ରରାଗ, ଯେଉଁଥିରେ ୭୦ଟି ଗୀତ କବିତା ପ୍ରକାଶ ପାଇଥିଲା । ଏହି ବହିଟିକୁ ୨୦୧୬ ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ କିଛି ଶିଶୁ ସାହିତ୍ୟ ରଚନା କରିଛନ୍ତି । କିଛିବର୍ଷ ସାମ୍ବାଦିକତା କରିବା ପରେ ସେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଗୀତିକବିତା ଉପରେ ମଧ୍ୟ ଗବେଷଣା କରୁଛନ୍ତି ।[୬]
ରଚନାବଳୀ
[ସମ୍ପାଦନା]- ମିଶ୍ରରାଗ (ଗୀତିକବିତା)[୭]
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "୨୦୧୨, ୨୦୧୩, ୨୦୧୪ ମସିହାରେ ପ୍ରକାଶିତ ୨୦୧୫ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
- ↑ "୨୦୧୫ ଓ ୨୦୧୬ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା, ଜାଣନ୍ତୁ କିଏ କେଉଁ ବିଭାଗରେ ପାଇବେ ପୁରସ୍କାର". Prameyanews7. ଭୁବନେଶ୍ୱର. 10 July 2020. Archived from the original on 15 July 2022. Retrieved 15 July 2022.
- ↑ Otv, News Desk. "୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା. Archived from the original on 2022-07-15. Retrieved 2022-07-15.
- ↑ Pradhan, Hemanta (10 July 2020). "Odisha Sahitya Akademi Awards for 2015, 2016 declared - Times of India". The Times of India (in English). Bhubaneswar. Retrieved 15 July 2022.
{{cite news}}
: CS1 maint: unrecognized language (link) - ↑ "Odisha Sahitya Akademi award for 18 authors". The New Indian Express. Retrieved 2022-07-16.
- ↑ ୬.୦ ୬.୧ "Breakfast Odisha: Mishra Satyanarayan, Lyricist & Writer, Odisha Sahitya Academy Awarded (2016)". News7. YouTube. 20 September 2021. Retrieved 23 July 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଉପନ୍ୟାସରେ ନିତ୍ୟାନନ୍ଦ ପଣ୍ଡା, ଗୀତି କବିତାରେ ମନୋଜ ମହାନ୍ତି". Samaya Live. ଭୁବନେଶ୍ୱର. 11 July 2020. Archived from the original on 15 July 2022. Retrieved 15 July 2022.
- ↑ "Odisha Sahitya Akademi Awards announced | Sambad English". Sambad English (in English). Bhubaneswar: sambadenglish.com. 10 July 2020. Archived from the original on 15 July 2022. Retrieved 15 July 2022.
{{cite news}}
: CS1 maint: unrecognized language (link)