ଚମ୍ପୂ

ଉଇକିପିଡ଼ିଆ‌ରୁ

ଚମ୍ପୂ ଓଡ଼ିଶୀ ସଙ୍ଗୀତ ଏବଂ ସାହିତ୍ୟର ଏକ ବିଶେଷ ଅଂଶ । ଉତ୍କଳୀୟ ଚମ୍ପୂ ଶୈଳୀରେ ବର୍ଣ୍ଣମାଳାର ୩୪ଟି ଅକ୍ଷରକୁ ନେଇ କ୍ରମରେ ୩୪ଟି ଗୀତ ଲେଖାଯାଏ । କୌଣସି ଏକ ଗୀତର ସମସ୍ତ ପାଦ ସେହି ଅକ୍ଷରରେ ଆରମ୍ଭ ହୋଇଥାଏ ।

ପୁରାତନ ଚଉତିଶା ଶୈଳୀରେ ଗୋଟିଏ ଗୀତ ମଧ୍ୟରେ ୩୪ଟି ପଦ ଲେଖାଯାଇଥାଏ ଏବଂ ପ୍ରତ୍ୟେକ ପଦର ସମସ୍ତ ଧାଡ଼ି ଗୋଟିଏ ଅକ୍ଷରରେ ଆରମ୍ଭ ହୋଇଥାଏ । ଏହି ବିଶେଷ ସାମଞ୍ଜସ୍ୟ ଯୋଗୁଁ କେହି କେହି ଚମ୍ପୂକୁ 'ଚଉପଦୀ-ଚଉତିଶା' ବୋଲି କହିଥାନ୍ତି ।

ଓଡ଼ିଆରେ ଲିଖିତ ଅନେକ ଚମ୍ପୂ ମଧ୍ୟରୁ କବିସୂର୍ଯ୍ୟ ବଳଦେବ ରଥଙ୍କ କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ସବୁଠୁଁ ପ୍ରସିଦ୍ଧ । ଏହା ଏତେ ଜନାଦୃତ ଯେ କେବଳ ଚମ୍ପୂ କହିଲେ ଲୋକେ ଏହି ଗ୍ରନ୍ଥକୁ ବୁଝିଥାନ୍ତି ।