Jump to content

ପ୍ରଣବ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ପ୍ରଣବ ପଟ୍ଟନାୟକ
ଭୁବନେଶ୍ୱରର ଜୟଦେବ ଭବନରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ପଟ୍ଟନାୟକ, ୨୦୧୪
ଜନ୍ମ
ପ୍ରଣବ କିଶୋର ପଟ୍ଟନାୟକ

(1938-01-20) ୨୦ ଜାନୁଆରୀ ୧୯୩୮ (ବୟସ ୮୮)
ଜାତୀୟତାଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଂଗୀତକାର
ପିତାମାତାଲାଲ ମୋହନ ପଟ୍ଟନାୟକ (ବାପା)
ସମ୍ପର୍କୀୟସୁଧାଂଶୁମାଳିନୀ ରାୟ (ଭଉଣୀ)
ପୁରସ୍କାରଜୟଦେବ ପୁରସ୍କାର

ପ୍ରଣବ ପଟ୍ଟନାୟକ (ଜନ୍ମ: ୨୦ ଜାନୁଆରୀ ୧୯୩୮)[] ଜଣେ ଓଡ଼ିଆ ସଙ୍ଗୀତକାର ଓ ଗାୟକ ।[] ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ୧୯୩୮ ମସିହାର ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଲାଲ ମୋହନ ପଟ୍ଟନାୟକ ଜଣେ ସ୍ୱାଧିନତା ସଂଗ୍ରାମୀ, ସାହିତ୍ୟିକ ଓ ରାଜନେତା ଥିଲେ, ଯିଏକି ସ୍ୱାଧୀନତା ପୂର୍ବର ଓଡ଼ିଶା ବିଧାନ ସଭାର ଜଣେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[] ତାଙ୍କ ଭଉଣୀ ସୁଧାଂଶୁମାଳିନୀ ରାୟ ମଧ୍ୟ ରାଜନୀତିରେ ସକ୍ରିୟ ଥିଲେ ଏବଂ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

କର୍ମଜୀବନ

[ସମ୍ପାଦନା]

୧୯୫୮ ମସିହାରେ,ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା'ରେ ସେ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଛାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିସାରିଛନ୍ତି ।

ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ଯ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଶ୍ରୀମତି ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ । ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି ।

କଣ୍ଠଦାନ କରିଥିବା କଥାଚିତ୍ର (୧୯୫୮ - ୧୯୯୭)

[ସମ୍ପାଦନା]
ଗୀତ କଥାଚିତ୍ରମୁକ୍ତିଲାଭ ବର୍ଷସଙ୍ଗୀତ ନିର୍ଦ୍ଦେଶକ
ଲକ୍ଷେ ଶିବ ପୂଜି ପାଇଛି ପୁଅ୧୯୯୭ସ୍ୱରୂପ ନାୟକ
ଘର ମୋର ସ୍ୱର୍ଗ୧୯୯୨ଅରୁଣ ମହାନ୍ତି
କନ୍ୟାଦାନ୧୯୮୮ଅରୁଣ ମହାନ୍ତି
ତୁଣ୍ଡ ବାଇଦ୧୯୮୭ପ୍ରଫୁଲ୍ଲ କର
ମାଣିକ୧୯୮୬ଉପେନ୍ଦ୍ର କୁମାର
ଗୃହଲକ୍ଷ୍ମୀ୧୯୮୫ପ୍ରଫୁଲ୍ଲ କର
ପ୍ରତିଧ୍ୱନି୧୯୮୪ପ୍ରଫୁଲ୍ଲ କର
ଝିଅଟି ସୀତା ପରି୧୯୮୩ସରୋଜ ପଟ୍ଟନାୟକ
ରାମ ରହିମ୧୯୮୩ପ୍ରଫୁଲ୍ଲ କର
ଉଦୟଭାନୁ୧୯୮୩ବାସୁଦେବ ରଥ
ଅଶାନ୍ତ ଗ୍ରହ୧୯୮୨ଅକ୍ଷୟ ମହାନ୍ତି
ଅସ୍ତରାଗ୧୯୮୨ବାସୁଦେବ ରଥ
ମୁଁ ତୁମେ ଓ ସେ୧୯୮୨ପ୍ରଫୁଲ୍ଲ କର
ଅକ୍ଷିତୃତୀୟା୧୯୮୧ରାଖାଲ ମହାନ୍ତି
ଆରତୀ୧୯୮୧ବାସୁଦେବ ରଥ
ଟିକେ ହସ ଟିକେ ଲୁହ୧୯୮୧ପୁର୍ଣ୍ଣଚନ୍ଦ୍ର ଖୁଣ୍ଟିଆ
ଅଲିଭା ଦାଗ୧୯୮୦ଉପେନ୍ଦ୍ର କୁମାର
ବାଟ ଅବାଟ୧୯୮୦ଭୁବନ-ହରି (ଭୁବନେଶ୍ୱର ମିଶ୍ର , ହରିପ୍ରସାଦ ଚୌରାଶିଆ)
ମେଘମୁକ୍ତି୧୯୮୦ଶାନ୍ତନୁ ମହାପାତ୍ର
ଚିହ୍ନା ଅଚିହ୍ନା୧୯୭୯ବାସୁଦେବ ରଥ
ସଉତୁଣୀ୧୯୭୯ବାସୁଦେବ ରଥ
ଆସ ପ୍ରିୟତମା, ସାଥିରେ ଆମ ଗୀତିରେ ଶଙ୍ଖ ମହୂରୀ୧୯୭୮ବାଳକୃଷ୍ଣ ଦାସ
ଏହି କି ବିଚାର ସାକ୍ଷୀ ଗୋପୀନାଥ ୧୯୭୮ ବାସୁଦେବ ରଥ
ଏ ଗ୍ରାମର ଚଷାଭାଇ, ଇନ୍ଦ୍ରଧନୁର ସପ୍ତରଙ୍ଗୁ ସମର୍ପଣ୧୯୭୮ଉପେନ୍ଦ୍ର କୁମାର
ମଧୁଝରା ଫୁଲବନେ, ଜୀବନ ଯମୁନା ନଈ ପିପାସା୧୯୭୮ଉପେନ୍ଦ୍ର କୁମାର
ରାତି ପାହିଥିଲେ କୁଳ ଚନ୍ଦ୍ରମା୧୯୭୮ଉପେନ୍ଦ୍ର କୁମାର
ପୂରିଲା ଆଶା ମୋର, ହାତୀ ଝୁଲୁଥାଏ ପରିବାର୧୯୭୮ଉପେନ୍ଦ୍ର କୁମାର
ମାଝିରେ ଉଆସ ରାତି, ଉର୍ମି ଅଧୀରା ରୂପସୀ ଚିଲିକା ଚିଲିକା ତୀରେ୧୯୭୮ଶାନ୍ତନୁ ମହାପାତ୍ର
ମନ ରସିଆରେ, ରକ୍ତ ଗୋଲାପ୧୯୭୭ଧନଞ୍ଜୟ ଶତପଥୀ
ଯାହା ମୁଁ ଖୋଜିଛି, ଏ ଜୀବନେ ସବୁ ଘଟଇ ପୁନର୍ମିଳନ୧୯୭୭ଉପେନ୍ଦ୍ର କୁମାର
ହେ ଦୁଃଖହାରୀ ସୁନା ସଂସାର୧୯୭୮
ଏ ନୁହେଁ କାହାଣୀ, ମୋ ଗଣ୍ଠିଧନ ଏ ନୁହେଁ କାହାଣୀ୧୯୭୭ଉପେନ୍ଦ୍ର କୁମାର
ହୀରା ମୋତି ମାଣିକ୧୯୮୧ଶ୍ରୀବତ୍ସ ପଟ୍ଟନାୟକ
ମାଝିରେ ଶେଷ ଶ୍ରାବଣ ଶେଷ ଶ୍ରାବଣ୧୯୭୬ପ୍ରଫୁଲ୍ଲ କର
ଯଉବନରୁ ଅପରାଧ, କେଉଁ ନାମ ଧରି ସିନ୍ଦୂର ବିନ୍ଦୁ୧୯୭୬ପ୍ରଫୁଲ୍ଲ କର
ହୃଦୟ ଭରି ମୋର, ଧାର ଧାର ହୋଇ କୃଷ୍ଣ ସୁଦାମା୧୯୭୬ପ୍ରଫୁଲ୍ଲ କର
ସୀମାହୀନ ଦରିଆ ବତିଘର ୧୯୭୬ ପ୍ରଫୁଲ୍ଲ କର
ହାୟ ସେ ହରିଣୀ ଆଖି ଯାଯାବର୧୯୭୫ଅକ୍ଷୟ ମହାନ୍ତି
ରେ ଆତ୍ମନ୍, ଆ'ରେ ମିତ, ଶ୍ଯାମକୁ ଜୁହାର ମମତା ୧୯୭୫ ପ୍ରଫୁଲ୍ଲ କର
ନ କର ନ କର ମନ ସଂସାର୧୯୭୧ଅକ୍ଷୟ ମହାନ୍ତି
ଏ ନୀଳଆଖି, ମା କାଳୀଯାଇ ଲୋ, ପୂର୍ଣିମା ଜହ୍ନ ସତେ ବନ୍ଧନ୧୯୭୧ଭୁବନେଶ୍ୱର ମିଶ୍ର
ତୁମ ବିନା ଏଇ ରାତି, ବିତିଯାଏ ରେ ସ୍ତ୍ରୀ୧୯୬୮ଭୁବନେଶ୍ୱର ମିଶ୍ର
ଏଇ ଛୋଟ କଥାଟିଏ ଅରୁନ୍ଧତୀ୧୯୬୭ଶାନ୍ତନୁ ମହାପାତ୍ର
ତୁମେ ଜାଣନା ଜାଣନା କା୧୯୬୬ଭୁବନେଶ୍ୱର ମିଶ୍ର
ମୁଁ ତ କୁଳରୁ ହେଲି, ମୋର ଅନ୍ତର ମନ୍ଦିରେ ମଲାଜହ୍ନ୧୯୬୫ଅକ୍ଷୟ ମହାନ୍ତି
ନୟନେ ସୁନୟନା ସାଧନା ୧୯୬୪ ବାଳକୃଷ୍ଣ ଦାସ
ନୀଳାଦ୍ରି ବିହାରୀ ହରି, ଏ ରଙ୍ଗ ରହିବ ନାହିଁ, ଅନ୍ତରେ କାନ୍ଦେ ସୂର୍ଯ୍ୟମୁଖୀ୧୯୬୩ଶାନ୍ତନୁ ମହାପାତ୍ର
ତୁ କି ପରଦେଶୀ, ଚାହେଁନା ଚାହେଁନା ଶ୍ରୀ ଲୋକନାଥ୧୯୬୦ବାଳକୃଷ୍ଣ ଦାସ
ବେଦନା ସାଗର ମା୧୯୫୯ଭୁବନେଶ୍ୱର ମିଶ୍ର

ମାନସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ୨୦୨୩ - ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ[]
  • ୨୦୧୬ - ଜୟଦେବ ପୁରସ୍କାର []
  • ୨୦୧୭ - ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ[]
  • ୨୦୧୧ - ପ୍ରଫୁଲ୍ଲ କର ସମ୍ମାନ[]
  • ୨୦୧୦ - ବିଗଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ଼ []
  • ୧୯୯୭-୯୮ - ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼ [୧୦]
  • ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
  1. "Pranab Kishore Patnaik". Batoi Systems. Retrieved 29 November 2017.
  2. B. V. Dharap; National Film Archive of India (1978). Indian films. Retrieved 13 September 2012.
  3. Nayak, Subadh (27 July 2018). "Pranab Patnaik gets first "Sikander Alam Memorial Award"". KalingaTV (in English). Bhubaneswar. Archived from the original on 5 August 2021. Retrieved 4 September 2023.{{cite news}}: CS1 maint: unrecognized language (link)
  4. "'A singer must never allow success to go to his head'". The Times of India. 2015-04-24. ISSN 0971-8257. Retrieved 2023-09-04.
  5. "ପ୍ରଣବ ପଟ୍ଟନାୟକଙ୍କୁ 'ବାଳକୃଷ୍ଣ ଦାଶ ସ୍ମାରକୀ ସମ୍ମାନ'". No. ସମ୍ବାଦ ୨୦/୦୫/୨୦୩. ଇଷ୍ଟର୍ଣ୍ଣ ମିଡ଼ିଆ. 20 May 2023. Archived from the original on 20 May 2023. Retrieved 20 May 2023.
  6. "Pranab gets Jayadev Award; 'Chini' best movie". The Pioneer. Archived from the original on 27 November 2017. Retrieved 29 November 2017.
  7. "ଗଙ୍ଗାଧର ରଥ ଫାଉଣ୍ଡେସନ୍ ପୁରସ୍କାର ସମାରୋହ". ସମ୍ବାଦ ୨୦/୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୫. Retrieved 20 March 2017.[permanent dead link]
  8. http://cinemasagar.com/award/pranab-pattnaik-awarded-prafulla-kar-samman/[permanent dead link]
  9. http://www.orissadiary.com/gallery/ShowMovie.asp?MovieID=157[permanent dead link]
  10. http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf
  11. http://www.orissacinema.com/history/orissa-state-film-award.html

ଅଧିକ ତଥ୍ୟ

[ସମ୍ପାଦନା]