ପ୍ରଣବ ପଟ୍ଟନାୟକ
ପ୍ରଣବ ପଟ୍ଟନାୟକ | |
---|---|
![]() ଭୁବନେଶ୍ୱରର ଜୟଦେବ ଭବନରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ପଟ୍ଟନାୟକ, ୨୦୧୪ | |
ଜନ୍ମ ଓ ଜନ୍ମସ୍ଥାନ | ପ୍ରଣବ କିଶୋର ପଟ୍ଟନାୟକ ୨୦ ଜାନୁଆରୀ ୧୯୩୮ |
ଭୁବନେଶ୍ୱର | |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଂଗୀତକାର |
ପୁରସ୍କାର | ଜୟଦେବ ପୁରସ୍କାର |
ପ୍ରଣବ ପଟ୍ଟନାୟକ (ଜନ୍ମ ୨୦ ଜାନୁଆରୀ ୧୯୩୮)[୧] ଜଣେ ଓଡ଼ିଆ ସଙ୍ଗୀତକାର ଓ ଗାୟକ ।[୨] ସେ,୧୯୩୮ ମସିହା ଜାନୁଆରୀ ମାସ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ, ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ ଓ ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ ।
କର୍ମଜୀବନ[ସମ୍ପାଦନା]
୧୯୫୮ ମସିହାରେ,ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମାରେ ସେ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ , ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଛାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିସାରିଛନ୍ତି ।
ଅଣଚଳଚ୍ଚିତ୍ର ସଙ୍ଗୀତରେ ମଧ୍ଯ ତାଙ୍କର ଗୁରୁତ୍ୱପୂର୍ଣ ଯୋଗଦାନ ରହିଛି। ବେତାର, ଦୂରଦର୍ଶନ ଓ ଆଲବମ ମାଧ୍ୟମରେ ସେ ବହୁ ଭଜନ ଓ ଆଧୁନିକ ସଙ୍ଗୀତ ଓଡ଼ିଆ ଶ୍ରୋତାମାନଙ୍କୁ ଭେଟିଦେଇଛନ୍ତି । ୧୯୯୨ ମସିହାରେ ତାଙ୍କର ପ୍ରଥମ ଗଜଲ ଆଲବମ, ଶବ୍-ଏ-ଗଜଲ ମୁକ୍ତିଲାଭ କରିଥିଲା । ଏହି ଆଲବମରେ ପଣ୍ଡିତ ହରିପ୍ରସାଦ ଚୌରାଶିଆ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଶ୍ରୀମତି ଦେବକୀ ପଣ୍ଡିତ, ପ୍ରଣବ ପଟ୍ଟନାୟକଙ୍କ ସହିତ କଣ୍ଠଦାନ କରିଥିଲେ । ଦେଶ ବିଦେଶରେ ବହୁ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ବହୁ ସମୃଦ୍ଧି ଲାଭ କରିଛନ୍ତି ।
କଣ୍ଠଦାନ କରିଥିବା କଥାଚିତ୍ର[ସମ୍ପାଦନା]
ମାନସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ୨୦୧୬: ଜୟଦେବ ପୁରସ୍କାର [୩]
- ୨୦୧୭ - ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ[୪]
- ୨୦୧୧ - ପ୍ରଫୁଲ୍ଲ କର ସମ୍ମାନ[୫]
- ୨୦୧୦ - ବିଗଓଡ଼ିଆ ଏଣ୍ଟରଟେନମେଣ୍ଟ ଆୱାର୍ଡ଼ [୬]
- ୧୯୯୭-୯୮ - ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆୱାର୍ଡ଼ [୭]
- ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
- ୧୯୯୩ -ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଆଶା)
- ୧୯୮୯ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ପ୍ରତିଶୋଧ ଅପରାଧ ନୁହେଁ)
- ୧୯୮୮ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (କନ୍ୟାଦାନ)
- ୧୯୮୩ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଝିଅଟି ସୀତା ପରି)
- ୧୯୮୨ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ଅସ୍ତରାଗ)
- ୧୯୭୬ - ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ (ସିନ୍ଦୂର ବିନ୍ଦୁ)[୮]
ଆଧାର[ସମ୍ପାଦନା]
- ↑ "Pranab Kishore Patnaik". Batoi Systems. Retrieved 29 November 2017.
- ↑ B. V. Dharap; National Film Archive of India (1978). Indian films. Retrieved 13 September 2012.
- ↑ "Pranab gets Jayadev Award; 'Chini' best movie". The Pioneer. Retrieved 29 November 2017.
- ↑ "ଗଙ୍ଗାଧର ରଥ ଫାଉଣ୍ଡେସନ୍ ପୁରସ୍କାର ସମାରୋହ". ସମ୍ବାଦ ୨୦/୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୫. Retrieved 20 March 2017.
- ↑ http://cinemasagar.com/award/pranab-pattnaik-awarded-prafulla-kar-samman/
- ↑ http://www.orissadiary.com/gallery/ShowMovie.asp?MovieID=157
- ↑ http://orissa.gov.in/e-magazine/orissaannualreference/OR-Annual-2009/pdf/102-106.pdf
- ↑ http://www.orissacinema.com/history/orissa-state-film-award.html
ଅଧିକ ତଥ୍ୟ[ସମ୍ପାଦନା]
- ପ୍ରଣବ ପଟ୍ଟନାୟକ (ଇଣ୍ଟରନେଟ ମୁଭି ଡାଟାବେସରେ)
- ଓଡ଼ିଆମ୍ୟୁଜିକ ଡଟ କମ
- ଓଡ଼ିଆ ମୁଭି ଡାଟାବେସ