Jump to content

ଶ୍ରୀରାମ ପଣ୍ଡା

ଉଇକିପିଡ଼ିଆ‌ରୁ
ଶ୍ରୀରାମ ପଣ୍ଡା
ଜନ୍ମ
ପେଷାଅଭିନେତା
ଜୀବନସାଥୀତ୍ରିପୁରା ମିଶ୍ର

ଶ୍ରୀରାମ ପଣ୍ଡା ଜଣେ ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ କାହାଣୀକାର । ସେ ଅଧୁନା ବିହାରର ମୁଙ୍ଗେର ଆଶ୍ରମରେ ଜଣେ ସନ୍ଥ ଭାବରେ ଜୀବନ ଅତିବାହିତ କରୁଛନ୍ତି ।[୧]

ଜୀବନ ଓ ପରିବାର

[ସମ୍ପାଦନା]

ଶ୍ରୀରାମ ପଣ୍ଡା ଓଡ଼ିଶାର ନବରଙ୍ଗପୁରଠାରେ ୧୯୫୪ ମସିହାରେ ଜନ୍ମ ନେଇଥିଲେ । ସେ ୮୦ ଦଶକରେ ଓଡ଼ିଆ କଥାଚିତ୍ର ମାନଙ୍କରେ ଅଭିନୟ କରୁଥିଲେ । ସେତେବେଳେ ତାଙ୍କର କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା । ସେ ତାହାପରେ ୧୯୯୨ରେ ଅଭିନୟ ଛାଡ଼ି ବିହାରାର ଶୃଙ୍ଗେରଠାରେ ଏକ ଆଶ୍ରମରେ "ସ୍ୱାମୀ ନିତ୍ୟ ଚୈତନ୍ୟ" ନାମରେ ସନ୍ଥ ଭାବେ ଜୀବନ କାଟୁଛନ୍ତି । ଓଡ଼ିଆ କଥାଚିତ୍ରର ବିଗତ ଦିନର ଅଭିନେତ୍ରୀ ତ୍ରିପୁରା ମିଶ୍ର ତାଙ୍କର ସ୍ତ୍ରୀ ଓ ସେ ଅଧୁନା ଅଭିନୟ ଛାଡ଼ି ଜଣେ ମହାବିଦ୍ୟାଳୟ ଅଧ୍ୟାପିକା ଭାବରେ କାମ କରୁଛନ୍ତି । ଶ୍ରୀରାମ ଓ ତ୍ରିପୁରାଙ୍କର ଦୁଇଟି ସନ୍ତାନ ଅଛନ୍ତି ।

ଅଭିନୟ

[ସମ୍ପାଦନା]

୧୯୭୨ ମସିହାରେ ଧୀର ବିଶ୍ୱାଳଙ୍କ ଧରିତ୍ରୀ କଥାଚିତ୍ରରୁ ପଣ୍ଡା ଅଭିନେତା ଜୀବନ ଆରମ୍ଭ କରିଥିଲେ । ସେ ୫୨ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।[୨]

ପ୍ରଯୋଯନା ଓ ନିର୍ଦ୍ଦେଶନା

[ସମ୍ପାଦନା]

ସେ ୧୯୯୧ ମସିହରେ କଥାଚିତ୍ର କୁରୁକ୍ଷେତ୍ରର ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ।[୩]

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ଆକାଶର ଆଖି୧୯୮୯ପଙ୍କଜ ପାଣି
ବଡ଼ ଭାଉଜ୧୯୮୮ରଜନିକାନ୍ତ
ବଧୂ ନିରୁପମା୧୯୮୭ଯୁଗଳ ଦେବତା
ମାନିନୀ୧୯୮୬ରବି କିନ୍ନାଗୀ
ସମୟ ବଡ଼ ବଳବାନ୧୯୮୫ଶିଶିର ମିଶ୍ର
ଜଗା ବଳିଆ୧୯୮୪ପ୍ରଶାନ୍ତ ନନ୍ଦ
ଡୋରା୧୯୮୪ପ୍ରଶାନ୍ତ ନନ୍ଦ
ଜନ୍ମଦାତା୧୯୭୮କେ. ଏଚ. ଡ଼ି. ରାଓ
ଶଙ୍ଖ ମହୂରୀ୧୯୭୮ଅକ୍ଷୟ ମହାନ୍ତି କାଶ୍ୟପ, ଆର୍. ଜି. ଗୋପ
ଝିଲିମିଲି୧୯୭୮କେ. ଏଚ. ଡି. ରାଓ
ନାଗଫାଶ୧୯୭୭ବସନ୍ତ ନାୟକ
ସିନ୍ଦୂର ବିନ୍ଦୁ୧୯୭୬ଶିଶିର ମିଶ୍ର
ଯାଯାବର୧୯୭୫ନିର୍ଦ୍ଦେଶକ
ମନ ଆକାଶ୧୯୭୪ନିତ୍ୟାନନ୍ଦ ପାଲିତ
ଧରିତ୍ରୀ୧୯୭୨ନିର୍ଦ୍ଦେଶକ

ମାନ ସମ୍ମାନ

[ସମ୍ପାଦନା]
  1. ↑ ଶ୍ୟାମହାରି ଚକ୍ର. A crusader on and off screen!. ଦି ହିନ୍ଦୁ. ୧୭ ଜୁନ ୨୦୦୮
  2. ↑ Shriram Panda - The Legend of Odia Cinema
  3. ↑ Singha, Minati (2012). "Sriram Panda to receive Jaydev Award - Times Of India". indiatimes.com. Retrieved 21 January 2013. has also produced and directed a film 'Kurukhetra' in 1991.[permanent dead link]
  4. ↑ Singha, Minati. "Sriram Panda to receive Jaydev Award - The Times of India". indiatimes.com. Retrieved 16 November 2012. He was chosen for the Jaydev Award that will be given to him at the 23rd state film awards function
  5. ↑ Palit, Ashok. "Odisha: Swami Nitya Chaitanyahan chosen for prestigious Jaydev award, Orissa Current News". orissadiary.com. Archived from the original on 11 March 2013. Retrieved 16 November 2012. Sriram Panda, the yester years Odiya film hero has been chosen for the prestigious Jaydev award

ଅଧିକ ତଥ୍ୟ

[ସମ୍ପାଦନା]