Jump to content

ଗୋପାଳକୃଷ୍ଣ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
କବିକଳହଂସ
ଗୋପାଳକୃଷ୍ଣ ପଟ୍ଟନାୟକ
ପାରଳାଖେମୁଣ୍ଡିସ୍ଥ କବିଙ୍କ ବାସଭବନରେ ଥିବା ତାଙ୍କ ପ୍ରତିମୂର୍ତ୍ତି । ଏହି ପ୍ରତିମୂର୍ତ୍ତି ଗୋପାଳକୃଷ୍ଣଙ୍କୁ ନିଜେ ଦେଖିଥିବା ଶିଳ୍ପୀ ବୃନ୍ଦାବନ ପଟ୍ଟନାୟକ ୧୯୨୧ରେ ଗଢ଼ିଥିଲେ ।
ଜନ୍ମ୧୭୮୪ (ଆଷାଢ଼ ଶୁକ୍ଳ ପ୍ରତିପଦ- ୧୧ ଦିନ, ଶାଳିବାହନ ଅବ୍ଦ ୧୭୦୭)
Died୧୮୬୨ (୧୭୭୮ ଶାଳିବାହନ ଅବ୍ଦ)
Other namesବସନ୍ତ କୋକିଳ,ପାରଳା ଭକ୍ତକବି
ପେଷାକବି
ଜୀବନସାଥୀହୀରା ଦେଈ[୧] (ଅନ୍ୟମତେ ସୁଲକ୍ଷଣା)
Childrenଗୌରଚନ୍ଦ୍ର ପଟ୍ଟନାୟକ, ହରିବନ୍ଧୁ ପଟ୍ଟନାୟକ, କରୁଣାନିଧି ପଟ୍ଟନାୟକ
Parent(s)ବନବାସୀ ପଟ୍ଟନାୟକ
ଲଳିତାଦେଈ

କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୪ - ୧୮୬୨)[୨] ଅଷ୍ଟାଦଶ ଶତାବ୍ଦୀର ଜଣେ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତକାର କବି । ସେ ପ୍ରାଚୀନ ଉତ୍କଳୀୟ ସଙ୍ଗୀତ ଅନୁସରଣରେ ବହୁସଂଖ୍ୟକ ଓଡ଼ିଶୀ ପ୍ରବନ୍ଧ, ଛାନ୍ଦ, ଚଉତିଶା, ଭଜନ ଓ ଜଣାଣ, କୋଇଲି, ଚଉତିଶା ଆଦି ରଚନା କରିଛନ୍ତି । 'ଉଠିଲୁ ଏଡ଼େ ବେଗି କାହିଁକି ରେ', 'ଅନୁସରିତ ପ୍ରଭୋ କାଳଯାକ ଗଲା ସରିତ', 'ସଙ୍ଗିନୀରେ ରାସ ରଙ୍ଗିନୀରେ' ଇତ୍ୟାଦି ଗୋପାଳକୃଷ୍ଣଙ୍କ ଅସଂଖ୍ୟ ଗୀତଗୁଡ଼ିକ ଅଦ୍ୟାବଧି ଓଡ଼ିଶାର ଗ୍ରାମେ ଗ୍ରାମେ ଲୋକମୁଖରେ ଶୁଣାଯାଏ । ତାଙ୍କ କବିତାଗୁଡ଼ିକ ସଂଗୃହିତ ହୋଇ ରଚନାବଳୀ ବା ଗ୍ରନ୍ଥାବଳୀ ଭାବେ ଅନେକବାର ପ୍ରକାଶିତ ହୋଇଛି ।[୧]

ଜୀବନୀ

[ସମ୍ପାଦନା]

ଗୋପାଳକୃଷ୍ଣ ପଟ୍ଟନାୟକ ୧୭୮୪ ମସିହାରେ ଦକ୍ଷିଣ ଓଡ଼ିଶାର ପ୍ରଧାନ ସଂସ୍କୃତି କେନ୍ଦ୍ର ପାରଳାଖେମୁଣ୍ଡି ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ବନବାସୀ ପଟ୍ଟନାୟକ ଓ ମାତାଙ୍କ ନାମ ଲଳିତା ଦେଈ । ସେ ପ୍ରାୟ କୋଡ଼ିଏ ବର୍ଷ ବୟସରେ ହୀରା ଦେଈଙ୍କ ସହିତ ବିବାହ କରିଥିଲେ । ଗୋପାଳକୃଷ୍ଣ ପ୍ରଥମେ ପାରଳା ମହାରାଜାଙ୍କ ପାଖରେ ପାଞ୍ଜିଆ କରଣ ହିସାବରେ କାମ କରୁଥିଲେ । ପରେ ତାଙ୍କର କବି ପ୍ରତିଭାର ପରିଚୟ ପାଇ ମହାରାଜା ତାଙ୍କୁ ନିଜ ଦରବାରରେ ଏକ ସମ୍ମାନଜନକ ପଦବୀ ପ୍ରଦାନ କରିଥିଲେ ।

ବଂଶାବଳୀ

[ସମ୍ପାଦନା]

ଗୋପାକୃଷ୍ଣଙ୍କ ବଂଶାବଳୀ[୧][୩][୪]

ମାନ୍ଧାତା ପଟ୍ଟନାୟକ
ନନ୍ଦକିଶୋର (କିଶୋର)
ଭାସ୍କର
ବଂଶୀଧାରୀ
ଲଳିତାବନବାସୀବ୍ରଜବାସୀ
ହୀରାମଣିଗୋପାଳକୃଷ୍ଣଜୟକୃଷ୍ଣକହ୍ନେଇଚାନ୍ଦରାଧାକୃଷ୍ଣ
ସୁନାମାଗୌରଚନ୍ଦ୍ରହରିବନ୍ଧୁ (କବି)କରୁଣାନିଧି (ବାଲ୍ୟମୃତ)ଲଳିତା ମାବିଶାଖାସୁଦେବୀନିତ୍ୟାନନ୍ଦମାଗତାଚୈତନ୍ୟଗୋରାଚାନ୍ଦବାଙ୍କବିହାରୀ
ଗୋପୀନାଥବୈଷ୍ଣବ
ରାମକୃଷ୍ଣସୂର୍ଯ୍ୟନାରାୟଣନୀଳମଣିବନବାସୀଗୋବିନ୍ଦ ଚନ୍ଦ୍ରଚକ୍ରପାଣି

ରଚନାବଳୀ

[ସମ୍ପାଦନା]
କବିକଳହଂସ ଗୋପାଳକୃଷ୍ଣଙ୍କ ହସ୍ତଲିଖିତ ଗୀତଗୋବିନ୍ଦ ତାଳପତ୍ର ପୋଥି

ମୁଦ୍ରଣ

[ସମ୍ପାଦନା]

ଗୋପାଳକୃଷ୍ଣ ଓଡ଼ିଶାର ପ୍ରସିଦ୍ଧ କବିମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ତାଙ୍କର ରଚନାବଳୀ ବହୁ ଗବେଷକଙ୍କଦ୍ୱାରା ସଙ୍ଗୃହୀତ ହୋଇ ଅନେକ ଥର ତାଙ୍କ ରଚନାବଳୀ ବା ଗ୍ରନ୍ଥାବଳୀ ପ୍ରକାଶିତ ହୋଇଛି । ତଳେ ତାହାର ତାଲିକା ଦିଆହୋଇଛି ।[୫]

କ୍ରମ ନାମ ସଂକଳନକାରୀ ଜୀବନ କାଳ ପ୍ରକାଶନ ବର୍ଷ ପ୍ରକାଶକ ଅଧିକ
୧ ସଙ୍ଗୀତ ସାଗର ଦାମୋଦର ପଟ୍ଟନାୟକ ୧୮୬୫-୧୯୧୫ ୧୮୮୯ରୁ ୧୯୦୩ ଏହାର ଛଅଟି ତରଙ୍ଗ ୧୮୮୯ରୁ ୧୯୦୩ ମସିହା ମଧ୍ୟରେ ପ୍ରକାଶିର ହୋଇଥିଲା । ପ୍ରଥମ ତରଙ୍ଗ ଭୂମିକାରେ ସଂକଳନକାରୀ ଢେଙ୍କାନାଳର ଦାମୋଦର ପଟ୍ଟନାୟକ ଲେଖିଛନ୍ତି- "ଆମ୍ଭେ ଅନେକ ଯତ୍ନ ଓ ପରିଶ୍ରମ ସହକାରେ ସେମାନଙ୍କ (କବିସୂର୍ଯ୍ୟ, ଉପେନ୍ଦ୍ର ଭଞ୍ଜ, ବନମାଳୀ, ରାମକୃଷ୍ଣ ଓ ଗୋପାଳକୃଷ୍ଣ) ଯେଉଂ ସବୁ ଉତ୍କୃଷ୍ଟ ଗୀତ ସଂଗ୍ରହ କରିଅଛୁଁ, ତହିଁ ମଧ୍ୟରୁ ଏକଶତ ଗୀତ ପ୍ରଥମ ତରଙ୍ଗରେ ପ୍ରକାଶିତ ହେଲା ।"
୨ ଚଉପଦୀ ଚନ୍ଦ୍ରୋଦୟ ପଣ୍ଡିତ ଗୋବିନ୍ଦ ରଥ ୧୮୪୮-୧୯୧୮ ୧୮୯୫ କଟକ ପ୍ରିଣ୍ଟିଂ କମ୍ପାନୀ, କଟକ ଏଥିରେ ଅନ୍ୟାନ୍ୟ କବିଙ୍କ ଚଉପଦୀ ସହ ଗୋପାଳକୃଷ୍ଣଙ୍କ ଚଉପଦୀ ସ୍ଥାନ ପାଇଛି ।
୩ ଗୋପାଳକୃଷ୍ଣ କୋଇଲି ୧୮୯୫ ଗଜପତି ପ୍ରେସ, ପାରଳାଖେମୁଣ୍ଡି ଏହା କବିଙ୍କ ଏକ ପ୍ରାଥମିକ ପ୍ରକାଶିତ ରଚନା । ପଦ୍ମନାଭ ନାରାୟଣ ଦେବଙ୍କଦ୍ୱାରା ସଂଶୋଧିତ ହୋଇଥିଲା ।
୪ ଗୋପାଳକୃଷ୍ଣ ସଙ୍ଗୀତ ଶ୍ୟାମସୁନ୍ଦର ରାଜଗୁରୁ, ରଘୁନାଥ ପରିଚ୍ଛା ୧୯୧୩ କଟକ ପ୍ରିଣ୍ଟିଂ କମ୍ପାନୀ, କଟକ
୫ ଗୋପାଳକୃଷ୍ଣ ପଦାବଳୀ ରାମକୃଷ୍ଣ ପଟ୍ଟନାୟକ (ଗୋପାଳକୃଷ୍ଣଙ୍କ ଅଣନାତି) ୧୯୧୯ ୩୦୭ ଗୋଟି ଗୀତ ସଂକଳିତ ହୋଇ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ହୋଇଥିଲା ।
୬ ଗୋପାଳକୃଷ୍ଣ ପଦ୍ୟାବଳୀ ୧୯୪୯ କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କଦ୍ୱାରା ସମ୍ପାଦିତ ଓ ବ୍ରହ୍ମପୁରର ସୀମାଦ୍ରି ପଣ୍ଡାଙ୍କଦ୍ୱାରା ପ୍ରକାଶିତ ।
୭ ଗୋପାଳକୃଷ୍ଣ ଗ୍ରନ୍ଥାବଳୀ ଓ ଗୋପାଳକୃଷ୍ଣ ପଦାବଳୀ ବାବାଜୀ ବୈଷ୍ଣବ ଚରଣ ଦାସ ୧୮୯୦-୧୯୬୨ ଦୁଇ ଖଣ୍ଡରେ, ୧୯୫୯-୬୦ ଏଥିରେ ୬୧୯ ଗୋଟି ସଙ୍ଗୀତ ସଂକଳିତ ହୋଇଛି । ପାରଳାଖେମୁଣ୍ଡିର ଖାରଡ଼ା ଗ୍ରାମରେ ଥିବା ରାଧାକାନ୍ତ ମଠର ମହନ୍ତ ବାବାଜୀ ଗୋପାଳ ଦାସଙ୍କଠାରୁ ପ୍ରାୟ ୩୦୦ କବିତା ସଂଗ୍ରହ କରି ବୈଷ୍ଣବ ଚରଣ ଏଥିରେ ସନ୍ନିବେଶିର କରିଥିଲେ ।
୮ ଗୋପାଳକୃଷ୍ଣ ପଦାବଳୀ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ୧୮୯୭-୧୯୭୮ ୧୯୫୯
୯ ଗୋପାଳକୃଷ୍ଣ ଗ୍ରନ୍ଥାବଳୀ ସରୋଜକୁମାର ପାଣିଗ୍ରାହୀ ୧୯୬୯ ଓଡ଼ିଶା କୋହେନୂର ପ୍ରେସ, କଟକ
୧୦ ଗୋପାଳକୃଷ୍ଣ ରଚନାବଳୀ ଡଃ କୃଷ୍ଣଚରଣ ବେହେରା ୨୦୦୨ ସାହିତ୍ୟ ସଂଗ୍ରହ ପ୍ରକାଶନ, ଗୋପାଳପୁର, କଟକ
୧୮୯୫ରେ ପାରଳାଖେମୁଣ୍ଡିର ଗଜପତି ପ୍ରେସରୁ ପ୍ରଥମବାର ପ୍ରକାଶିତ 'ଗୋପାଳକୃଷ୍ଣ କୋଇଲି' । ଏହା କବିଙ୍କ ଏକ ପ୍ରାଥମିକ ପ୍ରକାଶିତ ରଚନା ।
  1. 1 2 3 ଗୋପାଳକୃଷ୍ଣ ରଚନାବଳୀ, ସମ୍ପାଦନା: ଡକ୍ଟର କୃଷ୍ଣ ଚରଣ ବେହେରା, ପ୍ରକାଶକ: ସାହିତ୍ୟ ସଂଗ୍ରହ ପ୍ରକାଶନ, ଗୋପାଳପୁର, କଟକ - ୭୫୩୦୧୧.
  2. ↑ Phakīramohana Dāsa (2002). Bhakta Kavi Gopāla Krishna. Sahitya Akademi. pp. 4–. ISBN 978-81-260-1201-5.
  3. ↑ ଜଗବଂଧୁ ସିଂହ - ପ୍ରାଚୀନ ଉତ୍କଳ (ପ୍ରଥମ ଭାଗ), ତୃତୀୟ ସଂସ୍କରଣ, ୧୯୮୨ । ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪ ।
  4. ↑ ଗୋପାଳକୃଷ୍ଣ ଗ୍ରନ୍ଥାବଳୀ, ଓଡ଼ିଶା କୋହେନୂର ପ୍ରେସ ଓ ପୁସ୍ତକ ଭଣ୍ଡାର। ୧୯୬୯ । ସଂକଳକ- ସରୋଜ କୁମାର ପାଣିଗ୍ରାହୀ । ପ୍ରକାଶକ- ସେଖ ଅମିନୂଲ ଆଇ ।
  5. ↑ ଗୋପାଳକୃଷ୍ଣ ପଟ୍ଟନାୟକ, ଡଃ କୃଷ୍ଣଚରଣ ବେହେରାଙ୍କଦ୍ୱାରା ସଂକଳିତ ଓ ସଂଶୋଧିତ - ଗୋପାଳକୃଷ୍ଣ ରଚନାବଳୀ । ସାହିତ୍ୟ ସଂଗ୍ରହ ପ୍ରକାଶନ, ଗୋପାଳପୁର, କଟକଦ୍ୱାରା ୨୦୦୨ରେ ପ୍ରକାଶିତ ।