କମଳ ଲୋଚନ ମହାନ୍ତି
ଦେଖଣା
କମଳ ଲୋଚନ ମହାନ୍ତି | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୧୯୨୨ କଟକ ଜିଲ୍ଲା |
| ମୃତ୍ୟୁ | ୧୯୯୧ |
| ବୃତ୍ତି |
|
| ଭାଷା | ଓଡ଼ିଆ |
| ନାଗରିକତା | ଭାରତୀୟ |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୮୩ |
| ଜୀବନସାଥୀ | ପ୍ରତିମା ମହାନ୍ତି |
| ସନ୍ତାନ | ଅରୁଣା ମହାନ୍ତି (ଝିଅ) |
କମଳ ଲୋଚନ ମହାନ୍ତି ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ ଓ ନାଟ୍ୟକାର । ସେ ୧୯୮୩ ମସିହାରେ ତାଙ୍କ ରଚିତ ପୁସ୍ତକ ଏକାଙ୍କିକା ତରଙ୍ଗ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ୧୯୭୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଶ୍ରୀକୃଷ୍ଣ ରାସଲୀଳାରେ ସେ ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ।
ଜୀବନୀ
[ସମ୍ପାଦନା]କମଳ ଲୋଚନ ମହାନ୍ତି ୧୯୨୨ ମସିହାରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଝିଅ ଅରୁଣା ମହାନ୍ତି ଜଣେ ପଦ୍ମଶ୍ରୀ ସମ୍ମାନିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ । ୧୯୯୧ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ରଚନାବଳୀ
[ସମ୍ପାଦନା]| ବର୍ଷ | ବହିର ନାମ | ପ୍ରକାର | ପ୍ରକାଶକ |
|---|---|---|---|
| ୧୯୫୭ | ଗାଁ ମାଟି | ନାଟକ | |
| ୧୯୫୮ | କିରାଣୀ | ନାଟକ | |
| ୧୯୬୨ | ଭାଇ ଭଉଣୀ | ନାଟକ, ସାମାଜିକ | |
| ୧୯୬୪ | ସନ୍ତାନ | ନାଟକ, ସାମାଜିକ | |
| ୧୯୭୮ | କବିଚନ୍ଦ୍ର ପରିକ୍ରମା | ସ୍ମରଣିକା | ଏକାମ୍ର ଥିଏଟର୍ସ, ଭୁବନେଶ୍ୱର |
| ୧୯୮୦ | ମହତାବ ପରିକ୍ରମା | ପ୍ରବନ୍ଧ, ସ୍ମରଣିକା, ଇତିହାସ | |
| ୧୯୮୧ | ଗଡ଼ନାୟକ ପରିକ୍ରମା | ପ୍ରବନ୍ଧ, ସମୀକ୍ଷା | |
| ୧୯୮୩ | କାହ୍ନୁଚରଣ ପରିକ୍ରମା | ପ୍ରବନ୍ଧ, ଜୀବନୀ, ସାକ୍ଷାତକାର | |
| ୧୯୮୪ | ଲକ୍ଷ୍ମୀଧର ପରିକ୍ରମା | ସ୍ମରଣିକା, ବଂଶ ପରିଚୟ, ସାକ୍ଷାତକାର, ଆଲୋଚନା | |
| ଏକାଙ୍କିକା ତରଙ୍ଗ | ନାଟକ, ସାମାଜିକ | ଗ୍ରନ୍ଥ ମନ୍ଦିର, ବ୍ରହ୍ମପୁର |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) - ୧୯୮୩[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 April 2024.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କମଳ ଲୋଚନ ମହାନ୍ତି