ଅସମୀୟା ଭାଷା

ଉଇକିପିଡ଼ିଆ‌ରୁ
ଅସମୀୟା
অসমীয়া Ôxômiya
କେଉଁ ଅଞ୍ଚଳଭାରତ
ସ୍ଥାନଆସାମ, ଅରୁଣାଚଳ ପ୍ରଦେଶ
Native ଭାଷାଭାଷୀ
୧,୩୦,୭୯,୬୯୬ (୧୯୯୧)
ଅସମୀୟା ଲିପି
Official status
କେଉଁଠି ସରକାରୀ ଭାଷା
ଆସାମ
ଭାଷା କୋଡ଼
ISO 639-1as
ISO 639-2asm
ISO 639-3asm
Linguasphere59-AAF-w

ଅସମୀୟା ଭାଷା ଏକ ପୂର୍ବ ଭାରତୀୟ-ଆର୍ଯ୍ୟ ଭାଷା ଓ ଭାରତର ଆସାମ ରାଜ୍ୟର ସରକାରୀ ଭାଷା । ଏଇ ଭାଷା ପ୍ରଧାନତଃ ଉତ୍ତର-ପୂର୍ବ ଭାରତର ଆସାମରେ ବ୍ୟବହାର କରା ହୁଏ । ଅରୁଣାଚଳ ପ୍ରଦେଶର କିଛି କିଛି ଜାଗାରେ ଏବଂ ଉତ୍ତର-ପୂର୍ବାଞ୍ଚଳର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅସମିୟା ଭାଷୀ ଲୋକ ଅଛନ୍ତି । ଅସମୀୟା-ଭିତ୍ତିକ ନାଗାମିଜ ନାମର ଗୋଟିଏ କ୍ରିଓଲ ଭାଷା ନାଗାଲ୍ୟାଣ୍ଡରେ ବ୍ଯାପକଭାବେ ବ୍ଯବହାର ହୁଏ । ଭୂଟାନରେ ମଧ୍ୟ କିଛିସଂଖ୍ଯକ ଅସମୀୟା ଭାଷୀ ଲୋକ ଅଛନ୍ତି । ଆସାମରେ ଅଧୁନା ଅସମୀୟା ଭାଷୀଙ୍କ ସଂଖ୍ୟା ୧.୩୦ କୋଟିରୁ ଅଧିକ[୧] ବିଶ୍ୱରେ ଅସମିୟାଭାଷୀଙ୍କ ସଂଖ୍ୟା ପ୍ରାୟ ୨ କୋଟି[୨]। ଓଡ଼ିଆ ଓ ବଙ୍ଗଳା ସାଙ୍ଗେ ଅସମିୟା ଭାଷାର ଯଥେଷ୍ଟ ସମାନତା ରହିଛି । ଏହା ଅସମୀୟା ଲିପିରେ ଲେଖା ହୁଏ ।

ଆଧାର[ସମ୍ପାଦନା]

  1. "Census of India: Abstract of speakers' strength of languages and mother tongues –2001". www.censusindia.gov.in. Retrieved 3 December 2018.
  2. "RCILTS, Phase-II". www.iitg.ernet.in.

ବାହାର ତଥ୍ୟ[ସମ୍ପାଦନା]