ନିଖିଳ ବରଣ ସେନଗୁପ୍ତା

ଉଇକିପିଡ଼ିଆ‌ରୁ
ନିଖିଳ ବରଣ ସେନଗୁପ୍ତା
Born
ନିଖିଳ ବରଣ ସେନଗୁପ୍ତା

(1943-12-13)୧୩ ଡିସେମ୍ବର ୧୯୪୩
Died୧୮ ଫେବୃଆରୀ ୨୦୧୪(2014-02-18) (ବୟସ ୭୦)
Occupation(s)କଳା ନିର୍ଦ୍ଦଶକ, ଅଭିନେତା, ଚିତ୍ରଶିଳ୍ପୀପ୍ରୋଡକ୍‌ସନ୍ ଡିଜାଇନର୍
Years active୧୯୭୬–୨୦୧୪
Spouseବିଜୟା ସେନ‌ଗୁପ୍ତ

ନିଖିଳ ବରଣ ସେନଗୁପ୍ତା (୧୩ ଡିସେମ୍ବର ୧୯୪୩ – ୧୮ ଫେବୃଆରୀ ୨୦୧୪) ଏକାଧାରରେ ହିନ୍ଦୀ, ବେଙ୍ଗଲୀ ଓ ଓଡ଼ିଆ ଭାଷାରେ ଜଣେ କଳା ନିର୍ଦ୍ଦେଶକ, ଅଭିନେତା, ଚିତ୍ରଶିଳ୍ପୀପ୍ରୋଡକ୍‌ସନ୍ ଡିଜାଇନର୍ ଥିଲେ । ସନ ୧୯୭୫ରେ ସେ କଳା ନିର୍ଦ୍ଦେଶକ ଭାବରେ ପ୍ରଥମେ ଗପ ହେଲେ ବି ସତ (୧୯୭୫) ଚଳଚ୍ଚିତ୍ରରେ କାମ ଆରମ୍ଭ କରିଥିଲେ । ଜନନୀ (୧୯୮୪), ସହରୀ ବାଘ (୧୯୮୫), ମାଆ ଓ ମମତା, ସୁନା ଚଢ଼େଇ (୧୯୮୭), ଯୁଗାନ୍ତର, ତାହାଦେର କଥା, ବାଗ ବାହାଦୂର (୧୯୮୯) ଓ ମିଷ୍ଟର ଆଣ୍ଡ ମିସେସ୍ ଆୟାର ଇତ୍ୟାଦି ଚଳଚ୍ଚିତ୍ରମାନଙ୍କରେ ତାଙ୍କର ଅବଦାନ ସ୍ୱୀକୃତ ହୋଇଥିଲେ ମଧ୍ୟ ସେ ସ୍ଳଳ୍ପ ଚର୍ଚ୍ଚିତ ହୋଇଥିଲେ ।

ଚଳଚ୍ଚିତ୍ର ଜଗତରେ ତାଙ୍କର ୪୦ ବର୍ଷର ଜୀବନ ମଧ୍ୟରେ ସେ ଯୁବ ପ୍ରତିଭାଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ । ସନ ୧୯୯୪ରେ ସର୍ବୋତ୍ତମ କଳା ନିର୍ଦ୍ଦେଶକ ଭାବରେ ଓ ସନ ୨୦୦୯ରେ ଜୀବନବ୍ୟାପି ସାଧନା ନିମନ୍ତେ ସେ ପୁରସ୍କୃତ ହୋଇଥିଲେ ।[୧][୨]

ପ୍ରାକ୍ ଜୀବନ[ସମ୍ପାଦନା]

ଓଡ଼ିଶାର ସେତେବେଳକାର ସର୍ବବୃହତ ସ‌ହର ଓ ରାଜଧାନୀ କଟକରେ ତାଙ୍କର ଶୈଶବ କଟିଥିଲା । କଟକର ରାଣୀହାଟ ସ୍କୁଲରେ ପଢ଼ିସାରିବା ପରେ ରେଭେନ୍ସା ମହାବିଦ୍ୟାଳୟରେ ସେ ଶିକ୍ଷା ଲାଭ କରିଥିଲେ କିନ୍ତୁ ତାଙ୍କର କଳା ଜଗତର ମୋହ ତାଙ୍କୁ କଲିକତାକୁ ଟାଣି ନେଇଥିଲା ଯେଉଁଠି ସେ ସରକାରୀ ଆର୍ଟ ଓ କ୍ରାଫ୍ଟ କଲେଜରେ କଳା ଅଧ୍ୟୟନ କଲେ ।

ସନ ୧୯୬୯ରେ ଶିକ୍ଷା ସମାପ୍ତ ହେବାପରେ ସେ ଅନେକ ଗୁଡ଼ିଏ ବିଜ୍ଞାପନ ଫାର୍ମରେ ଓ କେତେକ ମାଗାଜିନରେ ଭିଜୁଆଲାଇଜର ଓ ଇଲଷ୍ଟ୍ରେଟର ଭାବରେ କାମ କରିଥିଲେ । ଏହା ପରେ ସେ ଚିତ୍ରକର ହୋଇ ତାଙ୍କର କଳାକୃତି ଅନେକ ପ୍ରଦର୍ଶନୀରେ ପ୍ରଦର୍ଶନ କରିଥିଲେ । ଏହା ପରେ ଥରେ ଫିଲ୍ମ ଜଗତରେ ପଶିଲା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

ବୃତ୍ତି[ସମ୍ପାଦନା]

ଓଡ଼ିଆ ସିନେମା ଜଗତର ସେ ମାର୍ଗଦର୍ଶକ ଥିଲେ, ତିନି ଭାଷାର ୧୦୦ରୁ ଉର୍ଦ୍ଧ୍ୱ ସିନେମାରେ ୩୫ ନିର୍ଦ୍ଦେଶକଙ୍କ ସାଙ୍ଗରେ ତାଙ୍କର କାମ କରିବାର ସୌଭାଗ୍ୟ ଜୁଟିଥିଲା । ସେ ଓଡ଼ିଆ ସିନେମା ଜଗତର ଏକମାତ୍ର ଲୋକ ଥିଲେ ଯିଏ ଅପର୍ଣ୍ଣା ସେନ, ବୁଦ୍ଧଦେବ ଦାସଗୁପ୍ତ, ମନମୋହନ ଦେସାଇ, ଅମୋଲ ପାଲେକର, ପ୍ରଶାନ୍ତ ନନ୍ଦ, ବିପ୍ଳବ ରାୟଚୌଧୁରୀ, ନିତାଇ ପାଲିତ, ଗୋବିନ୍ଦ ତେଜରାଜୁ ମିଶ୍ର ଭଳି ଲୋକଙ୍କ ସଙ୍ଗେ କାମ କରିଥିଲେ ।

ହାକିମ ବାବୁ, ଜନନୀ ଓ ହିସାବ ନିକାଶ ସିନେମାରେ କଳା ନିର୍ଦ୍ଦେଶନା ନିମନ୍ତେ ସେ ତିନୋଟି ରାଜ୍ୟ ପୁରସ୍କାର ପାଇଥିଲେ ଓ ଓଡ଼ିଆର ପ୍ରଥମ ରଙ୍ଗୀନ ଫିଲ୍ମ 'ଗପ ହେଲେବି ସତ'ରେ କାମ କରିଥିଲେ ।[୩] ଗୁରୁ କେଳୁଚରଣ ମହାପାତ୍ର ସମ୍ମାନର ଜୁରୀ ତାଙ୍କୁ ୨୦୦୮ ମସିହାରେ ସିନେମା ଜଗତର 'ପ୍ରଖ୍ୟାତ ଶ୍ରେଣୀ' ଭୁକ୍ତ କରି ପୁରସ୍କୃତ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ନିଖିଳ, ବିଜୟା ସେନ‌ଗୁପ୍ତଙ୍କୁ ବିବାହ କରିଥିଲେ । ନିଲ ସେନ‌ଗୁପ୍ତ ଓ ବିମାନ ସେନ‌ଗୁପ୍ତ ନାମରେ ତାଙ୍କର ଦୁଇଟି ପୁଅ ଥିଲେ । କାମରୁ ଅବସର ସମୟରେ ସେ ଜଳ ରଙ୍ଗ ଦେଇ ଚିତ୍ର କରୁଥିଲେ । ସତୁରୀ ବର୍ଷ ବୟସରେ ୧୮ ଫେବୃଆରୀ ୨୦୧୪ ମସିହା ଦିନ ସେ ପରଲୋକ ଗମନ କରିଥିଲେ । [୪]

ସିନେମା ତାଲିକା[ସମ୍ପାଦନା]

କଳା ନିର୍ଦ୍ଦେଶକ[ସମ୍ପାଦନା]

  • ୧୯୭୬ ଗପ ହେଲେବି ସତ
  • ୧୯୭୬ ଶେଷ ଶ୍ରାବଣ
  • ୧୯୭୮ ବଳୀଦାନ
  • ୧୯୭୯ ନଇୟା
  • ୧୯୮୨ ହିସାବ ନିକାଶ
  • ୧୯୮୪ ଜନନୀ
  • ୧୯୮୫ ସ‌ହରୀ ବାଘ
  • ୧୯୮୫ ଚକା ଭଉଁରୀ
  • ୧୯୮୫ ହାକିମ ବାବୁ
  • ୧୯୮୫ ଜଗା ହାତରେ ପଘା
  • ୧୯୮୫ ସମୟ ବଡ଼ ବଳବାନ
  • ୧୯୮୭ ଚକା ଆଖି ସବୁ ଦେଖୁଛି
  • ୧୯୮୭ ସୁନା ଚଢ଼େଇ
  • ୧୯୮୭ ତୁଣ୍ଡ ବାଇଦ
  • ୧୯୮୮ ପୁଅ ମୋର କଳା ଠାକୁର
  • ୧୯୮୯ ଆସିଛି ମୋ କାଳିଆ ସୁନା
  • ୧୯୮୯ ବାଘ ବାହାଦୂର
  • ୧୯୮୯ ବିଧିର ବିଧାନ
  • ୧୯୯୦ ଚକାଡୋଳା କରୁଛି ଲୀଳା
  • ୧୯୯୦ ମା ମତେ ଶକ୍ତି ଦେ
  • ୧୯୯୧ ବସ୍ତ୍ର ହରଣ
  • ୧୯୯୪ ନିର୍ବାଚନ
  • ୧୯୯୪ ସୁନା ଭାଉଜ
  • ୨୦୦୦ ହାଉସ୍ ଅଫ ମେମୋରିଜ୍
  • ୨୦୦୨ ମି: ଓ ମିସେସ ଆୟାର
  • ୨୦୦୩ ପରୀ ମହଲ
  • ୨୦୦୮ Aaynate (2008)
  • ୨୦୧୦ ଏଇ ମିଳନ ଯୁଗ ଯୁଗର
  • ୨୦୧୧ ତୋର ମୋର କଥା ହେବା ଚୁପ ଚାପ

ଅଭିନେତା[ସମ୍ପାଦନା]

ପ୍ରୋଡକ୍ସନ ଡିଜାଇନର୍[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Rhythm rhapsody in guru's memory". The Telegraph (Kolkata). 6 September 2008. Retrieved 14 June 2011.
  2. "Guru Kelu Charan award". www.narthaki.com. 2009. Retrieved 2012-09-13.
  3. Chakra, Shyamhari. "I enjoy painting as much as art direction". The New Indian Express. Retrieved 2 May 2015.[permanent dead link]
  4. "Art director Nikhil Da' passes away". Odisha Sun Times. 18 Feb 2014.

ବାହ୍ୟ ଲିଙ୍କ[ସମ୍ପାଦନା]