ନବୀନ କୁମାର ପରିଡ଼ା
ନବୀନ କୁମାର ପରିଡ଼ା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନବୀନ କୁମାର ପରିଡ଼ା ୮ ମାର୍ଚ୍ଚ ୧୯୫୪ |
ବୃତ୍ତି | ନାଟ୍ୟକାର |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ନାଟୁଆ ଓ ଅନ୍ୟାନ୍ୟ ନାଟକ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫ |
ସମ୍ପର୍କୀୟ | ହରିଶ୍ଚନ୍ଦ୍ର ପରିଡ଼ା (ବାପା) ବିଷ୍ଣୁପ୍ରିୟା ପରିଡ଼ା (ମାଆ) |
ନବୀନ କୁମାର ପରିଡ଼ା (ଜନ୍ମ: ୮ ମାର୍ଚ୍ଚ ୧୯୫୪) ଜଣେ ଓଡ଼ିଆ ନଟ୍ୟକାର । ୨୦୧୫ ମସିହାରେ ତାଙ୍କୁ ତାଙ୍କ ରଚିତ ନାଟ୍ୟ ସଂକଳନ ନାଟୁଆ ଓ ଅନ୍ୟାନ୍ୟ ନାଟକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୧]
ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]
ନବୀନ କୁମାର ପରିଡ଼ା ୧୯୫୪ ମସିହାର ମାର୍ଚ୍ଚ ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ଜମାଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହରିଶ୍ଚନ୍ଦ୍ର ପରିଡ଼ା ଓ ମାଆଙ୍କ ନାମ ବିଷ୍ଣୁପ୍ରିୟା ପରିଡ଼ା । ସେ ପାଠପଢ଼ା ଆରମ୍ଭ କରିଥିଲେ ବିଶ୍ୱନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏବଂ ପ୍ରଦର୍ଶନକଳାରେ ସ୍ନାତକୋତ୍ତର କରିଥିଲେ ।[୨]
୧୯୮୩ ମସିହାର ଜାନୁଆରୀ ମାସରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ୨୦୦୭ ମସିହାରେ ସେ ବିଭାଗୀୟ ମୁଖ୍ୟକୁ ପଦୋନ୍ନତୀ ହୋଇଥିଲେ ଏବଂ ୨୦୧୦ରେ ଅଧକ୍ଷ ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ ମସିହାର ମାର୍ଚ୍ଚ ମାସରେ ସେ ଚାକିରୀରୁ ଅବସର ନେଇଥିଲେ ।[୨]
ନାଟକ ରଚନା ଓ ନିର୍ଦ୍ଦେଶନା[ସମ୍ପାଦନା]
ସ୍ନାତକୋତ୍ତର କରିବା ପରେ ସେ ନାଟ୍ୟ ରଚନା, ନିର୍ଦ୍ଦେଶନା, ନାଟ୍ୟ ପ୍ରଶିକ୍ଷକ, ଅଭିନେତା ତଥା ମଞ୍ଚ ପରିଚାଳନା କ୍ଷେତ୍ରରେ ୪୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଛନ୍ତି । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ପ୍ରଯୋଜିତ ୬ଟି ରାଜ୍ୟସ୍ତରୀୟ ନାଟକ କର୍ମଶାଳରେ ପରିଚାଳନା କରିଛନ୍ତି । ନାଟ୍ୟ କଳାକ୍ଷେତ୍ରରେ ସେ ୩୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶା ବିଭିନ୍ନ ଅଞ୍ଚଳରେ ନାଟକ ଶିକ୍ଷା ପ୍ରଦାନ କରିଛନ୍ତି ।[୨]
ନିର୍ଦ୍ଦେଶିତ ନାଟକ[ସମ୍ପାଦନା]
- ମୁଦ୍ରା ରାକ୍ଷାସ
- ତଟ ନିରଞ୍ଜନା
- ଇଡ଼ଫସ୍
- ଶ୍ରୀ ଜୟଦେବ
- ନାଟୁଆ
- କଲେଯେତେ ସୁନ୍ଦର
- ଚିହ୍ନା ପୃଥିବୀ ଅଚିହ୍ନା ଘର
- ଜନନୀ ଜନ୍ମଭୂମିଶ୍ଚ
- ଶଙ୍କରା
- ବାଇଚଢ଼େଇର ଡେଣା
- ଅନ୍ଧପୁଟୁଳିର ଖେଳ
- ଗାନ୍ଧୀଙ୍କ ଓଡ଼ିଶା
ରଚନାବଳୀ[ସମ୍ପାଦନା]
- ନାଟୁଆ ଓ ଅନ୍ୟାନ୍ୟ ନାଟକ
- ନାଟ୍ୟ ରଚନା
- ଅଭିନେତା, ଚରିତ୍ର ଓ ଅଭିନୟ
- ନିର୍ଦ୍ଦେଶକ ଓ ନିର୍ଦ୍ଦେଶନା
- ନଟ୍ୟତ୍ରୟୀ
- ଅନ୍ଧପୁଟୁଳିର ଖେଳ
- କଲେଯେତେ ସୁନ୍ଦର
- ଡଷ୍ଟବିନ୍
- ନାଟ୍ୟ ପ୍ରବନ୍ଧ
ପୁରସ୍କାର[ସମ୍ପାଦନା]
- ମନନ ସମ୍ମାନ, ୨୦୧୨
- ନାଟ୍ୟ ପରବ ସମ୍ମାନ, ୨୦୧୩
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୫[୩]
- କୁମାର ଉତ୍ସବ, ୨୦୧୭
- ବ୍ୟାସକବି ଫକୀର ମୋହନ ସମ୍ମାନ, ୨୦୨୦
- ଶତାବ୍ଦୀର କଳାକାର
ଆଧାର[ସମ୍ପାଦନା]
- ↑ Jul 10, Hemanta Pradhan / TNN /; 2020; Ist, 21:53. "Odisha Sahitya Akademi Awards for 2015, 2016 declared - Times of India". The Times of India (in ଇଂରାଜୀ). Retrieved 2023-01-29.
{{cite web}}
: CS1 maint: numeric names: authors list (link) - ↑ ୨.୦ ୨.୧ ୨.୨ "ନିର୍ଦ୍ଦେଶନା ସମୟରେ ଅନୁଭବ କରିଛି ମହାପ୍ରଭୁଙ୍କ ଅଦୃଶ୍ୟ ଇଙ୍ଗିତ". ଧରିତ୍ରୀ ଛୁଟିଦିନ. 25 April 2022. p. 6. Archived from the original on 21 January 2023. Retrieved 29 January 2023.
- ↑ "୨୦୧୨, ୨୦୧୩ ଓ ୨୦୧୪ ମସିହାରେ ପ୍ରକାଶିତ ୨୦୧୫ ବର୍ଷ ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 April 2017. Retrieved 29 January 2023.