ଦିଲ୍ଲୀଶ୍ୱର ମହାରଣା
ଦେଖଣା
ଦିଲ୍ଲୀଶ୍ୱର ମହାରଣା | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୫ ନଭେମ୍ବର ୧୯୪୭ ଗୋଡ଼ିଡିହ, ଢେଙ୍କାନାଳ, ଓଡ଼ିଶା |
| ବୃତ୍ତି |
|
| ଭାଷା | ଓଡ଼ିଆ |
| ନାଗରିକତା | ଭାରତୀୟ |
| ସାହିତ୍ୟ କୃତି | ବାର୍ତ୍ତା |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୦୪ |
ଦିଲ୍ଲୀଶ୍ୱର ମହାରଣା (ଜନ୍ମ: ୫ ନଭେମ୍ବର ୧୯୪୭) ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୨୦୦୨ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[୧] ଓ ୨୦୦୪ ମସିହାରେ ତାଙ୍କ ରଚିତ ପୁସ୍ତକ ବାର୍ତ୍ତା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨]
ଜୀବନୀ
[ସମ୍ପାଦନା]୧୯୪୭ ମସିହାର ନଭେମ୍ବର ୫ ତାରିଖରେ ସେ ଢେଙ୍କାନାଳ ଜିଲ୍ଲାର ଗୋଡ଼ିଡିହ ଗ୍ରାମରେ ଟଙ୍କଧର ମହାରଣା ଓ ଇନ୍ଦୁମତୀ ମହାରଣାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ଢେଙ୍କାନାଳଠାରେ କଳାପରିଷଦ ନାମରେ ଏକ ନାଟ୍ୟାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି ।[୩]
୧୯୬୪ ମସିହାରେ ସେ ନାଟ୍ୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ଓ ପରେ କବିତା ଲେଖିବା ଏବଂ ତା' ପରେ ନାଟକରେ ଅଭିନୟ, ନାଟ୍ୟ ନିର୍ଦ୍ଦେଶନା ଓ ନାଟକ ରଚନା ଆରମ୍ଭ କରିଥିଲେ ।[୪]
ରଚନାବଳୀ
[ସମ୍ପାଦନା]| ବର୍ଷ | ବହିର ନାମ | ପ୍ରକାର | ପ୍ରକାଶକ |
|---|---|---|---|
| ୧୯୯୪ | ଉତ୍ତର ପୁରୁଷ | ନାଟକ | ଓଡ଼ିଶା ବୁକ୍ ଷ୍ଟୋର୍ |
| ୨୦୦୨ | ବାର୍ତ୍ତା[୫][୬] | ନାଟକ | |
| ୨୦୦୨ | ଭୋଳାନାଥ ଦାସ ହାଜର ହେ | ନାଟକ | |
| ୨୦୦୩ | କିଛି ହସଖୁସର ନାଟକ | ନାଟକ | |
| ୨୦୦୩ | ତ୍ରିଧାରା | ନାଟକ | |
| ୨୦୦୬ | ରାଜାଘର ଖେଳ | ନାଟକ | |
| ୨୦୦୭ | ସିଦ୍ଧାନ୍ତ | ନାଟକ | |
| ୨୦୦୮ | ସେଦିନ ଆସୁଛି | ନାଟକ | ଶୈଳବାଳା ମହାରଣା |
| ୨୦୧୨ | ହସଗୋଲା | ନାଟକ | |
| ୨୦୧୩ | ବାଉଁଶ ଠେଙ୍ଗାରେ ସ୍ୱାଧୀନତା | ନାଟକ | ଶୈଳବାଳା ମହାରଣା |
| ୨୦୧୪ | ଶେଷ ଠିକଣା | ନାଟକ | |
| ୨୦୧୬ | ଅସ୍ଥି | ନାଟକ | ନିଜେ |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସଙ୍ଗୀତ ନାଟକ ଏକଡେମୀ ପୁରସ୍କାର, ୨୦୦୨[୧]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) - ୨୦୦୪[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ଦିଲ୍ଲୀଶ୍ୱର ମହାରଣା (2016). ଅସ୍ଥି (in Oriya).
{{cite book}}: CS1 maint: unrecognized language (link) - ↑ ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 April 2017. Retrieved 13 April 2024.
- ↑ "କପିଳାସ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା:ପଥଭ୍ରଷ୍ଟ ପୁତ୍ରଙ୍କୁ ଶିକ୍ଷା ଦେବାକୁ 'ପୁତ୍ରପୂଜା'". ଧରିତ୍ରୀ (ପୋର୍ଟାଲ୍) (in ଆମେରିକୀୟ ଇଂରାଜୀ). 2019-12-28. Retrieved 2024-04-14.
- ↑ ଦିଲ୍ଲୀଶ୍ୱର ମହାରଣା (2008). ସେଦିନ ଆସୁଛି (in Oriya).
{{cite book}}: CS1 maint: unrecognized language (link) - ↑ "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.
- ↑ "ODISHA REFERENCE ANNUAL - 2005" (PDF). ODISHA REFERENCE: 631. Retrieved 10 April 2024.