Jump to content

ନିବେଦିତା ଜେନା

ଉଇକିପିଡ଼ିଆ‌ରୁ
ନିବେଦିତା ଜେନା
ବୃତ୍ତିବ୍ୟାଙ୍କ କର୍ମଚାରୀ
ଭାଷାଓଡ଼ିଆ, ହିନ୍ଦୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିଚଇତୁ ହାଟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଫକୀର ମୋହନ ନାଟକ ସମ୍ମାନ

ନିବେଦିତା ଜେନା ହେଉଛନ୍ତି ଓଡ଼ିଆ ଏବଂ ହିନ୍ଦୀ ଭାଷାର ଜଣେ ନାଟକ ଏବଂ ଗଳ୍ପ ଲେଖିକା, ନାଟକ ନିର୍ଦ୍ଦେଶିକା ଏବଂ ନାଟକ ଅଭିନେତ୍ରୀ ।[] ତାଙ୍କଦ୍ୱାରା ରଚିତ ଚଇତୁ ହାଟ ନାଟକ ପାଇଁ ତାଙ୍କୁ ୨୦୧୧ ମସିହାରେ ନାଟକ ଏବଂ ଏକାଙ୍କିକା ବିଭାଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।[][] କେନ୍ଦ୍ର ସାହିତ୍ୟ ଏକାଡେମୀର ପତ୍ରିକା 'ସମକାଳୀନ ଭାରତୀୟ ସାହିତ୍ୟ'ରେ ପ୍ରକାଶିତ ତାଙ୍କ ରଚିତ 'ପୁକାର୍' ନାଟକ ଭୋପାଳ, ଇନ୍ଦୋର, ଜୟପୁର, ଭିଲାଇ, ରାୟପୁର ଓ ଭୁବନେଶ୍ୱର ଆଦି ସ୍ଥାନରେ ଏକାଧିକବାର ଅଭିନୀତ ହୋଇଛି । ନାଟକ ଓ ଗଳ୍ପ ଭିନ୍ନ ସେ ଅନେକ କବିତା, ପ୍ରବନ୍ଧ ଓ ସମାଲୋଚନାର ସ୍ରଷ୍ଟା ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ନିବେଦିତା ରାଉରକେଲାର ବାସିନ୍ଦା ଅଟନ୍ତି । ସେ ଏକ ପବ୍ଲିକ ସେକ୍ଟର ବ୍ୟାଙ୍କରେ କାର୍ଯ୍ୟରତ ।[]

ରଚନାବଳୀ

[ସମ୍ପାଦନା]
  • ଚଇତୁ ଓ ହାଟ
  • ପୁକାର (ହିନ୍ଦୀ ଭାଷା)[]—ଏହି ହିନ୍ଦୀ ନାଟକ, ଗୋଟିଏ ବଲାତ୍କାରର ଶିକାର ହୋଇଥିବା ବ୍ୟକ୍ତି ଉପରେ ପର୍ଯ୍ୟବସିତ । ଏହି ନାଟକ ଇନ୍ଦୋରରେ ଅଭିନୟ କରି ଦେଖାଯାଇଥିଲା ।
  • ଫକୀର ମୋହନ ସେନାପତିଙ୍କ 'ମାମୁ'
  • ହୁରୁଡ଼ା ଓ ଘରବାହୁଡ଼ା
  • ଚୈତୁ (ଚଇତୁ ନାଟକର ହିନ୍ଦୀ ଅନୁବାଦ)
  • ପାଦତଳର ମାଟି (ଗଳ୍ପ)
  • ଟିକି ନାଟୁଆ ଓ ଅନ୍ୟାନ୍ୟ ପ୍ରବନ୍ଧ
  • ଓଡ଼ିଆ ଆଲୋଚନାର ନବଦିଗନ୍ତ
  • ଆଖି ଓ ଦେହ (ନାଟକ)[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୧୧)[]
  • ଫକୀର ମୋହନ ନାଟକ ସମ୍ମାନ (୨୦୧୭)[]
  1. ୧.୦ ୧.୧ ୧.୨ ୧.୩ Palit, Ashok. "Nibedita Jena received Fakir Mohan Natak saman 2017". Odisha News Times (in ଆମେରିକୀୟ ଇଂରାଜୀ). Archived from the original on 2021-09-24. Retrieved 2019-02-28.
  2. http://inpr.odisha.gov.in/samachar/2015/Sep/data/10-09-2015/newssmishra_100915AAA.pdf
  3. "VTLS Chameleon iPortal Item List". opac.nationallibrary.gov.in. Retrieved 2019-02-28.
  4. ଜେନା, ନିବେଦିତା (୨୦୨୨). ଆଖି ଓ ଦେହ. କଟକ: ଆଦିତ୍ୟ ଭାରତ. pp. ଶେଷ ପୃଷ୍ଠା. ISBN 978-81-946741-1-5.
  5. "Odisha Sahitya Akademi". odishasahityaakademi.org. Retrieved 2019-02-28.