ଭାସ୍କର ଚନ୍ଦ୍ର ମହାପାତ୍ର
ଭାସ୍କର ଚନ୍ଦ୍ର ମହାପାତ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | କିଆରପୁର, ବାଲେଶ୍ୱର | ୨ ଜାନୁଆରୀ ୧୯୫୭
ବୃତ୍ତି |
|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ପକ୍ଷୀ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୦୫ |
ପିତାମାତା | ମହେନ୍ଦ୍ର ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀ |
ଭାସ୍କର ଚନ୍ଦ୍ର ମହାପାତ୍ର (ଜନ୍ମ: ୨ ଜାନୁଆରୀ ୧୯୫୭) ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୨୦୦୫ ମସିହାରେ ତାଙ୍କ ରଚିତ ପୁସ୍ତକ ପକ୍ଷୀ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଭାସ୍କର ଚନ୍ଦ୍ର ଏକାଧାରରେ ଜଣେ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ, ସଂଗଠକ, ଶିକ୍ଷକ ଓ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର । ସେ ସଂସ୍କୃତରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ହୋଇ ଶିକ୍ଷକତା ବୃତ୍ତିରୁ ଅବସରପ୍ରାପ୍ତ । ପିତା ମହେନ୍ଦ୍ର ମହାପାତ୍ର ଥିଲେ ଜଣେ ସଂକୀର୍ତ୍ତନ ଗାୟକ ଯାହାଙ୍କ ପ୍ରଭାବରେ ସେ ନାଟ୍ୟ ରଚନା ଓ ଅଭିନୟ ପ୍ରତି ଆକର୍ଷିତ ହେଲେ । ତାଙ୍କ ରଚିତ ପ୍ରଥମ ନାଟକ ଥିଲା 'ଶକୁନି' ଯାହା ତାଙ୍କରି ନିର୍ଦ୍ଦେଶନାରେ ଅଭିନୀତ ହୋଇଥିଲା । ସେଥିରେ ସେ ନାମ ନାୟକ ଶକୁନି ଚରିତ୍ରରେ ଅଭିନୟ ମଧ୍ୟ କରିଥିଲେ । ୧୯୭୫ରୁ ଏଯାବତ୍ ଦୀର୍ଘ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ତାଙ୍କ ଲେଖନୀରୁ ସୃଷ୍ଟି ହୋଇଛି ୪୦ରୁ ଉର୍ଦ୍ଧ୍ୱ ଶିଶୁନାଟକ, ୪୨ଟି ପୂର୍ଣ୍ଣାଙ୍ଗ ନାଟକ, ୪ଟି ପଥପ୍ରାନ୍ତ ନାଟକ, ୨୦ଟି ଏକାଙ୍କିକା, ୪ଟି ଗୀତିନାଟ୍ୟ । ସେଥିମଧ୍ୟରୁ ୧୬ଟି ନାଟକ ଦୂରଦର୍ଶନରୁ ପ୍ରସାରିତ । ଶିଶୁନାଟକମାନ ଏନସିଇଆରଟି, ନୁଆଦିଲ୍ଲୀ ଦ୍ୱାରା ଆୟୋଜିତ ଜାତୀୟ ରୋଲ୍ ପ୍ଲେ ମହୋତ୍ସବରେ ପୁରସ୍କୃତ । ପୁନଶ୍ଚ କଣ୍ଢେଇ, ଘାସଫୁଲ, କନ୍ହାଇରେ ଫେରିଆ, ଛେଳି, ଖସଡ଼ା ବାଟ ଆଦି ଶିଶୁନାଟକ ରାଜ୍ୟସ୍ତରୀୟ ଶିଶୁନାଟକ ମହୋତ୍ସବ ଦ୍ୱାରା ପୁରସ୍କୃତ । ତାଙ୍କ ରଚିତ 'ଆମେ ଧରଣୀବୁକୁର ଶିଶୁ' ଏକାଙ୍କିକା ସପ୍ତମ ଶ୍ରେଣୀ ପାଠ୍ୟପୁସ୍ତକ ସାହିତ୍ୟ ସୋପାନରେ ସ୍ଥାନୀତ ।[୨] ନାଟ୍ୟ ରଚନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଓ ଶିକ୍ଷକତା ନିମନ୍ତେ ସେ ରାଜ୍ୟପାଳ ପୁରସ୍କାରରେ ସମ୍ମାନୀତ ।
ରଚନାବଳୀ
[ସମ୍ପାଦନା]ଶିଶୁନାଟକ
[ସମ୍ପାଦନା]- ଭଙ୍ଗା କଣ୍ଢେଇ ଓ ଅନ୍ୟାନ୍ୟ (୫ଟି ନାଟକ)
- ଘାସଫୁଲ
- କନ୍ହାଇରେ ଫେରିଆ
- ବଣମଲ୍ଲୀ
- ବ୍ୟବଧାନ
- ଜନନୀ ଜନମ ଭୂଇଁ ଏଇ ଆମ ଗାଆଁ
- ଆମେ ବିଜ୍ଞାନ ଯୁଗର ଝିଅ ଓ ଅନ୍ୟାନ୍ୟ (୪ଟି ବଜ୍ଞାନ ନାଟକ)
- ସାମନ୍ତ ଚନ୍ଦ୍ରଶେଖର ଓ ଅନ୍ୟାନ୍ୟ (୮ଟି ନାଟକ)
ଏକାଙ୍କ ନାଟକ
[ସମ୍ପାଦନା]- ପଥର
- ବାକ୍ସ
- ଚଷମା
- ପରମ୍ପରା
ଶିକ୍ଷା ସମ୍ବନ୍ଧୀୟ
[ସମ୍ପାଦନା]- ପ୍ରୟୋଗାତ୍ମକ ବ୍ୟାକରଣମ୍
ଗୀତି କବିତା
[ସମ୍ପାଦନା]- ପୁଷ୍ପାଞ୍ଜଳି
ପୂର୍ଣ୍ଣାଙ୍ଗ ନାଟକ
[ସମ୍ପାଦନା]- ବାସ୍ତବ ଓ ଝଡ଼
- ସ୍ମୃତିବିସ୍ମୃତି
- ଅଙ୍ଗାର
- ନିସ୍ତବ୍ଧ ସାହାନାଇ
- ନିଶୀଥ ସୂର୍ଯ୍ୟ
- ଅପଦାର୍ଥ ଓ ହୋଟେଲ ଗଙ୍ଗା
- ସମ୍ପର୍କ ଓ କଣ୍ଢେଇ
- ଅଭିଯାନ
- ପକ୍ଷୀ[୩][୪]
- ଶେଷ ଇଚ୍ଛା
- ସ୍ତିମିତ ଗୋଧୂଳି
- ଯେ ଧାରା ବହେ ନିରନ୍ତର
- ମୁଁ ବିଜୁ ପଟ୍ଟନାୟକ କହୁଛି
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) - ୨୦୦୫[୧]
- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସାଂସ୍କୃତିକ ସଂସଦ ସମ୍ମାନ - ୨୦୦୩[୫]
- ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପୁରସ୍କାର
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 April 2017. Retrieved 13 April 2024.
- ↑ https://dharitriepaper.in/edition/18058/chhutidina/page/6
- ↑ "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.
- ↑ "ODISHA REFERENCE ANNUAL - 2005" (PDF). ODISHA REFERENCE: 631. Retrieved 10 April 2024.
- ↑ "ଶିକ୍ଷକରୁ ସଫଳ ନାଟ୍ୟକାର: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଭାସ୍କର ଚନ୍ଦ୍ର ମହାପାତ୍ର". Sambad (in ଆମେରିକୀୟ ଇଂରାଜୀ). 2021-08-28. Retrieved 2024-04-16.