ରଣଜିତ ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ରଣଜିତ ପଟ୍ଟନାୟକ
ଜନ୍ମ(1957-03-20)୨୦ ମାର୍ଚ୍ଚ ୧୯୫୭
ରାଜାସମ୍ବର, ପଦ୍ମପୁର, ବରଗଡ଼
ମୃତ୍ୟୁ୧୦ ଅଗଷ୍ଟ ୨୦୨୨(2022-08-10) (ବୟସ ୬୫)
ଜାତୀୟତାଭାରତୀୟ
ଶିକ୍ଷାଏମଫିଲ (ଇତିହାସ)
ପୁରାତନ ଛାତ୍ରସମ୍ବଲପୁର ବିଶ୍ୱବିଦ୍ୟାଳୟ
ଜଣାଶୁଣାଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ
ଜୀବନସାଥୀଦିପ୍ତୀ
ସନ୍ତାନନିରବ
ପିତାମାତା(s)ଜଗନ୍ନାଥ ପଟ୍ଟନାୟକ, ହେମଲତା ପଟ୍ଟନାୟକ
ପୁରସ୍କାର(ଗୁଡ଼ିକ)ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ରଣଜିତ ପଟ୍ଟନାୟକ (୨୦ ମାର୍ଚ୍ଚ ୧୯୫୭ - ୧୦ ଅଗଷ୍ଟ ୨୦୨୨) ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଥିଲେ ।[୧][୨][୩] ନାଟକ ବ୍ୟତୀତ ସେ କବିତା ଓ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ମଧ୍ୟ ଲେଖନି ଚାଳନା କରିଥିଲେ । ନାଟକ ରଚନା ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ସଂଳାପ ଓ ଗୀତ ରଚନା ମଧ୍ୟ କରିଥିଲେ। ସେ ଆକାଶବାଣୀ କଟକ ଓ ଦୂରଦର୍ଶନରେ ଜଣେ ସ୍ୱୀକୃତିପ୍ରାପ୍ତ ଅଭିନେତା ଥିଲେ। ସେ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ । ସେ କଳିଙ୍ଗ ଷ୍ଟୁଡିଓର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରଣଜିତ ୧୯୫୭ ମସିହାରେ ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳସ୍ଥ ରାଜାସମ୍ବରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାପିତାଙ୍କ ନାମ ହେମଲତା ପଟ୍ଟନାୟକ ଓ ଜଗନ୍ନାଥ ପଟ୍ଟନାୟକ । ସେ ଝାରସୁଗୁଡ଼ାରାଉରକେଲାରୁ ନିଜ ଶିକ୍ଷାଗ୍ରହଣ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଇତିହାସରେ ସ୍ନାତକୋତ୍ତର ଓ ଏମଫିଲ କରିଥିଲେ ।[୪] ୧୯୮୦ ମସିହାରେ ସେ କାନାର ବ୍ୟାଙ୍କରେ ଚାକିରୀ ଆରମ୍ଭ କରି ୨୦୧୭ରେ ସେଠାରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଧର୍ମପତ୍ନୀଙ୍କ ନାମ ଦିପ୍ତୀ ଓ ପୁଅର ନାମ ନିରବ ।

୨୦୨୨ ମସିହା ଅଗଷ୍ଟ ୧୦ ତାରିଖରେ ତାଙ୍କର କଟକସ୍ଥିତ ବାସଭବନଠାରେ ପରଲୋକ ଘଟିଥିଲା । [୫]

ନାଟକ ଜୀବନ[ସମ୍ପାଦନା]

ରଚିତ ନାଟକ[ସମ୍ପାଦନା]

ତାଙ୍କଦ୍ୱାରା ରଚିତ ପ୍ରକାଶିତ ଓ ଅପ୍ରକାଶିତ ନାଟକ ଗୁଡ଼ିକ ମଧ୍ୟରୁ କିଛି:

  • ଚଉକୀ
  • ଗୁଣିଆ ଝାଡ଼େଲୋ ଡାହାଣୀ
  • ଟିଟୋ
  • ଗୋଇଠା ବାବା
  • ମନ ତୋହର ନିଜ ଗୁରୁ
  • ହୁଏଂସାଙ୍କ ଭାରତ ପରିଭ୍ରମଣ
  • ବଧିର ଇଶ୍ୱର
  • ଗାଁ
  • ହାରାକିରି
  • ନୟନ ପିତୁଳା
  • ଶାମୁକା
  • ସମାଧି
  • ନ ଅଙ୍କ
  • ଅନ୍ୟ ଏକ ଶ୍ମଶାନ ସନ୍ଧାନରେ
  • ତଥାପି ପ୍ରତିକ୍ଷା

ନିର୍ଦ୍ଦେଶିତ ନାଟକ[ସମ୍ପାଦନା]

ସେ ୩୨ଟିରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ସେଥିମଧ୍ୟରୁ କିଛି:

  • ପଳାତକ
  • ଗୁଣ୍ଡା
  • ଧୃତରାଷ୍ଟ୍ରର ଆଖି
  • ମୋର ବା ଦୋଷ କଣ
  • ଅନେଶତ ପବନ
  • କସ୍ତୁରୀ
  • ଆଠକାନ୍ଥର ଅମରାବତୀ
  • ବାଘ ଶିକାର

ଅଭିନୀତ ନାଟକ[ସମ୍ପାଦନା]

ସେ ଅଭିନୟ କରିଥିବା ୨୫ଟିରୁ ଅଧିକ ନାଟକ ମଧ୍ୟରୁ କିଛି:

  • ନଳସ୍ୟ ଦମୟନ୍ତୀ
  • ପରିଶୋଧ
  • କାଳପୁରୁଷ
  • ସନ୍ୟାସୀ
  • ମୁଁ ସଇତାନ କହୁଛି
  • ମହାନଦୀରେ ବନ୍ୟା
  • ଧୂଳିଘରୁ ଆକାଶଆଡ଼କୁ
  • ଆମଘରର ହାଲଚାଲ

ଅନ୍ୟାନ୍ୟ ରଚନାବଳୀ[ସମ୍ପାଦନା]

  • ଓଡ଼ିଆ ନାଟକର ସମଗ୍ର କୃତ୍ତି ସଂପ୍ରତି
  • ଅକବିର କବିତା
  • ଫେସବୁକ କବିତା
  • ଗଳ୍ପମଞ୍ଚ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

ରଣଜିତ ପଟ୍ଟନାୟକ ୨୦୨୨ ମସିହାର ଅଗଷ୍ଟ ୧୦ ତାରିଖରେ ମୃତ୍ୟବରଣ କରିଥିଲେ ।[୪]

ଆଧାର[ସମ୍ପାଦନା]

  1. Chaman Ahuja (2012). Contemporary Theatre of India: An Overview. National Book Trust, India. ISBN 978-81-237-6491-7.
  2. Ananda Lal (2009). Theatres of India: A Concise Companion. Oxford University Press. ISBN 978-0-19-569917-3.
  3. Orissa General Knowledge. Bright Publications. pp. 93–. ISBN 978-81-7199-574-5.
  4. ୪.୦ ୪.୧ "ନାଟ୍ୟକାର ରଣଜିତ୍‌ ପଟ୍ଟନାୟକଙ୍କ ପରଲୋକ". Sambad. 11 August 2022. Archived from the original on 13 August 2022. Retrieved 13 August 2022.
  5. "ପରଲୋକରେ ବିଶି‌ଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ ପଟ୍ଟନାୟକ". www.etvbharat.com. etv bharat. Archived from the original on 10 August 2022. Retrieved 10 August 2022.
  6. "ବ୍ୟକ୍ତିତ୍ୱ". No. ଧରିତ୍ରୀ ଛୁଟିଦିନ ୨୫/୦୪/୨୦୨୧ ପୃଷ୍ଠା ୬. ଧରିତ୍ରୀ. 25 April 2021. Retrieved 26 April 2021.