Jump to content

କୃତିବାସ ନାୟକ

ଉଇକିପିଡ଼ିଆ‌ରୁ
କୃତିବାସ ନାୟକ
ଜନ୍ମ ଓ ଜନ୍ମସ୍ଥାନ (1955-03-02) ୨ ମାର୍ଚ୍ଚ ୧୯୫୫ (ବୟସ ୭୦)
ଏକତାଲା,ରାଜକନିକା, କେନ୍ଦ୍ରାପଡ଼ା
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନରାଜେନ୍ଦ୍ର ନାରାୟଣ ହାଇସ୍କୁଲ
ପିତାମାତାବାସୁଦେବ ନାୟକ, ସୁବର୍ଣ୍ଣ ଦେବୀ

ଡକ୍ଟର କୃତିବାସ ନାୟକ (ଜନ୍ମ: ୨ ମାର୍ଚ୍ଚ ୧୯୫୫) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ । ସେ ଓଡ଼ିଆରେ ପ୍ରବନ୍ଧ, କବିତା, କାହାଣୀ ଓ ଉପନ୍ୟାସ ଲେଖନ୍ତି । ଡକ୍ଟର ନାୟକ ଶିଶୁ ସାହିତ୍ୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି ।[] ସେ ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏବଂ ଅନେକ ଜାତୀୟ ତଥା ରାଜ୍ୟ ସ୍ତରୀୟ ମାନ୍ୟତା ପାଇଛନ୍ତି ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଡକ୍ଟର କୃତିବାସ ନାୟକ ୧୯୫୫ ମସିହାରେ ଓଡ଼ିଶାରାଜକନିକା ବ୍ଲକର ଏକତାଲା ନାମକ ଏକ ପୂର୍ବ ଉପକୂଳବର୍ତ୍ତୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପ୍ରାରମ୍ଭିକ ଜୀବନ ଓଡ଼ିଶାର ଦକ୍ଷିଣ ଭାଗରେ ଅତିବାହିତ କରିଥିଲେ ଏବଂ ସେଠାରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଡକ୍ଟର ନାୟକ ୧୯୯୨ ମସିହାରେ ଶିଶୁ ସାହିତ୍ୟ କ୍ଷେତ୍ରରେ "ଓଡ଼ିଆ ଶିଶୁ ଗଳ୍ପର ସ୍ୱରୂପ ଏବଂ ବିକାଶ" ନାମକ ବିଷୟ ସହିତ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ । ୮୦ ଦଶକରେ ସେ ଶିଶୁ ନୟନ, ଆମେ ଶିଶୁ ଏବଂ ଶିଶୁ ରାଇଜ ନାମରେ ଓଡ଼ିଆରେ ଶିଶୁ ପତ୍ରିକା ସମ୍ପାଦନା କରିଥିଲେ । ୧୯୭୬ରୁ ୧୯୯୦ ମଧ୍ୟରେ ଶିଶୁ ରାଇଜ ଓଡ଼ିଶାର ଜୟପୁରରୁ ପ୍ରକାଶିତ ହୋଇଥିଲା ।

ଡକ୍ଟର କୃତିବାସ ନାୟକ ୧୩ ଡିସେମ୍ବର ୨୦୧୨ରେ ଓଡ଼ିଶାର ଜୟପୁରରେ ଅଲ୍ ଇଣ୍ଡିଆ ରେଡ଼ିଓରେ ଯୋଗ ଦେଇଥିଲେ । ୨୮ ଫେବୃଆରୀ ୨୦୧୪ରେ ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ ଏବଂ ୩୧ ମାର୍ଚ୍ଚ ୨୦୧୫ରେ ଅବସର ନେଇଥିଲେ ।

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୨୪[]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[]
  • ସପ୍ତଦଶ ବାଷିକ ଅଭିନନ୍ଦନିକା ପୁରସ୍କାର[]
  • ଅଣହିନ୍ଦୀ ଭାଷାଭାଷି ଅଞ୍ଚଳର ଲେଖକଙ୍କ ପାଇଁ ଜାତୀୟ ହିନ୍ଦୀ ଲେଖକ ପୁରସ୍କାର- ଉପନ୍ୟାସ "ଶୁଭଲକ୍ଷ୍ମୀ" ପାଇଁ (୨୦୦୨)
  • ଜାତୀୟ ଶିଶୁସାହିତ୍ୟ ପୁରସ୍କାର- ଶିଶୁ ସାହିତ୍ୟ "ଫୁଲ ସବୁ ଫୁଟିଲେ" ପାଇଁ (୧୯୯୯)
  • ଜାତୀୟ ଶିଶୁସାହିତ୍ୟ ପୁରସ୍କାର- ଶିଶୁ ଉପନ୍ୟାସ "ବଣଭୋଜି" ପାଇଁ (୧୯୯୨)
  • ବିଷୁବ ସମ୍ମାନ-୧୯୮୬
  • ରାଜ୍ୟ ସ୍ତରୀୟ ସଂସାର ସମ୍ମାନ- ଜୀବନବ୍ୟାପୀ ଲେଖିଥିବା ଶିଶୁସାହିତ୍ୟ ପାଇଁ
  • ରାଜ୍ୟ ସ୍ତରୀୟ ମାଣିକ ବିଶ୍ୱନାଥ ସମ୍ମାନ- ଜୀବନବ୍ୟାପୀ ଲେଖିଥିବା ଶିଶୁସାହିତ୍ୟ ପାଇଁ
  • ରାଜ୍ୟ ସ୍ତରୀୟ କସ୍ତୁରୀ ସମ୍ମାନ- କବିତା ବିଭାଗରେ
  • ଶ୍ରୀକ୍ଷେତ୍ର ସମ୍ମାନ- କବିତା କୃତ୍ତି ପାଇଁ
  • ଉତ୍କଳ ସାହିତ୍ୟ ସମାନ- ଓଡ଼ିଆ ଭାଷାକୁ ତାଙ୍କ ଅବଦାନ ନିମନ୍ତେ (୨୦୧୧)
  • ଆକାଶବାଣୀ ବାର୍ଷିକ ପୁରସ୍କାର-ମହିଳାଙ୍କ ଉପରେ ଶ୍ରେଷ୍ଠ କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ (୨୦୧୧)

ସାହିତ୍ୟିକ କୃତ୍ତି

[ସମ୍ପାଦନା]

ଡକ୍ଟର କୃତିବାସ ନାୟକ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ବହି ରଚନା କରିଛନ୍ତି । ତନ୍ମଧ୍ୟରୁ କିଛି ବିଶେଷ କୃତ୍ତିର ତାଲିକା ଏହିଭଳି:

ଉପନ୍ୟାସ

[ସମ୍ପାଦନା]
  • ଶୁଭଲକ୍ଷ୍ମୀ
  • କୂଳବୋହୁ
  • ହସକୁରୀ ଜହ୍ନ

ଗଳ୍ପ ସଂଗ୍ରହ

[ସମ୍ପାଦନା]
  • ସଦାନନ୍ଦ ବୋଉଙ୍କ ସଂସାର
  • ଶୁଣିମା ହେଉ
  • ଟିମା ଫକୀର
  • ପ୍ରେମ ପୂର୍ଣ୍ଣିମା

କାବ୍ୟ, କବିତା

[ସମ୍ପାଦନା]
  • ଉଡ଼ିଗଲା ଗେଣ୍ଡାଳିଆ
  • ପ୍ରିତୀ ଶତକ
  • ଗୀତି ଶତକ
  • ଭକ୍ତି ସତକ
  • ଜୀବନ ଭାଗବତ
  • ପ୍ରେମ, ପ୍ରୀତି, ପ୍ରଣୟ
  • ଦିବ୍ୟ ବାଣୀ
  • ଅମୃତ ବଚନ
  • ଉନ୍ନତ ଜୀବନ
  • ପ୍ରଣୟ ଝଙ୍କାର
  • ପ୍ରୀତି ବୀଣା
  • ସଂଗୀତ ସୁରଭି
  • ଗୀତି ବିଚିତ୍ରା
  • ଓଡ଼ିଆ ଜାତିର ଲଢୁଆ ବୀର

ଶିଶୁ ସାହିତ୍ୟ

[ସମ୍ପାଦନା]
  • ବଣ ଭୋଜି
  • ଫୁଲ ସବୁ ଫୁଟିଲେ
  • ମଜା ଗପ
  • ଆସ ଆମେ ଗପ ପଢ଼ିବା
  • କିଛି ମଜା କିଛି ତାଜା କାହାଣୀ
  • ବେତାର ନାଟକ

ବ୍ୟଙ୍ଗ କବିତା

[ସମ୍ପାଦନା]
  • ବୃତିବାସଙ୍କ ବିହୀନ ଅବତାର
  1. "How old is Krutibas Nayak". HowOld.co (in ଇଂରାଜୀ). Archived from the original on 26 October 2020. Retrieved 22 October 2020.
  2. "ରାଜଧାନୀ ପୁସ୍ତକମେଳା ପୁରସ୍କାର ଘୋଷଣା". ସମାଜ (in od-IN). ଭୁବନେଶ୍ୱର. 15 December 2024. Retrieved 12 April 2025.{{cite news}}: CS1 maint: unrecognized language (link)
  3. "ବ୍ୟକ୍ତିତ୍ୱ". ଧରିତ୍ରୀ ଛୁଟିଦିନ ନଭେମ୍ବର ୭-୧୩ ପୃଷ୍ଠା ୬. ଧରିତ୍ରୀ. Archived from the original on 8 November 2021. Retrieved 8 November 2021.
  4. "The Hindu Saturday, 23 January 2010". Archived from the original on 28 January 2010. Retrieved 22 October 2020.