Jump to content

ବିନୋଦିନୀ ଦେବୀ

ଉଇକିପିଡ଼ିଆ‌ରୁ
ବିନୋଦିନୀ ଦେବୀ
ଜନ୍ମ୧୯୩୭
ତିଗିରିଆ, କଟକ ଜିଲ୍ଲା
Died୨୩ ଅକ୍ଟୋବର ୨୦୨୩
ପୁରସ୍କାରଗୁରୁ କେଳୁଚରଣ ମହାପାତ୍ର ସମ୍ମାନ

ବିନୋଦିନୀ ଦେବୀ (୧୯୩୭ - ୧୬ ଅକ୍ଟୋବର ୨୦୨୩) ଜଣେ କବି ଓ ଗୀତିକାର ଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଥମ ମହିଳା ଗୀତିକାର ।[୧] ଓଡ଼ିଆ ସିନେମାର ପ୍ରଥମ ନାରୀ ଗୀତିକାର ଭାବରେ ୧୯୬୫ ମସିହାର ମଲାଜହ୍ନ ଚଳଚ୍ଚିତ୍ର ପା‍ଇଁ ସେ ଗୀତ ଲେଖିଥିଲେ[୨] । ସେ ମଧ୍ୟ ଜଣେ ଓଡ଼ିଆ ଶିଶୁ ଗୀତ ଓ ଆଧୁନିକ ଗୀତ ଗୀତିକାର ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସେ ୧୯୩୭ ମସିହାରେ କଟକ ଜିଲ୍ଲାର ତିଗିରିଆରେ ଜ‍ନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସ୍ୱାଧିନତା ସଂଗ୍ରାମୀ ମଧୁସୂଦନ ପଟ୍ଟନାୟକ । ସେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ସୁଜନପୁର ଗ୍ରାମର ବାଳକୃଷ୍ଣ ମଙ୍ଗରାଜଙ୍କୁ ବିବାହ କରିଥିଲେ । ବାଳକୃଷ୍ଣ ମଙ୍ଗରାଜ ଜଣେ ପ୍ରଶାସନିକ ଅଧିକାରୀ ଥିଲେ । ବିବାହବେଳକୁ ସେ ମାଟ୍ରିକ ପାସ କରିନଥିଲେ । କିନ୍ତୁ ପାଠପଢ଼ାପ୍ରତି ବିନୋଦିନୀଙ୍କର ଅନେକ ଆଗ୍ରହ ଥିଲା । ତାଙ୍କ ବଡ଼ପୁଅ ମାଟ୍ରିକ ପାସ କରିବା ପରେ, ବିନୋଦିନୀ ୩୯ବର୍ଷ ବୟସରେ ମାଟ୍ରିକ ପରୀକ୍ଷାଦେଇ ପାସ କରିଥିଲେ ।[୩]

ଚଳଚ୍ଚିତ୍ର ଗୀତ

[ସମ୍ପାଦନା]

ବିନୋଦିନୀ ଦେବୀଙ୍କ ଲିଖିତ କିଛି ଚଳଚ୍ଚିତ୍ର ଗୀତ:-

ଗୀତଚଳଚ୍ଚିତ୍ରକଣ୍ଠ
ତୁଚ୍ଛାକୁ ମହୁମଲା ଜହ୍ନକଲ୍ୟାଣୀ ଭଟ୍ଟାଚାର୍ଯ୍ୟ
ମୋ ନାଁଟି ମୋ ନାଁଟିମଲା ଜହ୍ନନନ୍ଦିତା ଘୋଷ
ରକତ ଟଳମଳ ଖ‍‍ଇର ପାଞ୍ଚପଳମଲା ଜହ୍ନଅକ୍ଷୟ ମହାନ୍ତି
ଭିଣେ‍ଇ ବାବୁ ଭିଣେ‍ଇ ବାବୁତଅପୋ‍ଇଅକ୍ଷୟ ମହାନ୍ତି ଓ ଗୀତା ପଟ୍ଟନାୟକ
ସାଥୀରେ ସାଥୀରେ ଜୀବନ ସାଗରେଅସ୍ତରାଗପ୍ରଣବ ପଟ୍ଟନାୟକ[୪]

ଅନ୍ୟ କିଛି ଚଳଚ୍ଚିତ୍ର ଯେଉଁଥି ପାଇଁ ବିନୋଦିନୀ ଦେବୀ ଗୀତ ଲେଖିଛଂତି :- "ମୁଁ ତୁମେ ଓ ସେ" (୧୯୮୨), ଶ୍ରୀ ଜଗ‍ନ୍ନାଥ (୧୯୭୯), "ଜୟ ଜଗନ୍ନାଥ" (୨୦୦୭)

ଗୀତି ଗ୍ରନ୍ଥ

[ସମ୍ପାଦନା]

ବିନୋଦିନୀ ଦେବୀଙ୍କ ପ୍ରକାଶିତ କିଛି ଗୀତି କବିତା ପୁସ୍ତକ :-

ଶିରୋନାମାବିଷୟବସ୍ତୁବର୍ଷ
ଖୋକାଟିଏ ଖୋକିଟିଏଶିଶୁଗୀତି ସଂକଳନ୧୯୮୬
ଅମୃତାଭକ୍ତିଗୀତ ସଂକଳନ୧୯୯୬
ଟିକି ଟିକି ନାଲି କାଇଁଚଶିଶୁଗୀତି ସଂକଳନ୧୯୯୯
ଏ‍ଇ କଳା ମୋର କଳଙ୍କଆଧୁନିକ ଗୀତ ସଂକଳନ୨୦୦୦
ମୋ ବୋଉର କାହାଣୀ ପେଡ଼ିରୁ କିଶୋର ଗଳ୍ପ ୨୦୧୩

ମୃତ୍ୟୁ

[ସମ୍ପାଦନା]

୨୦୨୩ ମସିହା ଅକ୍ଟୋବର ୧୬ ତାରିଖରେ ଅନୁଗୋଳଠାରେ ୮୬ ବର୍ଷ ବୟସରେ ବିନୋଦିନୀ ଦେବୀଙ୍କର ପରଲୋକ ଘଟିଥିଲା ।[୫]

  1. ↑ ଦେଓ, ସୂର୍ଯ୍ୟ (2015). ଓଡ଼ିଆ ସିନେମା ଗୀତ ୧୯୩୬ରୁ ୧୯୬୯. ଚଂଦ୍ରଶେଖରପୁର ଭୁବନେଶ୍ୱର: ସୃଜନ. p. ୨୧୯. ISBN 978-81-92546-53-7.
  2. ↑ ଚକ୍ର, ଶ୍ୟାମହରି (06-May-2011). "Malajanha comes alive again". The New Indian Express. Retrieved 23 July 2016. {{cite news}}: Check date values in: |date= (help)[permanent dead link]
  3. ↑ "ନିରବିଗଲେ 'ନିରିମାଖି କୁଆଁରୀ'". https://sambadepaper.com/. 12 November 2018. Retrieved 17 October 2023. {{cite web}}: External link in |website= (help)
  4. ↑ "Lyricist Bnodini Debi". Odiamusic.com. Archived from the original on 12 August 2014. Retrieved 24 July 2016.
  5. ↑ Digital, Sambad (16 October 2023). "'ନିରିମାଖୀ କୁଆଁରୀ ମୁଁ…' ଗୀତର ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀ ଆଉ ନାହାନ୍ତି". Sambad. Retrieved 16 October 2023.

ଅଧିକ ତଥ୍ୟ

[ସମ୍ପାଦନା]