ସୋନାଲ ମାନସିଂହ

ଉଇକିପିଡ଼ିଆ ରୁ
Jump to navigation Jump to search


ସୋନାଲ ମାନସିଂ
Sonal Mansingh.jpg
ସୋନାଲ ମାନସିଂ ଦିଲ୍ଲୀରେ ନୃତ୍ୟ ପରିବେଷଣ କରୁଥିବା ସମୟରେ
Background information
Birth nameସୋନାଲ ପକୱାସ
Born (1942-04-30) ୩୦ ଅପ୍ରେଲ ୧୯୪୨ (ବୟସ ୭୮)
ମୁମ୍ବାଇ
Originଭାରତ
Genresଓଡ଼ିଶୀ, ଭାରତନାଟ୍ୟମ
Occupation(s)ନୃତ୍ୟଶିଳ୍ପୀ, ନୃତ୍ୟଗୁରୁ, ରାଜ୍ୟସଭା ସାଂସଦ
Years active୧୯୬୧ରୁ–ବର୍ତ୍ତମାନ, ରାଜ୍ୟସଭାରେ ୧୪ ଜୁଲାଇ ୨୦୧୮ରୁ
Websiteୱେବସାଇଟ

ସୋନାଲ ମାନସିଂହ (ଜନ୍ମ : ୩୦ ଅପ୍ରେଲ ୧୯୪୪) ଜଣେ ଓଡ଼ିଶୀଭାରତନାଟ୍ୟମ ନୃତ୍ୟଶିଳ୍ପୀ ଓ ଗୁରୁ । ସେ ରାଷ୍ଟ୍ରପତିଙ୍କଦ୍ୱାରା ରାଜ୍ୟ ସଭାକୁ ସାଂସଦ ଭାବରେ ମନୋନୀତ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୋନାଲ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅରବିନ୍ଦ ପକୱାସ ଓ ମାତାଙ୍କ ନାମ ପୂର୍ଣ୍ଣିମା ଥିଲା । ଅରବିନ୍ଦ ଓ ପୂର୍ଣ୍ଣିମାଙ୍କର ତିନିଟି ସନ୍ତାନ ମଧ୍ୟରୁ ସୋନାଲ ମଝିଆ ଥିଲେ । ପୂର୍ଣ୍ଣିମା ଗୁଜରାଟର ଜଣେ ସମାଜସେବୀ ଓ ସେ ୨୦୦୪ ମସିହାରେ ପଦ୍ମ ଭୂଷଣ ପୁରସ୍କାର ପାଇଥିଲେ । ତାଙ୍କ ଅଜା ମଙ୍ଗଳ ଦାସ ପକୱାସ ଜଣେ ସ୍ୱାଧିନତା ସଂଗ୍ରାମୀ ଥିଲେ ଓ ଭାରତର ପ୍ରଥମ ପାଞ୍ଚଜଣ ରାଜ୍ୟପାଳଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ଘରେ ସଙ୍ଗୀତ ଓ ସଂସ୍କୃତିର ପରିବେଶ ଥିଲା ଓ ସେ ନିଜ ଘରେ "ବଡେ ଗୁଲାମ ଅଲ୍ଲୀ ଖାନ", ଏମ ଏସ ଶୁଭଲକ୍ଷ୍ମୀ, ବିସମିହ୍ଲା ଖାଁ ଓ ରୁକ୍ମଣୀ ଦେବୀ ଆଦିଙ୍କୁ କଳା ପ୍ରଦର୍ଶନ କରିବା ଦେଖୁଥିଲେ ।

୪ ବର୍ଷ ବୟସରେ ସୋନାଲ ତାଙ୍କ ବଡ଼ ଭଉଣୀଙ୍କ ସହିତ ନାଗପୁରଠାରେ ମଣିପୁରୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ୭ ବର୍ଷ ବୟସରେ "ପାଣ୍ଡାନାଲୁରୁ ନୃତ୍ୟାଳୟର" 'କୁମାର ଜୟକର' ଆଦି ବିଭିନ୍ନ ଗୁରୁଙ୍କଠାରୁ ଭାରତନାଟ୍ୟମ ଶିକ୍ଷା କରିଥିଲେ ।

ସଂସ୍କୃତ ଭାଷାରେ ସେ ପ୍ରବୀଣ ଓ କୋବିଦ ପରୀକ୍ଷାରେ 'ଭାରତୀୟ ବିଦ୍ୟା ଭବନ'ରୁ ଉତ୍ତୀର୍ଣ୍ଣ ହୋଇଥିଲେ । 'ଜର୍ମାନ ସଂସ୍କୃତି' ଉପରେ ସେ ମୁମ୍ବାଇର ଏଲଫିନଷ୍ଟୋନ କଲେଜରୁ ସ୍ନାତକ ସମ୍ପୂର୍ଣ୍ଣ କରିଥିଲେ ।

୧୮ ବର୍ଷ ବୟସରେ ସେ ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ବେଙ୍ଗାଳୁରୁ ଯାଇ ପ୍ରଫେସର ୟୁ.ଏସ. କ୍ରୀଷ୍ଣା ରାଓ ଓ ଚନ୍ଦ୍ରଭାଗା ଦେବୀଙ୍କଠାରୁ ଭାରତନାଟ୍ୟମ ଶିକ୍ଷା କରିଥିଲେ । ସେ ମ୍ୟାଲାପୁରୁ ଗୌରୀ ଆମ୍ମାଲଙ୍କଠାରୁ ଅଭିନୟ ଓ ୧୯୬୫ ମସିହାରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ଶିକ୍ଷାଗ୍ରହଣ କରିଥିଲେ ।

ସୋନାଲ, ନିଜର ପ୍ରଥମ ମଞ୍ଚ ପ୍ରଦର୍ଶନରେ ଲଳିତ ମାନସିଂହଙ୍କୁ ଭେଟିଥିଲେ ଓ କ୍ରମେ ୧୯୬୫ ମସିହାରେ ତାଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୧] ପରେ ସେ ଜର୍ଜ ଲେଞ୍ଚରଙ୍କୁ ବିବାହ କରିଥିଲେ ଓ ତାହା ମଧ୍ୟ ବିବାହ ବିଚ୍ଛେଦରେ ପରିଣତ ହୋଇଥିଲା । ତାଙ୍କ ପ୍ରଥମ ଶ୍ୱଶୁରୁ ମାୟାଧର ମାନସିଂହ, ସୋନାଲଙ୍କୁ ଗୁରୁ କେଳୁଚରଣଙ୍କ ସହ ପରିଚିତ କରେଇଥିଲେ ।[୨] ଜର୍ମାନୀରେ ସୋନାଲ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଡାକ୍ତରମାନେ କହିଥିଲେ ସେ ଦୁର୍ଘଟଣା ଯୋଗୁ କେବେ ବି ନୃତ୍ୟ କରିପାରିବେ ନାହିଁ । କିନ୍ତୁ, ସେ ନୃତ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।[୩]

ବୃତିଗତ ଜୀବନ[ସମ୍ପାଦନା]

୧୯୬୨ ମସିହାରେ ସୋନାଲ ବୃତିଗତ ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ମୁମ୍ବାଇଠାରେ ତାଙ୍କ "ଅରଙ୍ଗେତ୍ରମ" ( ପ୍ରଥମ ମଞ୍ଚ ପ୍ରବେଶ ) ହୋଇଥିଲା । ୧୯୭୭ ମସିହାରେ ସେ ଦିଲ୍ଲୀରେ "ସେଣ୍ଟର ଫର ଇଣ୍ଡିଆନ କ୍ଲାସିକାଲ ଡାନ୍ସେସ" ସ୍ଥାପନା କରିଥିଲେ ।[୪][୫]

ସେ ସାରା ବିଶ୍ୱର ଅନେକ ଦେଶରେ ନୃତ୍ୟ ପରିବେଷଣ କରିଛନ୍ତି ଓ ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି ।

  • ପଦ୍ମ ଭୂଷଣ (୧୯୯୨)
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୭)
  • ପଦ୍ମ ବିଭୂଷଣ (୨୦୦୩, ସେ ଏହି ପୁରସ୍କାର ପାଇଥିବା ଦ୍ୱିତୀୟ ମହିଳା)
  • ବାଳସରସ୍ୱତୀ
  • କାଳିଦାସ ସମ୍ମାନ (୨୦୦୬ ମଧ୍ୟପ୍ରଦେଶ ସରକାରଙ୍କଦ୍ୱାରା ପ୍ରଦତ୍ତ)
  • ଡକ୍ତର ଅଫ ସାଇନ୍ସ (୨୦୦୭, ଜି ବି ପନ୍ତ ବିଶ୍ୱବିଦ୍ୟାଳୟ, ଉତ୍ତରାଖଣ୍ଡ)
  • ଡକ୍ତର ଅଫ ଲିଟରେଚର (ସମ୍ବଲପୁର ବିଶ୍ବବିଦ୍ୟାଳୟ)

ସୋନାଲଙ୍କର ନୃତ୍ୟଶିଳ୍ପୀ ଭାବରେ ୪୦ ବର୍ଷ ପୂର୍ତ୍ତୀ ଅବସରରେ, ୨୦୦୨ ମସିହାରେ "ପ୍ରକାଶ ଝା" ତାଙ୍କ ଉପରେ "ସୋନାଲ" ନାମରେ ଏକ ବୃତଚିତ୍ର ନିର୍ମାଣ କରିଥିଲେ ।[୪] ଏହି ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା ।

ନୃତ୍ୟ ନିର୍ଦ୍ଦେଶନା[ସମ୍ପାଦନା]

  • ଇନ୍ଦ୍ରଧନୁଷ
  • ମାନବତା
  • ମେରା ଭାରତ
  • ଦ୍ରୌପଦୀ
  • ଗୀତ ଗୋବିନ୍ଦ
  • ସବରସ
  • ଚତୁରଙ୍ଗ
  • ପଞ୍ଚକନ୍ୟା
  • ଦେବୀ ଦୁର୍ଗା
  • ଆତ୍ମୟନ[୬]
  • ସମନ୍ୱୟ

ଉଦ୍ଧୃତି[ସମ୍ପାଦନା]

  • "ଜଣେ ନୃତ୍ୟଶିଳ୍ପୀ, କେବଳ ଜଣେ ନୃତ୍ୟଶିଳ୍ପୀ ନୁହେଁ । ସେ ପରିବେଶର ଅଂଶବିଶେଷ । ସେ ଶୂନ୍ୟରେ ବସବାସ କରେ ନାହିଁ । ସମାଜ ଓ ଆଖାପାଖର ଘଟଣାପ୍ରବାହ ସମସ୍ତଙ୍କ ଉପରେ ପ୍ରଭାବ ପକେଇଥାଏ, ବିଶେଷକରି କଳାକାରମାନଙ୍କ ଉପରେ । କଳାକାରଟି ଜଦି ଆଖପାଖର ସମାଜ ଓ ଘରଣାବଳୀକୁ ପ୍ରତିବିମ୍ବିତ ନକରେ, ତେବେ ସେ ଗତିହିନ ହୋଇପଡେ ।"[୭]
  • "ରାଧା ଜଣେ ବିଶାଳ ଉପମା ହେଲେ ମଧ୍ୟ, ସେ ପ୍ରେମର ଅବତାର । ପ୍ରେମ ବିନା କୌଣସି ସୃଷ୍ଟି ନାହିଁ । ଆମ ପୁରୁଷ-ପ୍ରଧାନ ପୁରାଣରେ କୃଷ୍ଣ ରାଧାଙ୍କ ପାଦତଳେ ପ୍ରେମଭିକ୍ଷା କରିବା ଏକ ଅସାମାନ୍ୟ କଥା । ଗୀତ ଗୋବିନ୍ଦରେ ଲେଖା ଯାଇଥିବା ସୁନ୍ଦର କବିତା, ଗଭିର ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଥାଏ ।

ରଚନାବଳୀ[ସମ୍ପାଦନା]

  • The Penguin Book of Indian Dance by Sonal Mansingh, Penguin Books Australia. ISBN 0-14-013921-4.
  • Classical Dances by Sonal Mansingh, Avinash Pasricha, Varsha Das. 2007, Wisdom Publications. ISBN 81-8328-067-6ISBN 81-8328-067-6.
  • Draupadi, by Sonal Mansingh; Museum Society of Bombay, 1994.

ଅଧିକ ପଠନ[ସମ୍ପାଦନା]

  • Sonal Mansingh Contribution to Odissi Dance by Jiwan Pani. 1992, Centre for Indian Classical Dances. ISBN 81-7304-002-8ISBN 81-7304-002-8.
  • Bharata Natyam: Indian Classical Dance Art, by Sunil Kothari. MARG Publications, 1979. Page 169-170.

ଆଧାର[ସମ୍ପାଦନା]

  1. "The art of diplomacy". The Indian Express. 31 Oct 1999. Retrieved 29 May 2012.
  2. "Her dance of life". www.telegraphindia.com. telegraph. Retrieved 11 March 2020.
  3. "Sonal Mansingh: The dance of life Read more at: http://timesofindia.indiatimes.com/articleshow/273843.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. times of india. Retrieved 11 March 2020. External link in |title= (help)
  4. ୪.୦ ୪.୧ Biography Archived 2009-07-28 at the Wayback Machine. Official website.
  5. Sonal Mansingh Archived 2011-07-18 at the Wayback Machine.
  6. Legends of India Archived 2008-04-16 at the Wayback Machine.
  7. Sonal Mansingh Archived 2008-05-09 at the Wayback Machine. www.artindia.net.

ବାହାର ଆଧାର[ସମ୍ପାଦନା]