ପ୍ରଦୀପ ଭୌମିକ

ଉଇକିପିଡ଼ିଆ‌ରୁ
ପ୍ରଦୀପ ଭୌମିକ
ଜନ୍ମ(1955-10-20)୨୦ ଅକ୍ଟୋବର ୧୯୫୫
ଜାତୀୟତାଭାରତୀୟ

ପ୍ରଦୀପ ଭୌମିକ ଜଣେ ଭାରତୀୟ ଲେଖକ ଓ ନାଟ୍ୟକାର ।[୧] ସେ ମୁଖ୍ୟତଃ ଓଡ଼ିଆ ନାଟକ ରଚନା କରନ୍ତି । ଏଥି ସହିତ ସେ ନିଜ ମାତୃଭାଷା ବଙ୍ଗଳାରେ କିଛି ନାଟକ ରଚନା ଓ ବଙ୍ଗଳାରୁ ଓଡ଼ିଆକୁ ଅନୁବାଦ ମଧ୍ୟ କରନ୍ତି । ୨୦୦୧ ମସିହାରେ ସେ ତାଙ୍କ ନାଟକ ଔରଙ୍ଗଜେବ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୨] ତାଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ ରଚନା ମଧ୍ୟରେ ରବୀନ୍ଦ୍ର ବ୍ୟଙ୍ଗ ରଚନାର ଓଡ଼ିଆ ନାଟ୍ୟରୂପ, ନାରୀ ନାଟକ ଗୁଚ୍ଛ, ତିନୋଟି ହାଲୁକା ଫୁଲୁକା ନାଟକ, ତୁଳସୀ ଗଛ, ମଧୁର ଚେଙ୍କ, ଶିଶୁନାଟକ ଗୁଚ୍ଛ, ଲକ୍ଷ୍ମଣରେଖା ଏବଂରଙ୍ଗ, ବ୍ୟଙ୍ଗ, ଏକାଙ୍କ ଆଦି ଅନ୍ୟତମ ।

ଜୀବନୀ[ସମ୍ପାଦନା]

ପ୍ରଦୀପ ଭୌମିକ ବାଲେଶ୍ୱରଠାରେ ୧୯୫୧ ମସିହା ଅକ୍ଟୋବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ରବୀନ୍ଦ୍ର ବ୍ୟଙ୍ଗ ରଚନାର ଓଡ଼ିଆ ନାଟ୍ୟରୂପ
  • ନାରୀ ନାଟକ ଗୁଚ୍ଛ
  • ତିନୋଟି ହାଲୁକା ଫୁଲୁକା ନାଟକ
  • ତୁଳସୀ ଗଛ
  • ମଧୁର ଚେଙ୍କ
  • ଶିଶୁନାଟକ ଗୁଚ୍ଛ
  • ଲକ୍ଷ୍ମଣରେଖା
  • ରଙ୍ଗ, ବ୍ୟଙ୍ଗ, ଏକାଙ୍କ

ଆଧାର[ସମ୍ପାଦନା]

  1. "ଆରଏସପି କର୍ମଚାରୀଙ୍କଦ୍ୱାରା ନାଟକ ସନ୍ଧ୍ୟାରେ ମଞ୍ଚସ୍ଥ ନାଟକରେ ଦର୍ଶକ ବିମୋହିତ". Sandhan News. 2019-10-17. Retrieved 2023-05-21.
  2. "ଓଡ଼ିଶା ସାହିତ୍ଯ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. Archived from the original on 2023-03-22. Retrieved 2023-05-21.