ନିରଞ୍ଜନ ରାଉତ

ଉଇକିପିଡ଼ିଆ‌ରୁ
ନିରଞ୍ଜନ ରାଉତ
Born (1954-08-10) ୧୦ ଅଗଷ୍ଟ ୧୯୫୪ (ବୟସ ୬୯)
Nationalityଭାରତୀୟ
Alma materଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
Occupation(s)ଓଡ଼ିଶୀ,ଛଉ ନୃତ୍ୟ ଗୁରୁ
Organizationନୂପୁର
Spouseଜ୍ୟୋତି ରାଉତ
Parent(s)ବଳରାମ ରାଉତ, ଲବଣୀ ରାଉତ
Awardsଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ନିରଞ୍ଜନ ରାଉତ, ଜଣେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ ।[୧] ସେ, ୧୯୫୪ ମସିହା ଅଗଷ୍ଟ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଳକର ଚଅଁରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବଳରାମ ରାଉତ ଓ ମାତାଙ୍କ ନାମ ଲବଣୀ ରାଉତ ଅଟେ । ଗାଁରେ ହେଉଥିବା ରାମଲୀଳା ଦେଖି, ତାଙ୍କର ନୃତ୍ୟପ୍ରତି ଆଗ୍ରହ ବଢିଥିଲା । ଚାକିରି କରିବା ପାଇଁ ସେ ଭୁବନେଶ୍ୱର ଚାଲି ଆସି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ଓ ଛଉ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଦେଶ ବିଦେଶରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରୁଛନ୍ତି ।[୨] ନୂପୁରୁ ଡାନ୍ସ ଏକାଡେମୀ ନାମରେ, ଭୁବନେଶ୍ୱରଠାରେ, ସେ ନିଜର ଏକ ନୃତ୍ୟାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । [୩] ତାଙ୍କ ପତ୍ନୀ ଜ୍ୟୋତି ରାଉତ ମଧ୍ୟ ଜଣେ ଜଣାଶୁଣା ଓଡ଼ିଶୀ ନୃତ୍ୟ ଗୁରୁ । [୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୦[୫]
  • ବସନ୍ତ ସମ୍ମାନ - ୨୦୧୪[୬]
  • ଭାରତ ସରକାରଙ୍କ ସଂସ୍କୃତି ବିଭାଗଦ୍ୱାରା ଫେଲୋସିପ - ୨୦୧୦[୭]
  • ଶଶିମଣୀ ଦେବଦାସୀ ସମ୍ମାନ - ୨୦୧୪[୮]

ଆଧାର[ସମ୍ପାଦନା]

  1. Sruti. P.N. Sundaresan. 1995.
  2. ଧରିତ୍ରୀ ୧୩/୦୮/୨୦୧୪ ପୃଷ୍ଠା ୧୨ରେ ପ୍ରକାଶିତ ଧରିତ୍ରୀ ଆଳାପ
  3. http://www.nupurdanceacademy.org/about_us.html#[permanent dead link]
  4. http://www.thehindu.com/todays-paper/tp-features/tp-fridayreview/ambassador-of-odissi/article623836.ece
  5. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  6. http://www.telegraphindia.com/1140325/jsp/odisha/story_18113870.jsp#.U-sWB6Pc1eE
  7. http://indiaculture.nic.in/indiaculture/pdf/Junior%20and%20Senior%20Fellowship%20for%20the%20year-2010-11.pdf
  8. http://timesofindia.indiatimes.com/city/bhubaneswar/Bhubaneswar-sets-date-with-Mahari-dance/articleshow/34144477.cms