ବିଜୟ କୁମାର ଶତପଥୀ

ଉଇକିପିଡ଼ିଆ‌ରୁ
ବିଜୟ କୁମାର ଶତପଥୀ
ଜାତୀୟତାଭାରତୀୟ
ପୁରସ୍କାର(ଗୁଡ଼ିକ)ଅର୍ଜୁନ ପୁରସ୍କାର

ବିଜୟ କୁମାର ଶତପଥୀ, ଜଣେ ଓଡ଼ିଆ ଭାରୋତ୍ତଳକ ଅଟନ୍ତି ।[୧] କୌଣସି ଆନ୍ତରାଷ୍ଟ୍ରୀୟ ପ୍ରତିଯୋଗୀତାରେ ପଦକ ଜିତିବାରେ ସେ ଥିଲେ ପ୍ରଥମ ଓଡ଼ିଆ ଖେଳାଳି ।

ବିଜୟ କୁମାର, ସ୍କୁଲରେ ପଢିବାବେଳୁ କ୍ରୀଡ଼ାପ୍ରତି ଆକର୍ଷିତ ଥିଲେ । ୧୯୬୯ମସିହାରୁ ସେ ଭାରୋତ୍ତଳନ ଆରମ୍ଭ କରିଥିଲେ । ୫୬କିଲୋ ଓଜନ ବର୍ଗରେ ସେ ପ୍ରତିଦ୍ୱନ୍ଦିତା କରୁଥିଲେ । ବ୍ରହ୍ମପୁରର "ବୀର ହନୁମାନ" କ୍ଲବରେ ସେ ଅଭ୍ୟାସ କରୁଥିଲେ ।[୨] ବୃତ୍ତିଗତ ଜୀବନରେ ସେ ପ୍ରଥମେ ଭାରତୀୟ ନୌସେନା(୧୯୭୪ରେ ଯୋଗଦାନ) ଓ ପରେ ଭାରତୀୟ ରେଳରେ ଚାକିରି କରୁଥିଲେ । ୨୦୧୦ମସିହାରେ ସେ ଭାରତୀୟ ରେଳରୁ ସ୍ୱେଚ୍ଛାକୃତ ଅବସର ନେଇ, ଭାରୋତ୍ତଳନରେ ଅନ୍ୟମାନଙ୍କୁ ଶିକ୍ଷାଦାନ କରୁଛନ୍ତି ।[୩]

କ୍ରୀଡା ସଫଳତା[ସମ୍ପାଦନା]

  • ୧୯୭୭ରୁ ୧୯୮୩ ପର୍ଯ୍ୟନ୍ତ ସେ ଜାତୀୟ ଚାମ୍ପିୟନ ରହିଥିଲେ ।
  • ୧୯୮୦-୮୧ ମସିହାରେ ନିଉଜିଲ୍ୟାଣ୍ଡର ଅକଲାଣ୍ଡ ସହରରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରମଣ୍ଡଳ ଖେଳରେ ୫୬ କିଲୋ ଓଜନ ବର୍ଗରେ ସେ ରୌପ୍ୟପଦକ ହାସଲ କରିଥିଲେ ।[୪]
  • ୧୯୮୨ ମସିହାରେ ଅଷ୍ଟ୍ରେଲିଆର ବ୍ରିସବେନଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରମଣ୍ଡଳ ଖେଳରେ ସେ ରୌପ୍ୟପଦକ ହାସଲ କରିଥିଲେ ।[୫]
  • ୧୯୮୨ମସିହାରେ ସେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ । ଏହି ପୁରସ୍କାର ପାଇବାରେ ମିନତି ମହାପାତ୍ରଙ୍କ ପରେ ସେ ଦ୍ୱିତୀୟ ଓଡ଼ିଆ ଥିଲେ ।[୬]
  • ୧୯୮୧(ନାଗୋୟା) ଓ ୧୯୮୩(ଡାମାସକସ) ଏସୀୟ ଚାମ୍ପିୟନସିପରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
  • ୧୯୯୦ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
  • ୧୯୮୨ ପାକିସ୍ତାନ ଜାତୀୟ କ୍ରୀଡାରେ ପେସାୱରଠାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୭]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଅର୍ଜୁନ ପୁରସ୍କାର - ୧୯୮୨[୮]
  • କମଳ ଗାଙ୍ଗୁଲି ମେମୋରିଆଲ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ଼(ସହୀଦ ସ୍ପୋର୍ଟିଂ, ଭୁବନେଶ୍ୱରଦ୍ୱାରା ପ୍ରଦତ୍ତ) - ୨୦୧୫[୯]

ଆଧାର[ସମ୍ପାଦନା]

  1. thecgf.com https://thecgf.com/results/athletes/55234. Retrieved 15 December 2018. {{cite web}}: Missing or empty |title= (help)
  2. "Berhampur Losing Grip on Weightlifting Glory". mycitylinks.in. Retrieved 15 December 2018.
  3. "Bijay Kumar Satpathy won silver medal in Commonwealth championship in 1980-81". thehindu.com. Retrieved 15 December 2018.
  4. "Unsung awardee cries govt neglect". telegraphindia.com. Retrieved 15 December 2018.
  5. "COMMONWEALTH GAMES 1982 India: Ranked 6th". lympic.ind.in. Retrieved 15 December 2018.
  6. "ARJUNA AWARD". sportslogon.com. Retrieved 15 December 2018.
  7. orisports.com http://orisports.com/PersonDetails.aspx?pId=NTM2. Retrieved 15 December 2018. {{cite web}}: Missing or empty |title= (help)
  8. Asian Recorder. K. K. Thomas at Recorder Press. 1983.
  9. "Deo, Satapathy receive Kamal Ganguly Sports award". dailypioneer.com. Retrieved 15 December 2018.