ପ୍ରାଣବନ୍ଧୁ କର

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରାଣବନ୍ଧୁ କର
ଜନ୍ମ ୧ ଡିସେମ୍ବର ୧୯୧୪(1914-12-01)
ଡମପଡା, ବାଙ୍କୀ, କଟକ ଜିଲ୍ଲା
ମୃତ୍ୟୁ ୩୦ ମାର୍ଚ୍ଚ ୧୯୯୮ (୮୩ ବର୍ଷ)
ବିଷୟ ନାଟକ, ଗପ, ଏକାଙ୍କିକା
ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ସନ୍ତାନ ଶ୍ରୀମୟ କର
ଜ୍ଞାତି କୁଟୁମ୍ବ ଚିନ୍ତାମଣି କର (ପିତା)
ୱେବସାଇଟ
pranabandhukar.com

ପ୍ରାଣବନ୍ଧୁ କର (୧ ଡିସେମ୍ବର ୧୯୧୪ - ୩୦ ମାର୍ଚ୍ଚ ୧୯୯୮) ଜଣେ ଅଧ୍ୟାପକ, ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ ।[୧] ତାଙ୍କ ରଚିତ କେତେକ ଜଣାଶୁଣା ରଚନା ମଧ୍ୟରେ ଅଶାନ୍ତ, ଶ୍ଵେତପଦ୍ମା ଆଦି ନାଟକ, ଦୂରପାହାଡ଼ପେଟୁ ଏକାଙ୍କିକା, ଷଣ୍ଢ ଲଢେଇସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟରଫତୁରାନନ୍ଦଙ୍କ ନାକଟା ଚିତ୍ରକରର ନାଟ୍ୟରୂପ ଦେଇଥିଲେ ।[୨] ତାଙ୍କର ଅଶାନ୍ତ ନାଟକ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ସ୍ନାୟୁ ସଂହାର ନାଟକ ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।[୩]

ଜୀବନୀ[ସମ୍ପାଦନା]

ପ୍ରାଣବନ୍ଧୁ ୧୯୧୪ମସିହା[୪] ଡିସେମ୍ବର ମାସ ପହିଲାରେ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ଡ଼ମପଡାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଚିନ୍ତାମଣି କର ଜଣେ ଶିକ୍ଷକ ଥିଲେ । ଛାତ୍ରାବସ୍ଥାରୁ ଲେଖା ଲେଖି ସହ ଜଡ଼ିତ ଥିଲେ । ଅଧିକ ଲେଖାଲେଖି କରିବା ପାଇଁ, ତାଙ୍କ ଶିକ୍ଷକ ମାନେ ତାଙ୍କୁ ଉତ୍ସାହିତ କରିଥିଲେ । ସ୍ନାତକ ଉତ୍ତୀର୍ଣ୍ଣ ହେବାପରେ, ସେ ସଚିବାଳୟରେ ଜଣେ କିରାଣୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେଥିରେ ମନ ନଲାଗିବାରୁ, ସେ ଶିକ୍ଷକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ । ଘରୋଇ ଭାବରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରି, ସେ ଅଧ୍ୟାପକ ପାଲଟିଥିଲେ । ଶିକ୍ଷା ବିଭାଗର ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ, ରେଭେନ୍ସା ମହାବିଦ୍ୟାଳୟରେ, ତାଙ୍କ ଚାକିରି ଜୀବନ ଶେଷ ହୋଇଥିଲା । ସେ ଓଡ଼ିଆ ଭାଷା ସାହିତ୍ୟର ଓ ଶିକ୍ଷକ-ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟାପକ ଭାବରେ କାମ ଆରମ୍ଭ କରିଥଲେ । ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସହିତ ମଧ୍ୟ ଜଡ଼ିତ ଥିଲେ । ୧୯୯୮ ମସିହା ମାର୍ଚ୍ଚ ୩୦ ତାରିଖରେ ପ୍ରାଣବନ୍ଧୁ ଇହଲିଳା ସମ୍ବରଣ କରିଥିଲେ ।[୫]

ରଚନାବଳୀ[ସମ୍ପାଦନା]

ପ୍ରାଣବନ୍ଧୁ, ଶତାଧିକ କ୍ଷୁଦ୍ରଗଳ୍ପ, ଏକାଙ୍କିକା ଓ ନାଟକ ରଚନା କରିଯାଇଛନ୍ତି ।

ନାଟକ[ସମ୍ପାଦନା]

ଏତଦଭିନ୍ନ ଅଶାନ୍ତ, ଶ୍ଵେତପଦ୍ମା ଆଦି ନାଟକ, ଦୂରପାହାଡ଼ପେଟୁ ଏକାଙ୍କିକା, ଷଣ୍ଢ ଲଢେଇସୁଅ ମୁହଁରେ ପଥର ଆଦି ଗଳ୍ପ ଅନ୍ୟତମ । କର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ଫକୀରମୋହନଙ୍କ ମାମୁ, ପ୍ରାୟଶ୍ଚିତ, ଛ ମାଣ ଆଠ ଗୁଣ୍ଠ, ହରେକୃଷ୍ଣ ମହତାବଙ୍କ ଟାଉଟରଫତୁରାନନ୍ଦଙ୍କ ନାକଟା ଚିତ୍ରକର ଉପନ୍ୟାସକୁ ସେ ନାଟକର ରୂପ ଦେଇଥିଲେ ।

ଏକାଙ୍କିକା[ସମ୍ପାଦନା]

  • ଦୂରପାହାଡ଼
  • ପେଟୁ

ଗଳ୍ପ[ସମ୍ପାଦନା]

  • ସୁଅ ମୁହଁରେ ପଥର
  • ନିଶୀଥର ପ୍ରେତାତ୍ମା
  • ଷଣ୍ଢ ଲଢ଼େଇ
  • ମଶା
  • ରାଣୀ
  • ପଦ୍ମା
  • ସେମାନେ ବି ତ ମଣିଷ
  • ଏ ପୃଥିବୀ ନୁହେଁ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, (ଅଶାନ୍ତ, ୧୯୬୮)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ସ୍ନାୟୁ ସଂହାର, ୧୯୮୦)[୮]
  • ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର[୯]

ଆଧାର[ସମ୍ପାଦନା]

  1. http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL071
  2. Nagendra (୧୯୮୮). Indian Literature. Prabhat Prakashan. pp. ୫୦୧–. 
  3. "ସୁଅ ମୁହଁରେ ପତର'ର ସ୍ରଷ୍ଟା". ସମ୍ବାଦ ୦୧/୧୨/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨. http://sambadepaper.com/Details.aspx?id=212387&boxid=25433307. 
  4. Mohan Lal (୧୯୯୨). Encyclopaedia of Indian Literature: Sasay to Zorgot. Sahitya Akademi. pp. ୪୦୬୨–. ISBN ୯୭୮-୮୧-୨୬୦-୧୨୨୧-୩. 
  5. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୩୦/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୪. http://sambadepaper.com/Details.aspx?id=434194&boxid=2408146. Retrieved 30 March 2018. 
  6. Amaresh Datta (୧୯୮୮). Encyclopaedia of Indian Literature. Sahitya Akademi. pp. ୧୦୯୩–. ISBN ୯୭୮-୮୧-୨୬୦-୧୧୯୪-୦. 
  7. http://timesofindia.indiatimes.com/city/bhubaneswar/Book-on-Pranabandhu-Kar-soon/articleshow/42443073.cms
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Retrieved 6 September 2016. 
  9. "ସୁଅ ମୁହଁରେ ପତର'ର ସ୍ରଷ୍ଟା". ସମ୍ବାଦ ୦୧/୧୨/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨. http://sambadepaper.com/Details.aspx?id=212387&boxid=25433307.