Jump to content

ସୁଧାକର ନନ୍ଦ

ଉଇକିପିଡ଼ିଆ‌ରୁ
ସୁଧାକର ନନ୍ଦ
ଜନ୍ମ ଓ ଜନ୍ମସ୍ଥାନ (1945-01-14) ୧୪ ଜାନୁଆରୀ ୧୯୪୫ (ବୟସ ୮୦)
ସରସଦା, ଭଦ୍ରକ
ବୃତ୍ତି
  • ଲେଖକ
  • ନାଟ୍ୟକାର
  • ରାଜନେତା
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିସମ୍ଭବାମି ଯୁଗେ ଯୁଗେ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୦୬

ସୁଧାକର ନନ୍ଦ (ଜନ୍ମ: ୧୪ ଜାନୁଆରୀ ୧୯୪୫) ଜଣେ ଓଡ଼ିଆ ଲେଖକ, ନାଟ୍ୟକାର ତଥା ରାଜନେତା, ଯିଏକି ୨୦୦୬ ମସିହାରେ ତାଙ୍କ ରଚିତ ପୁସ୍ତକ ସମ୍ଭବାମି ଯୁଗେ ଯୁଗେ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[] ଓ ୨୦୧୯ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ରଚିତ ନାଟକଗୁଡ଼ିକ ଅଲ୍ ଇଣ୍ଡିଆ ରେଡିଓଦ୍ୱାରା ପ୍ରସାରିତ ହୋଇଛି ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସୁଧାକର ୧୯୪୫ ମସିହା ଜାନୁଆରୀ ମାସ ୧୪ ତାରିଖରେ ଭଦ୍ରକ ଜିଲ୍ଲାର ସରସଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୧ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେ ରାଜନୀତିରେ ଯୋଗ ଦେଇଥିଲେ । ସେ ଭଣ୍ତାରିପୋଖରୀ ପଞ୍ଚାୟତ ସମିତି ଚେୟାରମ୍ୟାନ, ରାଜ୍ୟ ପଞ୍ଚାୟତ ସମିତି ବୋର୍ଡର ଅଧ୍ୟକ୍ଷ, ରାଜ୍ୟ ଯୋଜନା ବୋର୍ଡର ସ୍ଥାୟୀ ସଦସ୍ୟ, ରାଜ୍ୟ ଜନତା ଦଳର ଉପସଭାପତି ଭାବେ କାର୍ଯ୍ୟ କରିଛନ୍ତି । ବହୁମୁଖୀ ପ୍ରତିଭାର ଅଧିକାରୀ ସୁଧାକର ଏକାଧାରରେ ଜଣେ ନାଟ୍ୟକାର, ଶିଶୁ ସାହିତ୍ୟିକ ଓ ସାହିତ୍ୟ ସଂଗଠକ । ଇତିହାସ ଓ ପୁରାଣକୁ କେନ୍ଦ୍ର କରି ତାଙ୍କ ରଚିତ ନାଟକଗୁଡିକରୁ ତାଙ୍କର ବହୁଶାସ୍ତ୍ରଦର୍ଶିତା ଓ ସଂସ୍କୃତିସଂପନ୍ନ ବ୍ୟକ୍ତିତ୍ବର ପରିଚୟ ମିଳିଥାଏ । ସେ ନିଜେ ଜଣେ ବେତାର ନାଟ୍ୟଶିଳ୍ପୀ । ତାଙ୍କର ଅନେକ ନାଟକ ବେତାର କେନ୍ଦ୍ରରୁ ମଧ୍ୟ ପ୍ରସାରିତ । ୧୯୭୪ରୁ ଏ ଅବଧି ତାଙ୍କ ନାଟକ "ଦଶଭୁଜା" ପ୍ରତିବର୍ଷ ବିଜୟାଦଶମୀ ଅବସରରେ ପ୍ରସାରିତ ହୋଇ ଆସୁଅଛି ।

ରଚନାବଳୀ

[ସମ୍ପାଦନା]
  • ସମ୍ଭବାମି ଯୁଗେ ଯୁଗେ[][]
  • ଅଶ୍ରୁ ନୁହେଁ ଅନଳ
  • ବିଦଗ୍ଧ ଅତୀତ
  • ଲୋତକାଞ୍ଜଳି
  • ବିକ୍ଷତ ଗଜପତି
  • ବରଂ ଅସପୂର୍ଣ୍ଣ ରହୁ ରାମାୟଣ
  • ଅଭିଶପ୍ତ ସମ୍ରାଟ
  • ପ୍ରତିବିମ୍ବ
  • ତେଣୁ ସେ ବିଶ୍ବକଲ୍ୟାଣୀ
  • କଳାପାହାଡ

ଗୀତିନାଟ୍ୟ

[ସମ୍ପାଦନା]
  • ସୀତା ବନବାସ
  • ଲକ୍ଷ୍ମଣ ବର୍ଜନ
  • ସତ୍ୟବାଦୀ
  • ବନମାଳା ଝୁରେ

ଶିଶୁ ସାହିତ୍ୟ

[ସମ୍ପାଦନା]
  • ଏମିତି ବି ହୁଏ
  • ଏଇମିତି ହୁଏ
  • ସଙ୍କଟମୋଚନ ମହାବୀର
  • ଶିଶୁ ସମ୍ଭାର
  • କିଶୋର ସଂପଦ
  • ଯୁଗେ ଯୁଗେ ନାରୀ

ଅନ୍ୟାନ୍ୟ

[ସମ୍ପାଦନା]
  • ଜୀବନ ଯନ୍ତ୍ରଣା (ଗଳ୍ପ)
  • ସମୟ କଷଟିରେ ମୋ ଜୀବନ[][]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 12 January 2024. Retrieved 16 April 2024.
  2. "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.
  3. "ODISHA REFERENCE ANNUAL - 2005" (PDF). ODISHA REFERENCE: 631. Retrieved 10 April 2024.
  4. Ray, Pramod Kumar (2021-04-05). "ସୁଧାକର ନନ୍ଦଙ୍କ 'ସମୟ କଷଟିରେ ମୋ ଜୀବନ' ଲୋକାର୍ପିତ". Odiapua.com (in ଆମେରିକୀୟ ଇଂରାଜୀ). Retrieved 2024-04-16.
  5. "ନାଟ୍ୟକାର ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ". Sambad (in ଆମେରିକୀୟ ଇଂରାଜୀ). 2021-04-05. Retrieved 2024-04-16.
  6. "ନାଟ୍ୟକାର ସୁଧାକର ନନ୍ଦ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ପାଇବେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର". ବାଘୁଆବାର୍ତ୍ତା (in ଆମେରିକୀୟ ଇଂରାଜୀ). Retrieved 2024-04-16.
  7. "ସୁଧାକର ନନ୍ଦଙ୍କୁ 'ଯାତ୍ରା ସମ୍ରାଟ ସ୍ମୃତି ସମ୍ମାନ'". ସକାଳ (in Odia). ବାରିକପୁର. 18 August 2024. p. 13. Archived from the original on 20 August 2024. Retrieved 20 August 2024.{{cite news}}: CS1 maint: unrecognized language (link)