ଗୋପାଳ ଚନ୍ଦ୍ର ପଟ୍ଟନାୟକ
ଗୋପାଳ ଚନ୍ଦ୍ର ପଟ୍ଟନାୟକ | |
---|---|
ଜନ୍ମ | ୧୯୩୧ ବଳରାମପୁର, ଯାଜପୁର |
ମୃତ୍ୟୁ | ୨୭ ନଭେମ୍ବର ୨୦୧୫ ବିଜେବି ନଗର, ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ଗୋପାଳ ଚନ୍ଦ୍ର ପଟ୍ଟନାୟକ, ଜଣେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ।
ଗୋପାଳ ଚନ୍ଦ୍ର ୧୯୩୧ ମସିହାରେ ଯାଜପୁର ଜିଲ୍ଲାର ବଳରାମପୁରଠାରେ ଜନ୍ମଗ୍ରହଣ କରିଥିଲେ । ନାଟକକୁ ନେଇ ତାଙ୍କର ନ'ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଥିରେ ପଚାଶରୁ ଅଧିକ ନାଟକ ସ୍ଥାନ ପାଇଛି । ସେହିପରି ତାଙ୍କର ପ୍ରକାଶିତ ୫ଟି ଗଳ୍ପଗ୍ରନ୍ଥରେ ସ୍ଥାନପାଇଛି ଷାଠିଏରୁ ଅଧିକ ଗଳ୍ପ । ଆକାଶବାଣୀରେ ତାଙ୍କର ବହୁ ନାଟକ ପ୍ରସାରିତ ହୋଇଛି । ଓଡ଼ିଶା ବିତ୍ତ ସେବା ବିଭାଗରେ ସେ ଚାକିରି କରୁଥିଲେ ।[୧]
ସାହିତ୍ୟକୃତି[ସମ୍ପାଦନା]
ଗଳ୍ପଗ୍ରନ୍ଥ[ସମ୍ପାଦନା]
- କୁହୁଡି
- ପଞ୍ଜୁରି ପକ୍ଷୀ
- ଦିହୁଡି
- ସଫା ହାତର ବାସ୍ନା
ନାଟ୍ୟଗ୍ରନ୍ଥ[ସମ୍ପାଦନା]
- ସମୁଦ୍ର ମନ୍ଥନ
- ସ୍ୱପ୍ନ ପୁରୁଷ
- ସବୁ ରାସ୍ତା ଏକା ଏକା[୨]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୦
- ଓଡ଼ିଆ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୦୭[୩]
୨୦୧୫ ମସିହା ନଭେମ୍ବର ୨୭ତାରିଖରେ ଗୋପାଳ ଚନ୍ଦ୍ରଙ୍କର ପରଲୋକ ଘଟିଥିଲା ।[୪]
ଆଧାର[ସମ୍ପାଦନା]
- ↑ http://www.prameyanews7.com/en/nov2015/odisha/7422/Odisha-playwright-Gopal-Patnaik-passes-away-Playwright-Gopal-PatnaikOdisha-Odisha.htm
- ↑ http://www.dailypioneer.com/state-editions/bhubaneswar/playwright-gopal-patnaik-dies.html
- ↑ http://odisha.gov.in/e-magazine/orissaannualreference/ORA-2011/pdf/104-108.pdf
- ↑ "ପ୍ରଦକ୍ଷିଣ". ଧରିତ୍ରୀ ସାହିତ୍ୟାୟନ ଏପ୍ରିଲ ୩୦- ମେ ୧୩, ୨୦୧୬ ପୃଷ୍ଠା ୭. Retrieved 11 May 2016.