Jump to content

ଗୋପାଳ ଚନ୍ଦ୍ର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଗୋପାଳ ଚନ୍ଦ୍ର ପଟ୍ଟନାୟକ
ଜନ୍ମ୧୯୩୧
ବଳରାମପୁର, ଯାଜପୁର
ମୃତ୍ୟୁ୨୭ ନଭେମ୍ବର ୨୦୧୫(୨୦୧୫-୧୧-୨୭)
ବିଜେବି ନଗର, ଭୁବନେଶ୍ୱର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି
  • ଲେଖକ
ଉଲ୍ଲେଖନୀୟ କୃତିସମୁଦ୍ର ମନ୍ଥନ
ବୈବାହିକ-ସାଥୀବାସନ୍ତୀ ପଟ୍ଟନାୟକ[]
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୯୦

ଗୋପାଳ ଚନ୍ଦ୍ର ପଟ୍ଟନାୟକ ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର ଥିଲେ, ଯିଏକି ୧୯୯୦ ମସିହାରେ ତାଙ୍କ ରଚିତ ପୁସ୍ତକ ସମୁଦ୍ର ମନ୍ଥନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[] ସେ ବିଜ୍ଞାନ ପ୍ରଭା ପତ୍ରିକାର ସମ୍ପାଦକ ମଣ୍ଡଳୀର ସଦସ୍ୟ ଥିଲେ ।[]

ଜୀବନୀ

[ସମ୍ପାଦନା]

ସେ ୧୯୩୧ ମସିହାରେ ଯାଜପୁର ଜିଲ୍ଲାର ବଳରାମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୫ ମସିହା ନଭେମ୍ବର ୨୭ତାରିଖରେ ଗୋପାଳ ଚନ୍ଦ୍ରଙ୍କର ପରଲୋକ ଘଟିଥିଲା ।[]

ରଚନାବଳୀ

[ସମ୍ପାଦନା]

ସେ କଲେଜରେ ପଢ଼ିଲାବେଳେ କଟକ ବେତାର କେନ୍ଦ୍ର ପାଇଁ ନାଟକ ଲେଖୁଥିଲେ, ଯାହାକି ଏକାଧିକ ବାର ପ୍ରସାରିତ ହୋଇ ଆଦୃତ ହୋଇଥିଲା । ୧୯୫୨ ମସିହା ପରଠାରୁ ସେ ଲେଖାଲେଖି ବନ୍ଦ କରିଦେଇଥିଲେ ଏବଂ ପରେ ୨୬ ବର୍ଷ ପରେ ୧୯୭୮ ମସିହାରେ ପୁଣିଥରେ ନାଟକ ଲେଖିଥିଲେ । ତାଙ୍କ ରଚିତ ନାଟକ "ଦିନେ ଖରାବେଳେ" ପ୍ରଥମେ କଟକ ବେତାର କେନ୍ଦ୍ରରୁ ଓ ପରେ ସମ୍ବଲପୁର ଓ ଜୟପୁରରୁ ପ୍ରସାରିତ ହୋଇଥିଲେ । ଏହାପରେ ନିୟମିତ ଭାବରେ ସେ ରେଡିଓ ଓ ମଞ୍ଚ ପାଇଁ ନାଟକ ଲେଖିଥିଲେ ।[]ନାଟକକୁ ନେଇ ତାଙ୍କର ନ'ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଥିରେ ପଚାଶରୁ ଅଧିକ ନାଟକ ସ୍ଥାନ ପାଇଛି । ସେହିପରି ତାଙ୍କର ପ୍ରକାଶିତ ୫ଟି ଗଳ୍ପଗ୍ରନ୍ଥରେ ସ୍ଥାନପାଇଛି ଷାଠିଏରୁ ଅଧିକ ଗଳ୍ପ । ଓଡ଼ିଶା ବିତ୍ତ ସେବା ବିଭାଗରେ ସେ ଚାକିରି କରୁଥିଲେ ।[]

ରଚନାବଳୀ

[ସମ୍ପାଦନା]
ବର୍ଷବହିର ନାମପ୍ରକାରପ୍ରକାଶକ
୧୯୪୧ସ୍ୱାସ୍ଥ୍ୟ ସାଥୀପ୍ରବନ୍ଧ
୧୯୪୩ମାଲେରିଆପ୍ରବନ୍ଧ
୧୯୪୪ଜାତୀୟ ଖାଦ୍ୟପ୍ରବନ୍ଧ
୧୯୪୯ଉଚ୍ଚ ପ୍ରାଥମିକ ସ୍ୱାସ୍ଥ୍ୟ ସାଥୀ
୧୯୭୪ଶବ୍ଦତତ୍ତ୍ୱପ୍ରବନ୍ଧ
୧୯୮୪ଏବର ଭାଗବତକବିତା
୧୯୮୭ଦିହୁଡ଼ିଗଳ୍ପ ସଂକଳନ
୧୯୮୭ମୁଁ ହିରୋ ହେବିନାଟକ
୧୯୯୦ପଞ୍ଜୁରି ପକ୍ଷୀଗଳ୍ପ ସଂକଳନ
୧୯୯୧ବିଜ୍ଞାନ କଥା – ଆମ ସମ୍ପଦବିଜ୍ଞାନ
୧୯୯୧ବିଜ୍ଞାନ କଥା – ଅଣୁବିଜ୍ଞାନ
୧୯୯୧ବିଜ୍ଞାନ କଥା – ରୋଷେଇଘରେ ବିପ୍ଳବବିଜ୍ଞାନ
୧୯୯୧ବିଜ୍ଞାନ କଥା - ଆଲୋକବିଜ୍ଞାନ
୧୯୯୧ବ୍ରହ୍ମାଙ୍କ ପେଣ୍ଡୁଗଳ୍ପ ବିଜ୍ଞାନ
୧୯୯୧ସହଜ ବିଜ୍ଞାନ ପାଠ କରି ଶିଖିବା ଚାଟବିଜ୍ଞାନ
୧୯୯୩ବିବି ଓ ବଡ଼ବାବୁ ଏବଂ ଅନ୍ୟାନ୍ୟ ହାସ୍ୟ ନାଟିକାନାଟକ
୧୯୯୮ସଫାହାତର ବାସ୍ନାଗଳ୍ପ ସଂକଳନ
୨୦୦୩ଅପ୍ରେସନ ଏକାଅଶୀ କେଜିନାଟକ
୨୦୦୩କମ୍ପାନୀ ଦାୟୀ ନୁହେଁନାଟକ
୨୦୦୩ନୀତା ନୟନା ସମ୍ବାଦନାଟକ
୨୦୦୪ସ୍ୱପ୍ନ ପୁରୁଷନାଟକ
୨୦୦୫ଏକ ଅଚିହ୍ନା ଫୁଲର ବାସ୍ନାଗଳ୍ପ ସଂକଳନ
୨୦୦୭କ୍ଷେତୁ ବଞ୍ଜାରାର ଖେଳଉପନ୍ୟାସ
୨୦୦୭କାନ୍ଥ ଓ କଣ୍ଟାର ପ୍ରସଙ୍ଗନାଟକ
ସମୁଦ୍ର ମନ୍ଥନନାଟକ
କୁହୁଡି
ପଞ୍ଜୁରି ପକ୍ଷୀ
ଦିହୁଡି
ସଫା ହାତର ବାସ୍ନା
ସ୍ୱପ୍ନ ପୁରୁଷ
ସବୁ ରାସ୍ତା ଏକା ଏକା[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. 1 2 ଗୋପାଳ ଚନ୍ଦ୍ର ପଟ୍ଟନାୟକ (1987). ମୁଁ ହିରୋ ହେବି (in Oriya).{{cite book}}: CS1 maint: unrecognized language (link)
  2. 1 2 "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 11 September 2016. Retrieved 11 April 2024.
  3. "ବିଜ୍ଞାନ ପ୍ରଭା" (PDF). ବିଜ୍ଞାନ ପ୍ରଭା. 1973. Retrieved 11 April 2024.
  4. "ପ୍ରଦକ୍ଷିଣ". ଧରିତ୍ରୀ ସାହିତ୍ୟାୟନ ଏପ୍ରିଲ ୩୦- ମେ ୧୩, ୨୦୧୬ ପୃଷ୍ଠା ୭. Retrieved 11 May 2016.
  5. http://www.prameyanews7.com/en/nov2015/odisha/7422/Odisha-playwright-Gopal-Patnaik-passes-away-Playwright-Gopal-PatnaikOdisha-Odisha.htm%5B%5D
  6. "ଆର୍କାଇଭ୍ କପି". Archived from the original on 2025-02-23. Retrieved 2016-05-11. {{cite web}}: Cite has empty unknown parameter: |1= (help)
  7. http://odisha.gov.in/e-magazine/orissaannualreference/ORA-2011/pdf/104-108.pdf