ଆନନ୍ଦ ଶଙ୍କର ଦାସ
ଆନନ୍ଦ ଶଙ୍କର ଦାସ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୨ ମାର୍ଚ୍ଚ ୧୯୨୯ |
ବୃତ୍ତି |
|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୮୧ |
ଆନନ୍ଦ ଶଙ୍କର ଦାସ ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଅଭିନେତା ଓ ନର୍ଦ୍ଦେଶକ, ଯିଏକି ୧୯୮୧ ମସିହାରେ ତାଙ୍କ ରଚିତ ପୁସ୍ତକ ଧର୍ମାର ଅଭିଶାପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ଜୀବନୀ
[ସମ୍ପାଦନା]ଆନନ୍ଦ ଶଙ୍କର ଦାସ ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।[୨] ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶିକ୍ଷାଲାଭ ପରେ ମେଦିନିପୁର କଲେଜରେ ବିଜ୍ଞାନ ସ୍ନାତକ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ୧୯୪୯ରେ ପଢ଼ା ଛାଡ଼ିଲେ । ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗରେ ୧୯୫୩ରୁ ୧୯୬୦ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପରେ ବାରିପଦା ହସ୍ପିଟାଲରେ ୧୯୮୭ ପର୍ଯ୍ୟନ୍ତ ଲାବୋରାଟୋରୀ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରି ଅବସର ନେଲେ । ୧୯୮୦ରୁ ଦିର୍ଘ ଦିନ ପର୍ଯ୍ୟନ୍ତ ସେ ବାରିପଦା ସାହିତ୍ୟ ସଂସଦର ସଭାପତି ଥିଲେ । କଲେଜ ଜୀବନରୁ ନାଟକ ଲେଖିବା, ଅଭିନୟ ଓ ନିର୍ଦ୍ଦେଶନାରେ ତାଙ୍କର ବିଶେଷ ଆଗ୍ରହ ଥିଲା । ଆକାଶବାଣୀ ଓ ଦୂରଦର୍ଶନର ସେ ଥିଲେ ସ୍ୱୀକୃତିପ୍ରାପ୍ତ ନାଟ୍ୟକାର । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ସେ ଶତାଧିକ ନାଟକରେ ଅଭିନୟ କରିଛନ୍ତି । ତାଙ୍କ ରଚିତ ଏକାଙ୍କିକା 'ଗୀତା ପଣ୍ଡା' ୧୯୮୨ରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ତାଙ୍କ ରଚିତ ୩ଟି ନାଟକ ଅଭିମାନ, ଫୁଲ ଚନ୍ଦନ ଓ ପରଦେଶୀ ଚଢ଼େଇ ଚଳଚ୍ଚିତ୍ରରେ ରୂପାୟିତ ହାଇଥିଲା ।[୩]
ରଚନାବଳୀ
[ସମ୍ପାଦନା]ପ୍ରକାଶିତ ନାଟକ
- ଯୌତୁକ ୧୯୫୩
- ଚନ୍ଦ୍ରଭାନୁ ୧୯୫୫, ୧୯୫୭
- ସମାଧି ୧୯୪୭, ୧୯୫୦
- ଚକା ଭଉଁରୀ ୧୯୫୯
- ଲୁହା ଶିକୁଳି ୧୯୬୦ (କଳିଙ୍ଗ ଗ୍ରନ୍ଥ ମନ୍ଦିର, କଟକ)
- ବୁଲୁ ଓସ୍ତାଦ୍ ୧୯୬୧, ୧୯୬୮, ୧୯୬୯ (ଶିଶୁ ନାଟକ)
- ମଣି କାଞ୍ଚନ (ଶିଶୁ ନାଟକ)[୪]
- କପଟ ପାଶା ୧୯୬୯, ୧୯୭୧
- ଭାନୁମତୀର ଖେଳ ୧୯୬୭
- ଚଡ଼ିଆ ଖାନା ୧୯୭୩
- ଧର୍ମାର ଅଭିଶାପ ୧୯୭୭ (ଗ୍ରନ୍ଥ ମନ୍ଦିର, ବ୍ରହ୍ମପୁର)
- ଫୁଲ ଶଯ୍ୟା ୧୯୭୯
- କିଏ କ'ଣ କାହିଁକି ? ୧୯୮୦
- ଦୁଇଟି ଆଖି ୧୯୮୧
- ଡାକ୍ତର ଖାନା ୧୯୮୨
- ସ୍ୱର୍ଗ ମର୍ତ୍ତ୍ୟ ପାତାଳ ୧୯୮୪
- ପେଟ ପାଟଣା
- ଫୁଲ ଚନ୍ଦନ ୧୯୮୨
- ଉପହାର ୧୯୮୭
- ନବଯୁଗର ନାରୀ
- କୋହିନୂର
- କଉଡ଼ି ଖେଳ
- ଦାବୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) - ୧୯୮୧[୧]
ଆଧାର
[ସମ୍ପାଦନା]- ↑ ଏହି ଯାଏ ଉପରକୁ ଯାଆନ୍ତୁ: ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 April 2024.
- ↑ ଆନନ୍ଦ ଶଙ୍କର ଦାସ (1978). ଧର୍ମାର ଅଭିଶାପ (in Oriya).
{{cite book}}
: CS1 maint: unrecognized language (link) - ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ. ନୂଆ ଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୮୫-୮୬.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୭୯୫. ISBN 81-7400-331-2.