ନିତ୍ୟାନନ୍ଦ କାନୁନଗୋ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନିତ୍ୟାନନ୍ଦ କାନୁନଗୋ
ଜନ୍ମ ଓ ଜନ୍ମସ୍ଥାନ ୪ ମଇ ୧୯୦୦(1900-05-04)
କଟକ
ମୃତ୍ୟୁ ୨ ଅଗଷ୍ଟ, ୧୯୮୮ (୮୮ ବର୍ଷ)
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନ ରେଭେନ୍ସା ମହାବିଦ୍ୟାଳୟ
ଜୀବିକା ରାଜନେତା

ନିତ୍ୟାନନ୍ଦ କାନୁନଗୋ, ଜଣେ ଭାରତୀୟ ରାଜନୈତିକ ନେତା ଓ ଗୁଜୁରାଟର ପୂର୍ବତନ ରାଜ୍ୟପାଳ ଥିଲେ ।[୧]ସେ ଓଡ଼ିଶା ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ ଓ ବିଭିନ୍ନ ପଦପଦବୀ ଅଳଙ୍କୃତ କରିଥିଲେ ।

ପ୍ରାରମ୍ଭିକ ଜୀବନୀ ଓ କାର୍ଯ୍ୟ ଅବଦାନ [ସମ୍ପାଦନା]

ନିତ୍ୟାନନ୍ଦ  କାନୁନଗୋଙ୍କ ଜନ୍ମ କଟକଠାରେ ୪ ମେ ୧୯୦୦ ହେଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ବି.ଏମ. କାନୁନଗୋ । ନିତ୍ୟାନନ୍ଦ କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟରୁ କଳାରେ ଡିଗ୍ରୀ କଲାପରେ କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ପ୍ରଥମରୁ ସେ ଓକିଲାତି ଆରମ୍ଭ କରିବା ସହ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରିଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାର ସଦସ୍ୟ ଭାବରେ ୧୯୩୭ ମସିହାରୁ ୧୯୩୯ ମସିହା ଓ ପୁନର୍ବାର ୧୯୪୬ ମସିହାରୁ ୧୯୫୨ ମସିହା ଯାଏଁ କାର୍ଯ୍ୟ କରିଥିଲେ ।[୨]

ଓଡ଼ିଶା ରାଜ୍ୟ ଭାରତ ସରକାରଙ୍କ ଦ୍ଵାରା ସ୍ଵଯାଂଶାସିତ ମାନ୍ୟତା ପାଇଲା ପରେ ନିତ୍ୟାନନ୍ଦ କାନୁନଗୋ ବିଶ୍ଵନାଥ ଦାସଙ୍କ ମନ୍ତ୍ରୀମଣ୍ଡଳରେ ରାଜସ୍ୱ ଓ ଜନ କାର୍ଯ୍ୟ ବିଭାଗ ମନ୍ତ୍ରୀ ରହିଥିଲେ । ତାଙ୍କର ଦ୍ଵିତୀୟ ପର୍ଯ୍ୟାୟ ୧୯୪୬ ମସିହାରେ ଆରମ୍ଭ ହେଇଥିଲା ଓ ସେତେବେଳେ ସେ ଆଇନ ବିଭାଗ, ଶ୍ରମ ତଥା କୃଷି ବିଭାଗ ଦାୟିତ୍ଵରେ ରହିଥିଲେ । ୧୯୫୨ ମସିହାରେ ନିତ୍ୟାନନ୍ଦ ଲୋକସଭାକୁ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ ଏବଂ କେନ୍ଦ୍ରରେ ବାଣିଜ୍ୟ ଓ ଶିଳ୍ପ ବିଭାଗର ଉପମନ୍ତ୍ରୀ ଭାବେ ନିଯୁକ୍ତ ହେଇଥିଲେ ।[୩]

୧୯୫୭ ମସିହା ଲୋକ ସଭା ନିର୍ବାଚନ ରେ ସେ ପୁନର୍ବାର କେନ୍ଦ୍ରାପଡ଼ାରୁ ଲୋକସଭାକୁ ନିର୍ବାଚିତ ହେଇଥିଲେ । ସେହି ସମୟରେ ସେ ବାଣିଜ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୬୨ ମସିହାରେ କଟକ ଲୋକସଭା ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ । ସେହି ସମୟରେ ସେ ବାଣିଜ୍ୟ ଓ ଶିଳ୍ପ ବିଭାଗ ଓ ମାତୃ ଭାବରେ ରହି ପରେ ନାଗରିକ ଉଡୟନ ବିଭାଗ ମନ୍ତ୍ରୀ ରହିଥିଲେ ।

ରାଜ୍ୟପାଳ ଭାବରେ[ସମ୍ପାଦନା]

୧୯୬୫ ମସିହା ଅଗଷ୍ଟ ୧ରେ ନିତ୍ୟାନନ୍ଦ କାନୁନଗୋଙ୍କୁ ଗୁଜୁରାଟ ରାଜ୍ୟର ରାଜ୍ୟପାଳ ଭାବରେ ଅବସ୍ଥାପିତ କରାଯାଇଥିଲା । ସେ ସେହି ପଦବୀରେ ୬ ଡିସେମ୍ବର ୧୯୬୭ ଯାଏ ରହିବା ପରେ ବିହାର ରାଜ୍ୟକୁ ବଦଳି ହେଇ ସେଠାରେ ୨୦ ଜାନୁଆରୀ ୧୯୭୧ ମସିହା ଯାଏ ସେହି ପଦବୀରେ ରହିଥିଲେ ।

ଏହା ମଧ୍ୟରେ ସେ ଭାରତୀୟ ହସ୍ତଶିଳ୍ପ ବୋର୍ଡ଼ର ସଦସ୍ୟ, ଓଡ଼ିଶା ରାଜ୍ୟ କୋପରେଟିଭ ବ୍ୟାଙ୍କର ନିର୍ଦେଶକ, ସର୍ବଭାରତୀୟ ବୁଣାକାର ସଂଘର ସଭାପତି ସଂଗୀତାନାଟକ ଏକାଡେମିର ସଦସ୍ୟ ଭାବରେ ଅନେକ କାର୍ଯ୍ୟ ନିର୍ବାହ ମଧ୍ୟ କରିଥିଲେ । ସେ ଭାରତୀୟ ଦଳର ନେତୃତ୍ଵ ନେଇ ଆନ୍ତର୍ଜାତୀୟ ରାଇସ କମିଶନକୁ ଇଣ୍ଡୋନେସିଆର ଜାକର୍ତା ଠାରେ ପ୍ରତିନିଧିତ୍ଵ କରିଥିଲେ ।

ଆଧାର[ସମ୍ପାଦନା]