ମୁନ୍ନା ଖାଁ

ଉଇକିପିଡ଼ିଆ‌ରୁ
ମୁନ୍ନା ଖାଁ
୨୦୧୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମୁନ୍ନା
ରାଜ୍ୟସଭା
କାର୍ଯ୍ୟକାଳ
୨୦୨୦ – ଏବେଯାଏଁ
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିଓଡ଼ିଆ ଅଭିନେତା
ରାଜନୀତିଜ୍ଞ

ମୁନ୍ନା ଖାଁ ଜଣେ ଓଡ଼ିଆ ଅଭିନେତା ଏବଂ ରାଜନୀତିଜ୍ଞ । ସେ ୧୯୮୭ ମସିହାର ଓଡ଼ିଆ କଥାଚିତ୍ର କସ୍ତୁରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଏବଂ ଚରିତ୍ର ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି । ସେ ଗଙ୍ଗ ଶିଉଳି, ମମତାର ଡୋରୀ, ଜୀବନ ଧାରା, ଜୀବନ ମୃତ୍ୟୁ ଶାଶୁଘର ଚାଲିଯିବି, ଛାତି ଚିରିଦେଲେ ତୁ, ଆକାଶେ କି ରଙ୍ଗ ଲାଗିଲା, ମୁଁ କ'ଣ ଏତେ ଖରାପ, ମୁଁ ପ୍ରେମୀ ମୁଁ ପାଗଳ, ତୁ ମୋ ସୁନା ତୁ ମୋ ହୀରା, ବଧୂ ନୁହେଁ ମୁଁ ବନ୍ଧୁ, ନଈ ସେପାରୀ କନକ ଗୋରୀ, ସେଲଫିସ୍ ଦିଲ୍, କିଛି ଖଟା କିଛି ମିଠା, ପ୍ରେମ ଋତୁ ଆସିଲାରେ ଭଳି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି । ମୁନ୍ନା ଖାଁ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ସହିତ ଓଡ଼ିଶା ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ସେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଏବେ ସେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।[୧]

ଅଭିନୟ ଜୀବନ[ସମ୍ପାଦନା]

ମୁନ୍ନା ଖାଁ ୧୯୮୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା କସ୍ତୁରୀ[୨][୩]

ଏହାପରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ନାୟକ ଭାବରେ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଚରିତ୍ର ଅଭିନେତା ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୮୭ କସ୍ତୁରୀ
୧୯୮୯ ମମତାର ଡୋରି କହ୍ନାଇ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର
୧୯୮୯ ଗଙ୍ଗ ଶିଉଳି ବିଜୟ ନାୟକ
୧୯୯୧ କି ହେବ ଶୁଆ ପୋଷିଲେ ରାଜୀବ ମହାପାତ୍ର
୧୯୯୫ ଜୀବନ ଧାରା
୧୯୯୭ କାହ୍ନା
ବାପା
୨୦୦୫ ଜୀବନ ମୃତ୍ୟୁ ଡାକ୍ତର
୨୦୦୬ ଶାଶୁଘର ଚାଲିଯିବି ରାଜେଶ ରାଏ
୨୦୦୭ ପ୍ରେମ ଋତୁ ଆସିଲାରେ
୨୦୦୮ ଛାତି ଚିରି ଦେଲେ ତୁ ମହାବୀରର ବାପା
ନେଇଯା'ରେ ମେଘ ମତେ ମୁନା ଭାଇ
୨୦୦୯ ଆକାଶେ କି ରଙ୍ଗ ଲାଗିଲା ଆକାଶର ବଡ଼ ଭାଇ
୨୦୧୦ ମୁଁ କ'ଣ ଏତେ ଖରାପ ମାନସ ଚୌଧୁରୀ
୨୦୧୧ ମୁଁ ପ୍ରେମୀ ମୁଁ ପାଗଳ ମହାବିଦ୍ୟାଳୟର ଅଧ୍ୟାପକ
୨୦୧୩ ତୁ ମୋ ସୁନା ତୁ ମୋ ହୀରା ପ୍ରେମ୍‌ର ଭାଇ
ବଧୂ ନୁହେଁ ମୁଁ ବନ୍ଧୁ
ନଈ ସେପାରୀ କନକ ଗୋରୀ ପୋଲିସ୍ ଆଇ.ଜି.
କିଛି ଖଟା କିଛି ମିଠା
ସେଲଫିସ୍ ଦିଲ୍

ରାଜନୈତିକ ଜୀବନ[ସମ୍ପାଦନା]


ଆଧାର[ସମ୍ପାଦନା]

  1. "ମୋତେ ମୋ ପରିଶ୍ରମର ଫଳ ମିଳିଛି: ମୁନା ଖାଁ - Dharitri". Dharitri Odia News. dharitri.in. 7 March 2020. Retrieved 19 March 2020.
  2. "ପହିଲି ପୁଲକ". ସମ୍ବାଦ (ରବିବାର). 10 July 2022. p. ୧୨. Archived from the original on 10 July 2022. Retrieved 10 July 2022.
  3. "Being 'evil' in films brings out the 'good' in an actor: Minaketan". Odisha News 360. 12 August 2016. Archived from the original on 18 August 2016. Retrieved 22 August 2016.

ବାହାର ଆଧାର[ସମ୍ପାଦନା]