ଅଚ୍ୟୁତ ସାମନ୍ତ

ଉଇକିପିଡ଼ିଆ‌ରୁ
ଅଚ୍ୟୁତ ସାମନ୍ତ
ଅଚ୍ୟୁତାନନ୍ଦ ସାମନ୍ତ
Dr. Achyuta Samanta - 01.jpg
ସାଂସଦ: ୧୭ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୯ – ୨୦୨୪
ପୂର୍ବ ଅଧିକାରୀପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବିଜେଡି
ନିର୍ବାଚନ ମଣ୍ଡଳୀକନ୍ଧମାଳ
ସାଂସଦ: ରାଜ୍ୟସଭା, ଓଡ଼ିଶା
କାର୍ଯ୍ୟକାଳ
୪ ଅପ୍ରେଲ ୨୦୧୮ – ୨୦୧୯
ପୂର୍ବ ଅଧିକାରୀଏ ଭି ସ୍ୱାମୀ, ସ୍ୱାଧୀନ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1965-01-20) ୨୦ ଜାନୁଆରୀ ୧୯୬୫ (ବୟସ ୫୮)[୧]
କଲରାବାଙ୍କ, କଟକ ଜିଲ୍ଲା, ଓଡ଼ିଶା
ରାଜନୀତିକ ଦଳବିଜୁ ଜନତା ଦଳ
ଘରଭୁବନେଶ୍ୱର, ଓଡ଼ିଶା, ଭାରତ
ଶିକ୍ଷାନୁଷ୍ଠାନUtkal University
ବୃତ୍ତିଶିକ୍ଷକ, ସମାଜସେବୀ ଏବଂ ଉଦ୍ୟୋକ୍ତା
ୱେବସାଇଟwww.achyutasamanta.com

ଅଚ୍ୟୁତାନନ୍ଦ ସାମନ୍ତ (ଜନ୍ମ: ୨୦ ଜାନୁଆରୀ ୧୯୬୫) ଓଡ଼ିଶାର ଜଣେ ସାମଜିକ ଉଦ୍ୟୋକ୍ତା, ଶିକ୍ଷକ, ସମାଜସେବୀ ଏବଂ ରାଜନୀତିଜ୍ଞ । ଭୁବନେଶ୍ୱରରେ ଥିବା କିଟ୍ ବିଶ୍ୱବିଦ୍ୟାଳୟ (KIIT) ଏବଂ କିସ୍ ର (KISS) ସେ ପ୍ରତିଷ୍ଠାତା ଅଟନ୍ତି । ୧୭ଶ ଲୋକ ସଭାକୁ ସେ କନ୍ଧମାଳ ନିର୍ବାଚନ ମଣ୍ଡଳୀରୁ ବିଜେଡିର ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିଲେ ।[୨]

ନିଜେ ପ୍ରତିଷ୍ଠା କରିଥିବା କାଦମ୍ବିନୀ ମିଡ଼ିଆଦ୍ୱାରା ସେ ସଂସ୍କୃତି ଏବଂ କଳାର ପ୍ରଚାର ମଧ୍ୟ କରନ୍ତି । ନହ୍ନି ପରୀ ନାମକ ଲିଟିଲ ମିସ ଇଣ୍ଡିଆ ପ୍ରତିଯୋଗିତାର ସେ ୨୦୦୦ ମସିହାରୁ ଆୟୋଜନ କରୁଛନ୍ତି । ସେ ୨୫ଟି ଆଧ୍ୟାତ୍ମିକ କେନ୍ଦ୍ର ସ୍ଥାପନା କରିସାରିଛନ୍ତି ଏବଂ ମହାତ୍ମାଗାନ୍ଧୀଙ୍କର ସ୍ମୃତିରେ ଗାନ୍ଧୀ ଗ୍ରାମ ନାମକ ସଂଗ୍ରହାଳୟ ସ୍ଥାପନ କରିବାକୁ ଯାଉଛନ୍ତି; ଯେଉଁଥିରେ ଆଦିବାସୀ ଲୋକଙ୍କର ଜୀବନ ଶୈଳୀ, କଳା, ସଂସ୍କୃତି ଏବଂ ଯୋଗ ଏବଂ ଆଧ୍ୟାତ୍ମିକ ମନୋଭାବ ପାଇଁ ଏକ କେନ୍ଦ୍ର ରହିବ । ତାଙ୍କୁ ସମ୍ମାନଜନକ ଡି ଲିଟ (Doctor of Letters (D.Litt.) ଉପାଧି ଡ୍ୟାଫୋଡିଲ ଅନ୍ତର୍ଜାତୀୟ ମହାବିଦ୍ୟାଳୟରୁ ମିଳିଥିଲା ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଚ୍ୟୁତ, ଓଡ଼ିଶାର କଟକ ଜିଲ୍ଲାର କଲରାବାଙ୍କ ଗ୍ରାମରେ ୧୯୬୫ ମସିହାରେ ଅନାଦି ଚରଣ ସାମନ୍ତ ଏବଂ ନୀଳିମା ରାଣୀ ସାମନ୍ତଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ଅଚ୍ୟୁତଙ୍କୁ ଯେତେବେଳେ ଚାରି ବର୍ଷ ହୋଇଥିଲା ତାଙ୍କର ପିତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଦରିଦ୍ରତାର ସହ ବିଧବା ବୋଉ ଏବଂ ସାତ ଜଣ ଭାଇ ଭଉଣୀଙ୍କ ସହିତ ବଢ଼ିଥିଲେ ।

ଅଚ୍ୟୁତ, ଉତ୍କଳ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ଏକ ରସାୟନ ବିଜ୍ଞାନ ଲ୍ୟାବ ସହକାରୀ ଭାବରେ ମହର୍ଷି ମହାବିଦ୍ୟାଳୟରେ ୧୦ ବର୍ଷ ଧରି ସେ ଶିକ୍ଷାଦାନ କରିଥିଲେ । [୪]

ରାଜନୈତିକ ଜୀବନ[ସମ୍ପାଦନା]

୭ ମାର୍ଚ୍ଚ ୨୦୧୮ ମସିହାରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିଥିଲେ । ସେ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ ।[୫] ୪ ଅପ୍ରେଲ, ୨୦୧୮ ମସିହାରେ ସେ ରାଜ୍ୟ ସଭାର ସଦସ୍ୟ ଭାବରେ ଯୋଗଦାନ କରିଥିଲେ ।[୬] ମାର୍ଚ୍ଚ ମାସ ୧୮ ତାରିଖରେ ସେ କନ୍ଧମାଳରୁ ବିଜେଡିର ଲୋକ ସଭା ପ୍ରାର୍ଥୀ ଭାବରେ ଛିଡ଼ାହେବେ ବୋଲି ଘୋଷଣା କରାଯାଇଥିଲା ।[୭] ସେ ପାଖାପଖି ଏକ ଲକ୍ଷ ଭୋଟରେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ, ବିଜେପିଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରି ୧୭ତମ ଲୋକ ସଭାର ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।[୨]

ଶିକ୍ଷାବିଦ[ସମ୍ପାଦନା]

ଅଚ୍ୟୁତ ସାମନ୍ତ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା, ପୂର୍ବତନ ଚାନ୍ସେଲର ଏବଂ ସଚିବ ଅଟନ୍ତି । ଏହାଛଡ଼ା ସେ ନିମ୍ନୋକ୍ତ ମହାବିଦ୍ୟାଳୟଗୁଡିକର ମଧ୍ୟ ପ୍ରତିଷ୍ଠାତା ଅଟନ୍ତି:

  • କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ)
  • କିଟ୍ ଅନ୍ତର୍ଜାତୀୟ ବିଦ୍ୟାଳୟ
  • କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (KIMS)
  • କିଟ୍ ସ୍କୁଲ ଅଫ ମ୍ୟାନେଜମେଣ୍ଟ (KSOM)
  • କିଟ୍ ସ୍କୁଲ ଅଫ ରୁରାଲ ମ୍ୟାନେଜମେଣ୍ଟ (KSRM)
  • କିଟ୍ ସ୍କୁଲ ଅଫ କମ୍ପ୍ୟୁଟର ଆପ୍ଲିକେସନ (KSCA)
  • କିଟ୍ ସ୍କୁଲ ଅଫ ବାଇଓଟେକ୍ନଲୋଜି (KSBT)
  • କିଟ୍ ଲ' ସ୍କୁଲ (KLS)
  • କିଟ୍ ସ୍କୁଲ ଅଫ ଲାଙ୍ଗୁଏଜେସ (KSOL)
  • କିଟ୍ ଇନଷ୍ଟିଚ୍ୟୁଟ ଅଫ ଡେଣ୍ଟାଲ ସାଇନ୍ସ (KIDS) ଏବଂ
  • କଳିଙ୍ଗ ପଲିଟେକନିକ

ଜାତୀୟ ଏବଂ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ସଦସ୍ୟ[ସମ୍ପାଦନା]

ସେ ନିମ୍ନଲିଖିତ ଅନୁଷ୍ଠାନ/ଆୟୋଗର ସଦସ୍ୟ ଅଟନ୍ତି:

ଜାତୀୟ[ସମ୍ପାଦନା]

  • ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ସଦସ୍ୟ ଅଟନ୍ତି ।
  • ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଡୁକେସନ (AICTE),
  • ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ ଓଡ଼ିଶା ,
  • ନ୍ୟାସନାଲ କାଉନସିଲ ଫର ଟିଚର ଏଡୁକେସନ (NCTE)
  • କଏର ବୋର୍ଡ଼ ଅଫ ଇଣ୍ଡିଆ,
  • ଇଣ୍ଡିଆନ ସୋସାଇଟି ଫର ଟେକ୍ନିକାଲ ଏଡୁକେସନ
  • ଇଣ୍ଡିଆନ ସାଇନ୍ସ କଂଗ୍ରେସ ଆସୋସିଏସନ (ISCA)

ଆନ୍ତର୍ଜାତୀୟ[ସମ୍ପାଦନା]

  • ଇଣ୍ଟରନ୍ୟାଶନାଲ ଆସୋସିଏସନ ଅଫ ୟୁନିଭର୍ସିଟି ପ୍ରେସିଡେଣ୍ଟସ (IAUP)
  • ଇନଷ୍ଟିଚ୍ୟୁଟ ଅଫ ଇନ୍ଟରନେଶନାଲ ଏଡୁକେସନ (IIE)
  • ଆସୋସିଏସନ ଅଫ ୟୁନିଭର୍ସିଟି ଅଫ ଏସିଆ ପାସିଫିକ (AUAP)
  • ୟୁନିଭର୍ସିଟି ମୋବିଲିଟି ଇନ ଏସିଆ ଆଣ୍ଡ ଦ ପାସିଫିକ (UMAP), ବ୍ୟାଙ୍ଗକକ୍, ଥାଇଲ୍ୟାଣ୍ଡ
  • ଏସିଆ-ପାସିଫିକ ଜର୍ଣ୍ଣାଲ ଅଫ ପବ୍ଲିକ ହେଲଥ (APACPH)
  • ୟୁନାଇଟେଡ଼ ନେସନ୍ସ ଏକାଡେ଼ମିକ ଇମ୍ପାକ୍ଟ (UNAI),
  • ଏସିଆ ଇକୋନୋମିକ ଫୋରମ (AEF) ଏବଂ
  • CIFEJ (Centre International Du Films Pour L'enfance Et La Jeunesse, Dubai).

ମାନକ ଏବଂ ସମ୍ମାନ[ସମ୍ପାଦନା]

  • ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ – ସେଣ୍ଟ୍ରାଲ ୟୁନିଭର୍ସିଟି, ତିରୁପତି, ଭାରତ − ୨୦୧୧
  • ହାଂସିଓ ବିଶ୍ୱବିଦ୍ୟାଳୟ, ଦକ୍ଷିଣ କୋରିଆ, ୨୦୧୦
  • ଜାତୀୟ ବିଶ୍ୱବିଦ୍ୟାଳୟ, କାମ୍ବୋଡ଼ିଆ– ୨୦୦୯
  • ୟୁନିଭର୍ସିଟି ଅଫ କାମ୍ବୋଡ଼ିଆ, କାମ୍ବୋଡ଼ିଆ, ୨୦୦୯
  • ଓଆଇୟୁ, କଲମ୍ବୋ– ୨୦୦୨ ଏବଂ ୨୦୦୫ (D.Sc)
  • ନ୍ୟାସନାଲ ଫର୍ମୋସା ୟୁନିଭର୍ସିଟି, ତାଇୱାନ – ୨୦୧୨
  • ସାମାଜିକ ପ୍ରଭାବ ପାଇଁ ଗାନ୍ଧୀ ମଣ୍ଡେଲା ପୁରସ୍କାର - ୨୦୧୯[୮]

ପୁରସ୍କାର ଏବଂ କୀର୍ତ୍ତିମାନ[ସମ୍ପାଦନା]

ଅଚ୍ୟୁତ ବହୁମାତ୍ରାରେ ପୁରସ୍କାର ଲାଭ କରିଥିଲେ । ସେ ସାମାଜିକ ଉଦ୍ୟୋକ୍ତାରେ ନୂତନ କୀର୍ତ୍ତିମାନ ସ୍ଥାପନ କରିଥିଲେ । ଆମେରିକାନ ଏଜ ଫାଉଣ୍ଡେସନ ତରଫରୁ ସେ ବିଶ୍ୱର ଶ୍ରେଷ୍ଠ ୧୫ ସାମାଜିକ ଉଦ୍ୟୋକ୍ତା ମଧ୍ୟରେ ସ୍ଥାନ ପାଇଥିଲେ ।[୯] ଅଚ୍ୟୁତ, ଭାରତର କୌଣସି ବିଶ୍ୱବିଦ୍ୟାଳୟର ସର୍ବକନିଷ୍ଠ ଚାନ୍ସେଲର ରୂପେ ଲିମ୍କା ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ ।

ଅଚ୍ୟୁତ ସାମନ୍ତଙ୍କୁ ମିଳିଥିବା ପୁରସ୍କାର ଏବଂ ସମ୍ମାନ ତାଲିକା
ମସିହା ପ୍ରଦାନକାରୀ ସଂସ୍ଥା ପୁରସ୍କାର କିମ୍ବା ସମ୍ମାନ ନାମ କ୍ଷେତ୍ର/କାହିଁକି ମିଳିଥିଲା
- ଘରୋଇ ବିଭାଗ, କମ୍ବୋଡିଆ ସାର୍ଟିଫିକେଟ ଅଫ ଏକଶିଲେନ୍ସ ସମାଜ ସେବା
- ଭାରତୀୟ ଦୁତାବାସ, ମସ୍କଟ, ଓମାନ ପ୍ରଥମ ଓଡ଼ିଆ ଭାବରେ ଆନ୍ତର୍ଜାତିକ ପୁରସ୍କାର ସମାଜ ସେବା
୨୦୦୪ ମହାତ୍ମାଗାନ୍ଧୀ ସ୍ମୃତି ସଂସ୍ଥାନ, ଜୋହାନ୍ସବର୍ଗ, ଦକ୍ଷିଣ ଆଫ୍ରିକା ମାନବିକତା ପୁରସ୍କାର ସମାଜ ସେବା
୨୦୦୭ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲ ପ୍ରିୟ ଓଡ଼ିଆ ସମ୍ମାନ -
୨୦୧୧ ଗଡ଼ଫ୍ରେ ଫଲିପ୍ସ ପୁରସ୍କାର ସାମାଜିକ ସାହାସିକତା ପୁରସ୍କାର ସାହାସିକତା
୨୦୧୨ - ଜବାହାରଲାଲ ନେହେରୁ ପୁରସ୍କାର -
୨୦୧୪ ଅନ୍ତର୍ଜାତୀୟ ମହିଳା ସଙ୍ଗଠନ (TIAW) ୨୦୧୩ ୱାର୍ଲଡ ଅଫ ଡିଫରେନ୍ସ -
୨୦୧୪ ମାନିଲା, ଫିଲିପାଇନ୍ସ ଗୁସି ଶାନ୍ତି ପୁରସ୍କାର -
୨୦୧୪ ମସ୍କୋ, ରୁଷ କମନୱେଲଥ ଅଫ ଇଂଡିପେଣ୍ଡେଣ୍ଟ ଷ୍ଟେଟ୍ସ (CIS) -
୨୦୧୪ ୨୪ତମ ବାର୍ଷିକ ପୁରସ୍କାର ବିଶିଷ୍ଟ ପୁରସ୍କାର -
୨୦୧୪ କମ୍ପ୍ୟୁଟର ସୋସାଇଟି ଅଫ ଇଣ୍ଡିଆ (CSI), ହାଇଦ୍ରାବାଦ ସମ୍ମାନଜନକ ଫେଲୋସିପ ପୁରସ୍କାର -
୨୦୧୪ ଥୀଙ୍କ ମିଡ଼ିଆ ଥୀଙ୍କ ଇଣ୍ଡିଆ ପୁରସ୍କାର -
୨୦୧୫ ଚେକ ରିପବ୍ଲିକ ସରକାର ବେସାମରିକ ପୁରସ୍କାର -
୨୦୧୫ ଇକୋନୋମିକ ଟାଇମ୍ସ, ଅନ୍ତ୍ରପ୍ରନରସିପ ସମିଟ, ନୂଆଦିଲ୍ଲୀଠାରେ ସଫଳ ଉଦ୍ୟୋକ୍ତା ଉଦ୍ୟୋଗ
୨୦୧୫ ବିଶ୍ୱ ସିଏସଆର କଂଗ୍ରେସ ହଲ ଅଫ ଫେମ ପୁରସ୍କାର -
୨୦୧୫ ବାହାରିନ ରାଜ୍ୟ ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ, ଇସା ପୁରସ୍କାର ମାନବ ସେବା
୨୦୧୫ ମଙ୍ଗୋଲିଆ ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନ, ଶ୍ରେଷ୍ଠ କର୍ମଚାରୀ -
୨୦୧୮ ୟୁନିଭର୍ସିଟି ଅଫ କାମ୍ବୋଡ଼ିଆ ହ୍ୟୁମାନୀଟିଜରେ ଦୃଷ୍ଟାନ୍ତମୂଳକ ପ୍ରଫେସର[୧୦]

ମୁଖ୍ୟ ବକ୍ତା[ସମ୍ପାଦନା]

  • ୟୁନିଭର୍ସିଟି ଅଫ ପଭର୍ଟି ଏଲିଭିଏସନ, ମାଡ୍ରିଦ, ସ୍ପେନ, ୨୦୧୫
  • ଅସଲୋ ସମିଟ
  • ୟୁଏନଡିପି, ଜୟପୁର
  • ଲାଲ ବହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନଷ୍ଟ୍ରେସନ
  • ଆଇଏଫଏସ ଏକାଡେମୀ, ଡେରାଡୁନ, ଭାରତ
  • ଜାତିସଙ୍ଘ ମୁଖ୍ୟାଳୟ, ନୂଆଦିଲ୍ଲୀ

ଆଧାର[ସମ୍ପାଦନା]

  1. ":: Dr. Achyuta Samanta-Founder, KIIT & KISS ::".
  2. ୨.୦ ୨.୧ "Kandhamal Lok Sabha election results 2019 Odisha: BJD's Achyuta Samanta wins massive victory". DNA India (in ଇଂରାଜୀ). 2019-05-24. Retrieved 2019-05-25.
  3. The Daily Prothom Alo
  4. "KISS Award for Philanthropist". The New Indian Express. 28 February 2014. Retrieved 30 January 2019.
  5. Bureau, Odisha Sun Times. "Achyuta Samanta inducted into Odisha's ruling BJD | OdishaSunTimes.com" (in ଆମେରିକୀୟ ଇଂରାଜୀ). Retrieved 2019-05-25.
  6. "3 newly-nominated Rajya Sabha members from Odisha take oath | OTV" (in ଆମେରିକୀୟ ଇଂରାଜୀ). 2018-04-04. Retrieved 2019-05-25.
  7. Mar 18, Minati Singha | TNN | Updated:; 2019; Ist, 22:28. "Lok Sabha polls: BJD projects Achyuta Samanta as its face in Kandhamal | Bhubaneswar News - Times of India". The Times of India (in ଇଂରାଜୀ). Retrieved 2019-05-25.{{cite web}}: CS1 maint: extra punctuation (link) CS1 maint: numeric names: authors list (link)
  8. ANI (2019-07-11). "Zen Master Thich Nhat Hanh to be awarded the First Gandhi Mandela Peace Medal". Business Standard India. Retrieved 2022-10-18.
  9. The New Indian Express. 12.01.2008 Dr. Achyuta Samanta, Founder Secretary KIIT & KISS has been placed among the top 15 social entrepreneurs of the world
  10. "Welcome to The University of Cambodia (UC)". www.uc.edu.kh. Retrieved 2019-05-25.